ରାଜ୍ୟ |

ବେଆଇନ ଗିରଫଦାରି: ୨ ଲକ୍ଷ ଟଙ୍କା ଦରମାରୁ ଗଣିବେ ଦୋଷୀ ଅଧିକାରୀ

ବେଆଇନ ଗିରଫଦାରି: ୨ ଲକ୍ଷ ଟଙ୍କା ଦରମାରୁ ଗଣିବେ ଦୋଷୀ ଅଧିକାରୀ

କଟକ ଅଫିସ, ୨୭।୧- ପୋଲିସ ଅନେକ ମାମଲାରେ ଲକ୍ଷ୍ମଣରେଖା ଡେଇଁ କାର୍ଯ୍ୟ କରୁଛି। କେତେବେଳେ ମିଥ୍ୟା ମାମଲା ତ କେତେବେଳେ ନିର୍ଦ୍ଦୋଷଙ୍କୁ ଗିରଫ କରୁଛି। ପୋଲିସର ନିର୍ଯାତନା ଓ ଅପମାନ ବାବଦ ଭରଣା ଟଙ୍କା ଦେଇ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। କିନ୍ତୁ ଆବେଦନକାରୀଙ୍କ ସମ୍ମାନକୁ ଫେରାଇ ଆଣିବା ପାଇଁ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ପୋଲିସର ଏକ ବେଆଇନ ଗିରଫଦାରି ଓ ନିର୍ଯାତନାକୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ପୋଲିସ ନିର୍ଯାତନାର ଶିକାର ହୋଇଥିବା ଆବେଦନକାରୀ ଚିତ୍ତରଞ୍ଜନ ବେହେରାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ମାସ ମଧ୍ୟରେ ଚିତ୍ତରଞ୍ଜନଙ୍କୁ ରାଜ୍ୟ ସରକାର ଏହି କ୍ଷତିପୂରଣ ପ୍ରଦାନ କରିବେ। ଉକ୍ତ କ୍ଷତିପୂରଣ ଟଙ୍କା ବେଆଇନ ଗିରଫଦାରି କରିଥିବା ପୋଲିସ ଅଧିକାରୀଙ୍କ ଦରମାରୁ ଭରଣା କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏହି ରାୟ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୯୨ ଜୁନ୍‌ କେନ୍ଦ୍ରାପଡ଼ା ଜିଲା ଦେଉଳପଡ଼ା ପଞ୍ଚାୟତ ନିର୍ବାଚନ ସମୟରେ ପ୍ରିଜାଇଡିଂ ଅଫିସର ମହାକାଳପଡ଼ା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ନିର୍ବାଚନ ଚାଲିଥିବା ବେଳେ ବୁଥରୁ କେତେଜଣ ବ୍ୟକ୍ତି ବାଲଟ୍‌ ପେପର୍‌ ଲୁଟି ନେଇଥିଲେ। ତତ୍କାଳୀନ ନିର୍ବାଚନ ଅଧିକାରୀଙ୍କ ପତ୍ର ଆଧାରରେ ୧୯୯୨ ଜୁନ୍‌ ୩ରେ ମହାକାଳପଡ଼ା ଥାନାରେ ଆଇପିସି ଦଫା ୪୪୮, ୧୭୧(ଏଫ୍‌) ଓ ୩୪ରେ ଏକ ମାମଲା(ନଂ-୫୭/୧୯୯୨) ରୁଜୁ ହୋଇଥିଲା। ତଦନ୍ତ ପରେ ପୋଲିସ ୧୯୯୨ ଜୁନ୍‌ ୩୦ରେ ଟୁକୁନା ବେହେରା, କୁମର ବେହେରା ଓ ରଞ୍ଜିତ ବେହେରାଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ପୋଲିସ କୁମର ଓ ରଞ୍ଜିତଙ୍କୁ ଗିରଫ କରିବା ସହ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। କିନ୍ତୁ ପୋଲିସ ଟୁକୁନା ବେହେରାଙ୍କ ନାମରେ ଚିତ୍ତରଞ୍ଜନ ବେହେରାଙ୍କୁ ବାରମ୍ବାର ଥାନାକୁ ଡକାଇ ମାନସିକ ନିର୍ଯାତନା ଦେଇଥିଲା। ସେ ଟୁକୁନା ବେହେରା ନୁହନ୍ତ ବୋଲି ଚିତ୍ତରଞ୍ଜନ କହିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ଶେଷରେ ଚିତ୍ତରଞ୍ଜନ ପୋଲିସ ଚାପରେ ଅଦାଲତରେ ଆତ୍ମସମର୍ପଣ କରିବା ସହିତ ଜାମିନ ପାଇଁ ଆବେଦନ କରିଥିଲେ। ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ରେକର୍ଡପତ୍ର ଯାଞ୍ଚରୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ ଜାଣିବା ପରେ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହାପରେ ପୁଣି ୧୯୯୮ ଡିସେମ୍ବର ୧୬ରେ ଚିତ୍ତରଞ୍ଜନଙ୍କୁ ଟୁକୁନା ବେହେରା ଦର୍ଶାଇ ପୋଲିସ ଗିରଫ କରିଥିଲା। ଚିତ୍ତରଞ୍ଜନଙ୍କ ବୋର୍ଡ ସାର୍ଟିଫିକେଟ୍‌ ଅନ୍ୟାନ୍ୟ ପରିଚୟ ପତ୍ର ଯାଞ୍ଚ କରି ସେ ଚିତ୍ତରଞ୍ଜନ ବେହେରା ବୋଲି ଅଦାଲତ ରାୟ ଦେବା ସହ ପ୍ରକୃତ ଅଭିଯୁକ୍ତ ଟୁକୁନା ବେହେରାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ଉକ୍ତ ଅଦାଲତ ଆଦେଶ ଦେଇଥିଲେ। ୨୦୦୦ ଅଗଷ୍ଟ ୧୦ରେ ପୋଲିସ ତଦନ୍ତ କରି ଅଦାଲତରେ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ, ନିର୍ଦ୍ଦିଷ୍ଟ ଠିକଣାରେ ଟୁକୁନା ବେହେରା ନାମରେ କୌଣସି ବ୍ୟକ୍ତି ନାହାନ୍ତି। ଏହା ସତ୍ତ୍ବେ ୨୦୦୯ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ଚିତ୍ତରଞ୍ଜନଙ୍କୁ ପୁଣି ଉକ୍ତ ଥାନା ପୋଲିସ ଡାକି ଧମକଚମକ ଦେଇଥିଲେ। ପୋଲିସ ତାଙ୍କୁ ବେଆଇନ ଭାବେ ଗିରଫ କରିବା ଯୋଗୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ତାଙ୍କର ମାନବାଧିକାର ଓ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି। ସେ ଜଣେ ନିର୍ଦ୍ଦୋଷ ହୋଇଥିଲେ ସୁଦ୍ଧା ପୋଲିସ ଦ୍ୱାରା ଅପମାନିତ ହୋଇଛନ୍ତି ବୋଲି ଦର୍ଶାଇ ଚିତ୍ତରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଅଜିତ କୁମାର ଚୌଧୁରୀ ଓ କରୁଣାକର ଦାସ ଏହି ମାମଲା ପରିଚାଳନା କରୁଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ମାଲକାନଗିରି ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୫(ଡି.ଏନ୍‌.ଏ): ମାଲକାନଗିରି ଏସ.ପି ଜଗମୋହନ ମୀନାଙ୍କ ନିକଟରେ ଗୁରୁବାର ଜଣେ କୁଖ୍ୟାତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ କାଲିମେଳା ଥାନା ଅନ୍ତର୍ଗତ ପପୁଲୁର ପଞ୍ଚାୟତ ଏରାବେଟି ଗ୍ରାମର କେ.ଲକ୍ଷ୍ମୀ ଓରଫ ଶ୍ୱେତା ଓରଫ କୁମାରୀ।

ଟାଙ୍ଗୀ ଗଲା ୩ ରଥ ଚକ

ଟାଙ୍ଗୀ ଗଲା ୩ ରଥ ଚକ

ପୁରୀ ଅଫିସ,୨୪ା୫: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ବିରାଜିତ ତିନିରଥର ତିନୋଟି ଚକ ଗୁରୁବାର କଟକ ଜିଲା ଟାଙ୍ଗୀର ନିମାଇସାପୁର ଗ୍ରାମକୁ ଯାଇଛି। ସଂକୀର୍ତ୍ତନ ଶୋଭାଯାତ୍ରାରେ ନିମାଇସାପୁର ଗ୍ରାମବାସୀ ରଥ ଚକକୁ ସାଥୀରେ ନେଇଯାଇଛନ୍ତି ।

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ଖଇରା,୨୪।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନା ଠିକ୍‌ ଭାବେ ଚାଲିଛି କି ନାହିଁ ସେଥିପାଇଁ ସରକାରଙ୍କ ଅର୍ଥ ବିଭାଗ ତରଫରୁ ସ୍ବତନ୍ତ୍ର ଅଡିଟ କରାଯିବାକୁ ଜିଲାର ବିଭିନ୍ନ ବିଭାଗକୁ ଚିଠି ହୋଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଏହିି ଅଡିଟର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର ବିମାନବନ୍ଦର ଉଡାଇଦେବାକୁ ଟେଲିଫୋନରେ ଧମକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମିଷ୍ଟର ପରିଡା ନାମକ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ୭୮୭୩୬୦୫୯୩୩ ନମ୍ବର ଟେଲିଫୋନରୁ ଭୁବନେଶ୍ୱର ବିମାନବନ୍ଦର ଅଧିକାରୀଙ୍କୁ ବାରମ୍ବାର ଧମକ ଦେଉଛନ୍ତି। ସେ ବିମାନବନ୍ଦରରେ ବିସ୍ଫୋରଣ ଘଟାଇବେ ବୋଲି କହୁଛନ୍ତି। ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଜଣାଇବା ପରେ ଏୟାରଫିଲ୍‌ଡ଼ ଥାନା ଏହାର ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଇନଜୀବୀ, ଛାତ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି ଆଇଜୀବୀମାନଙ୍କ କଲ୍ୟାଣ ପାଣ୍ଠିନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ରଘୁନାଥପୁର, ୨୪।୫(ଡି.ଏନ୍‌.ଏ.): ଭାଜପା ନେତୃତ୍ୱାଧୀନ ଛତିଶଗଡ଼ ସରକାରଙ୍କ ଓଡ଼ିଶା ପ୍ରତି ଅନ୍ୟାୟ ଚରମ ସୀମାରେ ପହଞ୍ଚିଛି। ଚିରସ୍ରୋତା ମହାନଦୀର ଜଳପ୍ରବାହକୁ ଛତିଶଗଡ଼ରେ ୨୨ଟି ବ୍ୟାରେଜ ନିର୍ମାଣ କରି ବନ୍ଦ କରି ଦିଆଯାଇଥିବାରୁ ଓଡ଼ିଶାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ତଳମୁଣ୍ଡରେ ପାଣିଟୋପାଏ ପାଇଁ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଖାଦ୍ୟ ସୁରକ୍ଷା ଆଇନରେ ଅଧିକ ହିତାଧିକାରୀ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ର ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଓଡ଼ିଶା ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀ ଅନୁମୋଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଷ୍ଟକ୍‌ଚରକୁ ଘଟଗାଁ ବ୍ଲକର ଟିକିରା ଗ୍ରିଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବିରେ ଗୁରୁବାର ପାଟଣା ବିକାଶମଞ୍ଚ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବଜାର ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସମର୍ଥନ ମିଳିଛି।

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅତାବିରା, ୨୪।୫ (ଡି.ଏନ.ଏ)- ବରଗଡ ଜିଲା ଗୋଡଭଗା-ତୁରୁମ ୫୪ନମ୍ବର ରାଜ୍ୟ ରାଜପଥ ଦେଶଭଟିଲି- ଦେଶପର୍ଥଲା ମଝିରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭେଡେନ ଥାନା ତଥା ରୁଷୁଡା ଫାଣ୍ଡି ଅଧିନସ୍ଥ ଦେଶଭଟିଲି ଗ୍ରାମର ବିଷ୍ଣୁ ସେଣ (୪୦)।

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଥାନା କୁଶାସିଙ୍ଗା ମହୁଲପାଳ ସାହିରେ ଗୁରୁବାର ସକାଳେ ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଗିରିଶ ରାଉତ(୮୦), ସଞ୍ଜୟ ରାଉତ(୪୫)।

ମାଓବାଦୀଙ୍କ ମାଇନ୍‌ ବିସ୍ଫୋରଣ: ଯବାନ ସହିଦ

ମାଓବାଦୀଙ୍କ ମାଇନ୍‌ ବିସ୍ଫୋରଣ: ଯବାନ ସହିଦ

ମାଲକାନଗିରି,୨୪।୫(ସ୍ବ.ପ୍ର.): ଓଡ଼ିଶା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲାସ୍ଥିତ ତେମେଲଓ୍ବାଡାଠାରେ ଗୁରୁବାର ସକାଳେ ମାଓବାଦୀଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି।