Dharitri News
ମେଟ୍ରୋ |

ବିନା ଟିକେଟରେ ଯାତ୍ରା ଦେଖିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର, ୨୮।୧(ବ୍ୟୁରୋ)- ବିନା ଟିକେଟ୍‌ରେ ଯାତ୍ରା ଦେଖିବା ନିଶା ପୋଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରେ ଖଣ୍ଡଗିରି ମେଳାରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ସ୍ଥାନୀୟ ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଏହାକୁ ନେଇ ଯାତ୍ରାପାର୍ଟି କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ସମୟ ପ୍ରାୟ ରାତି ୧୨ଟା ହେବ। ଖଣ୍ଡଗିରି ଥାନାର ଏକ ନାଲିବତି ଭ୍ୟାନ୍‌ ଜାଗମରା ପଡିଆରେ ପଡିଥିବା ଯାତ୍ରା ପାର୍ଟି ଗେଟ ସମ୍ମୁଖରେ ଅଟକିଥିଲା। ଗାଡିରୁ ୪ଜଣ ପୋଲିସ ପୋଷାକ ପିନ୍ଧିଥିବା ବ୍ୟକ୍ତି ବାହାରିଥିଲେ। ତାଙ୍କ ସହ ସାଦା ପୋଷାକରେ ୩ଜଣ ଥିଲେ। ସେମାନେ ଗାଡିରୁ ଓହ୍ଲାଇ ସିଧାସଳଖ ଯାତ୍ରା ପାର୍ଟି ଗେଟ୍‌ ଦେଇ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ଗେଟ୍‌ରେ ଜଗିଥିବା ଯାତ୍ରାପାର୍ଟି କମିଟି ସଦସ୍ୟମାନେ ପୋଲିସ ପୋଷାକରେ ଥିବା ବ୍ୟକ୍ତିମାନଙ୍କୁ ଭିତରକୁ ଛାଡିଥିଲେ। କିନ୍ତୁ ସାଦା ପୋଷାକରେ ଥିବା ୩ଜଣଙ୍କୁ ପାସ୍‌ ମାଗିଥିଲେ। ଏହାକୁ ନେଇ ପୋଲିସ ପୋଷାକରେ ଥିବା ୪ଜଣ କମିଟି ସଦସ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନାନା ଧମକ ଦେଇଥିଲେ। ସାଦା ପୋଷାକରେ ଥିବା ବ୍ୟକ୍ତିମାନେ ନିଜକୁ ପୋଲିସ ବୋଲି କହି ଆମକୁ ଅଟକାଇବାକୁ ତୁମେ କିଏ ବୋଲି ଯାତ୍ରାପାର୍ଟି କମିଟି ସଦସ୍ୟମାନଙ୍କୁ କହିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରି କି ପୋଲିସ କର୍ମଚାରୀମାନେ ସେମାନଙ୍କ ଉପରେ ହାତ ଉଠାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଯାତ୍ରାପାର୍ଟି କମିଟିର ବରିଷ୍ଠ ବ୍ୟକ୍ତିମାନେ ଆସି ସେମାନଙ୍କୁ ବୁଝାଶୁଝା କରିବା ସହ ପୋଲିସ କର୍ମଚାରୀମାନଙ୍କୁ ଭିତରକୁ ଛାଡିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ମେଳାରେ ପଡିଥିବା ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରତିଦିନ ଥାନାକୁ ୨୦ରୁ ଅଧିକ ଯାତ୍ରା ଟିକେଟ ଦିଆଯାଉଛି। ଟିକେଟଗୁଡ଼ିକୁ କର୍ମଚାରୀମାନେ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କୁ ବାଣ୍ଟି ଦେଉଛନ୍ତି। ଏହା ପରେ ସେମାନେ ବନ୍ଧୁ ପରିଜନମାନଙ୍କୁ ଆଣି ବିନା ଟିକେଟରେ ଭିତରକୁ ନେଉଛନ୍ତି ବୋଲି ଯାତ୍ରା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁକୁ ପଚାରିବାରୁ ସେ କହିଲେ, ଏ ନେଇ ମୋ ପାଖରେ ଖବର ନାହିଁ। ମୋତେ ଏ ବିଷୟରେ କେହି ଜଣାଇନାହାନ୍ତି।

ମେଟ୍ରୋ |

ଶିକ୍ଷୟତ୍ରୀଙ୍କୁ ଅଭିଭାବକଙ୍କ ମାଡ଼

ଖୋର୍ଦ୍ଧା ଅଫିସ, ୨୧।୨: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ବେଗୁନିଆ ବ୍ଲକ ଅଟ୍ରି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ବୁଧବାର ସ୍କୁଲ ଅଫିସରେ ଜଣେ ଅଭିଭାବକ ମାରପିଟ୍‌ କରିଛନ୍ତି। ଏପରିକି ଶିକ୍ଷୟତ୍ରୀଙ୍କ ବ୍ୟାଗ ଫୋପାଡିଦେବା ସହ ଖରାପ ବ୍ୟବହାର ଦେଖାଇଥିବା ବାଘମାରି ଫାଣ୍ଡିରେ ଅଭିଯୋଗ ହୋଇଛି।

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ସାକ୍ଷୀଗୋପାଳ, ୨୧।୨(ଡି.ଏନ୍‌.ଏ.): ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ସ୍ରଷ୍ଟା ଆଚାର୍ଯ୍ୟ ହରିହର ଦାସଙ୍କ ପବିତ୍ର ଶ୍ରାଦ୍ଧୋତ୍ସବ ବୁଧବାର ସତ୍ୟବାଦୀରେ ପାଳିତ ହୋଇଯାଇଛି।

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ପୁରୀ ଅଫିସ, ୨୧।୨: ଯାଞ୍ଚ ହେବ ଶ୍ରୀମନ୍ଦିର। ଏହା ପୂର୍ବରୁ ବୁଧବାର ପୂର୍ବାହ୍ନରେ ଏକ ବିଶେଷଜ୍ଞ ଦଳର ବୈଠକ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଏକ ଦମ୍ପତିଙ୍କୁ ପୋଲିସ ଗାଳିଗୁଲଜ କରିବା ସହ ମାଡ଼ ମାରିଛି। ସେମାନଙ୍କ ଭୁଲ୍‌ ଥିଲା ଅଭିଯୋଗପତ୍ରଟି ଅନ୍ୟ ଜଣେ ଯୁବତୀଙ୍କ ଦ୍ୱାରା ଲେଖାଇଥିଲେ। ଏହି କାରଣରୁ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ସମ୍ପୃକ୍ତ ଯୁବତୀଙ୍କ ଗିରଫ କରିବାକୁ ଧମକ ଦେଇଛି। ମଙ୍ଗଳବାର ଏଭଳି ଘଟଣା ଘଟିଛି ଖାରବେଳନଗର ଥାନାରେ। ଶେଷରେ ଦୀର୍ଘ ୫ ଘଣ୍ଟା ଥାନା ଆଗରେ ଧାରଣା ଦେବା ପରେ ଦମ୍ପତି କାନ୍ଦି କାନ୍ଦି ଘରକୁ ଫେରିଛନ୍ତି।

ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ସୁନା

ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ସୁନା

ପୁରୀ ଅଫିସ,୨୦।୨: ଶ୍ରୀମନ୍ଦିର ନାଟମଣ୍ଡପରେ ପ୍ରାୟ ୩୪ ବର୍ଷ ତଳେ ସ୍ଥାପନ ହୋଇଛି ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏଥିରେ କିଛି ଦାନ ପକାଇଥାନ୍ତି। କେହି କେହି ମାନସିକ କରି ସୁନାରୁପା ମଧ୍ୟ ଦେଇଥାନ୍ତି। ସେମାନଙ୍କ କିଞ୍ଚତ୍ତ ଦାନ ମହାପ୍ରଭୁଙ୍କ ସେବାରେ ଲାଗେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ହୁଣ୍ଡିରେ ପଡୁଥିବା ଅର୍ଥ ସମ୍ପର୍କରେ ଶ୍ରୀମନ୍ଦିର ସୂଚନା ଫଳକରେ ଉଲ୍ଲେଖ ରହୁଛି। କିନ୍ତୁ କେତେ ସୁନାରୁପା ପଡୁଛି ତାହାର ହିସାବ ବାହାରକୁ ଆସୁନାହିଁ। ତେବେ ହୁଣ୍ଡି ସ୍ଥାପନଠାରୁ ଗତ ଜାନୁୟାରୀ ୩୧ ସୁଦ୍ଧା ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ୨୬୧ ଗ୍ରାମ୍‌ ୫୩୬ ମିଲିଗ୍ରାମ୍‌ ସୁନା ଓ ୧୧୯ କେଜି ୭୮ ଗ୍ରାମ୍‌ ୬୨୪ ମିଲିଗ୍ରାମ୍‌ ରୁପା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।

ଓଡ଼ିଶାରେ ନୀରବ ଲିଙ୍କ୍‌

ଓଡ଼ିଶାରେ ନୀରବ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୨୦।୨: ଓଡ଼ିଶାକୁ ବ୍ୟାପିଛି ଜଣାଶୁଣା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଲିଙ୍କ୍‌। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୧,୪୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଜଡ଼ିତ ନୀରବଙ୍କ ବ୍ୟାବସାୟିକ କାରବାରରେ କଟକ ଏବଂ ଭୁବନେଶ୍ୱରର କେତେକ ପ୍ରତିଷ୍ଠିତ ଜୁଏଲେରି ସଂସ୍ଥାର ସମ୍ପୃକ୍ତି ରହିଛି।

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ପୁରୀ ଅଫିସ, ୨୦।୨: ବୁଧବାରଠାରୁ ଆରମ୍ଭ ହେବ ପୁରୀ ବିଚ୍‌ କାର୍ଣ୍ଣିଭାଲ। ମ୍ୟୁଟ୍‌ ଏଣ୍ଟରଟେନମେଣ୍ଟ ଆଣ୍ଡ ଷ୍ଟେଞ୍ଜର୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆକର୍ଷଣ ସାଜିବେ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ୩ମାସ ରହିବା ପରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି। ଏ ନେଇ ପ୍ରେମିକା ଜଣକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।