ରାଜ୍ୟ |

ତତ୍ପର ହେଲେଣି ତିନିଦଳ

ତତ୍ପର ହେଲେଣି ତିନିଦଳ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଫେବୃୟାରୀ ୨୪ତାରିଖରେ ବିଜେପୁର ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚଳିତ ମାସ ୨୩ତାରିଖରେ ଏନେଇ ତାରିଖ ଘୋଷଣା କରାଯାଇଛି। ଏହାପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଉପନିର୍ବାଚନ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ଆସନର କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଅନ୍ୟ ଦଳଗୁଡିକଠାରୁ ଗୋଟିଏ ପାଦ ଆଗରେ ରହିଛି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ରୀତା ସାହୁ ଆସନ୍ତା ମାସ ୫ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଉ ଦୁଇଦିନ ମଧ୍ୟରେ ଭାଜପା ତା’ର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି। ଏନେଇ ରବିବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀର କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସମସ୍ତ ଆଗଧାଡିର ନେତା ଆଲୋଚନା କରି ପ୍ରାର୍ଥୀ ତାଲିକା ଭାଜପା ସଂସଦୀୟ ବୋର୍ଡ ନିକଟକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ୨୦୦୪ମସିହାରୁ ଲଗାତାର ଏହି ଆସନରେ ଜିତି ଆସୁଥିବା କଂଗ୍ରେସ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ ଦୌଡରେ ପ୍ରବେଶ କରି ନାହିଁ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଜେପୁର ଉପନିର୍ବାଚନର ପ୍ରାର୍ଥୀ ଚୟନ ଲାଗି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏକ ସମନ୍ବୟ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ପ୍ରକାଶ ଦେବତା, ନବ ଦାସ, କିଶୋର ପଟେଲ, ସାଧୁ ନେପାକ ଏବଂ ହେମାନନ୍ଦ ବିଶ୍ୱାଳ ରହିଥିଲେ। କମିଟି ଦ୍ୱାରା ଆପାତତଃ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ସ୍ଥିର ହୋଇଥିଲା। ସୁବଳଙ୍କ ପରିବାର ବିଜେଡିରେ ସାମିଲ ହେବାପରେ ବିଜେପୁର ଉପନିର୍ବାଚନ ଲାଗି ପ୍ରଣୟ ଉପଯୁକ୍ତ ପ୍ରାର୍ଥୀ ବୋଲି ଅଧିକାଂଶ କଂଗ୍ରେସ କର୍ମୀ ଏବଂ ନେତା ମତ ରଖିଥିଲେ। ଏ ସମ୍ପର୍କିତ ରିପୋର୍ଟ କେନ୍ଦ୍ରକୁ ମଧ୍ୟ ପଠାଇ ଦିଆଯାଇଥିଲା। ମାତ୍ର ଘଟଣାକ୍ରମେ ଅନ୍ୟ ଏକ ଦଳକୁ ଫାଇଦା ଦେବା ସକାଶେ କଂଗ୍ରେସ ପ୍ରଣୟଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଯଥେଷ୍ଟ କମ୍‌ ରହିଛି ବୋଲି ଜଣାପଡିଛି। ଅନ୍ୟପଟେ ଏଆଇସିସି ପକ୍ଷରୁ ପ୍ରାର୍ଥୀ ଚୟନ ଲାଗି ଆଉ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଏହି କମିଟିରେ ଅଧ୍ୟକ୍ଷ କରାଯାଇଛି। ଏହି କମିଟି ଉପଯୁକ୍ତ ପ୍ରାର୍ଥୀ ଚୟନ କରି ପିସିସିକୁ ଜଣାଇବ। କମିଟି ଗଠନ ପରେ ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ଅଧିକାଂଶ ନେତାଙ୍କ କହିବା କଥା କଂଗ୍ରେସ ସଙ୍ଗଠନଠାରୁ ବହୁବର୍ଷ ହେବ ରିପୁ ଦୂରେଇ ରହିଛନ୍ତି। ସେଠାରେ ତାଙ୍କର ନିଜସ୍ବ ସଙ୍ଗଠନ ନାହିଁ। କଂଗ୍ରେସ ଯଦି ଏଭଳି ଯୋଜନା କରେ ତେବେ ଉପନିର୍ବାଚନ ଲଢେଇରୁ ଦଳ ବାଦ୍‌ ପଡିବ ବୋଲି ଅନେକ ବରିଷ୍ଠ ନେତା ମତପ୍ରକାଶ କରିଛନ୍ତି।
ଅନ୍ୟ ରାଜ୍ୟରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ପ୍ରାର୍ଥୀ ଚୟନ ଲାଗି ଏଆଇସିସି ପକ୍ଷରୁ କୌଣସି କମିଟି ଗଠନ କରାଯାଇନି। ତେବେ ଓଡ଼ିଶାରେ ହେବାକୁ ଥିବା ଉପନିର୍ବାଚନ ଲାଗି କାହିଁକି କମିଟି ଗଠନ ହେଲା ବୋଲି ଦଳର କେତେକ ନେତା ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଗୋଟିଏ କମିଟି କରାଯାଇଥିଲା ବେଳେ ପୁଣି ଏକ କମିଟି ଗଠନ ହେବାର ଉଦ୍ଦେଶ୍ୟ କ’ଣ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ କହିବା କଥା ହେଉଛି, ରାଜ୍ୟ ନେତାମାନେ ଦଳର ସ୍ଥିତି ନେଇ ଆଦୌ ଚିନ୍ତିତ ନୁହନ୍ତି। ତେଣୁ ପିସିସି ପ୍ରସ୍ତୁତ କରିଥିବା କମିଟି ରିପୋର୍ଟ କେନ୍ଦ୍ର ନେତାଙ୍କ ନିକଟରେ ଦୃଢଭାବେ ଉପସ୍ଥାପନା କରିପାରିଲେ ନାହିଁ। ବିଜେପୁର ଉପନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ କୁହାଯାଉଛି। ଏହି ଉପନିର୍ବାଚନରେ କଂଗ୍ରେସ ଯଦି ତୃତୀୟ ସ୍ଥାନକୁ ଖସିଯାଏ ତେବେ ଦଳର ଅସ୍ଥିତ୍ୱ ରହିବ ନାହିଁ। ଏହି ରଣନୀତି ଦ୍ୱାରା ଭାଜପା ପଞ୍ଚାୟତ ନିର୍ବାଚନ ଭଳି ଉପନିର୍ବାଚନରେ ମଧ୍ୟ ଫାଇଦା ହାସଲ କରିନେଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି।

All Right Reserved By

Model This Week

ସୌମ୍ୟ

ରାଜ୍ୟ |

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ହାଟଡିହୀ,୨୭।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନାଙ୍କ ଧର୍ମପତ୍ନୀ ମମତା ମଞ୍ଜରୀ ଜେନାଙ୍କ ରବିବାର ପରଲୋକ ଘଟିଛି।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୭।୫(ସ୍ବ.ପ୍ର)- ଏକ ଲୁଣ ବୋଝେଇ ଟ୍ରକରେ ମାଲକାନଗିରି ଜିଲାରୁ ମହାରାଷ୍ଟ୍ରର ନାସିକକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିମେଳା ଛକଠାରେ ଓର୍କେଲ ପୋଲିସ ଓ ନାର୍କୋଟିସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଚଢାଉ କରି ୧୫୯୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ସେମିଳିଗୁଡା,୨୭।୫(ସ୍ବ.ପ୍ର): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାତୁଆ ରେଲ ଷ୍ଟେସନ ନିକଟରେ ବିଶାଖାପାଟଣାରୁ କେରେଣ୍ଡୁଳ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ବନବିଭାଗ ଜବତ କରିଛି। କୋରାପୁଟ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବାଲଡା ରେଞ୍ଜର ସିକୁନ ଗୁଣ୍ଠା ସଦଳବଳ ପାତୁଅ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ତଲାସୀ କରିଥିଲେ। ମୋଟ ୯ଟି ପ୍ୟାକେଟରେ ୧୫୦ କେଜି ଚନ୍ଦନ କାଠ ଜବତ କରିଥିଲେ। ଚନ୍ଦନ କାଠ ମାଫିଆ ଧରା ପଡି ନଥିଲେ। ଏହି ଚନ୍ଦନ କାଠର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ଭଣ୍ଡାରିପୋଖରୀ,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁଲଣାଠାରେ ପୁରାତନ ଛାତ୍ରସଂଘ ପକ୍ଷରୁ ବିଶୋଳ କୁଲଣା ମୈତ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ରୂପ୍‌ସା,୨୭।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ନୁରୁଦ୍ଦିନ ଖାନ୍‌ ଏବଂ ଜହରୁଦ୍ଦିନ ଖାନ୍‌ଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ୩ଟି ବତକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।