ଫୁରସତ |

ପିମ୍ପୁଡ଼ିଙ୍କର ରହିଛି ପରିବେଶ ସୁରକ୍ଷା ଜ୍ଞାନ

ପିମ୍ପୁଡ଼ିଙ୍କର ରହିଛି ପରିବେଶ ସୁରକ୍ଷା ଜ୍ଞାନ

ଓ୍ବାଶିଂଟନ: ପିମ୍ପୁଡ଼ିମାନେ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି। ଏ ନେଇ ଗବେଷକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପିମ୍ପୁଡ଼ିଦଳ ବାସ କରୁଥିବା ବୃକ୍ଷକୁ କ୍ଷତିକାରକ ପୋକଜୋକ, ବଡ଼ ବଡ଼ ପଶୁ ତଥା ଏହା ଉପରେ ମାଡ଼ୁଥିବା ଲତାଠାରୁ ସୁରକ୍ଷିତ ରଖିଥାନ୍ତି। ଜଙ୍ଗଲରେ ବଡ଼ ବଡ଼ ବୃକ୍ଷରେ ପିମ୍ପୁଡ଼ିଦଳ ବାସ କରୁଥିଲେ ମଧ୍ୟ କାହିଁକି ସେ ସବୁର କୌଣସି କ୍ଷତି ହେଉନାହିଁ, ଏନେଇ ଗବେଷକମାନେ ଦୀର୍ଘଦିନ ଧରି ପରୀକ୍ଷା ନିରୀକ୍ଷା ଚଳାଇଥିଲେ। ଅନୁଧ୍ୟାନରୁ ଜଣାପଡିଛି ଯେ, ପିମ୍ପୁଡି ବାସ କରୁଥିବା ବୃକ୍ଷ ଅଧିକ ସବୁଜ ରହିଥାଏ। ନିଜ ବାସ ସ୍ଥାନର ସୁରକ୍ଷା ପାଇଁ ପିମ୍ପୁଡ଼ିଦଳ ପ୍ରୟାସ କରିଥାନ୍ତି। ଗୋଟିଏ ସ୍ଥାନରେ ପିମ୍ପୁଡ଼ିଦଳ ଏକାଦିକ୍ରମେ ଶହ ଶହ ବର୍ଷ ବାସ କରିବାର ନଜିର ମଧ୍ୟ ରହିଛି। କେତେକ ଜଙ୍ଗଲରେ ଥିବା ଅତି ପୁରୁଣା ବୃକ୍ଷର ଯାଞ୍ଚ୍‌ କରି ଗବେଷକ ଏହା ଜାଣିପାରିଛନ୍ତି। ଅଧିକ ବର୍ଷ ଧରି ଜୀବିତ ରହୁଥିବା ବୃକ୍ଷରେ ପ୍ରାୟତଃ ପିମ୍ପୁଡ଼ିଦଳ ଅନେକ ବର୍ଷ ଧରି ବାସ କରୁଥିବା ଦେଖାଯାଇଛି। ଏଥିରୁ ପିମ୍ପୁଡ଼ିମାନେ କେତେଦୂର ପରିବେଶ ଓ ନିଜ ବାସସ୍ଥାନ ପ୍ରତି ସଚେତନ ତାହା ଗବେଷକଙ୍କୁ ଚକିତ କରିଛି। ଶ୍ରମିକ ପିମ୍ପୁଡ଼ି ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟ ତୁଲାଉଥିବାବେଳେ ସୁରକ୍ଷା ଦାୟିତ୍ୱରେଥିବା ପିମ୍ପୁଡ଼ି ବାସସ୍ଥାନ ଓ ଏହା ଚାରିପଟକୁ ସୁରକ୍ଷିତ ରଖିବାର ପ୍ରୟାସ କରିଥାନ୍ତି।

All Right Reserved By

Model This Week

ସନ୍ତୋଷ

ଫୁରସତ |

ସିଂହାସନ କଲେ କ’ଣ ମିଳେ...

ସିଂହାସନ କଲେ କ’ଣ ମିଳେ...

ସିଂହାସନ, ଏହି ଆସନର ନାମାନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ ଓ ବେକର ବ୍ୟାୟମ ହୋଇଥାଏ। ଏହାଦ୍ୱାରା ଶରୀର ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଯିବା ସହ ରକ୍ତ ସଞ୍ଚାଳନ ଭଲଭାବେ ହୋଇଥାଏ।

ନବବିବାହିତାଙ୍କୁ ପରଫ୍ୟୁମ୍‌ ମନା କାହିଁକି

ନବବିବାହିତାଙ୍କୁ ପରଫ୍ୟୁମ୍‌ ମନା କାହିଁକି

ସାଧାରଣତଃ ବିବାହ, ବ୍ରତ ବା ଯାନି ଯାତ୍ରାରେ ବାହାରିଲେ ସମସ୍ତେ ଦେହରେ ଟିକେ ଅତର ବା ପରଫ୍ୟୁମ୍‌ ଲଗାଇ ଥାଆନ୍ତି। ହେଲେ କେଉଁ ସମୟରେ ପରଫ୍ୟୁମ୍‌ ଲଗାଇବା ଭଲ ତାହା ଜାଣିବା ଆବଶ୍ୟକ।

ଗିନିଜ୍‌  ଓ୍ବାଲର୍‌ଡ ରେକର୍ଡ: ବୃହତ୍ତମ ଗିଟାର

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ: ବୃହତ୍ତମ ଗିଟାର

ବିଭିନ୍ନ ବାଦ୍ୟଯନ୍ତ୍ର ସମ୍ପର୍କରେ ତୁମେ ଜାଣିଥିବ ଏବଂ ଦେଖିଥିବ ମଧ୍ୟ। ତେବେ ପୃଥିବୀର ସବୁଠାରୁ ବଡ ଗିଟାର ଭାବେ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ୩.୯୯ ମିଟର ଲମ୍ବ ବିଶିଷ୍ଟ ଏକ ଗିଟାର।

କ୍ଲାସିକାଲ ଗୀତ ମୋତେ ପ୍ରଭାବିତ କରିଛି: ପ୍ରିୟାଂଶୁ ମହାନ୍ତି

କ୍ଲାସିକାଲ ଗୀତ ମୋତେ ପ୍ରଭାବିତ କରିଛି: ପ୍ରିୟାଂଶୁ ମହାନ୍ତି

ତାଙ୍କର ବୟସ ୧୫ ବର୍ଷ। ହେଲେ ଏଇ ବୟସରେ ସେ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ମଧ୍ୟ ନିଜକୁ ଜଣେ ଗାୟକ ଭାବରେ ପରିଚିତ କରାଇପାରିଛନ୍ତି। ସେ ହେଲେ ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ଜିଓଳ ଗ୍ରାମରେ ଜନ୍ମିତ ପ୍ରିୟାଂଶୁ ମହାନ୍ତି।

ପତ୍ନୀଙ୍କୁ ପାଖରୁ ଛାଡିବାକୁ ଚାହାଁନ୍ତି ନାହିଁ ଏହି ପୁରୁଷ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପତ୍ନୀଙ୍କୁ ପାଖରୁ ଛାଡିବାକୁ ଚାହାଁନ୍ତି ନାହିଁ ଏହି ପୁରୁଷ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମନେପଡେ ହିନ୍ଦୀ ଚଳଚ୍ଚିତ୍ର ‘ବବି’ର ସୁପରହିଟ୍‌ ଗୀତ ‘ଝୁଟ୍‌ ବୋଲେ କଓ୍ବା କାଟେ’। ପତ୍ନୀ ବାପ ଘରକୁ ଗଲେ ପତି ଯେ ଏମିତି ଭାଙ୍ଗି ପଡନ୍ତି ତା’ର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ।

