ରାଜ୍ୟ |

ବ୍ୟକ୍ତିତ୍ୱରେ ବିଜୁ ଟଲ୍‌ ମ୍ୟାନ

ବ୍ୟକ୍ତିତ୍ୱରେ ବିଜୁ ଟଲ୍‌ ମ୍ୟାନ
ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ କେବଳ ଉଚ୍ଚତାରେ ନୁହନ୍ତି ବ୍ୟକ୍ତିତ୍ୱରେ ଥିଲେ ‘ଟଲ୍‌ ମ୍ୟାନ’ ବା ‘ଉତ୍ତୁଙ୍ଗ ପୁରୁଷ’। ତାଙ୍କର ବିଶାଳ ହୃଦୟ, ବିଚକ୍ଷଣ କାର୍ଯ୍ୟଶୈଳୀ, ମହାନୁଭବତା ତାଙ୍କୁ କେବଳ ଓଡ଼ିଶାର ଭୌଗୋଳିକ ସୀମା ମଧ୍ୟରେ ସୀମିତ କରି ରଖି ନ ଥିଲା। ସେ ଥିଲେ ଜନତାର ନେତା । ଏଭଳି ଜଣେ ବ୍ୟକ୍ତିଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ଉପରେ ଆଧାରିତ ସଚିତ୍ର ପୁସ୍ତକ ‘ଦ ଟଲ୍‌ ମ୍ୟାନ- ବିଜୁ ପଟ୍ଟନାୟକ’ ଉନ୍ମୋଚନର ସୁଯୋଗ ପାଇଁ ଆମେ କୃତଜ୍ଞ। ଶନିବାର ସ୍ଥାନୀୟ ଉତ୍କଳ ମଣ୍ଡପରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜାତୀୟସ୍ତରର ୪ ଜଣ ବରିଷ୍ଠ ନେତା ସେମାନଙ୍କ ବକ୍ତବ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ମଞ୍ଚରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଛନ୍ତି। ଭୟଶୂନ୍ୟ ପ୍ରତିବଦ୍ଧତା ବିଜୁ ପଟ୍ଟନାୟକଙ୍କୁ ଉତ୍ତୁଙ୍ଗ ଶିଖରର ବ୍ୟକ୍ତିତ୍ୱରେ ପରିଣତ କରିଥିଲା। ବିଜୁବାବୁ ତାଙ୍କ ସମୟର ଜଣେ ଶୀର୍ଷସ୍ଥାନୀୟ ନେତା, ପ୍ରକୃତ ଜାତୀୟତାବାଦୀ ଏବଂ ଦେଶପ୍ରେମୀ ବ୍ୟକ୍ତିତ୍ୱ ଥିଲେ । ‘ଦ ଟଲ୍‌ ମ୍ୟାନ-ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହା କହିଛନ୍ତି। ମୋ ପରି ଜଣେ କମ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବିଜୁବାବୁଙ୍କ କର୍ମଭୂମିରେ ତାଙ୍କ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରୁଥିବାରୁ ଗୌରବାନ୍ବିତ ମନେକରୁଥିବା ପ୍ରଣବ କହିଛନ୍ତିି। ନିଜର ବକ୍ତବ୍ୟରେ ବିଜୁବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିବା ସହ ତାଙ୍କଠାରୁ ବହୁତ କିଛି ଶିଖିବାର ଥିଲା ବୋଲି ସେ କହିଛନ୍ତି। ବିଜୁବାବୁ ଯେତେବେଳେ ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରୁଥିଲେ, ସେ ସମୟରେ ପ୍ରଣବ ଗୋଟିଏ ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନରେ ଅଧ୍ୟାପନା କରୁଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ଦଳର ହୋଇଥିଲେ ମଧ୍ୟ ବିଜୁଙ୍କ ସହ ତାଙ୍କର ବ୍ୟକ୍ତିଗତ ଏବଂ ଉତ୍ତମ ପାରିବାରିକ ସମ୍ପର୍କ ଥିଲା ବୋଲି ପ୍ରଣବ କହିଥିଲେ। ଜନତା ସରକାର ସମୟରେ ଦାମନଯୋଡିରେ ନାଲ୍‌କୋ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଜନତା ସରକାର ଭାଙ୍ଗି ଯାଇଥିଲା, ହେଲେ ଏହା କୌଣସି ପ୍ରକାରରେ ପ୍ଲାଣ୍ଟ ପ୍ରତିଷ୍ଠା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରି ନ ଥିଲା। ଯାହାର ସମସ୍ତ ଶ୍ରେୟର ହକ୍‌ଦାର ବିଜୁ ପଟ୍ଟନାୟକ। ତାଙ୍କ ପ୍ରତିବଦ୍ଧତା ଏବଂ ନାଲ୍‌କୋ ପ୍ରତିଷ୍ଠା ନେଇ ଥିବା ସଂକଳ୍ପ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବାଧ୍ୟ କରିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଭାଲେରୀ ଜିସକାର୍ଡଙ୍କ ସହ ଏନେଇ ଭାରତ ସରକାର ଚୁକ୍ତି କରିଥିବା ପ୍ରଣବ କହିିଥିଲେ। ପ୍ରଣବ ପ୍ରାଥମିକ ଭାବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅର୍ଥ, ବାଣିଜ୍ୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଶିଳ୍ପାୟନର ଗୁରୁତ୍ୱ ନେଇ ବିଜୁବାବୁ ତାଙ୍କୁ ଅନେକ ପରାମର୍ଶ ଦେଇଥିଲେ। ଦ୍ୱିତୀୟଥର ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଣବ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ା ସେ ସମୟରେ ନିଜ ରାଜ୍ୟବାସୀଙ୍କ ସ୍ବାର୍ଥରକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ଅନେକ କ୍ଷେତ୍ରରେ ସେ ବାଧ୍ୟ କରୁଥିଲେ ବୋଲି ପ୍ରଣବ କହିଛନ୍ତି। ନିଜ ରାଜ୍ୟ ଓଡ଼ିଶା ରାଜନୀତିର ସେ ସର୍ବକାଳୀନ ସର୍ବୋଚ୍ଚ ଶିଖର ବ୍ୟକ୍ତିତ୍ୱ । ସେହିପରି ନିଜ ସମୟର ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ଜଣେ ଆଦର୍ଶ ସ୍ଥାନୀୟ ନେତା ବୋଲି ପ୍ରଣବ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡା ମରଣୋତ୍ତର ଭାବେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କର୍ନାଟକର ମୁଖ୍ୟମନ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ବିଜୁ ଥିଲେ ଦୂରଦୃଷ୍ଟିସମ୍ପନ୍ନ ନେତା, ତାଙ୍କଠାରୁ ପରବର୍ତ୍ତୀ ପିଢି ବହୁତ କିଛି ଶିଖିବାର ରହିଛି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରୀୟ ପାଠ୍ୟକ୍ରମରେ ତାଙ୍କ ଜୀବନୀ ସ୍ଥାନ ମିଳୁ। ତାଙ୍କ ଉପରେ ରଚିତ ପୁସ୍ତକ କେବଳ ଓଡ଼ିଆ, ଇଂଲିଶରେ ସୀମିତ ନ ରହି ଦେଶର ଅନ୍ୟାନ୍ୟ କଥିତ ଭାଷାରେ ଅନୁବାଦ କରାଯାଉ ବୋଲି ଦେବଗୌଡା ମତ ରଖିଛନ୍ତି। ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ହିନ୍ଦୀରେ ନିଜ ବକ୍ତବ୍ୟ ରଖିଥିଲେ। ସେ କହିଛନ୍ତି ଯେ, ନିଜ ଜୀବନକାଳରେ ଅନେକ ପୁସ୍ତକ ଉନ୍ମୋଚନ କରିଛି। ବହୁତ ପୁସ୍ତକ ଉନ୍ମୋଚନ ଉତ୍ସବକୁ ଯାଇଛି, ମାତ୍ର ବିଜୁବାବୁଙ୍କ ପୁସ୍ତକ ଉନ୍ମୋଚନରେ ମିଳିଥିବା ଆନନ୍ଦ ସବୁଠୁ ନିଆରା । ଉନ୍ମୋଚନ ଉତ୍ସବର ଅତିଥି ଭାବେ ମୁଁ ଯେତିକି ଆତ୍ମସନ୍ତୋଷ ଲାଭ କରୁଛି, ସଭାସ୍ଥଳରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ସେହି ପରିମାଣର ସନ୍ତୋଷ ଲାଭ କରୁଛି। ଦ ଟଲ୍‌ ମ୍ୟାନ ପୁସ୍ତକକୁ ଦେଖିବା ବେଳେ ସ୍ବାଭାବିକ ଭାବେ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ଆସିଯାଉଛି ବୋଲି ସେ କହିଛନ୍ତି। ସର୍ବୋପରି ତାଙ୍କ ପରି ବ୍ୟକ୍ତିତ୍ୱଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତବର୍ଷର ୫ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସଂଯୋଗ କରାଯାଇଥିବାରୁ ଖୁସି ଲାଗୁଥିବା ସେ କହିଛନ୍ତି। ଦେଶର ଜଣାଶୁଣା ବାମପନ୍ଥୀ ନେତା ତଥା ସିପିଏମ୍‌ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ବିଜୁଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ। ରାଜ୍ୟ ତଥା ଜାତୀୟସ୍ତରରେ ଧର୍ମନିରପେକ୍ଷତା, ପ୍ରଗତିଶୀଳ ରାଜନୈତିକ ବିଚାରଧାରର ବିଜୁ ପଟ୍ଟନାୟକ ବାର୍ତ୍ତାବହ ଥିବା କଥା ନିଜ ବକ୍ତବ୍ୟରେ ସୀତାରାମ କହିଛନ୍ତି। ସୀତାରାମ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସମୟରେ ବିଜୁବାବୁ ନିର୍ବାଚନ ରାଜନୀତିରେ ପ୍ରବେଶ କରିସାରିଥିଲେ ା ତେଣୁ ବିଜୁଙ୍କ ବିଷୟରେ କହିବା ତାଙ୍କ ପାଇଁ ଗୌରବର କଥା ବୋଲି ସେ କହିଛନ୍ତି। ୧୯୯୦ ଏବଂ ଏହାର ପରବର୍ତ୍ତୀ ସମୟରେ ୟୁନାଇଟେଡ୍‌ ଫ୍ରଣ୍ଟ ସରକାର ସମୟରେ ବିଭିନ୍ନ ଦଳମାନଙ୍କ ସହ ଆଲୋଚନା କରିବା ସହ ଭି.ପି. ସିଂ ଏବଂ ପରବର୍ତ୍ତୀ ସମୟରେ ଦେବେଗୌଡାଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ବିଜୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସୀତାରାମ କହିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ପୁସ୍ତକର ରଚୟିତା ସୁନ୍ଦର ଗଣେଶନ ପୁସ୍ତକ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କାମରାଜ ଯୋଜନା ସମ୍ପର୍କରେ ଜାଣିବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ। ମାତ୍ର ସର୍ବଶେଷରେ ଟରୋଣ୍ଟୋରେ ସେ ଏହା ଉପରେ ଏକ ପୁସ୍ତକ ପାଇଥିଲେ, ଯାହା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରଚିତ ହୋଇଥିଲା। ପୁସ୍ତକଟିକୁ ସଂକଳିତ କରିବାରେ ନବୀନ ପଟ୍ଟନାୟକଙ୍କ ଭଗିନୀ ଗୀତା ମେହେଟ୍ଟା ଏବଂ ଭିଣୋଇଙ୍କ ଅବଦାନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଗଣେଶନ କହିଛନ୍ତି। ସେହିପରି ଭାରତବର୍ଷର ଜଣାଶୁଣା ଖବରଦାତା ଏବଂ ସ୍ତମ୍ଭକାର ପ୍ରଭୁ ଚାୱଲା ପୁସ୍ତକଟିର ସମୀକ୍ଷା କରିଥିଲେ। ସେ କହିଥିଲେ ଯେ, ବିଜୁଙ୍କ ଉପରେ ରଚିତ ହୋଇଥିବା ସମସ୍ତ ପୁସ୍ତକ ମଧ୍ୟରେ ଦ ଟଲ୍‌ ମ୍ୟାନର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ନିଜ ସମୟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିଲେ ମଧ୍ୟ ଅନେକ ଥର ବିଜୁ ବାବୁ ଜାତୀୟ ଗଣମାଧ୍ୟମର ଶିରୋନାମାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଏଭଳି ପୁସ୍ତକ ତାହାର ଭରଣା କରିବ ବୋଲି ସେ କହିଛନ୍ତି। ପୁସ୍ତକ ରଚନା ପାଇଁ ସୁନ୍ଦର ଗଣେଶନ୍‌ ଏବଂ ଭବ୍ୟ ବର୍ଣ୍ଣାଢ୍ୟ ପରିବେଶରେ ଏହାର ଉନ୍ମୋଚନ କରାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସର୍ବଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍ତବ୍ୟ ରଖି ବିଜୁ ଜନ୍ମ ଶତବାର୍ଷିକୀ କମିଟି ଦ୍ୱାରା ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜାତୀୟ ନେତୃବୃନ୍ଦ, ଅତିଥିଗଣ ଏବଂ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ଅତିଥିଙ୍କୁ ସ୍ମରଣିକା ସ୍ବରୂପ ମୁଖ୍ୟମନ୍ତ୍ରୀ ଗୋଟିଏ ଗୋଟିଏ ବୁଦ୍ଧ ପ୍ରତିମା ପ୍ରଦାନ କରିଥିଲେ। ୧୮୦ ପୃଷ୍ଠାର ଏହି ପୁସ୍ତକ ରଚନା ପାଇଁ ଗଣେଶନ ଏବଂ ସମୀକ୍ଷା ପାଇଁ ପ୍ରଭୁ ଚାୱଲାଙ୍କୁ ନବୀନ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ବିଜୁ ପଟ୍ଟନାୟକ ଦଳ, ଭୌଗୋଳିକ ସୀମା, ବୟସ ଏବଂ ଆଦର୍ଶର ଯଥେଷ୍ଟ ଊର୍ଦ୍ଧ୍ୱରେ ଥିଲେ । ତାଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ସଫଳ କରିଥିବାରୁ ସେ ଅତ୍ୟନ୍ତ ଉଲ୍ଲସିତ ମନରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
All Right Reserved By

