

ଜାତୀୟ |

ବିଗିଡିଲା ପାରିକରଙ୍କ ସ୍ବାସ୍ଥାବସ୍ଥା: ହସ୍ପିଟାଲରେ ଭର୍ତ୍ତି
ପଣଜୀ,୨୪।୨: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡି ଯାଇଛି। ଶନିବାର ରାତିରେ ତାଙ୍କୁ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରାଦ୍ଧଦିବସରେ ଇମୋଶନାଲ ପୋଷ୍ଟ ଲେଖି ମା’ଙ୍କୁ ମନେପକାଇଲେ ଜାହ୍ନବୀ
ମୁମ୍ବାଇ,୨୪।୨: ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ପରଲୋକକୁ ବର୍ଷେ ପୁରିଛି। ଏହି ଅବସରରେ ଝିଅ ଜାହ୍ନବୀ କପୁର ଏକ ଇମୋଶନାଲ ପୋଷ୍ଟ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୭୧ତମ ଜନ୍ମଦିବସରେ ଜୟଲଳିଥାଙ୍କୁ ମନେପକାଇଲେ ମୋଦି
ନୂଆଦିଲ୍ଲୀ,୨୪।୨: ଜଣେ ଭଲ ପ୍ରଶାସକ, ରାଜନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନିଜର ଏକ ଭିନ୍ନ ପରିଚୟ ଛାଡି ଯାଇଥିବା ଜେ. ଜୟଲଳିଥାଙ୍କୁ ତାଙ୍କର ୭୧ତମ ଜନ୍ମଦିନରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ
ଗୁମଲା,୨୪।୨: ଝାଡଖଣ୍ଡ ଗୁମଲା ଜିଲାରେ ରବିବାର ହୋଇଥିବା ଏକ ଏନ୍କାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ୨ଟି ଏକେ ୪୭ପିସ୍ତଲ, ୨ଟି ୩୧୫ଏମ୍ଏମ୍ ରାଇଫଲ୍ ଓ ଏକ ପିସ୍ତଲ ଜବତ କରାଯାଇଛି।

ଆହତ ଯୁବକଙ୍କୁ କାନ୍ଧରେ ପକାଇ ୧.୫ କିମି ଦୌଡିଲେ ପୋଲିସକର୍ମୀ:ଲୋକେ କହିଲେ ବାଃ ବାଃ
ଭୋପାଳ,୨୪।୨: ମଧ୍ୟପ୍ରଦେଶର ହୋଶଂବାଦରେ ଜଣେ ପୋଲିସକର୍ମୀଙ୍କ ସାହାସୀ କାର୍ଯ୍ୟ ଦେଖିବାକୁ ମିଳିଛି।

ଉପତ୍ୟକାରେ ଉତ୍ତେଜନା
ଶ୍ରୀନଗର,୨୪।୨,(ପି.ଟି.):ସରକାର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସମ୍ବିଧାନର ଧାରା ୩୫-କ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଜମାତ୍-ଇ-ଇସ୍ଲାମୀ ନେତା ଅବ୍ଦୁଲ ହମିଦ ଫୟାଜଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି।

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ
ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି।

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

ପ୍ଲେନ୍ ହାଇଜାକ୍ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ
ନୂଆଦିଲ୍ଲୀ, ୨୩।୨: ପ୍ଲେନ୍ ହାଇଜାକ୍ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି।

ସିଆରପିଏଫ୍ ବସ୍ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ
ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି।

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି
ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।