ଗଣିତ ଜ୍ୟୋତିଷର ସ୍ରଷ୍ଟା ଆର୍ଯ୍ୟଭଟ୍ଟ

ଗଣିତ ଜ୍ୟୋତିଷର ସ୍ରଷ୍ଟା ଆର୍ଯ୍ୟଭଟ୍ଟ

ପିଲାମାନେ, ପ୍ରସ୍ତର ଯୁଗର ମାନବ ସମାଜରୁ ଆଜିର ମାନବ ସମାଜ ପର୍ଯ୍ୟନ୍ତ ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି, ସେଥିରେ ବିଜ୍ଞାନର ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜ୍ୟୋତିର୍ବିଦ୍ୟାରେ ପ୍ରାଚୀନ ଭାରତ ବହୁତ ଅଗ୍ରଗତି କରିଥିଲା।

ଯେଉଁଠି ଅନ୍ତର୍ବସ୍ତ୍ରରେ ମହିଳା ରଖନ୍ତି ଚାମଚ ...

ଯେଉଁଠି ଅନ୍ତର୍ବସ୍ତ୍ରରେ ମହିଳା ରଖନ୍ତି ଚାମଚ ...

ମହିଳାଙ୍କ ସୁରକ୍ଷା ପାଇଁ ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଉଛି। ତେବେବି ମହିଳା ଚାଲାଣ ବନ୍ଦ ହୋଇ ପାରିନାହିଁ। ବେଶ୍ୟାବୃତ୍ତିରେ ନିୟୋଜିତ କରିବା ପାଇଁ ସ୍ବିଡେନରୁ ପ୍ରତିବର୍ଷ ଅନେକ ମହିଳାଙ୍କୁ ଚାଲାଣ କରାଯାଇଥାଏ।

ଯେଉଁଠି କିଶୋରୀ ଝିଅ କରେ ନିଜର ସ୍ବୟମ୍ବର

ଯେଉଁଠି କିଶୋରୀ ଝିଅ କରେ ନିଜର ସ୍ବୟମ୍ବର

ଝିଅ କିଶୋର ବୟସରେ ଉପନୀତ ହେବା ପରେ ଯଦି କୌଣସି ପୁରୁଷ ବନ୍ଧୁ ସହ ଶାରୀରିକ ସମ୍ପର୍କ ରଖେ ତେବେ ତାକୁ ଘରୁ ତଡି ଦେବା ଭଳି ବ୍ୟବସ୍ଥା ରହିଛି। ହେଲେ କାମ୍ବୋଡିଆ ଜନଜାତିରେ ଅଛି ଏକ ଭିନ୍ନ ପ୍ରଥା। ଏଠି ଝିଅ କିଶୋର ବୟସରେ ଉପନୀତ ହେବା ପରେ ବାପା ତିଆରି କରନ୍ତି ଲଭ୍‌ ହଟ୍‌(କୁଡିଆ)।

ମହିଳାଙ୍କ ଓଠ କହିଦିଏ ସେମାନେ କେତେ ରୋମାଣ୍ଟିକ

ମହିଳାଙ୍କ ଓଠ କହିଦିଏ ସେମାନେ କେତେ ରୋମାଣ୍ଟିକ

ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖିଲେ ଠଉରେଇ ହୁଏ ମହିଳାଙ୍କ ସ୍ବଭାବ ବିଷୟରେ। ଓଠ ହେଉଛି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ଓଠରେ ଛିଦ୍ର ନ ଥିବାରୁ ଏହା ସହଜରେ ଶୁଖିଯାଏ ଓ ଏଥିରେ ଝାଳ ବାହାରି ନ ଥାଏ। ଆହୁରି ମଧ୍ୟ ବୟସ ବଢିଲେ ଓଠର ଆକାରରେ ପରିବର୍ତ୍ତନ ହୋଇଥାଏ।

ରମଜାନ୍‌ ମାସରେ କାହିଁକି ଖାଆନ୍ତି ଖଜୁରିକୋଳି

ରମଜାନ୍‌ ମାସରେ କାହିଁକି ଖାଆନ୍ତି ଖଜୁରିକୋଳି

ମୁସଲମାନଙ୍କ ଧାର୍ମିକ ମାସ ହେଉଛି ରମଜାନ୍‌। ଏହି ସମୟରେ ସେମାନେ ଉପବାସ ବ୍ରତ କରିଥାନ୍ତି। ଦିନସାରା କିଛି ନ ଖାଇ ସନ୍ଧ୍ୟାରେ ଖାଦ୍ୟ ଗ୍ରହଣ କରିଥାନ୍ତି। ବିଶେଷକରି ଏହି ମାସରେ ମୁସଲମାନମାନେ ଖଜୁରିକୋଳିକୁ ପ୍ରାଧାନ୍ୟ ଦେଇଥାଆନ୍ତି। ରମଜାନ୍‌ ସମୟରେ ଉପବାସ ପରେ ଏହି ଫଳ ଖାଇବାରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ।

ଯେଉଁଠି ଖଣ୍ଡେ ରୁଟି ଲାଗି କରାଯାଏ ବେଶ୍ୟାବୃତ୍ତି

ଯେଉଁଠି ଖଣ୍ଡେ ରୁଟି ଲାଗି କରାଯାଏ ବେଶ୍ୟାବୃତ୍ତି

ଏଥେନ୍ସ୍‌,୨୫।୫ : କୁହାଯାଏ ପେଟ ପାଇଁ ସବୁ ନାଟ। ପେଟକୁ ଦାନା ଲାଗି ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ନଜରକୁ ଆସିଥାଏ। ତେବେ ଅର୍ଥ ପାଇଁ ଦେହବେପାର ବା ବେଶ୍ୟାବୃତ୍ତି କିଛି ନୂଆ କଥା ନୁହେଁ। ହେଲେ ଖଣ୍ଡେ ରୁଟି ଆଶାରେ ବେଶ୍ୟାବୃତ୍ତିକୁ ଆପଣେଇନେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏଭଳି ବହୁ ଘଟଣା ପ୍ରତିଦିନ ଗ୍ରୀସ୍‌ରେ ଦେଖିବାକୁ ମିଳିଥାଏ।

୧୦ ଟଙ୍କାରେ ୨୦ ମିନିଟ ପାଇଁ ଭଡ଼ାରେ ମିଳିନ୍ତି ସୁନ୍ଦରୀ ଯୁବତୀ

୧୦ ଟଙ୍କାରେ ୨୦ ମିନିଟ ପାଇଁ ଭଡ଼ାରେ ମିଳିନ୍ତି ସୁନ୍ଦରୀ ଯୁବତୀ

ନୂଆଦିଲ୍ଲୀ,୨୫।୫ : ଆଜିକାର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସଭିଏଁ ମାନସିକ ଚାପରେ ରହୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମାନସିକ ଚାପକୁ କିଛି ମାତ୍ରାରେ ହାଲକା କରିବା ପାଇଁ ଗୁଆଡୋଙ୍ଗ୍‌ରେ ଆରମ୍ଭ ହୋଇଛି ଏକ ଅଜବ ଷ୍ଟୋର। ’ଦି ଓ୍ବାଇଟେଲିଟି ସିଟି ଇନ୍‌ ହୁୟଆନ୍‌ ସିଟି’ ନାମକ ସହରରେ ଥିବା ଏହି ଷ୍ଟୋରରେ ଏକ ପୋଡିୟମ୍‌ରେ ସୁନ୍ଦରୀ ଯୁବତୀମାନେ ଛିଡା ହୋଇଥାନ୍ତି।