ଅନ୍ତର୍ଜାତୀୟ |

୮ ଦିନରେ ସିରିଆରେ ୫୫୦ ଆତଙ୍କବାଦୀ ନିହତ

 ୮ ଦିନରେ ସିରିଆରେ ୫୫୦ ଆତଙ୍କବାଦୀ ନିହତ

ଆଙ୍କାରା, ୨୯।୧: ସିରିଆରେ ଜାରି ରହିଥିବା ଗୃହଯୁଦ୍ଧରେ ୮ ଦିନରେ ୫୫୦ ଆତଙ୍କବାଦୀ ନିହତ ହୋଇଛନ୍ତି। ସିରିଆ ସୈନ୍ୟ ବାହିନୀଙ୍କ ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଉତ୍ତରପଶ୍ଚିମ ସିରିଆର ଆଫ୍ରିନ୍‌ ଅଞ୍ଚଳରେ ସୈନ୍ୟ ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି। ଜାନୁଆରୀ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ଇତିମଧ୍ୟରେ ୫୫୭ କୁର୍ଦ୍ଦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୧୩ଟି ଯୁଦ୍ଧ ବିମାନର ବୋମାମାଡ଼ରେ ଏହି ଅଞ୍ଚଳରେ ୨୦ଟି ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ବସ୍ରା,୨୪।୫: ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍‌ଙ୍କ ୩୦ ମିଲିୟନ୍‌ ଡଲାରର ଜାହାଜ ‘ବସ୍ରା ବ୍ରିଜ୍‌’କୁ ହୋଟେଲ ରୂପେ ପୁନଃ ନିର୍ମାଣ କରାଯାଇଛି। ଏହାକୁ ବସ୍ରା ଆସୁଥିବା ଏବଂ ଯାଉଥିବା ସାମୁଦ୍ରିକ ପାଇଲଟ୍‌ଙ୍କ ରହଣି ପାଇଁ ବ୍ୟବହାର କରାଯିବ।

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ରୋମ୍‌,୨୪।୫: ଉତ୍ତର ଇଟାଲୀର ପିଡ୍‌ମଣ୍ଟ ଅଞ୍ଚଳରେ ଟ୍ରକ୍‌କୁ ଧକ୍କା ଦେଇ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନୂ୍ୟନ ୧୮ଜଣ ଆହତ ହୋଇଛନ୍ତି।

ଓମାନ୍‌ମୁହାଁ ‘ମେକୁନୁ’

ଓମାନ୍‌ମୁହାଁ ‘ମେକୁନୁ’

ମସ୍କାଟ/ନୂଆଦିଲ୍ଲୀ,୨୪।୫: ‘ମେକୁନୁ’ ଘୂର୍ଣ୍ଣିଝଡ଼ ଏବେ ସୋକୋତ୍ରା ଦ୍ୱୀପର ନିକଟତର ହୋଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ଏହା ଓମାନରେ ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି।

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ,୨୪।୫: ବାଗଦାଦର ଏକ କାଫେରେ ରୋଜା ଭାଙ୍ଗିବା ପାଇଁ କେତେକ ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଫଳରେ ଅତିକମ୍‌ରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ରୁ ଅଧିକ ଆହତ ହୋଇଥିବା ବାଗଦାଦ ପୋଲିସ ଗୁରୁବାର ସୂଚନା ଦେଇଛି।

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ଇସ୍‌ଲାମାବାଦ,୨୪।୫: ପାକିସ୍ତାନର ବାହାରିଆ ୟୁନଭରସିଟିରେ ଏକ ଅଜବ ନିୟମ ଘୋଷଣା କରାଯାଇଛି। କ୍ୟାମ୍ପସ୍‌ରେ ଥିବା ସମୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୬ ଇଞ୍ଚର ଦୂରତା ରହିବା ଉଚିତ।

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

କଲମ୍ବୋ,୨୩।୫: ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟରର ସୂଚନାନୁଯାୟୀ, ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅନୂ୍ୟନ ୯ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୨୩ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

କରାଚୀ,୨୩।୫ : ସିନ୍ଧ୍‌ ଛାତ୍ର ସଂଗଠନ ପକ୍ଷରୁ ପାକିସ୍ତାନର ଇସଲାମାବାଦ୍‌ରେ ୩ ଦିନଆ ଅନଶନ ଆରମ୍ଭ ହୋଇଛି। ପ୍ରଶାସନ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତି କିଛି ଦିନ ପରେ କାହିଁକି ନିଖୋଜ ହେଉଛନ୍ତି। ସେ ନେଇ ଛାତ୍ର ସଂଗଠନ ପକ୍ଷରୁ ସରକାରୀ ଯାଞ୍ଚ୍‌ ଦାବି କରାଯାଇଛି।

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାବୁଲ,୨୨।୫: ଆଫଗାନିସ୍ତାନର କାନ୍ଦାହାର ସହରରେ ମଙ୍ଗଳବାର ଏକ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ଦିନ ୧୨ଟା ୩୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା ଟୋଲୋ ନ୍ୟୁଜ ସୂଚନା ଦେଇଛି।

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

ଆଙ୍କରା,୨୨।୫ : ତୁର୍କୀରେ ୧୦୪ଜଣ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୬ ଜୁଲାଇରେ ହୋଇଥିବା ସେନା ବିଦ୍ରୋହରେ ଅଧିକାରୀମାନେ ସାମିଲ୍‌ ଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ଅଦାଲତ ଏପରି ଦଣ୍ଡ ବିଧାନ କରିଛନ୍ତି।

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ଢାକା/ନୂଆଦିଲ୍ଲୀ,୨୨।୫: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଂଲାଦେଶର କୋକ୍ସ ବଜାରରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସୋମବାର ଭେଟିଛନ୍ତି। ଉକ୍ତ ଶିବିରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ପିଲାଙ୍କର କୁପୋଷଣକୁ ଦେଖି ପ୍ରିୟଙ୍କା ଚିନ୍ତା ପ୍ରକଟ କରିଛନ୍ତି।