ଖେଳ |

ଆଇପିଏଲ: ଉନାଡକଟ୍‌ ଦାମୀ ଭାରତୀୟ

ଆଇପିଏଲ: ଉନାଡକଟ୍‌ ଦାମୀ ଭାରତୀୟ
ବାଙ୍ଗାଲୋର, ୨୮ା୧(ପି.ଟି.) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ବର୍ଷ ସଂସ୍କରଣ ପାଇଁ ଦୁଇଦିନିଆ ଖେଳାଳି ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି। ରବିବାର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ବାମହାତୀ ପେସ୍‌ ବୋଲର ଜୟଦେବ ଉନାଡ୍‌କଟ୍‌ ସବୁଠାରୁ ଦାମୀ ଭାରତୀୟ ଖେଳାଳି ବିବେଚିତ ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୧.୫ କୋଟି ଟଙ୍କାରେ କ୍ରୟ କରିଥିବାବେଳେ ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୭.୨ କୋଟି ଟଙ୍କାରେ ଖରିଦ କରିଛି। ଦ୍ୱିତୀୟ ଦିବସରେ ଉନାଡ୍‌କଟ ଓ ଟାଇ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ଅନ୍ୟପକ୍ଷରେ ନେପାଳର ୧୭ ବର୍ଷୀୟ ଖେଳାଳି ସନ୍ଦୀପ ଲାମିଚାନେ ପ୍ରଥମ ଥର ଆଇପିଏଲ ଖେଳିବାକୁ ଯାଉଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ଆଫଗାନିସ୍ତାନର ସ୍ବଳ୍ପବୟସ୍କ ସ୍ପିନ ପ୍ରତିଭା ୧୬ ବର୍ଷୀୟ ମୁଜିବ ଜାଡ୍ରାନଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୪ କୋଟି ଟଙ୍କାରେ କ୍ରୟ କରିଛି। ପୂର୍ବରୁ ଆଫଗାନିସ୍ତାନର ଅନ୍ୟ ଜଣେ ଖେଳାଳି ଲେଗ୍‌ ସ୍ପିନର ରଶିଦ ଖାଁ ୯ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ୨୦୧୬ରେ ବାଂଲାଦେଶରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବେଳେ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୬ଟି ଇନିଂସରେ ୧୭ରନ ଆଭରେଜରେ ମୋଟ ୧୪ଟି ଉଇକେଟ ଅକ୍ତିଆର କରିଥିଲେ। ତନ୍ମଧ୍ୟରେ ତାଙ୍କର ଏକ ହ୍ୟାଟ୍ରିକ ସାମିଲ ରହିଥିଲା। ତାଙ୍କର ଏହି ସଫଳତା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ପ୍ରଭାବିତ କରିଥିଲା। ଅଷ୍ଟ୍ରେଲିଆରେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ପ୍ରିମିୟର କ୍ରିକେଟ ସିଜନ ପାଇଁ ସେ ଏହି ଲେଗ୍‌ ସ୍ପିନରଙ୍କୁ ନିଜ ଦଳ ଓ୍ବେଷ୍ଟର୍ନ ସବ୍‌ଅର୍ବସରେ ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ। କ୍ରିସ୍‌ ଗେଲଙ୍କ ପ୍ରଶଂସକମାନଙ୍କୁ ଆଶ୍ୱସ୍ତି ମିଳିଛି। ଦିନର ଶେଷଭାଗରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତାଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କାରେ କ୍ରୟ କରିଛି। ଗେଲ ଦୁଇଥର ଅଲୋଡା ରହିବା ପରେ ତୃତୀୟ ଥର ବିକ୍ରି ହୋଇଥିଲେ। ଆଫଗାନିସ୍ତାନର ସ୍ବଳ୍ପବୟସ୍କ ଜାଡ୍ରାନ ଉଚ୍ଚସ୍ତରରେ ଖେଳି ସାରିଛନ୍ତି। ବର୍ତ୍ତମାନ ସେ ନ୍ୟୁଜିଲାଣ୍ଡରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ରହିଛନ୍ତି। ତାଙ୍କ ଟିମ୍‌ମେଟ୍‌ ଜାହିର ଖାଁଙ୍କୁ ରାଜସ୍ଥାନ ରୟାଲ୍ସ ୬୦ଲକ୍ଷ ଟଙ୍କାରେ କ୍ରୟ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଅଧିକ ଅର୍ଥ ସହ ନିଲାମକୁ ଓହ୍ଲାଇଥିଲେ। ଉଭୟେ ଜଣେ ଲେଖାଏଁ ଖେଳାଳିଙ୍କୁ ଦଳରେ ବଜାୟ ରଖିଥିଲେ। କିନ୍ତୁ ଦିନର ଶେଷ ଭାଗରେ କୋଲକାତା ନାଇଟ୍‌ ରାଇଡର୍ସ ଏହି ଦୁଇ ଫ୍ରାଞ୍ଚାଇଜକୁ ବ୍ୟୟ କରିବାରେ ପଛରେ ପକାଇ ଦେଇଥିଲା। କେତେଜଣ ଖେଳାଳିଙ୍କୁ କ୍ରୟ କରିବାରେ ସମସ୍ତ ୮୦କୋଟି ଟଙ୍କା ବ୍ୟୟ କରିଦେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ୬.୫ କୋଟି ଟଙ୍କା ବଳକା ରଖିଥିବାବେଳେ ଅନ୍ୟ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କ ପାଣ୍ଠିକୁ ପ୍ରାୟ ଖର୍ଚ୍ଚ କରିଦେଇଥିଲେ। ରୟାଲ୍ସ ଖର୍ଚ୍ଚବେଳେ ଆଗପଛ ସବୁ ଦିଗରୁ ବିଚାର କରିଥାଏ। ଦଳ କର୍ନାଟକ ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କୁ ୬.୨କୋଟି ଟଙ୍କା ବିନିମୟରେ ଖରିଦ କରିଥିଲା। ଦିବସରେ ଉନାଡକଟଙ୍କୁ ନେବାଲାଗି ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାତ୍ର ଶେଷରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିକ ମୂଲ୍ୟରେ କିଣି ନେଇଥିଲା। ଉନାଡକଟଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କା ରହିଥିବାବେଳେ ସେ ୧୧.୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଟି୨୦ ସ୍ପେଶାଲିଷ୍ଟ ଉନାଡକଟ ଏତେ ଦାମ୍‌ରେ ବିକ୍ରି ହେବା ପଛରେ ଯଥେଷ୍ଟ କାରଣ ରହିଛି। ଗତ ସିଜନରେ ସେ ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ତରଫରୁ ଖେଳି ୧୩.୪୧ ଆଭରେଜରେ ୨୪ଟି ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ଭାରତର ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ମ୍ୟାନ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ରୟାଲ୍ସ ଶନିବାର ନିଲାମିର ସବୁଠାରୁ ଦାମୀ ଖେଳାଳି ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ୧୨.୫ କୋଟି ଟଙ୍କାରେ କ୍ରୟ କରିଥିଲା। ରବିବାର ବହୁ ମୂଲ୍ୟରେ ବିକ୍ରି ହୋଇଥିବା ଅନ୍ୟ ଜଣେ ଖେଳାଳି ହେଲେ ଅଫ୍‌ ସ୍ପିନର ଗୋଥାମ। ସେ ତାଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କାର ୩୧ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ଭାରତୀୟ ଖେଳାଳିଙ୍କ ପ୍ରତି ସେମାନଙ୍କ ଆଗ୍ରହ ଜାରି ରଖିଥିଲେ। ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କୁ ଆରସିବି ୩.୨କୋଟି ଟଙ୍କାରେ କ୍ରୟ କରିଥିଲା। ସେହିପରି ପଞ୍ଜାବ ପେସ୍‌ ବୋଲର ସନ୍ଦୀପ ଶର୍ମାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୩ କୋଟି ଟଙ୍କାରେ ନେଇଥିବାବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏହାର ରାଇଟ୍‌ ଟୁ ମ୍ୟାଚ୍‌ (ଆରଟିଏମ) ଜରିଆରେ ମୋହିତ ଶର୍ମାଙ୍କୁ ୨.୪ କୋଟି ଟଙ୍କା ବିନିମୟରେ ରଖିଥିଲା। ସେହିପରି ଝାଡ଼ଖଣ୍ଡ ସ୍ପିନର ଶାହବାଜ ନଦିମଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ ୩.୨କୋଟି ଟଙ୍କାରେ କ୍ରୟ କରିଥିବା ବେଳେ ମହମ୍ମଦ ସାଇରାଜଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨.୬ କୋଟି ଟଙ୍କାରେ ଖରିଦ କରିଥିଲା। ଶନିବାର ଭଳି କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ଦିବସରେ ପ୍ରତିଭା ଖେଳାଳିଙ୍କ ସନ୍ଧାନରେ ରହିଥିଲା। ପ୍ରଥମ ଦିବସରେ କମଳେଶ ନାଗରକୋଟିି ଓ ଶୁଭ ଗିଲ୍‌ଙ୍କ ପରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଅନ୍ୟ ଜଣେ ଖେଳାଳି ଶିଭମ ମାଭିଙ୍କୁ ୩କୋଟି ଟଙ୍କାରେ ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଲୁଙ୍ଗି ଏନ୍‌ଗିଡିଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ୫୦ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଡେରିରେ ନଜର ପଡ଼ିଥିଲା। ଆକିଲା ଦନଞ୍ଜୟ ତାଙ୍କ ବେସ୍‌ ପ୍ରାଇସ୍‌ ୫୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ। ଦୁଷ୍ମନ୍ତ ଚାମିରାଙ୍କୁ ଦ୍ୱିତୀୟ ଶ୍ରୀଲଙ୍କା ଖେଳାଳି ଭାବେ ରୟାଲ୍ସ ୫୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଅଷ୍ଟ୍ରେଲିଆର ପୂର୍ବତନ ପେସ୍‌ ବୋଲର ମିଚେଲ ଜନସନଙ୍କୁ କୋଲକାତା ୨ କୋଟି ଟଙ୍କାରେ ନେଇଥିଲା। ରବିବାର ଯେଉଁ କେତେଜଣ ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ବିକ୍ରି ହୋଇ ପାରି ନ ଥିଲେ ସେମାନେ ହେଲେ- ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେଇନ୍‌ ଓ ମର୍ନେ ମୋର୍କେଲ, ଇଂଲଣ୍ଡର ଇଅନ ମୋର୍ଗାନ, ନ୍ୟୁଜିଲାଣ୍ଡର କୋରେ ଆଣ୍ଡରସନ ଓ ମାର୍ଟିନ ଗୁପ୍‌ଟିଲ ଏବଂ ଅଷ୍ଟ୍ରେଲିଆର ଶନ୍‌ ମାର୍ଶ।
All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ ବେଶ୍‌ ମନମୋହକ ହେବ। ଏଥିପାଇଁ ଆୟୋଜକ ଇଣ୍ଡୋନେସିଆ ସବୁ ପ୍ରକାର ପ୍ରୟାସ ତଥା ପସ୍ତୁତି ପର୍ବ ଶେଷ କରିଛି। ଏଥିପାଇଁ ବହୁତ ସମୟ ଓ ପ୍ରତିଭାର ପ୍ରୟୋଗ କରାଯାଇଛି। ଏକ ଆନ୍ତର୍ଜାତିକ ଇଭେଣ୍ଟକୁ ସଫଳଭାବେ ଆୟୋଜନ କରିବାକୁ ଇଣ୍ଡୋନେସିଆ ସୁଯୋଗ ହାସଲ କରିଛି ଓ ସାରା ବିଶ୍ୱକୁ ନିଜର ଦକ୍ଷତାର ପ୍ରମାଣ ଦେବାକୁ ଚେଷ୍ଟିତ ହେବ। ପ୍ରଥମଥର ପାଇଁ ଏସିଆନ ଗେମ୍ସର ଉଦ୍‌ଘାଟନୀ ଉତ୍ସବକୁ ଦୁଇଟି ସହର ଜାକର୍ତ୍ତା ଓ ପାଲେମବାଙ୍ଗ ମିଳିତ ଭାବେ ଆୟୋଜନ କରିବେ। ତେବେ ଏହା ଜାକର୍ତ୍ତାର ଜିବିକେ ମୁଖ୍ୟ ଷ୍ଟାଡିୟମରେ ପ୍ରଥମେ ଆରମ୍ଭ ହେବ। ୪୦ଟି କ୍ରୀଡ଼ା ଓ ୬୭ଟି ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ୨୮ଟି ନୂଆ ଅଲିମ୍ପିକ୍‌ କ୍ରୀଡ଼ା, ୪ଟି ନୂଆ ଅଲିମ୍ପିକ କ୍ରୀଡ଼ା, ୮ଟି ଅଣ- ଅଲିମ୍ପିକ କ୍ରୀଡ଼ା ସାମିଲ ରହିଛି। 

ଭାରତ ପାଇଁ କର ଅବା ମର

ଭାରତ ପାଇଁ କର ଅବା ମର

ନଟ୍ଟିଂହାମ, ୧୭।୮(ପି.ଟି.)-
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ଟେଷ୍ଟ ଶନିବାର ଏଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୨ଟି ଟେଷ୍ଟ ହାରିସାରିଥିବାରୁ ଭାରତ ପାଇଁ ଏହି ଟେଷ୍ଟର ଗୁରୁତ୍ୱ ବହୁ ପରିମାଣରେ ବଢ଼ି ଯାଇଛି। ଇଂଲଣ୍ଡ ମ୍ୟାଚ ଜିତିଲେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩-୦ରେ ଅଗ୍ରଣୀ ନେବା ସହିତ ଏହାକୁ ଆଗୁଆ ଜିତିଯିବ। ତେଣୁ ଭାରତ ପାଇଁ ଏହି ଟେଷ୍ଟ ‘କର ଅବା ମର’ ସଦୃଶ ହୋଇଛି।

ଏସିଆନ ଗେମ୍ସ ଆଜିଠାରୁ:  ଐତିହାସିକ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଏସିଆନ ଗେମ୍ସ ଆଜିଠାରୁ: ଐତିହାସିକ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଜାକାର୍ତ୍ତା, ୧୭।୮(ପି.ଟି.)- ବିଶ୍ୱର ଅନ୍ୟତମ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସ ୧୮ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ଉତ୍ସବ ଉପରେ ସାରା ବିଶ୍ୱର ନଜର ରହିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ରହିଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଖେଳାଯିବାକୁ ଥିବା ଏସିଆନ ଗେମ୍ସରେ ପୂର୍ବରୁ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ଭାରତ ଏବେ ଉନ୍ନତ ପ୍ରଦର୍ଶନ ଲଊକ୍ଷ୍ୟରେ ରହିଛି। କିଛିମାସ ତଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦମ୍‌ଦାର ପ୍ରଦର୍ଶନ କରିଥିବା ଭାରତୀୟ ଆଥଲେଟମାନେ ଏହି କ୍ରୀଡ଼ାରେ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି।  କେତୋଟି ତଥାକଥିତ ବିବାଦକୁ ପଛରେ ପକାଇ ଏଥର ଭାରତ ଏକ ସର୍ବବୃହତ୍‌ ଦଳ ଜାକର୍ତ୍ତା ପଠାଇଛି। ଆଥଲେଟ ଓ ଅଫିସିଆଲଙ୍କୁ ମିଶାଇ ଏକ ୮୦୪ ଜଣିଆ ଭାରତୀୟ ଦଳ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ।

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ଲାହୋର,୧୭।୮(ପି.ଟି.)- ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନୈତିଜ୍ଞ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନରେ ପହଞ୍ଚତ୍ଛନ୍ତି। ସେ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନ ଖଁାଙ୍କ ଶପତ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି।

ବିଶ୍ୱ ଜୁନିୟର ଟ୍ରାକ ସାଇକ୍ଲିଂ ଚାମ୍ପିୟନଶିପ୍‌: ଆଲବେନଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୧୭।୮(ପି.ଟି.)- ଭାରତୀୟ ଟିନ ଏଜ ସାଇକେଲ ଚାଳକ ଇସୋ ଆଲବେନ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ସାଇକେଲିଷ୍ଟ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ଟ୍ରାକ ସାଇକେଲ ଚାଳନା ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। 

ଜାମଶେଦ ୧୦ ବର୍ଷ ବାସନ୍ଦ

ଜାମଶେଦ ୧୦ ବର୍ଷ ବାସନ୍ଦ

କରାଚି,୧୭।୮(ଏଏଫ୍‌ପି)- ପୂର୍ବତନ ପାକିସ୍ତାନ ଟେଷ୍ଟ ଦଳର ଓପନର ନସିର ଜାମଶେଦଙ୍କୁ ୧୦ ବର୍ଷ ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବାସନ୍ଦ କରାଯାଇଛି। ପାକିସ୍ତାନ ସୁପର ଲିଗ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

ମାର୍ଟିନ ଡିଆଜଙ୍କ ଏଫ୍‌ସି ପୁନେ ଅନୁବନ୍ଧିତ

ପୁନେ,୧୭।୮(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଫ୍‌ସି ପୁନେ ସିଟି ଉରୁଗୁଏର ସେଣ୍ଟର ବ୍ୟାକ ମାର୍ଟିନ ଡିଆଜଙ୍କ ସହ ଚୁକ୍ତି କରିଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ବିଜୟଓ୍ବାଡା,୧୭।୮- ଏଠାରେ ଭାରତ ଏ, ଭାରତ ବି, ଦକ୍ଷିଣ ଆଫ୍ରିକା ଏ’ ଓ ଅଷ୍ଟ୍ରେଲିଆ ଏ’କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌କୁ ବିତାଲ କରିବାକୁ ପଡ଼ିଛି। 

ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଖେଳିପାରନ୍ତି ପନ୍ତ

ନଟ୍ଟିଂହାମ,୧୭।୮- ଲଡର୍‌ସ ଟେଷ୍ଟ ଅଢ଼ଇ ଦିନରେ ପରାସ୍ତ ହୋଇଥିତ୍ବା ଭାରତୀୟ ଦଳକୁ ଟେଷ୍ଟ ସିରିଜ୍‌ରେ ତିଷ୍ଠିବା ଲାଗି କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମ ହେଉଛି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ।

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ମୁମ୍ବାଇ,୧୭।୮- ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଓପନରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।  ମୁରଲୀ ବିଜୟ, ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କ ମଧ୍ୟରୁ କୌଣସି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଅନ୍ୟପକ୍ଷରେ ଦିନିକିଆ ଓ ଟି୨୦ ଫର୍ମାଟରେ ସଫଳତମ ଭାରତୀୟ ଓପନର ରୋହିତ ଶର୍ମା ଟେଷ୍ଟରେ ମଧ୍ୟ ଓପନିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ଫୁଟ୍‌ବଲ ପରିଚାଳନା କରିବ ଫିଫା

ସିଡ୍‌ନୀ,୧୭।୮(ଏଏଫ୍‌ପି)- ଫୁଟ୍‌ବଲ ଫେଡେରେଶନ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ମୁଖ୍ୟ ଷ୍ଟିଭେନ ଲୋୟ ପୁନଃ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଶୁକ୍ରବାର କହିଛନ୍ତି। ଫଳରେ ଅଷ୍ଟ୍ରେଲିଆ ଫୁଟ୍‌ବଲକୁ ଅନ୍ତର୍ଜାତୀୟ ଫୁଟ୍‌ବଲ ପରିଚାଳକ ସଂସ୍ଥା (ଫିଫା) ପରିଚାଳିତ କରିବ ବୋଲି ସ୍ପଷ୍ଟ ହୋଇଛି। 

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଜାକର୍ତ୍ତା, ୧୭ା୮ (ପି.ଟି.)-ଜଣେ ସ୍ପେଶାଲିଷ୍ଟ ପୁରୁଷ ପାର୍ଟନର ନ ପାଇବାରୁ ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଶେଷରେ  ଶନିବାର ଆରମ୍ଭ ହେବାକୁଥିବା ୧୮ତମ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି। ୪୫ ବର୍ଷୀୟ ଭାରତୀୟ ଖେଳାଳି ଇତିମଧ୍ୟରେ ୧୮ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପକ୍ଷରୁ ପେସ୍‌ଙ୍କୁ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲଙ୍କୁ ପାର୍ଟନର କରି ଖେଳିବାକୁ କୁହାଯାଇଥିଲା। ନାଗାଲ କିନ୍ତୁ ଏବେ ଭଲ ଫର୍ମରେ ନାହାନ୍ତି। ଏହା ପେସ୍‌ଙ୍କ ପାଇଁ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏସିଆନ ଗେମ୍ସରେ ସେମାନଙ୍କୁ ଯୋଡ଼ିଦାର ହୋଇ ଖେଳିବା ଲାଗି ସୁଯୋଗ ଦେବା ପାଇଁ ଦେଶର ଟପ୍‌ ଡବଲ୍ସ ଯୋଡ଼ି ରୋହନ ବୋପାନ୍ନା ଓ ଡିଭିଜ  ଶରନ   ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)କୁ ଅନୁରୋଧ କରିଥିଲେ।