Dharitri News
ମେଟ୍ରୋ |

ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ: ଅଭିଯୋଗ କରିବାକୁ ଯିବାରୁ ଥାନା ସମ୍ମୁଖରେ ମା’ଝିଅଙ୍କୁ ମାଡ଼

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- ଜଣେ ଯୁବତୀଙ୍କୁ କେତେଜଣ ଯୁବକ କିଛିଦିନ ହେବ ନିୟମିତ କମେଣ୍ଟ କରିବା ସହ ହଇରାଣ କରୁଥିଲେ। ଶେଷରେ ରବିବାର ସନ୍ଧ୍ୟାରେ ଯୁବତୀ ଜଣକ ତାଙ୍କ ମା’ଙ୍କୁ ସାଙ୍ଗରେ ଧରି ଅଭିଯୋଗ କରିବାକୁ ତମାଣ୍ଡୋ ଥାନା ଆସିଥିଲେ। ଏହା ଜାଣିବା ପରେ ଯୁବକମାନେ ଥାନାକୁ ଆସି ଥାନା ସମ୍ମୁଖରେ ଯୁବତୀଙ୍କ ସହିତ ତାଙ୍କ ମା’କୁ ମାଡ ମାରିଛନ୍ତି। ପୋଲିସ ୩ ଯୁବକଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲାର ଜଣେ ଯୁବତୀ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢନ୍ତି। ସେ ତାଙ୍କ ମା’ଙ୍କ ସହ ତମାଣ୍ଡୋରେ ଏକ ଭଡା ଘରେ ରହୁଥିଲେ। ଉକ୍ତ ଅଞ୍ଚଳର କେତେଜଣ ଯୁବକ ତାଙ୍କୁ ସବୁବେଳେ କମେଣ୍ଟ ମାରିବା ସହ ହଇରାଣ କରନ୍ତି। ଯେହେତୁ ଯୁବତୀ ଜଣକ ବାହାରେ ରହୁଛନ୍ତି, ତେଣୁ ସେ କିଛି ନ କହି ଚାଲିଯାଆନ୍ତି। ରବିବାର ସକାଳେ ଯୁବତୀ ଜଣକ କଲେଜ ଯିବାକୁ ବାହାରିଥିଲେ। ବାହାରେ ଥିବା ତାଙ୍କ ସ୍କୁଟି ଆଣିବାକୁ ଯିବାରୁ ସ୍କୁଟି ଉପରେ ତିନି ଜଣ ଯୁବକ ବସିଥିଲେ। ତାଙ୍କୁ ଉଠିବାକୁ କହିବାରୁ ଯୁବକମାନେ ତାଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ। ଯୁବତୀ ଜଣକ କିଛି ନ କହି ପଳାଇଥିଲେ। ପରେ ସନ୍ଧ୍ୟାରେ ତାଙ୍କ ମା’ଙ୍କୁ ସାଙ୍ଗରେ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଯୁବକମାନେ ଥାନାକୁ ଯାଇ ଥାନା ସମ୍ମୁଖରେ ଯୁବତୀ ଏବଂ ତାଙ୍କ ମା’ଙ୍କୁ ଅଟକାଇବା ସହ ମାଡ ମାରିଥିଲେ। ପୋଲିସ ପହଞ୍ଚିବା ପରେ ଯୁବକମାନେ ଅଭିଯୋଗ କରିଥିଲେ ଯେ, ଯୁବତୀ ଜଣକ ସେମାନଙ୍କ ନାଁରେ ମିଛ ଅଭିଯୋଗ କରିବାକୁ ଆସିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ୩ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ମେଟ୍ରୋ |

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ପୁରୀ ଅଫିସ, ୨୦।୨: ବୁଧବାରଠାରୁ ଆରମ୍ଭ ହେବ ପୁରୀ ବିଚ୍‌ କାର୍ଣ୍ଣିଭାଲ। ମ୍ୟୁଟ୍‌ ଏଣ୍ଟରଟେନମେଣ୍ଟ ଆଣ୍ଡ ଷ୍ଟେଞ୍ଜର୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆକର୍ଷଣ ସାଜିବେ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ୩ମାସ ରହିବା ପରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି। ଏ ନେଇ ପ୍ରେମିକା ଜଣକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ସୋମବାର ୨ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଲହୁଲୁହାଣ ହୋଇଥିବା କର୍ମଚାରୀ ଜଣକ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ,୧୯।୨: ପୁରୀ ଜିଲା ଚନ୍ଦନପୁର ଥାନା ଅଞ୍ଚଳରେ ବଳାତ୍କାର ଶିକାର ନାବାଳିକାଙ୍କୁ ନ୍ୟାୟ ଦାବିରେ ସୋମବାର ପରିବାର ପକ୍ଷରୁ ଏସ୍‌ପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବାକୁ ଚନ୍ଦନପୁର ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ସାର୍ଥକ ସଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସାକ୍ଷୀଗୋପାଳ ଡାକ୍ତରଖାନାରେ ଡାକ୍ତର ଅଭାବ, ରୋଗୀ ହନ୍ତସନ୍ତ

ସାକ୍ଷୀଗୋପାଳ ଡାକ୍ତରଖାନାରେ ଡାକ୍ତର ଅଭାବ, ରୋଗୀ ହନ୍ତସନ୍ତ

ସାକ୍ଷୀଗୋପାଳ, ୧୯।୨(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ସୋମବାର ଚିକିତ୍ସା ପାଇଁ ଆସିଥିବା ୩ ଶହରୁ ଊର୍ଦ୍ଧ୍ୱ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ହଟହଟା ହେବାକୁ ପଡ଼ିଛି।

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଇମ୍ଫା କମ୍ପାନୀକୁ ୨୩୦ କୋଟି ଟଙ୍କା ଋଣ ଛାଡ କରାଯାଇଥିବା ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏହି ଋଣ ଟଙ୍କା ଛାଡ଼ କରାଯାଇଥିବା ଅଭିଯୋଗ କରି ଏକ ସ୍ମାରକପତ୍ର ସିବିଆଇକୁ ପ୍ରଦାନ କରାଯାଇଛି।

ବିଶ୍ୱମ୍ବର ବିଦ୍ୟାପୀଠ ସଫେଇ କଲେ ୮୯ ବ୍ୟାଚ୍‌ ଛାତ୍ର

ବିଶ୍ୱମ୍ବର ବିଦ୍ୟାପୀଠ ସଫେଇ କଲେ ୮୯ ବ୍ୟାଚ୍‌ ଛାତ୍ର

ପୁରୀ ଅଫିସ, ୧୯।୨: ବିଶ୍ୱମ୍ବର ବିଦ୍ୟାପୀଠର ୧୯୮୯ ମାଟ୍ରିକ୍‌ ବ୍ୟାଚ୍‌ର ଶତାଧିକ ଛାତ୍ର ସୋମବାର ସ୍କୁଲ ପରିସର ସଫେଇ କରିଛନ୍ତି। ବିଦ୍ୟାଳୟ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ସ୍ଥାନଗୁଡିକ ସଫେଇ କରିଛନ୍ତି।

ବେଟି ବଚାଓ, ବେଟି ପଢାଅର ବାର୍ତ୍ତାନେଇ ଦିବ୍ୟାଙ୍ଗ ଅରବିନ୍ଦଙ୍କ ଶୋଭାଯାତ୍ରା

ପୁରୀ ଅଫିସ, ୧୯।୨: ବେଟି ବଚାଓ, ବେଟି ପଢାଓ, ରକ୍ତଦାନ ଏବଂ ସଡ଼କ ସୁରକ୍ଷାର ବାର୍ତ୍ତାନେଇ ପାଟନାର ଅରବିନ୍ଦ କୁମାର ମିଶ୍ର ସୋମବାର ପୁରୀ ସିଂହଦ୍ୱାରଠାରୁ ଯାତ୍ରା ଆରମ୍ଭ କରିଛନ୍ତି।

ଭାଜପାରେ ମିଶିଲେ ଅପରାଜିତା

ଭାଜପାରେ ମିଶିଲେ ଅପରାଜିତା

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ବିଶିଷ୍ଟ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି।

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ପୁରୀ ଅଫିସ,୧୮ା୨: ଜଗମୋହନ ମରାମତି କାମକୁ ଇତିମଧ୍ୟରେ ଦୁଇବର୍ଷ ଅତିକ୍ରାନ୍ତ ହେଲାଣି। ବିପଦସଙ୍କୁଳ ସ୍ଥିତିରେ ଥିବା ଜଗମୋହନ ସୁରକ୍ଷା ପାଇଁ ପୋର୍ଟାଲ ଫ୍ରେମ୍‌ ଦିଆସରିଲାଣି। ବର୍ତ୍ତମାନ ଜଗମୋହନ ସୁରକ୍ଷିତ ବୋଲି କୁହାଯାଉଛି। ଏହାସତ୍ତ୍ବେ ଜଗମୋହନ କାମ ସରିବାର ନା ଧରୁନି।