ମେଟ୍ରୋ |

ନନ୍ଦନକାନନରେ ମହାବଳର ମାଙ୍କଡ଼ ଶିକାର

ନନ୍ଦନକାନନରେ ମହାବଳର ମାଙ୍କଡ଼ ଶିକାର
ବାରଙ୍ଗ, ୨୮।୧(ଡି.ଏନ.ଏ.)- ଗଛ ଡାଳରେ ଖେଳୁଥିବାବେଳେ ନଂ. ୩୧ ବି ଏନ୍‌କ୍ଲୋଜରକୁ ଖସିପଡ଼ିଲା ଏକ ଛୁଆ ମାଙ୍କଡ଼। ଛୁଆଟିକୁ ବଞ୍ଚାଇବାକୁ ଯାଇ ଆଉ ଏକ ଅଣ୍ଡିରା ମାଙ୍କଡ଼ ଏନ୍‌କ୍ଲୋଜର ଭିତରକୁ ଡେଇଁଲା। ସେତେବେଳକୁ ଛୁଆ ପାଖରେ ପହଞ୍ଚତ୍ ସାରିଥିଲା ଉକ୍ତ ଏନ୍‌କ୍ଲୋଜରରେ ରହୁଥିବା ମହାବଳ ବାଘ ମନୀଷ। ମନୀଷ କବଳରୁ ଛୁଆଟିକୁ ଉଦ୍ଧାର କରିବାକୁ ଅଣ୍ଡିରା ମାଙ୍କଡ଼ଟି ପ୍ରାଣପଣେ ଉଦ୍ୟମ କଲା। ସେମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଲା। କିନ୍ତୁ ଶତ ଚେଷ୍ଟା ପରେ ବି ଅଣ୍ଡିରା ମାଙ୍କଡ଼ଟି ବିଫଳ ହେଲା। ଶେଷରେ ଛୁଆ ମାଙ୍କଡ଼ ସହିତ ସେ ନିଜେ ମନୀଷର ଶିକାର ପାଲଟିଗଲା। ରବିବାର ଅପରାହ୍ନରେ ପ୍ରାୟ ୧୦ ମିନିଟ୍‌ ଧରି ଏଭଳି ଦୃଶ୍ୟ ଦେଖୁଥିଲେ ପର୍ଯ୍ୟଟକ। କିଛି ସମୟ ପାଇଁ ଏହା ସେମାନଙ୍କୁ ମନୋରଞ୍ଜ କରାଇଥିଲା। ମାତ୍ର ମାଙ୍କଡ଼ ୨ଟିର ମୃତ୍ୟୁ ପରେ ସମସ୍ତଙ୍କ ମନରେ ନିରାଶା ଖେଳିଯାଇଥିଲା। ପର୍ଯ୍ୟଟକମାନଙ୍କ ପାଟି ଶୁଣି ନନ୍ଦନାନନ କର୍ମଚାରୀମାନେ ଆସି ମନୀଷ କବଳରୁ ମୃତ ମାଙ୍କଡ଼ଦ୍ୱୟଙ୍କୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ରୋହିତ ଏବଂ ଶୈଳଜାଠାରୁ ୨୦୦୮ଫେବୃୟାରୀ ୨୮ରେ ମନୀଷ ଜନ୍ମଗ୍ରହଣ କରିଥିଲା। ହିମାଳୟ ଭାଲୁ ଶମ୍ଭୁ ଅସୁସ୍ଥ ନନ୍ଦନକାନନର ପୁରୁଣା ହିମାଳୟ ଭାଲୁ ଶମ୍ଭୁ ଅସୁସ୍ଥ ହୋଇପଡ଼ିଛି। ୧୯୮୮ରେ ସେ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା। ଶମ୍ଭୁ ଏବେ ୧୬ନଂ ଏନକ୍ଲୋଜରରରେ ରହୁଛି। ତା’ ଡାହାଣପଟ ଆଗଗୋଡ ଫୁଲି ରହିବା ପରେ ଏଠାକାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇ ନ ଥିଲା। ଫଳରେ ରବିବାର ସ୍ବାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ଆସି ଶମ୍ଭୁର ସ୍ବାସ୍ଥ୍ୟକୁ ଅନୁଧ୍ୟାନ କରିଛନ୍ତି। ୧୫ଦିନ ପାଇଁ ଆଣ୍ଟି ବାୟୋଟିକ୍‌ ଔଷଧ ଦେଇ ଯାଇଛନ୍ତି। ୧୫ଦିନ ମଧ୍ୟରେ ଶମ୍ଭୁ ସୁସ୍ଥ ନ ହେଲେ ଗୋଡ଼ରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟେ, ଶମ୍ଭୁ ହିମାଳୟ ଭାଲୁମାନଙ୍କ ବଂଶବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
All Right Reserved By

ମେଟ୍ରୋ |

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡ଼ିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ୩୧୪ ବ୍ଲକ ୬୭୯୮ ପଞ୍ଚାୟତରେ ପହଞ୍ଚିପାରିଛି। ଏଥିସହ ମୋଟ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। 

ଧାନମଣ୍ଡିରେ ମିଲର ଧାନ ନ ନେବାରୁ ଚାଷୀଙ୍କ ରାସ୍ତାରୋକୋ

ଧାନମଣ୍ଡିରେ ମିଲର ଧାନ ନ ନେବାରୁ ଚାଷୀଙ୍କ ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୨।୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ମିଲର ଧାନ ନ ନେବାରୁ ମଙ୍ଗଳବାର ଚାଷୀ ଆନ୍ଦୋଳନ କରିଛନ୍ତି।

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ତିରିମଲ୍ଲ ବାଜପୁର ରାସ୍ତା କଡ଼ରୁ ମଙ୍ଗଳବାର  ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ତିରିମଲ୍ଲ  କ୍ରଶର ନିକଟସ୍ଥ ଏକ ବୁଦାମୂଳରେ ଶିଶୁଟି ପଡ଼ି ରହିଥିଲା ।

ଜଟଣୀ ତହସିଲ କର୍ମଚାରୀଙ୍କ  କଲମ ଛାଡ଼ ଆନ୍ଦୋଳନ

ଜଟଣୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଜଟଣୀ,୨୨।୧(ଡି.ଏନ.ଏ): ଜଟଣୀ ତହସିଲ କର୍ମଚାରୀ ମଙ୍ଗଳବାର କାର୍ଯ୍ୟବନ୍ଦକରି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ସନ୍ତୋଷ ମୁଦୁଲି ନାମକ ଜନୈକ ତହସିଲ କର୍ମଚାରୀଙ୍କୁ ଜଣେ ଆଇନଜୀବୀ ଧକ୍କା ମାରିବା ଅଭିଯୋଗକରି କର୍ମଚାରୀମାନେ ଏହି ଆନ୍ଦୋଳନ କରିଛନ୍ତି। 

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା

ଜଟଣୀ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ୧୬ ନ. ଜାତୀୟ ରାଜପଥର ଯାଆଁଳା ଫାଣ୍ଡି ଅନ୍ତର୍ଗତ ବାଟ ଭୁଆଶୁଣି ମନ୍ଦିର ନିକଟରେ ମଙ୍ଗଳବାର ଭୋର ସମୟରେ ଏହା ଅଘଟଣ ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୈଳାସ ଯାଦବ।

ରେମୁଣା ବ୍ଲକ ବିଜେଡି ସଭାପତି ହେଲେ ଗୋପୀନାଥ ସେନାପତି

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ବିଜେଡି ସଭାପତି ଭାବେ ଗୋପୀନାଥ ସେନାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ନାୟକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। 

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

କାକଟପୁର, ୨୨।୧(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ପର୍ଯ୍ୟଟନସ୍ଥଳୀ ଜାହାନିଆଁ ପୀର ବେଳାଭୂମିରେ ଗତ ରବିବାର ସମୁଦ୍ରରେ ବୁଡ଼ି ୩ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡ଼ିଛି। ଜାହାନିଆଁ ବେଳାଭୂମିରେ ଲଗାଯାଇଛି ସତର୍କ ସୂଚନା ପୋଷ୍ଟର। ଛୁରିଅନା ପଞ୍ଚାୟତ ପକ୍ଷରୁ ଏହି ସତର୍କ ସୂଚନା ପୋଷ୍ଟର ଲଗାଯାଇଥିବା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ କହିଛନ୍ତି। 

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଭଦ୍ରକଠାରେ ଇଣ୍ଡିଆନ୍‌ ଅଏଲ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନାହାନ୍ତି। ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। 

ପୁରୀରେ କଂସ ମହାରାଜ

ପୁରୀରେ କଂସ ମହାରାଜ

ପୁରୀ ଅଫିସ,୨୨।୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି।