ଜାତୀୟ |

ଏସିଡ୍‌ ପୀଡ଼ିତାଙ୍କୁ ସଂରକ୍ଷଣ

ଏସିଡ୍‌ ପୀଡ଼ିତାଙ୍କୁ ସଂରକ୍ଷଣ
ନୂଆଦିଲ୍ଲୀ,୨୮।୧(ପି.ଟି.) : ଏଣିକି ଏସିଡ୍‌ ଆକ୍ରମଣ ପୀଡ଼ିତା, ମାନସିକ ରୋଗୀ ଓ ବୌଦ୍ଧିକ ଅକ୍ଷମ ବ୍ୟକ୍ତିମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବେ କେନ୍ଦ୍ର ସରକାର। ଖାଲିପଡ଼ିଥିବା ମୋଟ ପଦବୀ ସଂଖ୍ୟାର ୪% ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନୂଆ ନିୟମ ଅନୁସାରେ ପୂରଣ କରାଯିବ। ୪୦% ଶାରୀରିକ ବା ମାନସିକ ଅକ୍ଷମ ଥିବା ଏଭଳି ଦିବ୍ୟାଙ୍ଗମାନଙ୍କୁ ‘କ’, ‘ଖ’ ଏବଂ ‘ଗ’ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କାର୍ମିକ ବିଭାଗ ପକ୍ଷରୁ ନିକଟରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ପାଖକୁ ଏକ ପତ୍ର ଲେଖାଯାଇଛି। ଖାଲିଥିବା ସମସ୍ତ ସ୍ଥାନର ଅନୂ୍ୟନ ୧% ପଦବୀରେ ଦୃଷ୍ଟିହୀନ ବା ସ୍ବଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି, ବାମନ, ସ୍ନାୟବିକ କୁପୋଷଣ ଓ ଏସିଡ୍‌ ଆକ୍ରମଣରେ ପୀଡ଼ିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ଏଥିରେ କୁହାଯାଇଛି। ସେହିପରି ମାନସିକ ରୋଗ, ବୌଦ୍ଧିକ ଅକ୍ଷମତା ତଥା ନିର୍ଦ୍ଦିଷ୍ଟ ଶିକ୍ଷା ଭିନ୍ନକ୍ଷମତା ଆଦି ରୋଗରେ ପୀଡ଼ିତଙ୍କୁ ମଧ୍ୟ ୧% ନିଯୁକ୍ତି ଦିଆଯିବାକୁ କୁହାଯାଇଛି। ମାନସିକ ଅକ୍ଷମତା ହେଉଛି ଏଭଳି ଏକ ଅବସ୍ଥା ଯହିଁରେ ଆକ୍ରାନ୍ତ ପୀଡ଼ିତଙ୍କଠାରେ ରିଜନିଂ, ଲର୍ନିଂ ଓ ପ୍ରୋବ୍ଲେମ୍‌ ସଲ୍‌ଭିଂ ଏବଂ ଆଡେପ୍ଟିଭ୍‌ ବିହେଭିଅର୍‌ ଭଳି ଦକ୍ଷତାର ଅଭାବ ରହିଥାଏ। ଦିବ୍ୟାଙ୍ଗ ଅଧିକାର ଆଇନ, ୨୦୧୬ ଲାଗୁ ହେବା ପରେ ଶିକ୍ଷାଗତ ଅକ୍ଷମତା ଏବଂ ଏସିଡ୍‌ ଆକ୍ରମଣର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସଂରକ୍ଷଣ ସୁବିଧାକୁ ସୁନିଶ୍ଚିତ କରିବା ନେଇ ଏହି ପଦକ୍ଷେପ ନିଆଯାଉଛି। କାର୍ମିକ ବିଭାଗର ୨୦୦୫ ନିର୍ଦ୍ଦେଶନାମା ଅନୁସାରେ ଦିବ୍ୟାଙ୍ଗମାନଙ୍କ ପାଇଁ ପୂର୍ବରୁ ୩% ସଂରକ୍ଷଣ ଦିଆଯାଉଥିଲା। ଏଥିରୁ ୧% ଲେଖାଏ ପଦବୀରେ ଦୃଷ୍ଟିହୀନ ବା ସ୍ବଳ୍ପ ଦୃଷ୍ଟିସମ୍ପନ୍ନ, ବଧିର ଏବଂ ମାନସିକ ପକ୍ଷାଘାତ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଦିଆଯାଉଥିଲା। ନୂଆ ନିୟମ ଅନୁସାରେ ଅଧିକ ୧% ସଂରକ୍ଷଣ ବ୍ୟବସ୍ଥା କରିବାକୁ ସମସ୍ତ ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଭିଯୋଗ ଶୁଣାଣି ଲାଗି ‘ଗ୍ରିଭେନ୍ସ ରିଡ୍ରେସାଲ୍‌ ଅଫିସର’ ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ଏହି ଅଧିକାରୀମାନେ ନିଜ ପାଖରେ ଏକ ରେଜିଷ୍ଟର ରଖିବେ। ସେଥିରେ ସମ୍ପୃକ୍ତ ଅଧିକାରୀ ଅଭିଯୋଗକାରୀଙ୍କ ନାମ, ଅଭିଯୋଗର ତାରିଖ, କେଉଁ ପ୍ରକାର ଅଭିଯୋଗ ଓ କାହା ବିରୋଧରେ ଅଭିଯୋଗ କରାଯାଇଛି ତା’ର ସବିଶେଷ ବିବରଣୀ ଉଲ୍ଲେଖ କରିବେ। କେହି ‘କ’, ‘ଖ’ ଏବଂ ‘ଗ’ ବର୍ଗର ଆବେଦନକାରୀ ନିଯୁକ୍ତିରେ ଭେଦଭାବର ଶିକାର ହୋଇଥିଲେ ସେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ। ଦୁଇମାସ ମଧ୍ୟରେ ପ୍ରତ୍ୟେକ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅବଗତ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
All Right Reserved By

ଜାତୀୟ |

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ନୂଆଦିଲ୍ଲୀ,୨୨।୪: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। 

ଟଙ୍କା ନ ଦେବାରୁ ମା’ଙ୍କୁ ପଥରରେ ଛେଚି ହତ୍ୟା କଲେ ପୁଅ

ଟଙ୍କା ନ ଦେବାରୁ ମା’ଙ୍କୁ ପଥରରେ ଛେଚି ହତ୍ୟା କଲେ ପୁଅ

ଗାଜିଆବାଦ, ୨୨।୪: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ନିଜ ମା’ଙ୍କୁ ହତ୍ୟା କରିଛନ୍ତି ୪୦ବର୍ଷର ପୁଅ। 

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

ପ୍ରେମିକ ସହ କଲେ ପତ୍ନୀଙ୍କ ବିବାହ, ଉପହାର ଦେଲେ ନିଜ ଅଢେଇ ବର୍ଷର ପୁଅ

ପ୍ରେମିକ ସହ କଲେ ପତ୍ନୀଙ୍କ ବିବାହ, ଉପହାର ଦେଲେ ନିଜ ଅଢେଇ ବର୍ଷର ପୁଅ

ଭାଗଲପୁର,୨୨।୪: ବିହାର ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। 

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଭୋପାଳ,୨୨।୪:  ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। 

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ

ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ

ମାଙ୍ଗାଲୋର୍‌,୨୨।୪: କର୍ନାଟକରେ ଏବେ ପାଳିତ ହେଉଛି ଏକ ନିଆରା ଉତ୍ସବ। ଏଠାରେ ମାତା ଦୁର୍ଗା ପଶ୍ଚିମେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ୮ ଦିନିଆ ଅଗ୍ନିଯୁଦ୍ଧ ଉତ୍ସବ। 

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି) ନେତା ଆଜମ୍‌ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। 

ମୋଦିଙ୍କ ବାୟୋପିକ୍‌: ସୁପ୍ରିମ୍‌କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର

ମୋଦିଙ୍କ ବାୟୋପିକ୍‌: ସୁପ୍ରିମ୍‌କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। 

ରାହୁଲଙ୍କ ନାମାଙ୍କନ ବୈଧ

ରାହୁଲଙ୍କ ନାମାଙ୍କନ ବୈଧ

ଆମେଠି,୨୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ପ୍ରମାଣ ପତ୍ର ତଥା  ଏମ୍‌ ଫିଲ୍‌ ଡିଗ୍ରୀ ନେଇ ଭାଜପାର କିଛି ସଦସ୍ୟଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଥିଲା।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri