ଜାତୀୟ |

ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ

 ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ
ନୂଆଦିଲ୍ଲୀ, ୨୮।୧: ଭାରତୀୟ ସେନା ପାଖରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଅଭାବ ରହିଛି। ଏହା ସହିତ ବିଭିନ୍ନ ପ୍ରକାର ଲଞ୍ଚର ମଧ୍ୟ ସେନା ଆବଶ୍ୟକ କରୁଛି। ଭାରତୀୟ ସେନା ୬୮ ହଜାର ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର ଓ ୮୫୦ ବିଭିନ୍ନ ପ୍ରକାର ଲଞ୍ଚର ଆବଶ୍ୟକ କରୁଛି ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି। ସୀମାରେ ଶତ୍ରୁପକ୍ଷ ଟ୍ୟାଙ୍କ୍‌କୁ ପ୍ରତିରୋଧ କରିବା ପାଇଁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ରର ଆବଶ୍ୟକତା ପଡିଥାଏ। ଭାରତ-ପାକିସ୍ତାନ ସୀମାରେ ଏଭଳି କ୍ଷେପଣାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇତିମଧ୍ୟରେ ସେନା ୨୫ହଜାର ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ଓ ୯୬ ଲଞ୍ଚର କିଣିବାର ଯୋଜନା କରିଛି। ଇସ୍ରାଏଲରଠାରୁ ସ୍ପାଇକ୍‌ କିମ୍ବା ଆମେରିକାଠାରୁ ଏଫ୍‌ଜିଏମ୍‌-୧୪୮ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର କିଣିବାର ଉଦ୍ୟମ ଆରମ୍ଭ ହୋଇଛି। ଗତବର୍ଷ ସରକାର ଇସ୍ରାଏଲ୍‌ ସହିତ ୩୨ଶହ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ରଦ୍ଦ କରିଛନ୍ତି। ଏହି ଚୁକ୍ତି ୨୦୦୯ରେ ହୋଇଥିଲା। ଚୁକ୍ତି ଅନୁସାରେ ଇସ୍ରାଏଲ୍‌ ଭାରତକୁ ୮,୩୫୬ଟି ମଧ୍ୟମ ଦୂରଗାମୀ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର, ୩୨୧ ଲଞ୍ଚର ଓ ୧୫ଟି ସିମୁଲେଟର ଯୋଗାଇ ଦେଇଥାନ୍ତା। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନେହ୍ୟୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏ ନେଇ କିଛି ଅଗ୍ରଗତି ହେବାର ଆଶା ରହିଛି।
All Right Reserved By

ଜାତୀୟ |

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ମୁମ୍ବାଇ,୨୦।୯: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧକୁ ଅପାସୋରା କରି ରଖିବାକୁ ଚେଷ୍ଟା କରିଛନ୍ତି।

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି ପ୍ରାୟ୯୦ ଜଣ ଆଶାକର୍ମୀ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଆଶାକର୍ମୀମାନେ ନୂଆଦିଲ୍ଲୀଠାରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି।

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ଚେନ୍ନାଇ,୨୦।୯: ତାମିଲନାଡୁର ଚେନ୍ନାଇରେ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହି ବିଶେଷ କୋର୍ଟରେ ବିଧାୟକ ଓ ଏମ୍‌ପିମାନଙ୍କ ବିରୋଧରେ ରେଜିଷ୍ଟର ହୋଇ ପଡିରହିଥିବା ମାମଲା ଗୁଡିକର ଶୁଣାଣି କରାଯିବ।

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

ନୂଆଦିଲ୍ଲୀ,୨୦।୯: ପାକିସ୍ତାନ ସେନା ଦ୍ୱାରା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ଏବେ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚ ଚଉଡା ଛାତି। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ସାପର ହେଲା ଏମ୍‌ଆର୍‌ଆଇ

