Dharitri News
ମେଟ୍ରୋ |

ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା

ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା ପୁରୀ ଅଫିସ, ୨୮।୧(ଡି.ଏନ୍‌.ଏ.): ନୂଆ ଜଗନ୍ନାଥ ସଡ଼କ ଯାତ୍ରୀଙ୍କ ପାଇଁ ସାଜିଛି ମରଣଯନ୍ତା। ରବିବାର ରୁଆ ନିକଟସ୍ଥ ଚୁରାଲି ଛକରେ ଏକ ପଥର ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଚନ୍ଦନପୁର ଥାନା ପୋଲିସ ଟ୍ରକକୁ ଜବତ କରିଛି। ସେହିପରି ପୁରୀ ବଳଗଣ୍ଡି ଛକରେ ଦୁର୍ଘଟଣାରେ ଆହତ ଜଣେ ଅଚିହ୍ନା ଯୁବକଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ଶୁକ୍ରବାର ରୁଆ ଛକରେ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ମେଟ୍ରୋ |

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

ହଳଦୀ, ଚନ୍ଦନରେ ରଙ୍ଗଖେଳ

ହଳଦୀ, ଚନ୍ଦନରେ ରଙ୍ଗଖେଳ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଆସନ୍ତା ମାର୍ଚ୍ଚ ୧ରେ ‘ସ୍ବପ୍ନାପତି ହର୍ବାଲ ହୋଲି ୨୦୧୮’ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହେବ। ସିନ୍ଥେଟିକ୍‌ ଏବଂ ରସାୟନ ରଙ୍ଗ ବଦଳରେ ପ୍ରାକୃତିକ ସାମଗ୍ରୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ହୋଲି ପ୍ରତି ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ବପ୍ନା ପତି ଫାଉଣ୍ଡେଶନର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି।

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ବିଶ୍ୱର ସର୍ବବୃହତ ମଞ୍ଚ ନାଟକ ଉତ୍ସବ ୮ମ ଥିଏଟର ଅଲିମ୍ପିକ୍ସ ଶନିବାରଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, ଏଭଳି ଏକ ନାଟକ ମହୋତ୍ସବ ଭୁବନେଶ୍ୱରରେ ଆୟୋଜିତ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ପୁରୀ ଅଫିସ,୨୩ା୨: ଜଣେ ଦୃଷ୍ଟିହୀନ ପାଇଁ ଆଲୋକର ମାନେ କିଛି ନାହିଁ। ଅନ୍ଧକାର ହିଁ ତା ଜୀବନ ସାଥୀ। ଜନ୍ମରୁ ସିଏ ଆଲୋକର ସଂଜ୍ଞା କ’ଣ ଜାଣିନି କିମ୍ବା ଆଲୋକର ରଶ୍ମି କେବେ ଦେଖିବାର ସୁଯୋଗ ପାଇନି। ପୂର୍ଣ୍ଣିମାର ରାତି ତା’ ପାଇଁ ସର୍ବଦା ଅମା ଅନ୍ଧାର। ହେଲେ ଅନ୍ଧକାରକୁ ସାଥୀ କରି ଚାଲୁଥିବା ଜଣେ ଦୃଷ୍ଟିହୀନ ଯେ ବେଳେବେଳେ ଅନ୍ୟମାନଙ୍କୁ ଠିକଣା ପଥରେ ଆଗେଇ ନିଏ ତାହା ଦେଖିବାକୁ ମିଳିଥିଲା ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏ ଅଫ୍‌)ରେ।

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରର ଜଗମୋହନ ଭିତରପାର୍ଶ୍ୱ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟକରଣ ସିଲିଙ୍ଗ ଓ କ୍ଲାଡିଙ୍ଗ କାର୍ଯ୍ୟ ମାର୍ଚ୍ଚ ୬ ସୁଦ୍ଧା ସରିବ। ଗର୍ଭଗୃହରେ ଏସି ସଂସ୍ଥାପନ ହେବ। ସେଥିପାଇଁ ଜଗମୋହନରେ ଭେଣ୍ଟିଲେଶନ ଡକ୍‌ ଲଗାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ୨୦ ସୁଦ୍ଧା ସରିବ। ମାର୍ଚ୍ଚ ୨୫ ସୁଦ୍ଧା ଭକ୍ତ ଜଗମୋହନକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କୋର୍‌ କମିଟି ମତ ରଖିଛି।

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ପୁରୀ ଅଫିସ,୨୩।୨: ଜମାଣିଆ ହେବ ପୁରୀ ବିଚ୍‌ କାର୍ନିଭାଲ। କ୍ରୀଡ଼ା, ଯୋଗ ଓ ନୃତ୍ୟଗୀତର ବି ଆସର ଜମିବ। ସାମିଲ ହେବେ ପୁରୀବାସୀ ଆଉ ପର୍ଯ୍ୟଟକ। ୫ ଦିନ ଧରି ନାଚଗୀତରେ ମସ୍‌ଗୁଲ ହେବେ ସଭିଏଁ। ଆରମ୍ଭରୁ ଏମିତି ଅନେକ କଥା ଶୁଣିବାକୁ ମିଳିଥିଲା। ଉଦ୍‌ଘାଟନୀ ବି ବେଶ୍‌ ଜାକଜମକରେ ହେଲା। ହେଲେ ତୃତୀୟ ସନ୍ଧ୍ୟାରେ ଫିକା ପଡିଗଲା ବିଚ୍‌ କାର୍ନିଭାଲ। ଆସିଲେନି ଅତିଥି କି ଉଦ୍‌ଘାଟନ ହେଲାନି କାର୍ଯ୍ୟକ୍ରମ।

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।