ଖେଳ |

ଷ୍ଟୋକ୍ସ ସବୁଠୁ ଦାମୀ, ଗେଲ୍‌ ଅଲୋଡ଼ା

ଷ୍ଟୋକ୍ସ ସବୁଠୁ ଦାମୀ, ଗେଲ୍‌ ଅଲୋଡ଼ା
ବାଙ୍ଗାଲୋର, ୨୭ା୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୧ତମ ସଂସ୍କରଣ ପାଇଁ ଶନିବାର ଅନୁଷ୍ଠିତ ଖେଳାଳି ନିଲାମର ପ୍ରଥମ ଦିବସରେ ଭାରତୀୟ ଖେଳାଳିମାନଙ୍କ ଚାହିଦା ରହିଥିଲେ ମଧ୍ୟ ଇଂଲଣ୍ଡ ଅଲରାଊଣ୍ଡର ବେନ୍‌ ଷ୍ଟୋକ୍ସ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ଅଧିକ ଦାମ୍‌ରେ ବିକ୍ରି ହୋଇଛନ୍ତି। ଫିଲ୍ଡ ବାହାରେ ଗଣ୍ଡଗୋଳ ଯୋଗୁ ବିବାଦୀୟ ହୋଇପଡ଼ିଥିଲେ ସୁଦ୍ଧା ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫ କୋଟି ଟଙ୍କା (୧.୯୬ ନିୟୁତ ଆମେରିକୀୟ ଡଲାର)ରେ କ୍ରୟ କରିଛି। ଇଂଲଣ୍ଡ ଅଲରାଉଣ୍ଡରଙ୍କୁ ନେବା ଲାଗି ବିଡିଂ ଯୁଦ୍ଧରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟ ଅବତ୍ତୀର୍ଣ୍ଣ ହୋଇଥିଲେ। ବର୍ତ୍ତମାନ ଭାରତୀୟ ଦଳର ଖେଳାଳିମାନଙ୍କୁ ନେବା ଲାଗି ଫ୍ରାଞ୍ଚାଇଜ୍‌ଗୁଡ଼ିକ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଷ୍ଟାଇଲିଶ ଓପନର ରାହୁଲ ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ପାଣ୍ଡେଙ୍କୁ ଯଥାକ୍ରମେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ୧୧ କୋଟି ଟଙ୍କା (୧.୭୩ ନିୟୁତ ଡଲାର)ରେ କ୍ରୟ କରିଥିଲେ। ଏହି ଖେଳାଳିଦ୍ୱୟ ଏତେ ଦାମ୍‌ରେ ବିକ୍ରି ହୋଇଥିଲେ ମଧ୍ୟ ସେମାନଙ୍କ ମୂଳ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ ସେମାନଙ୍କ ରାଇଟ୍‌ ଟୁ ମ୍ୟାଚ୍‌ (ଆଟିଏମ୍‌) କାର୍ଡ ବ୍ୟବହାର କରି ନ ଥିଲେ। ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ ଖାଁଙ୍କୁ ସନରାଇଜର୍ସ ହାଇଦ୍ରାବାଦ ପୁଣି ନେବାକୁ ଚାହିଁଥିଲା। ଏଥର ଦଳ ରାଇଟ୍‌ ଟୁ ମ୍ୟାଚ କାର୍ଡ ଜରିଆରେ ତାଙ୍କୁ ୯ କୋଟି ଟଙ୍କା (୧.୪୧ ନିୟୁତ ଡଲାର) ବିନିମୟରେ କ୍ରୟ କରିଥିଲା। ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା କରୁଣ ନାୟାରଙ୍କୁ ନେବାଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଅନ୍ୟ ଦଳ ସହିତ ସଂଘର୍ଷ କରିବାକୁ ପଡ଼ିଥିଲା। ତେବେ ଶେଷରେ ଦଳ ୫.୬୦ କୋଟି (୮୮୦,୦୦୦ ଡଲାର)ଟଙ୍କାରେ କ୍ରୟ କରିନେଇଥିଲା। ବ୍ୟାଟିଂ ଅଲରାଉଣ୍ଡ କ୍ୱାଲିଟି ପାଇଁ କେଦାର ଯାଦବଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୭.