ରାଜ୍ୟ |

ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ବନ୍ଦ : ଗୋଟିଏ ବହି ଛାପି ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌

ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ବନ୍ଦ : ଗୋଟିଏ ବହି ଛାପି ଶ୍ରୀମନ୍ଦିର  ପ୍ରଶାସନ ଚୁପ୍‌
ପୁରୀ ଅଫିସ, ୨୮।୧: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି ଗଠନ ହୋଇଥିବା ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ୭ବର୍ଷ ହେଲା ବନ୍ଦ ହୋଇ ରହିଛି। ଏହି ପ୍ରକଳ୍ପ ଜରିଆରେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସମ୍ପର୍କିତ ୧୧ଟି ଗ୍ରନ୍ଥ ପ୍ରକାଶନ ଲାଗି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟ ରହିଥିବାବେଳେ କେବଳ ଗୋଟିଏ ବହି ଛପା ଯାଇଛି। ଇତିମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନ। ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀଜଗନ୍ନାଥ କଥାବସ୍ତୁ ସାମିଲ୍‌ କରିବା ଲାଗି କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆରମ୍ଭରୁ ଶ୍ରୀଜଗନ୍ନାଥ ଚେତନା ପ୍ରକଳ୍ପକୁ ଅଣଦେଖା କରାଯାଇଥିବାବେଳେ ଏବେ କମିଶନଙ୍କ ନିର୍ଦ୍ଦେଶକୁ କେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଉଛି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୭ ମେ ୨୩ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶ ଓ ପ୍ରସାର ଉପସମିତି ଗଠନ କରାଯାଇଥିଲା। ଏହି ସମିତି ଅଧୀନରେ ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ଆରମ୍ଭ କରିବାକୁ ସେହିବର୍ଷ ସେପ୍ଟେମ୍ବର ୧୪ରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଓ ମହାପ୍ରଭୂଙ୍କ ସମ୍ପର୍କିତ ୧୧ଟି ବିସ୍ତୃତ ଗ୍ରନ୍ଥାବଳୀ ପ୍ରକାଶନ ଲାଗି ସ୍ଥିର ହୋଇଥିଲା। ଗ୍ରନ୍ଥାବଳୀଗୁଡିକ ହେଲା ଶ୍ରୀଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି, ଶ୍ରୀଜଗନ୍ନାଥ ଚେତନାର ଐତିହାସିକ ଭିତ୍ତିଭୂମି, ଶ୍ରୀଜଗନ୍ନାଥ ଚେତନାର ଦାର୍ଶନିକ ଭିତ୍ତିଭୂମି, ଶ୍ରୀଜଗନ୍ନାଥ ଉପାସନାର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ, ଶ୍ରୀଜଗନ୍ନାଥ ଉପାସନାରେ ମଠ ଐତିହ୍ୟ, ଶ୍ରୀଜଗନ୍ନାଥ ଚେତନାର ବ୍ୟାପକ ଐତିହ୍ୟ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ତୀର୍ଥର ରୂପରେଖ, ଶ୍ରୀମନ୍ଦିର ପରିଚାଳନା ଓ ଶ୍ରୀମନ୍ଦିର ପ୍ରଶାସନର ରୂପରେଖ, ଶ୍ରୀଜଗନ୍ନାଥ ଚେତନାରେ ଯାତ୍ରୀ ପରିଚର୍ଯ୍ୟା, ସାହିତ୍ୟ, କିମ୍ବଦନ୍ତୀ, ଜନଶୃତି ଆଖ୍ୟାୟିକା ଶ୍ରୀଜଗନ୍ନାଥ ଚେତନା ଏବଂ ଶ୍ରୀଜଗନ୍ନାଥଙ୍କ ସ୍ଥାନାନ୍ତର ଐତିହ୍ୟ। ଅନାଲୋଚିତ ଓ ଅପ୍ରକାଶିତ ହୋଇ ରହିଥିବା ଏସବୁ ବିଷୟବସ୍ତୁକୁ ଗ୍ରନ୍ଥାବଳୀ ମାଧ୍ୟମରେ ପ୍ରଧାନ୍ୟ ଦେବା ଲାଗି ଲକ୍ଷ୍ୟ ଥିଲା। ପ୍ରକଳ୍ପର ସମ୍ପାଦନାମଣ୍ଡଳୀରେ ସଂଯୋଜକ ଭାବେ ଜଣେ ପରିଚାଳନା କମିଟି ସଦସ୍ୟ ଏବଂ ଆବାହକ ଭାବେ ଜଣେ ଉପପ୍ରଶାସକଙ୍କୁ ରଖାଯାଇଥିଲା। ପ୍ରକଳ୍ପ ଗଠନ ହେବାର ୯ମାସ ପରେ ସମ୍ପାଦନାମଣ୍ଡଳୀର ମୁଖ୍ୟ ସମ୍ପାଦକ ଭାବେ ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। ପ୍ରକଳ୍ପ ଅଧୀନସ୍ଥ ସମ୍ପାଦନା କାର୍ଯ୍ୟଲାଗି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ବତନ୍ତ୍ର କକ୍ଷ ମଧ୍ୟ ଖୋଲିଥିଲା। ସମ୍ପାଦନା କାର୍ଯ୍ୟ ଲାଗି ଜଣେ ଗବେଷକ ସହାୟକ ଓ ଜଣେ ଡିଟିପି ଅପରେଟର ନିଯୁକ୍ତ କରାଯିବା ସହ କମ୍ପ୍ୟୁଟର ମଧ୍ୟ ଯୋଗାଇ ଦିଆଯାଇଥିଲା। ସମ୍ପାଦନାମଣ୍ଡଳୀର ମୁଖ୍ୟ ସମ୍ପାଦକ, ସଂଯୋଜକ ଏବଂ ସମ୍ପାଦନାମଣ୍ଡଳୀ ସଦସ୍ୟ ବିନା ପାରିଶ୍ରମିକରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଗବେଷକମାନେ ପ୍ରତ୍ୟହ ୩ ରୁ ୪ ଘଣ୍ଟା ଏହି ପ୍ରକଳ୍ପ ଲାଗି ସମୟ ଦେଉଥିଲେ। ୨୦୦୯ ଅକ୍ଟୋବର ୧୦ରେ ଭୁବନେଶ୍ୱରଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ଗ୍ରନ୍ଥ ‘ଶ୍ରୀଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି’ ଲୋକାର୍ପିତ ହୋଇଥିଲା। ଏହି ଗ୍ରନ୍ଥ ପ୍ରକାଶନ ପରେ ୨୭୬ ଖଣ୍ଡ ସଂସ୍କୃତ ବହିରେ ଶ୍ରୀଜଗନ୍ନାଥ କଥା ଉଲ୍ଲେଖ ରହିଥିବା ଲୋକଲୋଚନକୁ ଆସିଲା। ୩୨ଖଣ୍ଡ ବହିରେ ମହାପ୍ରସାଦ କଥା ବର୍ଣ୍ଣନା ରହିଥିବା ଜଣାପଡିଲା। ପଞ୍ଚରାତ୍ର ଆଗମର ଉପାସନା ପ୍ରଣାଳୀ ସ୍ପଷ୍ଟ ହେଲା। ବହୁ ଅନାଲୋଚିତ ସଂହିତାମାନଙ୍କରେ ଥିବା ଶ୍ରୀଜଗନ୍ନାଥ ଚେତନାର ରୂପରେଖ ମଧ୍ୟ ସ୍ପଷ୍ଟ ହୋଇଥିଲା। ଏହାର ହିନ୍ଦୀ ଏବଂ ଇଲିଂଶ ଅନୁବାଦ କରି ପ୍ରକାଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଏହାପରେ ପ୍ରକଳ୍ପର ଦ୍ୱିତୀୟ ପୁସ୍ତକ ‘ଶ୍ରୀଜଗନ୍ନାଥ ଚେତନାର ଐତିହାସିକ ଭିତ୍ତିଭୂମି’ ଲାଗି ପ୍ରକ୍ରିୟା ଆରମ୍ଭ ହେଲା। ଏହାର ୫୦ପ୍ରତିଶତ କାର୍ଯ୍ୟ ମଧ୍ୟ ଶେଷ ହେଲା। କିନ୍ତୁ ୨୦୧୧ ଜୁଲାଇ ୨୨ରେ ହଠ୍‌ାତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରକାଶନୀ ପ୍ରକଳ୍ପ ସଂଯୋଜନାମଣ୍ଡଳୀ ନାମରେ ୧୦ଜଣ ସଦସ୍ୟଙ୍କୁ ନେଇ ଏକ ନୂତନ ସମ୍ପାଦନା ମଣ୍ଡଳୀ ଗଠନ କରାଗଲା। ଗ୍ରନ୍ଥମାଳା ପ୍ରକଳ୍ପରେ ରହିଥିବା ମୁଖ୍ୟ ସମ୍ପାଦକ ଓ ସମ୍ପାଦକଙ୍କୁ ସଂଯୋଜନା ମଣ୍ଡଳୀରେ ରଖାଗଲା, କିନ୍ତୁ ମୁଖ୍ୟ ସଂଯୋଜକଙ୍କୁ ରଖାଗଲା ନାହିଁ। ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା, ପ୍ରକାଶନ ଓ ପ୍ରସାର ଉପସମିତି ଅଧୀନ ପ୍ରକଳ୍ପ ଏବଂ ନବଗଠିତ ସଂଯୋଜନୀ ମଣ୍ଡଳୀ ବୈଠକ ଯୁଗ୍ମଭାବେ ବସିବ ବୋଲି ସ୍ଥିର ହେଲା। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ବୈଠକ ବସିଲା ନାହିଁ କି ଗ୍ରନ୍ଥମାଳା ପ୍ରକଳ୍ପ କାର୍ଯ୍ୟ ପାଦେ ଆଗକୁ ଆଗେଇଲା ନାହିଁ। ଗ୍ରନ୍ଥମାଳା ପ୍ରକଳ୍ପ ଲାଗି ନୂତନ ସମ୍ପାଦନାମଣ୍ଡଳୀ ମଧ୍ୟ ଗଠନ କରାଗଲା ନାହିଁ। ଗ୍ରନ୍ଥ ପ୍ରସ୍ତୁତିରେ ନିଯୁକ୍ତ ଗବେଷଣା ସହାୟକ ଏବଂ ଡିଟିପି ଅପରେଟରକୁ ଅନ୍ୟ କାର୍ଯ୍ୟରେ ଲଗାଗଲା। ଗବେଷଣା ଲାଗି ରହିଥିବା କକ୍ଷକୁ ଶ୍ରୀମନ୍ଦିର ପ୍ରଶାସନର ୨ଜଣ ଅଧିକାରୀଙ୍କ କକ୍ଷ କରି ଦିଆଗଲା। ବିନା ଅର୍ଥରେ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବିଦ୍ୱାନ ଓ ଗବେଷକ ମଧ୍ୟ ଆଉ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦୁଆର ମାଡିଲେ ନାହିଁି। ଏହିପରି ଭାବେ ଦୀର୍ଘ ୭ବର୍ଷ ହେଲା ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ଏକପ୍ରକାର ବନ୍ଦ ହୋଇରହିଛି। ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କୁହନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ନିକଟରେ ସଂସ୍କୃତ ସ୍କନ୍ଦ ପୁରାଣର ଓଡିଆ ଅନୁବାଦ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ୨ଟି ଭାଗ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ଅଧୀନରେ ଗୋଟିଏ ଗ୍ରନ୍ଥାବଳୀ ପ୍ରକାଶିତ ହୋଇଥିବାବେଳେ ଦ୍ୱିତୀୟଟି ମଧ୍ୟ ପ୍ରସ୍ତୁତି ପଥେ ରହିଛି। କିନ୍ତୁ ପ୍ରକଳ୍ପ ବନ୍ଦ ହୋଇନାହିଁ ବୋଲି ପୂଜାପଣ୍ଡା କହିଛନ୍ତି।
All Right Reserved By

ରାଜ୍ୟ |

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।