ଜାତୀୟ |

ପୋଲିସ ଗାଡ଼ିରେ ବାଳିକାଙ୍କୁ ଅପହରଣ

ପୋଲିସ ଗାଡ଼ିରେ ବାଳିକାଙ୍କୁ ଅପହରଣ

ଭୋପାଳ, ୨୯।୧: ହିନ୍ଦୀ ଫିଲ୍ମ ଷ୍ଟାଇଲ୍‌ରେ ମଧ୍ୟପ୍ରଦେଶ ପାନ୍ନା ଅଞ୍ଚଳର ଭମୁରାହ ଗାଁରେ ଜଣେ ବାଳିକାଙ୍କୁ ଅପହରଣ କରାଯାଇଛି। ରବିବାର ବିଳମ୍ବିତ ରାତିରେ କେତେକ ଅଜଣା ବ୍ୟକ୍ତି ବନ୍ଧୁକ ଦେଖାଇ ଏକ ପୋଲିସ ଗାଡ଼ିକୁ ଲୁଟିଥିଲେ। ପରେ ସେମାନେ ଏହି ଗାଡି ନେଇ ଗାଁରେ ପହଞ୍ଚି ବାଳିକାଙ୍କୁ ଅପହରଣ କରିନେଇଥିଲେ ବୋଲି ଆରକ୍ଷୀ ଅଧିକାରୀ ରିୟାଜ୍‌ ଇକବାଲ୍‌ ସୂଚିତ କରିଛନ୍ତି। ସମ୍ପୃକ୍ତ ଅଜଣା ବ୍ୟକ୍ତିମାନେ ୧୦୦କୁ ଡାଏଲ୍‌ କରିଥିଲେ। ପୋଲିସ ଗାଡି ପହଞ୍ଚିବାପରେ ଗାଡିରୁ ପୋଲିସ କର୍ମଚାରୀଙ୍କୁ ବାହାର କରି ଗାଡି ନେଇ ପଳାଇଥିଲେ। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ଛତିଶଗଡ଼ରେ ଜଳ ସଙ୍କଟ: ନର୍ଦ୍ଦମା ପାଣି ପିଉଛନ୍ତି ଲୋକ

ରାଏପୁର,୨୨।୫ : ଛତିଶଗଡ଼ ଦନ୍ତଓ୍ବୋଡା ଜିଲାରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ସେଠାରେ ଲୋକମାନେ ନର୍ଦ୍ଦମାରୁ ପାଣି ସଂଗ୍ରହ କରି ଏହାକୁ ବ୍ୟବହାର କରୁଛନ୍ତି। ସରକାର ଲୋକଙ୍କୁ ସଫା ପାନୀୟ ଜଳ ଯୋଗାଇ ପାରୁ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଏପରି କରୁଥିବା ଅଭିଯୋଗ ହୋଇଛି।

ମଇଁଷି ଚରାଉଛନ୍ତି କ୍ରିକେଟର

ମଇଁଷି ଚରାଉଛନ୍ତି କ୍ରିକେଟର

ଅହମ୍ମଦାବାଦ,୨୨।୫ : ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ଲାଭ କରିଥିବା କ୍ରିକେଟର ଭାଲାଜୀ ଡାମୋର ଏବେ ଗାଁରେ ଚାଷ ଜମିରେ ମୂଲ ଲାଗିବା ସହିତ ମଇଁଷି ଚରାଉଛନ୍ତି। ୧୯୯୮ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ପ୍ରଥମ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ରେ ଭାଲାଜୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୃତ୍ୟ କଲେ ଜନଜାତି ମହିଳା

ମାଡ୍ରାସ,୨୨।୫ : ତାମିଲନାଡୁ କୋଏମ୍ବାଟୁରରେ ଆୟୋଜିତ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଜନଜାତି ମହିଳାମାନେ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟ କରିଛନ୍ତି। ଏହା ଜନଶୁଣାଣି କାର୍ଯ୍ୟକ୍ରମରେ ବେଶ୍‌ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା।

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଆତଙ୍କବାଦୀ ଅନୁପ୍ରବେଶ ସୂଚନା: ପଠାଣକୋଟରେ ହାଇ ଆର୍ଲଟ

ଲୁଧିଆନା,୨୨।୫ : ପଞ୍ଜାବ ପଠାଣକୋଟରେ ଆତଙ୍କବାଦୀ ଅନୁପ୍ରବେଶ ସମ୍ପର୍କିତ ଗୋଇନ୍ଦା ରିପୋର୍ଟ ମିଳିବା ପରେ ହାଇ ଆର୍ଲଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସନ୍ଦିଗ୍ଧ ଯାନବାହନ ଗୁଡିକର ଯାଞ୍ଚ୍‌ କରାଯାଉଛି।

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ନିପାହ ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

କୋଜିକୋଡେ,୨୨।୫: କେରଳର ପେରାମ୍ବ୍ରା ତାଲୁକ ହସ୍ପିଟାଲରେ ନିପାହ ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନି(୩୧)ଙ୍କର ସୋମବାର ମୃତ୍ୟୁ ଘଟିଛି।

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବମ୍ବେ,୨୨।୫: ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ଏକ ଜୁଏଲାରୀ ବିଜ୍ଞାପନରେ ଦେଖିବାକୁ ମିଳିବ ଶ୍ୱେତା ବଚ୍ଚନଙ୍କୁ।

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

୧୪୧ ଦିନରେ ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୨୨।୫ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଚଳିତ ବର୍ଷ ୧୪୧ ଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮୮୧ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏନେଇ ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ୨୦୧୭ରେ ପାକିସ୍ତାନ ୮୬୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ୭୭୮ କିଲୋମିଟର ଲମ୍ବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗ୍ରାମଗୁଡିକରେ ବାସ କରୁଥିବା ଲୋକ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଛତିଶଗଡ଼ ଜଙ୍ଗଲରେ ନିଆଁ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଗଡଓ୍ବାଲ,୨୨।୫: ଛତିଶଗଡ଼ର ଗଡଓ୍ବାଲ ମଣ୍ଡଳରେ ଥିବା ଜଙ୍ଗଲରେ ଗତ ୬ ଦିନ ହେବ ଭିଷଣ ନିଆଁ ଲାଗିବା ଫଳରେ କୋଟି କୋଟି ଟଙ୍କାର ବନ୍ୟସମ୍ପଦ ନଷ୍ଟ ହୋଇଥିବା କୁହାଯାଉଛି।

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ବିନା ନମ୍ବର ପ୍ଲେଟରେ ଗଡିଲା ମେୟରଙ୍କ କାର୍‌

ଲକ୍ଷ୍ନୌ,୨୨।୫: ଆହ୍ଲାହାବାଦର ମେୟର ଅଭିଳାଶା ଗୁପ୍ତା ସୋମବାର ବିନା ନମ୍ବର ପ୍ଲେଟରେ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏବିଷୟରେ ତାଙ୍କୁ ପଚରା ଯିବାରୁ ଏହା ତାଙ୍କ ଗାଡି ନୁହେଁ ବରଂ ଉତ୍ତର ପ୍ରଦେଶ ସରକାର ତାଙ୍କୁ ଏହା ଯୋଗାଇ ଦେଇଥିବା ସେ କହିଛନ୍ତି।

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଆଇଏସ୍‌ଆଇ ଇଶାରାରେ କଶ୍ମୀରରେ ଜୈଶ-ଇ-ମହମ୍ମଦ୍‌ର ଆକ୍ରମଣ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୨।୫ : ପାକିସ୍ତାନ ଆଇଏସ୍‌ଆଇ ଇଶାରାରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର ସହାୟତା ଲୋଡୁଥିବା ଆଶଙ୍କା କରାଯାଉଛି।

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଜାମିଆ ମିଲିଆ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୨।୫: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଅଫିସିଆଲ ଓ୍ବେବ୍‌ସାଇଟ୍‌କୁ ସୋମବାର ମଧ୍ୟ ରାତ୍ରିରୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଓ୍ବେବସାଇଟ୍‌ ଓପନ୍‌ କରିବା ମାତ୍ରେ ଆସୁଛି ‘ହାପି ବାର୍ଥଡେ ପୂଜା’।

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ଚାନ୍ଦୌଲି,୨୨।୫: ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କ ହାତ ଧରିଲେ ହାତ କାଟି ଦିଆଯିବ ବୋଲି ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଅରବିନ୍ଦ ରାଜଭର କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସୋମବାର ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି।