ଜାତୀୟ |

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ
କସ୍‌ଗଞ୍ଜ, ୨୭।୧(ପି.ଟି.): ଦେଶବ୍ୟାପୀ ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଉତ୍ତରପ୍ରଦେଶ (ୟୁପି)ରେ ଘଟିଛି ହିଂସାକାଣ୍ଡ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ଏବିଭିପି ପକ୍ଷରୁ କସ୍‌ଗଞ୍ଜ ଅନ୍ତର୍ଗତ ମଥୁରା-ବରେଲି ରାଜପଥରେ ମୋଟରସାଇକେଲ ର଼୍ୟାଲି ଚାଲିଥିବାବେଳେ କିଛି ଦୁର୍ବୃତ୍ତ ଟେକାମାଡ଼ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହିଂସା। ଏଥିରେ ଜଣେ ଯୁବକ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିଲେ। ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ହିଂସାକାଣ୍ଡ ଲାଗିରହିଛି। କେତେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ହିଂସାରେ ସମ୍ପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ପଶ୍ଚିମ ୟୁପିର କସ୍‌ଗଞ୍ଜରେ ହିଂସା ଘଟିବା ପରେ ସ୍ଥିତି ଅଣାୟତ୍ତ ହେବାରୁ ଜିଲାରେ ଶୁକ୍ରବାର କର୍ଫ୍ୟୁ ଜାରି ହୋଇଥିଲା। ଏବେ ବି ଏଠାରେ ନିଷେଧାଦେଶ ବଳବତ୍ତର ରହିଛି। ଶନିବାର ବସ୍‌ ଓ ଦୋକାନ ବଜାରରେ ପୋଡ଼ାଜଳା ହେବା ପରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ଶେଷ ଖବର ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ତେବେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବା ଏବେ ପ୍ରଥମ କାର୍ଯ୍ୟ ବୋଲି ଅତିରିକ୍ତ ଡିଜି ଆନନ୍ଦ କୁମାର କହିଛନ୍ତି। ଏହି ହିଂସାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି। ସେପଟେ ଘଟଣାର ତଦନ୍ତ ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି ରାଜ୍ୟ ପୋଲିସ।
All Right Reserved By

ଜାତୀୟ |

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ମୁମ୍ବାଇ, ୨୪।୪:: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କୁ ଆଶ୍ୱସ୍ତି।

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର। ଦୁଇଜଣଙ୍କ ପେଶା ଅଲଗା ହୋଇଥିଲେ ଉଭୟେ ମନ ଖୋଲି କଥା ହୋଇଛନ୍ତି।

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। 

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଆମେଠି, ୨୪।୪: ଉତ୍ତରପ୍ରଦେଶର ଆମେଠି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ନିଆରା ଅନ୍ଧାଜରେ ନଜର ଆସିଛନ୍ତି। 

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

ଗାନ୍ଧୀନଗର, ୨୪।୪:  ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। 

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। 

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଜୟପୁର, ୧୯। ଶୋଇଥିବା ବାଘକୁ ଢେଲା ଫୋପାଡି ହରଡହଣାରେ ପଡିଛନ୍ତି ଜଣେ ପର୍ଯ୍ୟଟକ। 

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। 

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ନୂଆଦିଲ୍ଲୀ, ୨୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ବୁଧବାର କ୍ରାଇମ୍‌ବ୍ରାଞ୍ଚ ତାଙ୍କ ସ୍ତ୍ରୀ ଅପୁର୍ବା ଶୁକ୍ଲାଙ୍କୁ ଗିରଫ କରିଛି। 

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି।

ଜୋର୍‌ ଧରିଲା ଚପଲ ରାଜନୀତି: ସ୍ମୃତି ଇରାନୀଙ୍କ ଠିକଣାରେ ଚପଲ ପଠାଇବାକୁ ଅଡ଼ି ବସିଲେ ଗ୍ରାମବାସୀ

ଜୋର୍‌ ଧରିଲା ଚପଲ ରାଜନୀତି: ସ୍ମୃତି ଇରାନୀଙ୍କ ଠିକଣାରେ ଚପଲ ପଠାଇବାକୁ ଅଡ଼ି ବସିଲେ ଗ୍ରାମବାସୀ

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ ଚପଲ ରାଜନୀତି ଜୋର ଧରିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri