ରାଜ୍ୟ |

ଶ୍ରୀନୀଳଚକ୍ର ଆଳତି ଆରମ୍ଭ

ଶ୍ରୀନୀଳଚକ୍ର ଆଳତି ଆରମ୍ଭ
ପୁରୀ ଅଫିସ,୨୮।୧: ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ରବିବାର ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଶ୍ରୀନୀଳଚକ୍ର ଆଳତି। ଗୋଟିଏ ପଟେ ଶ୍ରୀମନ୍ଦିର ଉପରେ ପତିତପାବନ ବାନା ଫର ଫର ଉଡୁଥିବାବେଳେ ସିଂହଦ୍ୱାର ସମ୍ମୁଖ ମଞ୍ଚରେ ଶ୍ରୀନୀଳଚକ୍ର ଆଳତିର ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଅପରାହ୍ନ ୫ଟା ୪୫ରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଶ୍ରୀନୀଳଚକ୍ରଙ୍କ ୧୦୮ ମହାଆଳତି କରାଯାଇଥିଲା। ଏହି ସମୟରେ ନାମ ସଂକୀର୍ତ୍ତନ, ଶଙ୍ଖ, ହରିବୋଲ, ହୁଳହୁଳି ଶବ୍ଦରେ ଉଚ୍ଛୁଳି ଉଠିଥିଲା ସିଂହଦ୍ୱାର ସମ୍ମୁଖ ଓ ବଡ଼ଦାଣ୍ଡ। ପ୍ରଥମେ ଚତୁଃ ସମ୍ପ୍ରଦାୟ ସାଧୁ ସମାଜର ପଣ୍ଡା ମନୋରଞ୍ଜନ ସିଂହାରୀ ଆଳତି କରିବା ପରେ ସାଧୁସନ୍ଥ, ସେବାୟତ ଓ ଭକ୍ତ ଆଳତି କରିଥିଲେ। ଶ୍ରୀନୀଳଚକ୍ର ଆରାଧନା ସେବା ସଂସ୍ଥାନ ପକ୍ଷରୁ ଆରମ୍ଭ ହୋଇଥିବା ଶ୍ରୀନୀଳଚକ୍ରଙ୍କ ଆଳତି ଏଣିକି ପ୍ରତି ସନ୍ଧ୍ୟାରେ ରାଧାବଲ୍ଲଭ ମଠ ଉପରେ କରାଯିବ। ପ୍ରତି ଏକାଦଶୀ ତିଥିରେ ସାମୂହିକ ଭାବେ ଆଳତି ହେବ। ଅପରାହ୍ନରେ ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରି ଆଳତି ପାଇଁ ସିଂହଦ୍ୱାର ସମ୍ମୁଖ ଆଧ୍ୟାତ୍ମିକ ମଞ୍ଚ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ବିଭିନ୍ନ ମଠର ମଠାଧୀଶ ଓ ସେବାୟତ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମଞ୍ଚରେ ସ୍ଥାପିତ ହେବା ପରେ ବେଦପାଠ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ମହନ୍ତ ସୁବଳ ଚରଣ ଦାସ ଶ୍ରୀନୀଳଚକ୍ର ଆରାଧନା ଓ ଆଳତିର ଆଭିମୁଖ୍ୟ ପାଠ କରି କହିଥିଲେ, ଶ୍ରୀନୀଳଚକ୍ର ସାକ୍ଷାତ ଶ୍ରୀପତିତପାବନଙ୍କ ସ୍ବରୂପ। ତାଙ୍କ ଆରାଧନାରେ ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ ଚତୁଃବର୍ଗ ଫଳ ପ୍ରଦାନ କରନ୍ତି। ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ଭାବଧାରାକୁ ପରିବ୍ୟାପ୍ତ କରି ଶାନ୍ତି ଏବଂ ଏକତାର ବାତାବରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ଗଜପତି ମହାରାଜାଙ୍କର ବାର୍ତ୍ତା ପାଠ କରାଯାଇଥିଲା। ମହନ୍ତ ଗଙ୍ଗା ଦାସଜୀ, ଡ. ରାମଚରଣ ଦାସ, ଡ. ବିଜୟ ରାମାନୁଜ ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବାଜୀ ସଚ୍ଚିଦାନନ୍ଦ ଦାସ, ମହନ୍ତ ନାରାୟଣ ରାମାନୁଜ ଦାସ, ଡ. ଉମେଶ ଚନ୍ଦ୍ର ଚିନ୍ନରା ପ୍ରମୁଖ ଶ୍ରୀନୀଳଚକ୍ରଙ୍କ ମାହାତ୍ମ୍ୟ ଉପରେ ପ୍ରବଚନ ଦେଇଥିଲେ। ସନ୍ଧ୍ୟାରେ ପ୍ରତି ଘରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଳତି କରିବା ଲାଗି ସାଧୁସନ୍ଥ କହିଥିଲେ। ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ଧାରା ସମଗ୍ର ବିଶ୍ୱବାସୀ ସାମିଲ ହେବାକୁ ସେମାନେ ଅନୁରୋଧ କରିଥିଲେ। ରାମଚନ୍ଦ୍ର ପୂଜାପଣ୍ଡା ସାମନ୍ତ(ବଡ଼ପଣ୍ଡା), ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ, ଇଂ. ବଳଦେବ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ବିଶ୍ୱନାଥ ସାମନ୍ତରା, ମହନ୍ତ ରଘୁବୀର ଦାସ, ସନ୍ଥ କୃଷ୍ଣଗୋପାଳ ଦାସ, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବଦ୍ରି ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
All Right Reserved By

