ଜାତୀୟ |

୨୦୨୨ସୁଦ୍ଧା ଗରିବ ଗୃହଶୂନ୍ୟଙ୍କୁ ମିଳିବ ଘର, କୃଷକଙ୍କ ଆୟ ହେବ ୨ଗୁଣା

୨୦୨୨ସୁଦ୍ଧା ଗରିବ ଗୃହଶୂନ୍ୟଙ୍କୁ ମିଳିବ ଘର, କୃଷକଙ୍କ ଆୟ ହେବ ୨ଗୁଣା
ନୂଆଦିଲ୍ଲୀ, ୨୯।୧: ଆଗାମୀ ୨୦୨୨ ସୁଦ୍ଧା ଦେଶର ଗରିବ ଓ ଗୃହଶୂନ୍ୟଙ୍କୁ ଘର ମିଳିବା ସହିତ କୃଷକଙ୍କ ଆୟ ୨ଗୁଣା କରିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକରେ ସୂଚିତ କରିଛନ୍ତି। ଚଳିତ ବର୍ଷ ଦେଶର କୃଷି ଉତ୍ପାଦନ ୨୭୫ ନିୟୁତ ଟନ୍‌ରେ ପହଞ୍ଚିଥିବାବେଳେ ଉଦ୍ୟାନକୃଷି ଉତ୍ପାଦନ ୩୦୦ ନିୟୁତ ଟନ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୬ ହଜାର କୋଟି ଟଙ୍କାର କୃଷି ଉତ୍ପାଦ ଇ-ନାମ୍‌(ଜାତୀୟ ଇ-କୃଷି ବଜାର) ସହାୟତାରେ ବିକ୍ରି ହୋଇପାରିଛି। ଫଳରେ କାରବାରର ସିଂହ ଭାଗ ଅର୍ଥ ଚାଷୀଙ୍କ ହାତକୁ ଯାଇଛି। ଏହାଦ୍ୱାରା ଚାଷୀଙ୍କ ଜୀବନଧାରଣ ମାନ ଉନ୍ନତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ସରକାର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଣୟନ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ସମସ୍ତଙ୍କୁ ସ୍ବଚ୍ଛ ପାନୀୟଜଳ, ବିଦ୍ୟୁତ୍‌ ସୁବିଧା ଓ ଶୌଚାଳୟ ସୁବିଧା ମିଳିପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ର ସରକାରଙ୍କ ଐତିହାସିକ ଦ୍ରବ୍ୟ ଓ ସେବାକର, ଟିକସ ପ୍ରଣାଳୀରେ ସ୍ବଚ୍ଛତା ସୃଷ୍ଟି କରିବା ସହିତ ଟିକସ ପ୍ରଦାନକୁ ସହଜ କରିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ନୀତି ଯୋଗୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୧୦ ବିଲିୟନ୍‌ ଡଲାରରେ ପହଞ୍ଚିଛି। ସେହିପରି ବିଦେଶୀ ପୁଞ୍ଜି ନିବେଶ ପରିମାଣ ୬୦ ବିଲିୟନ୍‌ ଡଲାରରେ ପହଞ୍ଚିଥିବା ରାଷ୍ଟ୍ରପତି ସୂଚିତ କରିଛନ୍ତି। ଆଧାର ନମ୍ବର ଦେଶର ଗରିବଙ୍କ ଅଧିକାରକୁ ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାଦ୍ୱାରା ମଧ୍ୟସ୍ଥିଙ୍କ ଦ୍ୱାରା ସରକାରୀ ଅର୍ଥ ବାଟମାରଣା ହେବାର ଆଶଙ୍କା କମ୍‌ ହୋଇ ପାରିଛି। ସେହିପରି ଭିମ୍‌ ଆପ୍‌ ଡିଜିଟାଲ କାରବାର କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ସାଧାରଣ ସେବା ଉପଲବ୍ଧ ପାଇଁ ଦେଶରେ ୧.୭୦ ଲକ୍ଷ କମନ୍‌ ସର୍ଭିସ୍‌ ସେଣ୍ଟର(ସିଏସ୍‌ସି) ସ୍ଥାପିତ ହୋଇଛି। ଏହାର ସୁଫଳ ଜନସାଧାରଣ ପାଇ ପାରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୧୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ୪ ଲକ୍ଷ କୋଟି ଟଙ୍କା ଋଣ ଅନୁମୋଦିତ ହୋଇଛି। ଏହାର ପ୍ରଥମ ପର୍ଯ୍ୟାରେ ୩ କୋଟି ହିତାଧିକାରୀ ଉପକୃତ ହୋଇ ପାରିଥିବା ରାଷ୍ଟ୍ରପତି କହିଛନ୍ତି।
All Right Reserved By

ଜାତୀୟ |

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ମୁମ୍ବାଇ, ୨୪।୪:: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କୁ ଆଶ୍ୱସ୍ତି।

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର। ଦୁଇଜଣଙ୍କ ପେଶା ଅଲଗା ହୋଇଥିଲେ ଉଭୟେ ମନ ଖୋଲି କଥା ହୋଇଛନ୍ତି।

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। 

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଆମେଠି, ୨୪।୪: ଉତ୍ତରପ୍ରଦେଶର ଆମେଠି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ନିଆରା ଅନ୍ଧାଜରେ ନଜର ଆସିଛନ୍ତି। 

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

ଗାନ୍ଧୀନଗର, ୨୪।୪:  ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। 

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। 

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଜୟପୁର, ୧୯। ଶୋଇଥିବା ବାଘକୁ ଢେଲା ଫୋପାଡି ହରଡହଣାରେ ପଡିଛନ୍ତି ଜଣେ ପର୍ଯ୍ୟଟକ। 

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। 

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ନୂଆଦିଲ୍ଲୀ, ୨୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ବୁଧବାର କ୍ରାଇମ୍‌ବ୍ରାଞ୍ଚ ତାଙ୍କ ସ୍ତ୍ରୀ ଅପୁର୍ବା ଶୁକ୍ଲାଙ୍କୁ ଗିରଫ କରିଛି। 

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି।

ଜୋର୍‌ ଧରିଲା ଚପଲ ରାଜନୀତି: ସ୍ମୃତି ଇରାନୀଙ୍କ ଠିକଣାରେ ଚପଲ ପଠାଇବାକୁ ଅଡ଼ି ବସିଲେ ଗ୍ରାମବାସୀ

ଜୋର୍‌ ଧରିଲା ଚପଲ ରାଜନୀତି: ସ୍ମୃତି ଇରାନୀଙ୍କ ଠିକଣାରେ ଚପଲ ପଠାଇବାକୁ ଅଡ଼ି ବସିଲେ ଗ୍ରାମବାସୀ

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ ଚପଲ ରାଜନୀତି ଜୋର ଧରିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri