ଜାତୀୟ |

ଜମ୍ମୁ-କଶ୍ମୀର ୪ଟି ଜିଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ଠପ୍‌

ଜମ୍ମୁ-କଶ୍ମୀର ୪ଟି ଜିଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ଠପ୍‌

ଶ୍ରୀନଗର, ୨୮।୧: ଜମ୍ମୁ-କଶ୍ମୀରର ୪ଟି ଜିଲାରେ ରବିବାର ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ଠପ୍‌ କରି ଦିଆଯାଉଛି। ଶନିବାର ସେନାଙ୍କ ଉପରେ ଲୋକମାନେ ପଥରମାଡ଼ କରିଥିଲେ। ଏହି ଘଟଣାରେ ସେନା ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯିବା ସହିତ ପରେ ଲୋକଙ୍କୁ ଘଉଡେଇବା ପାଇଁ ଗୁଳି ଚାଳନା କରାଯାଇଥିଲା। ଏଥିରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲଓ୍ବାମା, ଅନନ୍ତନାଗ, କୁଲଗାମ୍‌ ଓ ଶୋପିଆନ୍‌ ଜିଲାରେ ଇଣ୍ଟର ନେଟ୍‌ ସେବାକୁ ବନ୍ଦ କରାଯାଇଛି। ସେହିପରି ଦକ୍ଷିଣ କଶ୍ମୀରରେ ଇଣ୍ଟରନେଟ୍‌ ସ୍ପିଡ୍‌କୁ ୧୨୮ କେବିପିଏସ୍‌ କରାଯାଇଥିବା ପ୍ରଶାସନ କହିଛି।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ବଦଳିବ ଆଲ୍ଲାହାବାଦର ନାମ

ବଦଳିବ ଆଲ୍ଲାହାବାଦର ନାମ

ଆଲ୍ଲାହାବାଦ,୨୪।୫: ବଦଳିପାରେ ଆଲ୍ଲାହାବାଦର ନାମ। ଯୋଗୀ ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍ତରପ୍ରଦେଶର ଏହି ପବିତ୍ର ସହରର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯିବ ବୋଲି ସୂଚନା ମିଳିଛି।

କେରଳ ସୀମା ଡେଇଁଲା ନିପା ଭାଇରସ୍‌

କେରଳ ସୀମା ଡେଇଁଲା ନିପା ଭାଇରସ୍‌

କୋଚି,୨୪।୫: ମାରାତ୍ମକ ନିପା ଭାଇରସରେ ଆକ୍ରାନ୍ତ ହୋଇ କେରଳରେ ୧୧ ଜଣଙ୍କର ମୃତ୍ୟୁ ହେବା ପରେ ଏବେ ଏହି ଭାଇରସ୍‌ ସୀମା ଡେଇଁଛି। କର୍ନାଟକରେ ୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

ଲିଙ୍ଗ ପରିବର୍ତ୍ତନ: ପୁରୁଷ ଆଗରେ

ଲିଙ୍ଗ ପରିବର୍ତ୍ତନ: ପୁରୁଷ ଆଗରେ

ବମ୍ବେ,୨୪।୫: ଲିଙ୍ଗ ପରିବର୍ତ୍ତନ କରିବାକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ମହିଳାରୁ ପୁରୁଷ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କ ଅପେକ୍ଷା ପୁରୁଷରୁ ମହିଳା ହେବାକୁ ଇଚ୍ଛା କରୁଥିବା ପୁରୁଷଙ୍କ ସଂଖ୍ୟା ୩ ଗୁଣ ଅଧିକ ବୋଲି ଜଣାପଡିଛି।

ଜୁନ ୨୮ରୁ ଅମରନାଥଯାତ୍ରା: ସୁରକ୍ଷା ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଆଲୋଚନା

ଜୁନ ୨୮ରୁ ଅମରନାଥଯାତ୍ରା: ସୁରକ୍ଷା ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଆଲୋଚନା

ଶ୍ରୀନଗର,୨୪।୫: ଜୁନ ୨୮ରୁ ଅମରନାଥଯାତ୍ରା ଆରମ୍ଭ ହେବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜମ୍ମୁ-କଶ୍ମୀର ରାଜ୍ୟପାଳ ଏନ୍‌. ଏନ୍‌. ଭୋରା ବୁଧବାର ରାଜଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।

