ଜାତୀୟ |

ତିନି ତଲାକ୍‌ ବିଲ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି: ରାଷ୍ଟ୍ରପତି

ତିନି ତଲାକ୍‌ ବିଲ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୯।୧: ତିନି ତଲାକ୍‌ ବିଲ୍‌ ଖୁବ୍‌ ଶୀଘ୍ର ଆଇନରେ ପରିଣତ ହେବାର ଆଶା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକରେ ସୂଚିତ କରିଛନ୍ତି। ଭାଜପା ସରକାର ମୁସଲମାନ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ସେମାନେ ଭୟମୁକ୍ତ ଜୀବନ ବଞ୍ଚିବାର ଅବସର ପାଇପାରିବେ। ତିନି ତଲାକ୍‌ ବିଲ୍‌ ଆଇନରେ ପରିଣତ ହେଲେ ସେମାନେ ସମାଜରେ ସମ୍ମାନର ସହିତ ବାସ କରିବାର ଅଧିକାର ପାଇପାରିବେ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳଙ୍କ ସହମତିର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ତିନି ତଲାକ୍‌ର ଶିକାର ହେଉଥିବା ମହିଳାଙ୍କ ପ୍ରତି ଥିବା କର୍ତ୍ତବ୍ୟବୋଧ ଏବେ ରାଜନୈତିକ ବିବାଦରେ ବାନ୍ଧି ହୋଇଯାଇଛି। ପ୍ରତିଟି ସଚେତନ ରାଜନୈତିକ ଦଳ ସମାଜର ବିକାଶକୁ ଦୃଷ୍ଟିରେ ରଖି ଏନେଇ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ପାର୍ଲାମେଣ୍ଟର ସେଣ୍ଟାଲ୍‌ ହଲ୍‌ରେ ଆୟୋଜିତ ମିଳିତ ବୈଠକରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଜାତୀୟ |

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗୁରୁବାର ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଜିରୋ ବ୍ରିଜ ନିକଟରେ  ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିବାରୁ ଏହି ଘଟଣା ଘଟିଛି। 

ଭାରତୀୟ ଯବାନଙ୍କ ଆକ୍ରମଣରେ ୫ ପାକିସ୍ତାନୀ ସେନା ନିହତ

ଭାରତୀୟ ଯବାନଙ୍କ ଆକ୍ରମଣରେ ୫ ପାକିସ୍ତାନୀ ସେନା ନିହତ

ପୁଞ୍ଚ,୧୭।୧: ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଜମ୍ମୁ-କଶ୍ମୀରର ପୁଞ୍ଚ ଓ ରାଜୌରି ସୀମାରେ ଗତ ୪ ଦିନ ମଧ୍ୟରେ ୫ ପାକିସ୍ତାନ ସେନା ନିହତ ହୋଇଥିବା ସୂଚନା ମିଳିଛି।

ଗୁଜରାଟରେ ମୋଦି

ଗୁଜରାଟରେ ମୋଦି

ଗାନ୍ଧିନଗର,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁଜରାଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଗାନ୍ଧିନଗରରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ ଶୋ’ ଉଦ୍‌ଘାଟନ କରିଛନ୍ତି। 

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

ପ୍ରୟାଗରାଜ,୧୭।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଜଳ ଅର୍ପଣ କରି ପୂଜା କରିଥିଲେ।

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ପାଟନା,୧୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ସ୍ବାସ୍ଥ୍ୟ ସେବାର ଦୁର୍ଗତି ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ନାଓ୍ବାଡା ଜିଲା ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି।

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୧: ଡ୍ୟାନ୍ସ୍‌ବାର୍‌ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ମୁମ୍ବାଇରେ ଡ୍ୟାନ୍ସ୍‌ବାର୍‌ ଖୋଲାଯିବା ପାଇଁ କୌଣସି ବାରଣ ନାହିଁ ତେବେ ଏଠାରେ ଟଙ୍କା ବର୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। 

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷର ହାଡଭଙ୍ଗା ଶୀତ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି କହିଲେ ଭୁଲ୍‌ ହେବନାହିଁ। ହେଲେ ରାଜଧାନୀ ଦିଲ୍ଲୀର ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଇଁ ଏହି ଥଣ୍ଡା ଯମିତି ଅଭିଶାପ ନେଇ ଆସିଛି।

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ନୂଆଦିଲ୍ଲୀ,୧୭।୧: ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଗୁରୁବାର ଭୋର୍‌ ୪ଟା ୨୦ରେ ଡକାୟତି ହୋଇଛି। ଟ୍ରେନ୍‌ର ବି-୩ ଏବଂ ବି-୭ ବଗିରେ ଦିଲ୍ଲୀ ସରାଇ ରୋହିଲା ଷ୍ଟେଶନ୍‌ଠାରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ୧୨ ଅଜଣା ବ୍ୟକ୍ତି। 

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୧୭।୧: ଉତ୍ତର ପ୍ରଦେଶରେ ଗତ ଏକ ସପ୍ତାହ ହେବ ଭାଜପା ବିରୋଧରେ ମେଣ୍ଟ କରିଛି ବିଏସ୍‌ପି ଓ ଏସ୍‌ପି। ଏହାକୁ ନେଇ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିଏସ୍‌ପି ମୁଖ୍ୟ ମାୟବତୀ ଓ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଞ୍ଚ ଉପରେ ଆଉ ଗୋଟିଏ ନୂଆ ମୁହଁ ଦେଖିବାକୁ ମିଳୁଛି।

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ  ଦେଶର ୩୮ ସହର

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ ଦେଶର ୩୮ ସହର

ନୂଆଦିଲ୍ଲୀ,୧୭।୧: ଦେଶର ୩୮ଟି ସହର ଭୂକମ୍ପ ଜୋନ୍‌ରେ ରହିଛି। ଏସବୁ ସହରକୁ ଭୂକମ୍ପ ପ୍ରବଣ ଜୋନ୍‌-୫ ଭାବେ ସୂଚିତ କରାଯାଇଛି। ସେହିପରି ୬୦ ପ୍ରତିଶତ ଭୂଭାଗ ଅସୁରକ୍ଷିତ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।