ଫୁରସତ |

ଅପମାନ ସହନ ବ୍ୟକ୍ତି ଧୌର୍ଯ୍ୟବାନ

ଅପମାନ ସହନ ବ୍ୟକ୍ତି ଧୌର୍ଯ୍ୟବାନ
ଓ୍ବାଶିଂଟନ୍‌: କାର୍ଯ୍ୟସ୍ଥଳରେ ମାଲିକ କିମ୍ବା ମ୍ୟାନେଜର ତ୍ରୁଟି ପାଇଁ କଠୋର ଅପମାନ ଜନକ ଭାଷା ପ୍ରୟୋଗ କରି ଗାଳିଦେଲେ ବିଭିନ୍ନ କର୍ମଚାରୀ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଥାଆନ୍ତି। ବିଭିନ୍ନ ଲୋକଙ୍କ ମାନସିକ ସ୍ଥିତି ଭିନ୍ନ ଭିନ୍ନ ହୋଇଥିବାରୁ ମାଲିକଙ୍କ ଅପମାନଜନକ ଗାଳିକୁ ଭିନ୍ନ ଭାବରେ ଗ୍ରହଣ କରାଯାଇଥାଏ। ଗବେଷକଙ୍କ କହିବାନୁଯାୟୀ, ଏକ ନିର୍ଦ୍ଦିଷ୍ଟ ପ୍ରକାର ମାନସିକ ଅବସ୍ଥା ବାସ୍ତବରେ ଲାଭଦାୟକ ବା ଆଶୀର୍ବାଦ ସଦୃଶ ହୋଇଥାଏ। କାରଣ ଏହି ପ୍ରକାର ବ୍ୟକ୍ତି ମାଲିକଙ୍କ ଗାଳି ସହ୍ୟକରିବା ପାଇଁ ଧୈର୍ଯ୍ୟବାନ୍‌ ହୋଇଥାଆନ୍ତି। ଜର୍ନାଲ୍‌ ଅଫ୍‌ ବିଜ୍‌ନେସ୍‌ ଏଥିକ୍ସରେ ଏ ସମ୍ପର୍କରେ ଏକ ଅଧ୍ୟୟନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ମାତ୍ରା ଭିତ୍ତିରେ ସାଇକୋପାଥି (ମାନସିକ ସ୍ଥିତି) ଦୁଇ ପ୍ରକାର। ପ୍ରଥମ ପ୍ରକାର ମାନସିକ ସ୍ଥିତିର ଲୋକମାନେ ମାଲିକ କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ ଗାଳି ଶୁଣି ମଧ୍ୟ ଉତ୍ତେଜିତ ହୁଅନ୍ତି ନାହିଁ କି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ। ସେମାନେ ଥଣ୍ଡା ମିଜାଜ୍‌ର ଏବଂ ନିର୍ଭୀକ ବୋଲି ଆମେରିକାର ନୋଟ୍ରେଡେମ୍‌ ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଚାର୍ଲାଇସ୍‌ ହର୍ଷ୍ଟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପ୍ରକାରର ମାନସିକ ସ୍ଥିତି ସମ୍ପନ୍ନ ବ୍ୟକ୍ତିମାନେ ଅପମାନଜନକ ଗାଳି ଦ୍ୱାରା ଚାପଗ୍ରସ୍ତ, ଭୟାତୁର ଏବଂ କ୍ରୋଧିତ ହୋଇଥାଆନ୍ତି। ଏହି ଗୋଷ୍ଠୀର ବ୍ୟକ୍ତିମାନେ କ୍ଷଣକୋପୀ ଏବଂ ପ୍ରତିକ୍ରିୟାଶୀଳ। ଥଣ୍ଡା ମିଜାଜ୍‌ର ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଗାଳିରେ ଅପମାନିତ ଅନୁଭବ କରୁଥିଲେ ମଧ୍ୟ। କମ୍‌ ରାଗନ୍ତି ଏବଂ ଅଧିକ ସମୟ କାର୍ଯ୍ୟରେ ମନ ଲଗାନ୍ତି। ଅପମାନଜନକ ପରିସ୍ଥିତିରେ ସେମାନେ ସକାରାତ୍ମକ ମନୋଭାବ ପୋଷଣ କରନ୍ତି। ଅପରପକ୍ଷରେ କାର୍ଯ୍ୟସ୍ଥଳରେ ମାଲିକ ଅଥବା ମ୍ୟାନେଜରଙ୍କ କଠୋରଭାଷା ପ୍ରୟୋଗ ଉତ୍ପାଦନ ଓ ସେବା ନିମନ୍ତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଗବେଷକମାନେ ମତ ଦେଇଛନ୍ତି।
All Right Reserved By

ଫୁରସତ |

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ।

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ହସ ଲିଭି ଲିଭି ଯାଉଛି। ଏଥିପାଇଁ ସେମାନଙ୍କ ଉପରେ କରାଯାଉଥିବା ବିଭିନ୍ନ ଅତ୍ୟାଚାର ଦାୟୀ ବୋଲି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା। 

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ଘର ତୁଳନାରେ ଅଧିକାଂଶ ଦମ୍ପତି ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି।  ଘରେ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରେ ରକ୍ଷଣଶୀଳତା ବୃଦ୍ଧି ପାଇଥାଏ। ମାତ୍ର ବାହାରକୁ ବୁଲି ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ରୋମାଣ୍ଟିକ୍‌ ଭାବନା ଜାଗି ଉଠେ 

ବିଛା ବିଷର ମୂଲ୍ୟ ୭୬ କୋଟି

ବିଛା ବିଷର ମୂଲ୍ୟ ୭୬ କୋଟି

ଥାଇଲାଣ୍ଡର ବିଶ୍ୱ ପ୍ରସିଦ୍ଧ ଅହିରାଜ ସର୍ପର ବିଷଠାରୁ ବି ଅଧିକ ମୂଲ୍ୟବାନ କଙ୍କଡା ବିଛା ବିଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।