ରାଜ୍ୟ |

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଭୁବନେଶ୍ୱର, ୨୨।୧(ବ୍ୟୁରୋ)- ରାଜ୍ୟର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗମନାଗମନ ସମସ୍ୟା ଯୋଗୁ ସେମାନେ ଡାକ୍ତରଖାନାରେ ପହଞ୍ଚତ୍ପାରୁ ନାହାନ୍ତି। ତେଣୁ ସେସବୁ ଅଞ୍ଚଳରେ ଲୋକଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଜରିଆରେ ‘ଡିଜିଟାଲ ଡିସ୍‌ପେନ୍‌ସାରୀ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ଭୁବନେଶ୍ୱର, ୨୨ା୧(ବ୍ୟୁରୋ)- ପୋଷା କୁକୁରଙ୍କୁ ଖାଦ୍ୟରେ ନିଶା ଦେଇ ଗୁହାଳରୁ ଗାଈ ଗୋରିକରିନେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଅଞ୍ଚଳରେ। ଗାଈ ମାଲିକ ସନ୍ତୋଷ ନାୟକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ବିପଜ୍ଜନକ ଅବସ୍ଥାରେ ମନ୍ଦାକିନୀ ନଦୀ ସେତୁ

ବିପଜ୍ଜନକ ଅବସ୍ଥାରେ ମନ୍ଦାକିନୀ ନଦୀ ସେତୁ

ନିରାକାରପୁର,୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟରେ ୧୬ ନଂ ଜାତୀୟ ରାଜପଥସ୍ଥିତ  ମନ୍ଦାକିନୀ ନଦୀ ଉପରେ ଥିବା ସେତୁଟି ସମ୍ପ୍ରତି ବିପଜ୍ଜନକ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ଏହି ବ୍ରିଜ୍‌ଟି ଉପରେ ଦୈନିକ ସାଧାରଣ ଲୋକେ, ହଜାର ହଜାର ଯାନବାହନ, ଜିନିଷ ବୋଝେଇ ଗାଡ଼ି, ବସ୍‌ ଇତ୍ୟାଦି ଯାତାୟାତ କରୁଛନ୍ତି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ୍‌ ମଝିରେ ପିଚୁ ଉଠି ଖାଲ ହୋଇଯାଇଛି।

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

ଯୋଡ଼ା,୨୨।୧(ଡି.ଏନ.ଏ.): ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ମଙ୍ଗଳବାର ଯୋଡା ବିଡିଓଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଯୋଡ଼ା ବ୍ଲକର କାରାଖେଣ୍ଡରା, ଉଲିବୁରୁ, ଦେଓଝର, ଅଁସେଇକଳା, କଣ୍ଡରା, ଠାକୁରାଣୀ ଗ୍ରାମର ଶତାଧିକ ମହିଳାପୁରୁଷ ୨୦ କି.ମି. ରାସ୍ତା ପାଦରେ ଚାଲି ଦାବିପତ୍ର ଦେବାକୁ ଯାଇଥିଲେ। କାରଖାନା ଓ ଖଣିରେ ବହୁଳ ମେଶିନ୍‌ ପ୍ରଚଳିତ ହେଉଛି।

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣା ଘଟଣାରେ ବ୍ରହ୍ମପୁର ବଡ଼ ମେଡିକାଲରେ  ୪ ଜଣଙ୍କ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡ଼ିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ୩୧୪ ବ୍ଲକ ୬୭୯୮ ପଞ୍ଚାୟତରେ ପହଞ୍ଚିପାରିଛି। ଏଥିସହ ମୋଟ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। 

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ତିରିମଲ୍ଲ ବାଜପୁର ରାସ୍ତା କଡ଼ରୁ ମଙ୍ଗଳବାର  ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ତିରିମଲ୍ଲ  କ୍ରଶର ନିକଟସ୍ଥ ଏକ ବୁଦାମୂଳରେ ଶିଶୁଟି ପଡ଼ି ରହିଥିଲା ।

ରେମୁଣା ବ୍ଲକ ବିଜେଡି ସଭାପତି ହେଲେ ଗୋପୀନାଥ ସେନାପତି

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ବିଜେଡି ସଭାପତି ଭାବେ ଗୋପୀନାଥ ସେନାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ନାୟକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। 

 ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ, ୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।