ମନୋରଞ୍ଜନ |

ବାହୁବଲୀ ରେକର୍ଡ ଭାଙ୍ଗିଲା ‘ପଦ୍ମାବତ୍‌’

ବାହୁବଲୀ ରେକର୍ଡ ଭାଙ୍ଗିଲା ‘ପଦ୍ମାବତ୍‌’

ନୂଆଦିଲ୍ଲୀ/ବାଙ୍ଗାଲୋର/କଲିକତା: ବହୁ ବିରୋଧ ସତ୍ତ୍ୱେ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ଗୁରୁବାର ରିଲିଜ୍‌ ହେବା ସହ ବକ୍ସ ଅଫିସ୍‌ରେ ଧମାଲ କରିଚାଲିଛି। ଏକାଧିକ ରେକର୍ଡ ସୃଷ୍ଟିକରିବା ସହ ଅନେକ ସଫଳ ଫିଲ୍ମକୁ ପଛରେ ପକାଇ ଦେଇଛି ‘ପଦ୍ମାବତ୍‌’। ଦୁଇଦିନ ମଧ୍ୟରେ ଏହା ୫୬ କୋଟି ଆୟ କରିସାରିଛି। କଟକଣା କାରଣରୁ କେତେକ ରାଜ୍ୟରେ ଏହା ରିଲିଜ୍‌ ହୋଇପାରି ନ ଥିଲେ ମଧ୍ୟ ‘ପଦ୍ମାବତ୍‌’ ଭଲ ବ୍ୟବସାୟ କରିଚାଲିଛି। କେବଳ ଭାରତରେ ନୁହେଁ ବରଂ ବିଦେଶୀ ବକ୍ସ ଅଫିସ୍‌ରେ ମଧ୍ୟ ଏହାକୁ ଭଲ ପ୍ରତିକ୍ରିୟା ମିଳିଛି ବୋଲି ଫିଲ୍ମ ବ୍ୟବସାୟ ସମୀକ୍ଷକ ତରନ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଦୁଇଦିନ ମଧ୍ୟରେ ଭାରତରେ ‘ପଦ୍ମାବତ୍‌’ର ଆୟ ୫୬ କୋଟି ଟଙ୍କା ହୋଇଥିବାବେଳେ ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆରେ ୧.୮୮ କୋଟି ଟଙ୍କା, ନ୍ୟୁଜିଲାଣ୍ଡରେ ୨୯.୯୯ ଲକ୍ଷ ଟଙ୍କା, ବ୍ରିଟେନ୍‌ରେ ୮୮.୦୮ ଲକ୍ଷ ଟଙ୍କା ଆୟ କରିଛି। ଜର୍ମାନୀ ସମେତ ଅନେକ ରାଷ୍ଟ୍ରରେ ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। ଶନିବାର ଏବଂ ରବିବାର ଆହୁରି ଭଲ ଆୟ ହେବ ବୋଲି ଆଶା କରାଯାଉଛି। ତେବେ ବିଦେଶରେ ‘ପଦ୍ମାବତ୍‌’ର ଆୟକୁ ଦେଖିଲେ ଏହା ଜଣାପଡ଼େ ଯେ ଏହା ଏସ୍‌.ଏସ୍‌. ରାଜମୌଲୀଙ୍କ୨୦୧୭ର ‘ବାହୁବଲୀ’ ଏବଂ ଅମିର ଖାନ୍‌ ଅଭିନୀତ ‘ଦଙ୍ଗଲ’ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ଦୁଇ ଫିଲ୍ମଠାରୁ ମଧ୍ୟ ଅଧିକ ଭଲ ଆୟ କରିଛି ‘ପଦ୍ମାବତ୍‌’। ସେପଟେ ‘ପଦ୍ମାବତ୍‌’ ବିବାଦ ମଧ୍ୟରେ ଜୟପୁର ସାହିତ୍ୟ ଉତ୍ସବ (ଜୟପୁର ଲିଟ୍‌ରେଚର୍‌ ଫେଷ୍ଟିଭାଲ)ରେ ଯୋଗଦେବାକୁ ମନାକରି ଦେଇଛନ୍ତି ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଜୋଷୀ। ଜାନୁୟାରୀ ୨୮ରେ ରାଜସ୍ଥାନର ଜୟପୁରଠାରେ ହେବାକୁ ଥିବା ଏହି ଉତ୍ସବରେ ପ୍ରସୂନ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ‘ପଦ୍ମାବତ୍‌’କୁ ଯେଭଳି ବିରୋଧ ଲାଗି ରହିଛି ଏଭଳି ସମୟରେ ସେ ଯଦି ରାଜସ୍ଥାନ ଯିବେ, ତା’ହେଲେ କାର୍ଯ୍ୟକ୍ରମ କିମ୍ବା ଆୟୋଜକଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ସମସ୍ୟାକୁ ଏଡ଼ାଇବା ଲାଗି କାର୍ଯ୍ୟକ୍ରମରୁ ପ୍ରସୂନ ଓହରି ଯାଇଥିବା ସ୍ପଷ୍ଟ କରିଛନ୍ତି। କର୍ନୀ ସେନାର ବିରୋଧ ଲାଗିରହିଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସୂନଙ୍କୁ ଜେଡ୍‌ ସୁରକ୍ଷା ପ୍ରଦାନ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଏବେ ମନା କରି ଦେଇଛନ୍ତି। କର୍ନାଟକରେ ‘ପଦ୍ମାବତ୍‌’କୁ ହିଂସାତ୍ମକ ବିରୋଧ ହୋଇଛି। ରାଜ୍ୟର ବେଲାଗାଭିଠାରେ ଏକ ସିନେମା ହଲ୍‌ରେ ଶୁକ୍ରବାର ଫିଲ୍ମ ପ୍ରଦର୍ଶନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ୍‌ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି ବୋଲି ପୋଲିସ ସୂଚନା ଦେଇଛି।

All Right Reserved By

ମନୋରଞ୍ଜନ |

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଭୂମି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ପୋଷାକକୁ ନେଇ କରୁଥିବା ବିଜ୍ଞାପନ ପରେ କହିଛନ୍ତି ତାଙ୍କୁ ଆଧୁନିକ ପୋଷାକ ଅପେକ୍ଷା ଆରାମଦାୟକ ପୋଷାକ ବେଶ୍‌ ପସନ୍ଦ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

ମୁମ୍ବାଇ: ସ୍ବାଧୀନତା ଦିବସ ଅବସରରେ ବୁଧବାର ସିଲ୍‌ଭର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ’। ‘ଗୋଲ୍ଡ’ରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ଷ୍ଟ, ଡ୍ରାମା ଏବଂ ଇତିହାସ ସବୁକିଛି ନଜର ଆସିଛି। ଫିଲ୍ମର କାହାଣୀ ୧୯୩୬ ମସିହାରୁ ଆରମ୍ଭ ହୋଇଛି। 

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

ମୁମ୍ବାଇ: କରନ୍‌ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ତଖତ୍‌’ ଫିଲ୍ମ ମୋ ଅଭିନୟ ଜୀବନରେ ଏକ ବଡ଼ ପ୍ରକଳ୍ପ ବୋଲି ଅଭିନେତ୍ରୀ ଭୂମି ପେଡନେକର ପ୍ରକାଶ କରିଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଏକ ଇଭେଣ୍ଟ୍‌ରେ ‘ରାଇସିନ୍‌ ଗ୍ଲୋବାଲ୍‌ ବ୍ରାଣ୍ଡ’ର ଆମ୍ବାସାଡର ଭାବେ ନିଯୁକ୍ତି ପାଇବା ଅବସରରେ ତଖତ୍‌ ବିଷୟରେ ତାଙ୍କ ମନକଥା କହିଛନ୍ତି। 

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ମୁମ୍ବାଇ: ବଲିଉଡ୍‌ର ଆଉ ଏକ ଚର୍ଚ୍ଚିତ ବାହାଘରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୦ରେ ପଦ୍ମାବତ୍‌ ଫେମ୍‌ ଦୀପିକା ପାଦୁକୋନ୍‌ ବଲିଉଡ ନାୟକ ରଣବୀର ସିଂଙ୍କ ହାତ ଧରିବେ।

ସଲମାନ ଶେୟାର କଲେ ଆୟୁଷଙ୍କ ଫିଲ୍ମର ପ୍ରଥମ ଗୀତ

ସଲମାନ ଶେୟାର କଲେ ଆୟୁଷଙ୍କ ଫିଲ୍ମର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟକ ସଲମାନ ଖାଁ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଭରାତ୍ରି’ର ପ୍ରଥମ ଗୀତ ଶେୟାର କରିଛନ୍ତି। ଟୁଇଟରରେ ଏହା ଶେୟାର କରି ସୁଲତାନ୍‌ ଷ୍ଟାର ସଲମାନ୍‌ ଲେଖିଛନ୍ତି ତାଙ୍କୁ ଗୀତ ବହୁତ ପସନ୍ଦ ଆସିଛି। 