୮୦ କୋଟି ଟଙ୍କାରେ କ୍ରୟ କରିଥିଲା। ଚେନ୍ନାଇ କିନ୍ତୁ ଏଥର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନେବା ଲାଗି ଆଗ୍ରହ ପ୍ରକାଶ କରି ନ ଥିଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୭.୬୦ କୋଟି (୧.୧୯ ନିୟୁତ ଡଲାର) ଟଙ୍କା ବିନିମୟରେ ନେଇଥିଲା। ସଞ୍ଜୁ ସାମସନଙ୍କ ଭଳି କେତେଜଣ ଟି୨୦ ସ୍ପେଶାଲିଷ୍ଟଙ୍କ ଚାହିଦା ରହିଥିଲା। ସଞ୍ଜୁଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି ଟଙ୍କାରେ କ୍ରୟ କରିଥିବାବେଳେ ରବିନ ଉଥପ୍ପାଙ୍କୁ କେକେଆର ୬.୪ କୋଟି ଟଙ୍କାରେ ଖରିଦ କରିଥିଲା। ଲେଗ୍‌ ସ୍ପିନରମାନଙ୍କ ଚାହିଦା ମଧ୍ୟ ପରିଲକ୍ଷିତ ହୋଇଥିଲା। କର୍ନ ଶର୍ମାଙ୍କୁ ୫ କୋଟି ଟଙ୍କା (୭୮୬,୦୦୦ ଡଲାର)ରେ ସିଏସ୍‌କେ ନେଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲାର ୟୁଜବେନ୍ଦ୍ର ଚହଲଙ୍କୁ ୬କୋଟି ଟଙ୍କା (ଆରଟିଏମ ଜରିଆରେ) ଏବଂ କୁଲଦୀପ ଯାଦବଙ୍କୁ କୋଲକାତା ନାଇଟ ରାଇଡର୍ସ ୫.୮ କୋଟି ଟଙ୍କା (ଆରଟିଏମ ଜରିଆରେ)ରେ କ୍ରୟ କରିଥିଲା। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରି ନ ଥିବା ରାହୁଲ ଟଓ୍ବୋଟିଆଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ ୩ କୋଟି ଟଙ୍କା (୪୭୧,୦୦୦ ଡଲାର)ରେ ଖରିଦ କରିଥିଲା। ମଧ୍ୟରେ ଦୀନେଶ କାର୍ତ୍ତିକ ଲୋଭନୀୟ ମୂଲ୍ୟରେ ବିକ୍ରି ହୋଇଛନ୍ତି। କେକେଆର ତାଙ୍କୁ ୭.୪ କୋଟି ଟଙ୍କା (୧.୧୬ ନିୟୁତ ଡଲାର) ରେ କିଣିଛି। ରିଦ୍ଧିମାନ ସାହଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୫ କୋଟି ଟଙ୍କା (୭୮୬,୦୦୦ଡଲାର)ରେ କ୍ରୟ କରିଥିବାବେଳେ ପାର୍ଥିବ ପଟେଲଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ପ୍ରକାଶ କରି ନ ଥିଲେ। ନିଲାମରେ ଷ୍ଟୋକ୍ସଙ୍କ ପାଖକୁ କେହି ସ୍ପର୍ଶ କରିପାରି ନ ଥିଲେ। ପବ୍‌ରେ ଝଗଡ଼ା ପାଇଁ ଇଂଲଣ୍ଡ ଆଶେସ ଦଳରୁ ବାଦ୍‌ ପଡ଼ିଥିଲେ ହେଁ ଏହା ତାଙ୍କ ଚାହିଦା ଉପରେ କୌଣସି ଫରକ ଆଣି ନ ଥିଲା। ଗତବର୍ଷ ନିଲାମରେ ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ଷ୍ଟୋକ୍ସଙ୍କୁ ୧୪.୫ କୋଟି ଟଙ୍କା (୨.୨୮ ନିୟୁତ ଡଲାର)ରେ କ୍ରୟ କରିଥିଲା। ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନକୁ ପାଥେୟ କରି ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏଥର ଷ୍ଟୋକ୍ସଙ୍କୁ ନେବା ଲାଗି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏକାଧିକ ବାର ବୋଲି ଲଗାଇଥିଲେ। କିନ୍ତୁ ପୁଣେ ଫ୍ରାଞ୍ଚାଇଜ୍‌ର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଏହି ଖେଳାଳିଙ୍କୁ ନେବା ଲାଗି ଅଡି ବସିଥିଲେ। ସ୍ମିଥ୍‌ଙ୍କ ମତାମତକୁ ଫ୍ରାଞ୍ଚାଇଜ୍‌ ମାଲିକମାନେ ସମ୍ମାନ ଦେଇଥାନ୍ତି। ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୯.୬୦ କୋଟି (୧.୫ ନିୟୁତ ଡଲାର) ଟଙ୍କାରେ କ୍ରୟ କରିଥିଲା। ୧୬ଜଣ ମାର୍କି ଖେଳାଳିଙ୍କ ମଧ୍ୟରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଗ୍ଲେନ ମାକ୍ସଓ୍ବେଲ। ସେ ୯କୋଟି ଟଙ୍କା ବିନିମୟରେ ୫ ବର୍ଷ ବ୍ୟବଧାନରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଫେରିଛନ୍ତି। ତାଙ୍କୁ ନେବାଲାଗି ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କେକେଆର ଏଥର ଗୌତମ ଗମ୍ଭୀରଙ୍କୁ ରଖିବାକୁ ଚାହିଁ ନ ଥିଲା। ଦିଲ୍ଲୀ ଡେୟାର ଡେଭିଲ୍ସ ତାଙ୍କୁ ୨.୮୦ କୋଟି ଟଙ୍କାରେ ଖରିଦ କରିଛି। ଏହି ଦଳ ଆରଟିଏମ ଜରିଆରେ କ୍ରିସ୍‌ ଲିନ୍‌ଙ୍କୁ ୯.୬୦କୋଟି (୧.୫୧ ନିୟୁତ ଡଲାର) ଟଙ୍କାରେ କ୍ରୟ କରିଥିଲା। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଆଶ୍ଚର୍ଯ୍ୟଜନକ ଭାବେ ବିକ୍ରି ହୋଇପାରି ନ ଥିଲେ। ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ମଧ୍ୟ ଅଲୋଡା ହୋଇପଡିଥିଲେ। କିନ୍ତୁ ତାଙ୍କ ଟିମ୍‌ମେଟ ଅଲରାଉଣ୍ଡର କ୍ରିସ୍‌ ଓକ୍ସଙ୍କୁ ୭.୪୦ କୋଟି ଟଙ୍କାରେ ଆରସିବି କ୍ରୟ କରିଥିଲା। ବିକ୍ରି ହୋଇ ପାରି ନ ଥିବା ଅନ୍ୟ ପ୍ରମୁଖ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ ମୁରଲୀ ବିଜୟ ରହିଛନ୍ତି। ଭେଟେରାନ ଖେଳାଳି ଯୁବରାଜ ସିଂଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୨ କୋଟି ଟଙ୍କାରେ ଖରିଦ କରିଛି। ଅନ୍ୟପକ୍ଷରେ ସିଏସକେ ଆରଟିଏମ କାର୍ଡ ବ୍ୟବହାର କରି ଡ୍ବେନ ବ୍ରାଭୋଙ୍କୁ ୬.୪୦କୋଟି ଟଙ୍କାରେ କ୍ରୟ କରିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଆରଟିଏମ ବ୍ୟବହାର କରି କିରନ ପୋଲାର୍ଡଙ୍କୁ ୫.୪୦କୋଟି ଟଙ୍କାରେ କିଣିଛି। ସନରାଇଜର୍ସ ହାଇଦ୍ରାବାଦ ଶିଖର ଧାଓ୍ବନଙ୍କୁ ୫.୨ କୋଟି ଟଙ୍କାରେ ନେଇଛି। ଫାଫ୍‌ ଡୁପ୍ଲେସିଙ୍କୁ ସିଏସକେ ୧.୬୦କୋଟି ଟଙ୍କାରେ ଖରିଦ କରିଥିବାବେଳେ ରାଜସ୍ଥାନ ରୟାଲ୍ସ ଆରଟିଏମ ବ୍ୟବହାର କରି ଅଜିଙ୍କ୍ୟ ରାହାନେଙ୍କୁ ୪କୋଟି ଟଙ୍କା ବିନିମୟରେ ନେଇଛି। କେନ୍‌ ଓ୍ବିଲିୟମ୍ସ ୩ କୋଟି ଟଙ୍କା ବିନିମୟରେ ସନରାଇଜର୍ସ ହାଇଦ୍ରାବାଦକୁ ଫେରିଛନ୍ତି।
All Right Reserved By

ଖେଳ |

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ମେଲବୋର୍ନ, ୨୧।୧- ବିଶ୍ୱର ଏକ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ କହୁଣିରେ ମଙ୍ଗଳବାର ଅସ୍ତ୍ରୋପଚାର ହେବ। ଆଘାତଜନିତ ସମସ୍ୟା ଲାଗି ଓ୍ବାର୍ନର ନିକଟରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌) ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ମେଲବୋର୍ନ, ୨୧।୧- ଅଷ୍ଟ୍ରେଲିଆନ ଓପନ୍‌ର ରାଉଣ୍ଡ-୧୬ରେ ପରାଜୟବରଣ କରିବା ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡରର ପାଇଁ ମହଙ୍ଗା ପଡ଼ିଛି। ରବିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଫେଡରର ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସଙ୍କଠାରୁ ହାରିଯାଇଥିଲେ।

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ, ୨୧।୧- ଆଇସିସି କ୍ରିକେଟ ବିଶ୍ୱକପ୍‌ (ଏକଦିବସୀୟ) ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ୍‌ ସମୟରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡମାନ ସୃଷ୍ଟି ହୋଇଥାଏ। ତେବେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ୪ଟି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବା ବର୍ତ୍ତମାନର କ୍ରିକେଟରଙ୍କ ପକ୍ଷେ ସମ୍ଭବପର ନୁହେଁ।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ମେଲବୋର୍ନ, ୨୧।୧(ଏଏଫ୍‌ପି)- ଜାପାନ ଟେନିସ ତାରକା ନାଓମି ଓସାକା ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ତ୍ରିଭେନ୍ଦ୍ରମ, ୨୧।୧- ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଲାୟନ୍ସ କ୍ରିକେଟ ଦଳ ବିପକ୍ଷ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ (ଏକଦିବସୀୟ)କୁ ବୋର୍ଡ ସଭାପତି ଏକାଦଶ ଦଳ ଜିତିନେଇଛି। ରବିବାର ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ଇଶାନ କିଶାନଙ୍କ ନେତୃତ୍ୱାଧୀନ ବୋର୍ଡ ସଭାପତି ଏକାଦଶ ଦଳ ୫ ଉଇକେଟ୍‌ରେ ଜିତିଥିଲା। 

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ବ୍ରିସବେନଠାରେ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ କର୍ଟିସ ପାଟରେଶନଙ୍କୁ ସାମିଲ କରାଯାଇଛି। 

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋର ସମ୍ପ୍ରସିଦ୍ଧି ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ରବିବାର ଉଦ୍‌ଯାପିତ ହୋଇଯାଇଛି। 

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ, ୨୧ା୧ (ସ୍ବ.ପ୍ର)- ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡ଼ା ମହାବେରଣା କ୍ଳବ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ପ୍ରତିଯୋଗିତାର ଫାଇନାଲ ଖେଳ ରବିବାର ବାଙ୍କୀ ଆଥଲେଟିକ ଆସୋସିଏଶନ୍‌ ଓ ବୈଦେଶ୍ୱର ଦିଶା କ୍ଲବ  ମଧ୍ୟରେ ହୋଇଥିଲା। 

ଯାଜପୁର ଜିଲା ଓପନ ଚେସ: ସୌମ୍ୟ,ତ୍ରିଦେବ ଚାମ୍ପିୟନ

ଯାଜପୁର ଜିଲା ଓପନ ଚେସ: ସୌମ୍ୟ,ତ୍ରିଦେବ ଚାମ୍ପିୟନ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଯାଜପୁରରୋଡ଼ସ୍ଥିତ ଗ୍ଲୋରିୟସ ଇଂଲିଶ୍‌ ମିଡିୟମ ସ୍କୁଲରେ ଯାଜପୁର ଜିଲା ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବର୍ଗରେ ଫିଡେମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଓ ଜୁନିୟରରେ ତ୍ରିଦେବ ତୀର୍ଥଙ୍କର ଚାମ୍ପିୟନ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଉଭୟ ପ୍ରତିଯୋଗୀ ୬ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୫.୫ ପଏଣ୍ଟ ଲେଖାଏ ପାଇଥିଲେ। 

ବୋରାସମ୍ବର କପ୍‌ ଜିତିଲା ରାଉରକେଲା

ପଦ୍ମପୁର, ୨୧।୧ (ଡି.ଏନ.ଏ)-ବରଗଡ଼ ଜିଲା ପଦ୍ମପୁର ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।