ରାଜ୍ୟ |

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର, ୨୦।୮(ବ୍ୟୁରୋ)- ବେଙ୍ଗାଲୁରୁସ୍ଥିତ ଗ୍ରୀନପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପରିବେଶବିତ୍‌ ଡ. ବିଶ୍ୱଜିତ୍‌ ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଅନ୍ତର୍ଜାତୀୟ ସ୍ତରୀୟ ଏନ୍‌ଜିଓର ଅଧ୍ୟକ୍ଷ ହେବାରେ ଗୌରବ ଅର୍ଜନ କରିଛନ୍ତି। 

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା,  ବୃଦ୍ଧ ମୃତ

ବସ୍‌ରୁ ଓହ୍ଲାଇବାବେଳେ ଦୁର୍ଘଟଣା, ବୃଦ୍ଧ ମୃତ

ବରଗଡ଼ ଅଫିସ୍‌,୨୦।୮-
୬ ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ଅତାବିରା ଥାନା ସୁକୁଟାପାଲି ଛକଠାରେ ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ଜୀବନ ଯାଇଛି।

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଗଇଲୋ ଘାଟିରେ ଦୁର୍ଘଟଣା : ଓଲଟିଲା ୪୦୭ ଗାଡି, ଶିଶୁ ସମେତ ୧୨ ଆହତ

ଦେବଗଡ଼,୨୦।୮(ସ୍ବ.ପ୍ର.) 
ଶ୍ରାବଣ ମାସ ଶେଷ ସୋମବାର ଶୁଭ ସକାଳରେ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଗଇଲୋ ଘାଟି ରାସ୍ତାରେ ଘଟିଛି ଅଶୁଭ ଘଟଣା। ଏକ ୪୦୭ ଗାଡ଼ି (ନଂ.ଓଡି-୨୮-ଇ-୨୨୫୪) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ଜଣେ ଶିଶୁଙ୍କ ସମେତ ୧୨ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ତୁଳା ରାଉତ(୪୫), ଗୌରୀ ରାଉତ(୧୪), ପଦ୍ମିନୀ ଅଢା (୨୨),  ୪ ବର୍ଷର ଶିଶୁ ଲଭଲୀ ଅଢା, ଈଶ୍ୱରୀ ଦେହୁରୀ(୧୫), ବବିତା ମିଞ୍ଜ୍‌ ‌(୧୮), ନାଗେଶ୍ୱରୀ ଅଢା(୧୭), ରୀତା ଦେହୁରୀ(୧୪), ପ୍ରମିଳା ପ୍ରଧାନ(୬୦), ତରସିୟସ ବାଡା(୧୯), କାର୍ମିଲା ବାଡା(୧୫), ସୁନିତା କାଲୋ(୧୭)। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆହତ ଶିଶୁ ଲଭଲୀ, ତାଙ୍କ ମା ପଦ୍ମିନୀ, ନାଗେଶ୍ୱରୀ ଅଢା ଏବଂ ଈଶ୍ୱରୀ ଅଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

କେରଳରେ ବନ୍ୟା:  ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

କେରଳରେ ବନ୍ୟା: ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସଂଘ, ଓଡ଼ିଶା ପକ୍ଷରୁ କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କରାଯାଇଛି। ସୋମବାର ମଧ୍ୟାହ୍ନରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

କଟକ ଅଫିସ, ୨୦।୮: ପୋଲିସକୁ ଆକ୍ରମଣ ମାମଲାରେ କଟକ ବିଡାନାସୀ ଥାନାରେ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ଏକ ମାମଲା ରହିଥିଲା। 

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ଗୁଆଲିରେ ୫ଜଙ୍ଗଲୀ ହାତୀଙ୍କ ଉତ୍ପାତ: ମକା ଚାଷ ନଷ୍ଟ କଲେ, ଭାଙ୍ଗିଲେ ଘର

ବଡ଼ବିଲ,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ତଥା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଗ୍ରାମରେ ସୋମବାର ସକାଳେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ଜଙ୍ଗଲୀ ହାତୀ ଗ୍ରାମରେ ପଶି ଆସି ଜଣେ ଗ୍ରାମବାସୀଙ୍କ ଘର, ଅନ୍ୟଜଣଙ୍କ ପାଚେରୀ ଭାଙ୍ଗିଥିବାବେଳେ, ୮ ଜଣଙ୍କ ମକାଚାଷକୁ ନଷ୍ଟ କରିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚିଛନ୍ତି। 

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଆଗକୁ ନିର୍ବାଚନ। ଏହା ପୂର୍ବରୁ  ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ୨ ଛାତ୍ର ଗୋଷ୍ଠୀ ସୋମବାର ସକାଳେ ମୁହାଁମୁହିଁ ହୋଇଛନ୍ତି। 

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଚିତ୍ରକୋଣ୍ଡା ବିଧାୟକ

ମାଥିଲି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡ଼ା ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ବାଳିକା ବିଦ୍ୟାଳୟରେ ସୋମବାର ଚିତ୍ରକୋଣ୍ତା ବିଧାୟକ ଡମ୍ବରୁ ଶିଶା ଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଏଥିସହ ସେ ଛାତ୍ରୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଭଲ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। 

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ପୁରୀ ଅଫିସ,୨୦।୮: ଶ୍ରାବଣ ମାସର ଶେଷ ସୋମବାର। ଜଳଲାଗି ପାଇଁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ଶ୍ରୀଲୋକନାଥଙ୍କୁ ୧୭ ହଜାର କାଉଡ଼ିଆ ଜଳଲାଗି କରିଛନ୍ତି।

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ପାଣି ଜମି ଜାତୀୟ ରାଜପଥରେ ଗର୍ତ୍ତ: ୫ ଘଣ୍ଟା ଧରି ଅଟକି ରହିଛି ହଜାର ହଜାର ଯାନବାହନ

ବଅଁରପାଳ,୨୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସରଠାରେ ୫୫ନଂ ଜାତୀୟ ରାଜପଥରୁ ପାଣି ନିଷ୍କାସନ ହୋଇପାରୁନାହିଁ। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। 

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି ବ୍ଲକ ଅଞ୍ଚଳରେ ବନ୍ୟା: ପାଙ୍ଗାମା, କିଆଙ୍ଗ ବ୍ରିଜ ଉପରେ ବନ୍ୟାଜଳ, ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ମାଥିଲି, ୨୦।୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓବାଦୀପ୍ରବଣ ତଥା ଦୁର୍ଗମ ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ବ୍ଲକର ୬ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

 ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।