କପିଲଙ୍କଠାରୁ ଟ୍ରେନିଂ ନେବେ ରଣବୀର

କପିଲଙ୍କଠାରୁ ଟ୍ରେନିଂ ନେବେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ଅଗାମୀ ଫିଲ୍ମକୁ ନେଇ। ଆଗାମୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଳ ଦେବଙ୍କଠାରୁ କୁଆଡେ ଟ୍ରେନିଂ ନେବେ।

ଫିଲ୍ମରେ ଦେଶପ୍ରେମ

ଫିଲ୍ମରେ ଦେଶପ୍ରେମ

ନୂଆଦିଲ୍ଲୀ, ୧୪।୮: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ଓ ଘଟଣାବଳୀ ଜନସାଧାରଣଙ୍କ ଭାବପ୍ରବଣତାରେ ମିଶିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଲୋକଙ୍କ ଦେଶପ୍ରେମ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଅନେକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଛି। 

ନେତା ହେବେ ନାହିଁ ଆମିର

ନେତା ହେବେ ନାହିଁ ଆମିର

ମୁମ୍ବାଇ: ଫିଲ୍ମ ଦୁନିଆର କେତେଜଣ କଳାକାର ରାଜନୀତିରେ ପାଦ ଦେଉଥିବା ବେଳେ ଏଥିରୁ କିନ୍ତୁ ଦୂରେଇ ରହିବାକୁ ଚାହୁଁଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ। ସମ୍ବେଦନଶୀଳ ଓ ସାମାଜିକ ଘଟଣାବଳୀକୁ ନେଇ ନିଜର ବକ୍ତବ୍ୟ ରଖୁଥିବା ଆମିର ନିକଟରେ ଏଭଳି କଥା କହିଛନ୍ତି। 

ରିଲିଜ୍‌ ପୂର୍ବରୁ ହିଟ୍‌

ରିଲିଜ୍‌ ପୂର୍ବରୁ ହିଟ୍‌

ମୁମ୍ବାଇ: ବଲିଉଡ ହି-ମ୍ୟାନ୍‌ ଧର୍ମେନ୍ଦ୍ର ପୁଣି ଥରେ ତାଙ୍କ ୨ ପୁଅ ସନ୍ନି ଦଓ୍ବେଲ ଓ ବବି ଦଓ୍ବେଲଙ୍କୁ ନେଇ ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି। ମୁଭି ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ରେ ଏମାନେ ନଜର ଆସିବେ।

ଚାନ୍ଦନୀଙ୍କୁ ମନେପକାଇଲେ ହି-ମ୍ୟାନ୍‌

ଚାନ୍ଦନୀଙ୍କୁ ମନେପକାଇଲେ ହି-ମ୍ୟାନ୍‌

ମୁମ୍ବାଇ: ଆଜିବି ଚାନ୍ଦନୀଙ୍କ କଥା ମନେପଡିଲେ ଭିଜିଯାଉଛି ଆଖି। ଅନେକେ ଏବେ ବି ତାଙ୍କୁ ଭୁଲିପାରୁ ନାହାନ୍ତି। ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ଛାଡି ଯାଇଥିବା ନାୟିକା ଶ୍ରୀଦେବୀଙ୍କୁ ମନେପକାଇ ଭାବବିହ୍ବଳ ହୋଇ ଯାଇଛନ୍ତି ବଲିଉଡ୍‌ର ହି-ମ୍ୟାନ୍‌ ଧର୍ମେନ୍ଦ୍ର।

ବଲିଉଡ୍‌ରେ ଖଦି

ବଲିଉଡ୍‌ରେ ଖଦି

ଖଦିବସ୍ତ୍ର ମନେପକାଇଦିଏ ବାପୁଜୀଙ୍କ କୁଟି ଖାଅ, କାଟି ପିନ୍ଧର ବାର୍ତ୍ତାକୁ। ବ୍ରିଟିଶ ଶାସନାଧୀନ ଦେଶରେ ବିଦେଶୀ ବସ୍ତ୍ର ବର୍ଜନ କରି ସ୍ବଦେଶୀ ତଥା ଖଦିବସ୍ତ୍ରକୁ ଆପଣେଇବାର ଅଭିଯାନ ଆରମ୍ଭ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏବେ ଏହି ଦେଶୀ ବସ୍ତ୍ର ବିଶ୍ୱବ୍ୟାପୀ ପ୍ରସାର ଲାଭ କରିବାକୁ ଲାଗିଛି।

Model This Week

ଯସ୍ମିନ୍