ଜାତୀୟ |

ନାରୀଶକ୍ତିର ବିକାଶ କ୍ଷେତ୍ରରେ ଆରମ୍ଭ ହୋଇଛି ନୂତନ ଅଧ୍ୟାୟ

ନାରୀଶକ୍ତିର ବିକାଶ କ୍ଷେତ୍ରରେ ଆରମ୍ଭ ହୋଇଛି ନୂତନ ଅଧ୍ୟାୟ

ନୂଆଦିଲ୍ଲୀ, ୨୮।୧: ଦେଶରେ ନାରୀଶକ୍ତିର ବିକାଶଧାରା ଜାରି ରହିବା ସହି ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର ପ୍ରକାଶ କରିଛନ୍ତି। ଏହାର ସକରାତ୍ମକ ପ୍ରଭାବ ସମାଜ ଉପରେ ପଡିବାରେ ଲାଗିଛି। ମହିଳାମାନେ ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣୁଛନ୍ତି। ଜଣେ ଝିଅ ୧୦ ଜଣ ପୁଅଙ୍କ ସହିତ ସମକ୍ଷକ ହେବାର ସୁଯୋଗ ଏବେ ଆସିଛି। ଏହା ଦେଶ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି। ସମାଜରରେ ପରିବର୍ତ୍ତନର ଧାରା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯିବ। ଏହା ଦ୍ୱାରା ପାରମ୍ପରିକ ସମାଜରେ ବିକାଶ ସମ୍ଭବ ହୋଇ ପାରିବାର ଆଶା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

ବାଙ୍ଗାଲୋର,୨୩।୫: ବିଧାନସଭାରେ ୟେଦୁରପ୍ପା ଆସ୍ଥା ଭୋଟ୍‌ ଆଗରୁ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଢ଼ିବା ନେଇ ପଥ ପରିଷ୍କାର ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ଜେଡିଏସ୍‌ର କୁମାରସ୍ବାମୀ କର୍ନାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡି,୨୩।୫: ଷ୍ଟେର୍‌ଲାଇଟ୍‌କୁ ବିରୋଧ କରାଯାଉଥିବା ସମୟରେ ବୁଧବାର ତାମିଲନାଡୁ ଥୁଥୁକୁଡ଼ିର ଆନ୍ନା ନଗରରେ ପୁଣି ଏକ ହିଂସାକାଣ୍ଡ ଘଟିଛି। ଏଥିରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ଗୋରଖପୁର,୨୩।୫: ଗତବର୍ଷ ଗୋରଖପୁର ହସ୍ପିଟାଲରେ ୭୦ ଶିଶୁଙ୍କ ମୃତ୍ୟୁ ପରେ ନିଲମ୍ବିତ ହୋଇଥିବା ଡାକ୍ତର କାଫିଲ୍‌ ଖାଁ କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢ଼ାଇଛନ୍ତି।

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ଶ୍ରୀନଗର,୨୩।୫ : ପାକିସ୍ତାନ ଭାରତ ସହିତ ଆରମ୍ଭ କରିଛି ଅଘୋଷିତ ଯୁଦ୍ଧ। ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ବୁଧବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆର୍‌ଏସ୍‌ପୁରା, ଅରନିଆ, ରାମଗଡ଼, ସାମ୍ବା, ହୀରାନଗର ପ୍ରଭୃତି ଅଞ୍ଚଳରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଛୋଟପିଲା ଅଛନ୍ତି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଫେସବୁକ୍‌  ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ଫେସବୁକ୍‌ ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ନୂଆଦିଲ୍ଲୀ,୨୩।୫ : ଫେସବୁକ୍‌ ପ୍ରେମିକାଙ୍କୁ ବିବାହ ଲାଗି ମାତାପିତା ମନା କରିବାରୁ ଜଣେ ପୁଅ ହତ୍ୟାକାରୀ ସାଜିଛି। ଦିଲ୍ଲୀର ଜାମିଆ ନଗରରେ ବାସ କରୁଥିବା ୨୬ ବର୍ଷ ବୟସ୍କ ଯୁବକ ଅବଦୁଲ୍‌ ରହେମାନ୍‌ ଫେସବୁକ୍‌ରେ ଦୁଇ ବର୍ଷ ଧରି କାନପୁରର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ଥିରୁଅନନ୍ତପୁରମ୍‌,୨୩।୫: ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନିଙ୍କ ମୃତ୍ୟୁ ଘଟିବା ପରେ ବୁଧବାର କେରଳ ସରକାର ତାଙ୍କ ସ୍ବାମୀଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ଗୁରୁବାର ଭାରତ ଗସ୍ତରେ ଆସିବେ ମାର୍କ ର୍ୟୁଟି

ନୂଆଦିଲ୍ଲୀ/ଆମଷ୍ଟେରଡାମ,୨୩।୫ : ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ର୍ୟୁଟି ଗୁରୁବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ପୂର୍ବାହ୍ନ ୯ଟାରେ ଭାରତରେ ପହଞ୍ଚି ପାଲାମ ଏୟାର ଫୋର୍ସ ଷ୍ଟେଶନ ପରିଦର୍ଶନ କରିବେ।

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଦିଲ୍ଲୀ ପୋଲିସକୁ ମାନବାଧିକାର କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫ : ଜଣେ ଅପରାଧୀଙ୍କୁ ୫ଶହ ମିଟର ଉଲଗ୍ନ କରି ବୁଲାଇବା ଘଟଣାରେ ଦିଲ୍ଲୀ ପୋଲିସକୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରୁ ଏହାକୁ ନିନ୍ଦା କରାଯାଇଥିଲା। ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ମତ ପ୍ରକାଶ ପାଇଥିଲା।

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଟୁଟିକୁରିନ୍‌ ଟ୍ରାଜେଡି: ପ୍ଲାଣ୍ଟର ନିର୍ମାଣକାର୍ଯ୍ୟ ଉପରେ ରହିତାଦେଶ ଜାରି କଲେ ମାଡ୍ରାସ୍‌ ହାଇକୋର୍ଟ

ଥୁଥୁକୁଡି,୨୩।୫: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ବୁଧବାର ତାମିଲନାଡୁର ଥୁଥୁକୁଡ଼ିସ୍ଥିତ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ର କ୍ଷମତା ବୃଦ୍ଧି ଲାଗି ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

୧୫ ବର୍ଷ  ପରେ ଗିରଫ ହେଲେ ମୃତ ଘୋଷିତ ଅପରାଧୀ

୧୫ ବର୍ଷ ପରେ ଗିରଫ ହେଲେ ମୃତ ଘୋଷିତ ଅପରାଧୀ

ଲକ୍ଷ୍ନୌ,୨୩।୫ : ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା ଷଡ଼ଯନ୍ତ୍ର ରଚି ୧୫ ବର୍ଷ ଲୁଚି ରହିବା ପରେ ଜଣେ ଅପରାଧୀକୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଫତେପୁର ଜିଲା ଲଲୌଲି ଅଞ୍ଚଳରେ ଥିବା ଡେରା ମଜରେ କୈର୍ଶ କନକ ଗାଁରେ ୨୦୦୩ରେ ସୁଖଦେବ ନାମକ ଜଣେ ଅପରାଧୀ ଧନତାଲି ନାମକ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

ରେଳ ବିଭାଗରେ ୯ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ବିଜ୍ଞପ୍ତି

ରେଳ ବିଭାଗରେ ୯ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୩।୫: ରେଳ ମନ୍ତ୍ରାଳୟ ପକ୍ଷରୁ ୯୭୩୯ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଏବଂ ରେଳ ସୁରକ୍ଷା ବିଶେଷ ବଳ(ଆର୍‌ପିଏସ୍‌ଏଫ୍‌) ପଦବୀ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।