ଖେଳ |

ଭାରତୀୟ ଟି୨୦ ଦଳକୁ ଫେରିଲେ ରାଇନା

ଭାରତୀୟ ଟି୨୦ ଦଳକୁ ଫେରିଲେ ରାଇନା

ନୂଆଦିଲ୍ଲୀ, ୨୮।୧(ପି.ଟି.)- ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଚଳିତ ଘରୋଇ ସିଜନ୍‌ରେ ଉନ୍ନତ ପ୍ରଦର୍ଶନ ବଳରେ ପ୍ରାୟ ଏକ ବର୍ଷ ବ୍ୟବଧାନ ପରେ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଆସନ୍ତା ଫେବୃୟାରୀ ୧୮ ତାରିଖଠାରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ୩ଟିକିଆ ଟି୨୦ ସିରିଜ୍‌ ପାଇଁ ରବିବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନ୍ତିମ ଥର ୨୦୧୭ ଫେବୃୟାରୀରେ ଜାତୀୟ ଦଳ ପାଇଁ ଖେଳିଥିବା ରାଇନା ଫିଟ୍‌ନେସ୍‌ କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ଏବେ ସେ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିବାରୁ ତାଙ୍କ ଫେରିବା ସମ୍ଭବ ହୋଇଛି। ଏଥିସହ ସେ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ସୁପର ଲିଗ୍‌ ଟୁର୍ନାମେଣ୍ଟରେ ଏକ ଶତକ ସହ ୨ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମରେ ଥିବା ପରିଚୟ ଦେଇଛନ୍ତି। ତାଙ୍କ ବ୍ୟତୀତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ବନ ମଧ୍ୟ ଦଳକୁ ଫେରିଛନ୍ତି। ବରିଷ୍ଠ ଖେଳାଳିଙ୍କ ଫେରିବା ଯୋଗୁ ଗତ ସିରିଜ୍‌ ପାଇଁ ଦଳରେ ସ୍ଥାନ ପାଇଥିବା ଦୀପକ ହୁଦା, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର ଓ ବାସିଲ ଥାମ୍ପିଙ୍କ ଭଳି ଯୁବ ଖେଳାଳି ବାଦ୍‌ ପଡ଼ିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଭାବେ ବିବେଚିତ ହୋଇଥିବା ବାମହାତୀ ପେସର ଜୟଦେବ ଉନାଡକଟ ଦଳରେ ନିଜ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି। ସେହିଭଳି ବାମହାତୀ ସ୍ପିନର ଅକ୍ଷର ପଟେଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏତଦ୍‌ ବ୍ୟତୀତ ଦ୍ରୁତ ବୋଲର ଶାର୍ଦୁଳ ଠାକୁରଙ୍କୁ ଦ. ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଛି।
ଭାରତୀୟ ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନୀ (ଉଇକେଟ୍‌ କିପର), ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଜୟଦେବ ଉନାଡକଟ ଓ ଶାର୍ଦୁଳ ଠାକୁର।

All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ପାଇଁ ଆନ୍ତଃ କୋରିଆ ଆଲୋଚନା

ସେଉଲ,୧୮।୬(ଏପି)- ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁ ଥିବା ଆଗାମୀ ଏସିଆନ୍‌ ଗେମ୍ସ ପାଇଁ ଉତ୍ତର ଓ ଦକ୍ଷିଣ କୋରିଆର କ୍ରୀଡ଼ା ପ୍ରତିନିଧି ସୀମାନ୍ତରେ ଆଲୋଚନା କରିଛନ୍ତି। ଏସିଆନ୍‌ ଗେମ୍ସ ପାଇଁ ମିଳିତ ଦଳ ପଠାଇବା ଓ କେଉଁ ଇଭେଣ୍ଟରେ ମିଳିତ ଦଳ ଖେଳିପାରିବେ ସେ ସମ୍ପର୍କରେ ଆଲୋଚନ ହେବ ବୋଲି ଦକ୍ଷିଣ କୋରିଆ କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଲଣ୍ଡନ,୧୮।୬- କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଷ୍ଟ୍ରେଲିଆ ଦଳ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରେ। କିନ୍ତୁ ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ କାରଣରୁ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନର ଦଳରୁ ବାଦ୍‌ ପଡ଼ିବା ପରେ ଦଳୀୟ ପ୍ରଦର୍ଶନ ଓ ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଦଳ ୬ଷ୍ଠ ସ୍ଥାନରେ ରହିଛି। ଗତ ୩୪ ବର୍ଷ ମଧ୍ୟରେ ଏହା ଅଷ୍ଟ୍ରେଲିଆ ଦଳର ନିମ୍ନତମ ମାନ୍ୟତା।

ଭାରତୀୟ ଏ’ ଦଳର ବୃହତ ବିଜୟ

ଭାରତୀୟ ଏ’ ଦଳର ବୃହତ ବିଜୟ

ଲିଡ୍ସ,୧୮।୬(ପି.ଟି.)- ଭାରତୀୟ ଏ’ ଦଳ ବୃହତ ବିଜୟ ସହ ଇଂଲଣ୍ଡ ଗସ୍ତ ଆରମ୍ଭ କରିଛି। ରବିବାର ଖେଳାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଏକାଦଶ ବିପକ୍ଷ ମ୍ୟାଚ୍‌କୁ ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଭାରତୀୟ ଏ’ ଦଳ ୧୨୫ ରନ୍‌ ବ୍ୟବଧାନରେ ଜିତି ନେଇଛି।

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ରୋଷ୍ଟୋଭ-ଅନ- ଡନ, ୧୮।୬(ଏ.ଏଫ୍‌.ପି.)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ଶକ୍ତିଶାଳୀ ଦଳ ମାମୁଲି ପ୍ରଦର୍ଶନ କରିଛି। ସର୍ବାଧିକ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ନେମାରଙ୍କ ନେତୃତ୍ୱାଧୀନ ବ୍ରାଜିଲ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଛି।

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ମସ୍କୋ, ୧୮।୬ (ଏ.ଏଫ୍‌.ପି.) ଗତଥରର ଚାମ୍ପିୟନ ଜର୍ମାନୀ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ଥାନୀୟ ଐତିହାସିକ ଲୁଝନିକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଗ୍ରୁପ୍‌ ଏଫ୍‌ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କେନ୍ଦ୍ରୀୟ ଆମେରିକୀୟ ଦେଶ ମେକ୍ସିକୋ ୧-୦ ଗୋଲରେ ଜର୍ମାନୀକୁ ହରାଇ ବାଜି ମାରିଛି।

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୧୮।୬(ସ୍ପୋର୍ଟ ବ୍ୟୁରୋ)- ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି।

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଭୁବନେଶ୍ୱର, ୧୮ା୬ (ସ୍ପୋଟର୍‌ସ ବ୍ୟୁରୋ)-ମଧ୍ୟପ୍ରଦେଶ ଟେନିସ କ୍ରିକେଟ ଆସୋସିଏଶନ ଅନୁକୁଲ୍ୟରେ ତୃତୀୟ ଜାତୀୟ ଜୁନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଛି। ଏଥିରେ ୨୪ଟି ରାଜ୍ୟର ବାଳିକା ଓ ବାଳକ ଦଳ ଅଂଶଗ୍ରହଣ କରିବେ। ଚାମ୍ପିୟନଶିପ୍‌ ପାଇଁ ୧୫ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି।

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଷ୍ଟଟ୍ଟଗାର୍ଟ (ଜର୍ମାନୀ), ୧୭।୬(ଏଏଫ୍‌ପି)- ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ଏଠାରେ ଅନୁଷ୍ଠିତ ଷ୍ଟଟ୍ଟଗାର୍ଟ ଓପନ୍‌ ଟେନିସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୩୬ ବର୍ଷୀୟ ଫେଡେରର ୬-୪, ୭-୬ (୭/୩) ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କୁ ପରାସ୍ତ କରିଛନ୍ତି।

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଦୁବାଇ,୧୭।୬(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩ୟ ଦିନରେ ସେ ବଲର ମୂଳସ୍ଥିତିକୁ ପରିବର୍ତ୍ତନ କରିଥିଲେ।

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ବେଜିଂ,୧୭।୬- ନିକଟରେ ଫ୍ରେଞ୍ଚ ଓପନ୍‌ ଟାଇଟଲ ଜିତିଥିବା ସ୍ପାନିଶ୍‌ ଖେଳାଳି ରାଫାଲ ନାଡାଲ ଚାଇନା ଓପନ୍‌ରେ ଖେଳିବେ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଥୋମାସ ରସ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ସେଣ୍ଟ ପିଟର୍ସବର୍ଗ,୧୭।୬(ଏପି)- ଇଜିପ୍ଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାଲାହ ରବିବାର ନିଜର ୨୬ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଦିଆଯାଇଛି। ସେ ଇଜିପ୍ଟର ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ରେ ଖେଳିବେ। ଏ ନେଇ ଇଜିପ୍ଟ ଫୁଟ୍‌ବଲ ପକ୍ଷରୁ ପ୍ରକାଶ କରାଯାଇଛି।

Model This Week

ପ୍ରଭାତ