ସାପର ହେଲା ଏମ୍‌ଆର୍‌ଆଇ

ମୁମ୍ବାଇ,୨୦।୯: ମଣିଷମାନଙ୍କର ଏମ୍‌ଆର୍‌ଆଇ କଥା ଜଣାଅଛି। ହେଲେ ସାପର ବି କରାଯାଏ ଏମ୍‌ଆର୍‌ଆଇ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମୁମ୍ବାଇରେ ଏବେ ଏମ୍‌ଆର୍‌ଆଇ ପରେ ଏକ ସାପର ଚିକିତ୍ସା ଚାଲିଛି। 

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୯: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ସହ ସମ୍ପର୍କ ବଢାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୯: ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ୍‌। ଏସମ୍ପର୍କରେ ଆମେରିକା ପ୍ରକାଶ କରିଛି।

 ଚୋର ଧରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ବନ୍ଧକ କଲେ ଗ୍ରାମବାସୀ

ଚୋର ଧରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ବନ୍ଧକ କଲେ ଗ୍ରାମବାସୀ

ଗ୍ବାଲିୟର,୨୦।୯: ମଧ୍ୟପ୍ରଦେଶ ଗ୍ବାଲିୟର ଖାଲସା ଗାଁରେ ଘଟିଛି ଏକ ଅଘଟଣ। ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ଚୋରକୁ ଧରିବାକୁ ଆସିଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌କୁ ଗ୍ରାମବାସୀ ବନ୍ଧକ କରିଛନ୍ତି। 

୫ମ ଶ୍ରେଣୀ ଛାତ୍ରୀଙ୍କୁ ୩ ମାସ ଧରି ବଳାତ୍କାର କରୁଥିଲେ ପ୍ରିନ୍ସପାଲ: ଗର୍ଭବତୀ ହେବା ପରେ ଜଣାପଡ଼ିଲା ଘଟଣା

୫ମ ଶ୍ରେଣୀ ଛାତ୍ରୀଙ୍କୁ ୩ ମାସ ଧରି ବଳାତ୍କାର କରୁଥିଲେ ପ୍ରିନ୍ସପାଲ: ଗର୍ଭବତୀ ହେବା ପରେ ଜଣାପଡ଼ିଲା ଘଟଣା

ପାଟନା,୨୦।୯: ବିହାର ଫୁଲଓ୍ବାରୀ ଶରୀଫ୍‌ଠାରେ ଥିବା ଏକ ଘରୋଇ ସ୍କୁଲରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରିନ୍ସପାଲ ଦୀର୍ଘ ୩ ମାସ ଧରି ବଳାତ୍କାର କରିଥିଲେ। ଛାତ୍ରୀ ଜଣକ ଗର୍ଭବତୀ ହେବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। 

ଭୋକରେ କାନ୍ଦୁଥିବା ନବଜାତକକୁ ମା’ କ୍ଷୀର ଦେବାକୁ ମନା କଲେ ବାଳସୁରକ୍ଷା ଅଧିକାରୀ

ଭୋକରେ କାନ୍ଦୁଥିବା ନବଜାତକକୁ ମା’ କ୍ଷୀର ଦେବାକୁ ମନା କଲେ ବାଳସୁରକ୍ଷା ଅଧିକାରୀ

ଚଣ୍ଡିଗଡ଼,୨୦।୯: ପଞ୍ଜାବ ମୋହାଲିରେ ମା’ କ୍ଷୀର ପାଇଁ କାନ୍ଦୁଥିବା ନବଜାତକକୁ କ୍ଷୀର ଦେବାକୁ ମନା କରିଛନ୍ତି ସ୍ଥାନୀୟ ବାଳସୁରକ୍ଷା କାର୍ଯ୍ୟାଳୟ ଅଧିକାରୀ । ମା’ ଅନୀତା ପିଲାକୁ କ୍ଷୀର ପିଆଇବା ପାଇଁ କାକୁତି ମିନତି କଲେ ମଧ୍ୟ ମିଳି ନାହିଁ ସୁଫଳ।