ଜଙ୍ଗଲରେ ନିଆଁ: ବନ୍ଦ ହେଲା ବୈଷ୍ଣୋଦେବୀ ଯାତ୍ରା

ଜଙ୍ଗଲରେ ନିଆଁ: ବନ୍ଦ ହେଲା ବୈଷ୍ଣୋଦେବୀ ଯାତ୍ରା

ନୂଆଦିଲ୍ଲୀ,୨୪।୫: ଉତ୍ତରାଖଣ୍ଡ ସୀମାର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ଆଖପାଖ ଅଞ୍ଚଳର ଲୋକେ ନିଆଁ ଓ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡିବା ସହ ଇତିମଧ୍ୟରେ ଏହି ନିଆଁ କାରଣରୁ ବୈଷ୍ଣୋଦେବୀ ଯାତ୍ରାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।

ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀଙ୍କ ବୈପ୍ଳବିକ ପଦକ୍ଷେପ: ଉପରାଷ୍ଟ୍ରପତି

ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀଙ୍କ ବୈପ୍ଳବିକ ପଦକ୍ଷେପ: ଉପରାଷ୍ଟ୍ରପତି

ଅଗରତାଲା,୨୪।୫: ଦେଶକୁ ଦୁର୍ନୀତି ମୁକ୍ତ କରିବା କ୍ଷେତ୍ରରେ ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈପ୍ଳବିକ ପଦକ୍ଷେପ ବୋଲି ବୁଧବାର ଉପରାଷ୍ଟ୍ରପତି ଏମ୍‌ ଭେଙ୍କାୟା ନାଇଡୁ ପ୍ରକାଶ କରିଛନ୍ତି।

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନ/ନୂଆଦିଲ୍ଲୀ,୨୪।୫: ତାମିଲନାଡୁର ତୁତିକୋରିନରେ ବିରୋଧ ପ୍ରଦର୍ଶନ କାରଣରୁ ଷ୍ଟେରିଲାଇଟ୍‌ କପର ପ୍ଲାଣ୍ଟ ବନ୍ଦ ହେବା ଫଳରେ ସିଧାସଳଖ ୩୨ ହଜାର ୫ ଶହ ନିଯୁକ୍ତି ଉପରେ ପ୍ରଭାବ ପଡିଛି।

ଡରାଉଛି ନିପା: ୧୮ ବାଦୁଡି ମୃତ

ଡରାଉଛି ନିପା: ୧୮ ବାଦୁଡି ମୃତ

ନହାନ,୨୪।୫: ହିମାଚଳ ପ୍ରଦେଶ ନହାନର ଏକ ସରକାରୀ ସ୍କୁଲ ପରିସରରେ ବୁଧବାର ୧୮ରୁ ଅଧିକ ମୃତ ବାହୁଡି ମିଳିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ହିମାଚଳ ପ୍ରଦେଶରେ ହଠାତ୍‌ ବାଦୁଡିମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡି,୨୪।୫: ତାମିଲନାଡୁର ଥୁଥୁକୁଡିରେ ଲାଗି ରହିଥିବା ଆଣ୍ଟି-ଷ୍ଟେରିଲାଇଟ୍‌ ପ୍ରୋଟେକ୍ସନ୍‌ ପ୍ରଭାବରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ବୁଧବାର ରାତି ପ୍ରାୟ ୯ଟାରୁ ଏହା ବନ୍ଦ ଥିବା ବେଳେ ପ୍ରଶାସନ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜଣାପଡିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଉରି,୨୪।୫: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଗୁରୁବାର ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉରି ବାରମୁଳା ଜିଲାର କମଲ କୁଟ ଅଞ୍ଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଅଟୋମେଟିକ୍‌ ଫାଇରିଂ କରିବା ସହ ମୋର୍ଟାର ମାଡ କରାଯାଇଥିବା ସୂଚନା ମିଳିଛି।

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଭୁବନେଶ୍ୱର, ୨୩।୫(ବ୍ୟୁରୋ)- ବୁଧବାର ପାଗ ଖରାପ ଯୋଗୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ୭୮୫ ବିମାନ କଲିକତାରେ ଜୁରୁରୀ ଅବତରଣ କରିଥିଲା। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ବିମାନ ସକାଳ ୯ଟା ୧୬ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା।

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

ବାଙ୍ଗାଲୋର,୨୩।୫: ବିଧାନସଭାରେ ୟେଦୁରପ୍ପା ଆସ୍ଥା ଭୋଟ୍‌ ଆଗରୁ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଢ଼ିବା ନେଇ ପଥ ପରିଷ୍କାର ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ଜେଡିଏସ୍‌ର କୁମାରସ୍ବାମୀ କର୍ନାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।