Dharitri News
ଖେଳ |

ବୋଲର ଜିତାଇଲେ ଜୋହାନ୍ସବର୍ଗ ଟେଷ୍ଟ

ବୋଲର ଜିତାଇଲେ ଜୋହାନ୍ସବର୍ଗ ଟେଷ୍ଟ ଜୋହାନ୍ସବର୍ଗ,୨୭। ୧(ପି.ଟି.) ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭ୍ରମଣକାରୀ ଭାରତ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ୍‌ ନାଟକୀୟ ଢଙ୍ଗରେ ୬୩ ରନରେ ପରାସ୍ତ କରିଛି। ‘ଅନ୍ତ ଭଲା ତୋ ସବ୍‌ ଭଲା’ ନ୍ୟାୟରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇ ସିରିଜ ହାତଛଡ଼ା କରିସାରିଥିଲେ ମଧ୍ୟ ଏହି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସମ୍ମାନ ବଞ୍ଚାଇବାକୁ ସମର୍ଥ ହୋଇଛି। ଏଥି ସହିତ ଭାରତ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ତା’ର ଅପରାଜେୟ ଧାରାକୁ ବଜାୟ ରଖିଛି। ପରାସ୍ତ ହୋଇଥିଲେ ମଧ୍ୟ ଦ.ଆଫ୍ରିକା ୨-୧ରେ ସିରିଜ ବିଜୟୀ ହୋଇଛି। ପ୍ରଥମଥର ପାଇଁ ଭାରତ ବିଦେଶ ମାଟିରେ କୌଣସି ସ୍ପିନରଙ୍କୁ ଖେଳାଇ ନ ଥିଲେ ମଧ୍ୟ ସବୁ ପେସ୍‌ ବୋଲରଙ୍କୁ ନେଇ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ମାତ୍ର ୭ ରନରେ ପଛରେ ପଡିଥିବା ଭାରତ ଦ୍ୱିତୀୟ ଇନିଂସରେ ୨୪୭ ରନ କରି ଆଉଟ ହୋଇଥିଲା। ଫଳରେ ଦ.ଆଫ୍ରିକା ସମ୍ମୁଖରେ ୨୪୧ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦ.ଆଫ୍ରିକା ମହମ୍ମଦ ସାମିଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଚତୁର୍ଥ ଦିନରେ ୭୩.୩ ଓଭରରେ ୧୭୭ ରନ କରି ଅଲଆଉଟ ହେବା ସହ ବିଜୟଠାରୁ ୬୪ ରନ ଦୂରରେ ରହିଯାଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ଉଚ୍ଚକୋଟୀର ବୋଲିଂ କରିଥିବା ଦ.ଆଫ୍ରିକା ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି। ବୋଲିଂ ଫ୍ରେଣ୍ଡଲି ଓ୍ବାଣ୍ଡରର୍ସର ଏହି ଉଇକେଟରେ ଦ.ଆଫ୍ରିକା ୨୪୧ ରନ ଟାର୍ଗେଟର ପିଛା କରି ମାତ୍ର ୫ ରନରେ ଏଡେନ ମାରାକ୍ରାମଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାରାକ୍ରାମ ୪ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଏକଦା ଗୋଟିଏ ଉଇକେଟ ହରାଇ ଦ.ଆଫ୍ରିକା ୧୨୪ ରନ କରି ବେଶ ଦୃଢ଼ ସ୍ଥିତିରେ ଥିଲା ଓ ବିଜୟ ଆଡକୁ ଅଗ୍ରସର ହେଉଥିଲା। ଦ୍ୱିତୀୟ ଉଇକେଟ ଯୋଡିରେ ଓପନ ଡିନ ଏଲଗାର ଓ ଅଭିଜ୍ଞ ହାସିମ ଅମଲା ୧୧୯ ରନର ଭାଗୀଦାଥି ସ୍ଥାପନ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ତେବେ ଆମଲା ୫୨ ରନ କରି ଆଉଟ ହେବା ପରେ ଦ.ଆଫ୍ରିକା ଇନିଂସ ତାସ୍‌ଘର ପରି ଭୁଶୁଡି ପଡିଥିଲା। ଇଶାନ୍ତ ଶର୍ମା ଅମଲାଙ୍କୁ ଆଉଟ କରି ଏହି ମହତ୍ତ୍ୱପୂର୍ଣ୍ଣ ବ୍ରେକ୍‌ ଥ୍ରୁ ଦେଇଥିଲେ। ଗୋଟିଏ ପଟେ ଏଲଗାର ଦୃଢ଼ତାର ସହ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ଅନ୍ୟ ପଟେ ଉଇକେଟ ଝଡ଼ିବାରେ ଲାଗିଥିଲା। ଏଲଗାର ୮୬ ରନ କରି ଶେଷ ପର୍ଯନ୍ତ ଅପରାଜିତ ରହିଥିଲେ ମଧ୍ୟ ଅନ୍ୟମାନେ ଯିବା ଆସିବା କରିଥିଲେ। ଫିଲାଣ୍ଡର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌, ଆଣ୍ଡିଲ ଫେଲୁକାଓ୍ବାଓ, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ଅଭିଜ୍ଞ ଏବି ଡିଭିଲର୍ସ ୬, ଅଧିନାୟକ ଫାଫ୍‌ ଡୁପ୍ଲେସି ୨, ଲୁଙ୍ଗି ଏନ୍‌ଗିଡି ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ମହମ୍ମଦ ସାମି ସର୍ବାଧିକ ୫ଟି ଉଇକେଟ ହାସଲ କରି କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେହିପରି ପ୍ରଥମ ଇନିଂସରେ ୫ ଉଇକେଟ ହାସଲ କରିଥିବା ଯଶପ୍ରୀତ ବୁମରା ଓ ଇଶାନ୍ତ ଶର୍ମା ଦୁଇଟି ଲେଖାଏ ସଫଳତା ପାଇଥିଲେ। ପ୍ରଥମ ଇନିଂସରେ ୩ ଉଇକେଟ ହାସଲ କରିଥିବା ଭୁବନେଶ୍ୱର କୁମାର ଗୋଟିଏ ସଫଳତା ପାଇଥିଲେ। ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରି କରିଥିଲା। ଜବାବରେ ଦ.ଆଫ୍ରିକା ୧୯୪ ରନ କରି ଅଲଆଉଟ ହେବା ସହ ୭ ରନର ଅଗ୍ରଣୀ ହାସଲ କରିଥିଲା। ସାରା ସିରିଜରେ ଭାରତୀୟ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ତେବେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ସିରିଜ ହାରିଲା ବୋଲି କୁହାଯାଇପାରେ। ଅସମାପ୍ତ ସ୍କୋର ୧୭/୧ରୁ ଦ.ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ଏଲଗାର ଓ ଆମଲା ଦୃଢତାର ସହ ବ୍ୟାଟିଂ କରି ଓ ଅର୍ଦ୍ଧଶତକ ହାସଲ କରିଥିଲେ।

ଖେଳ |

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ସେଞ୍ଚୁରିଅନ, ୨୧।୨- ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।

 ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ଲଣ୍ଡନ,୨୧।୨(ଏ.ପି.)- ଫୁଟ୍‌ବଲ ଲିଜେଣ୍ଡ ଲିଓନେଲ ମେସି ମଙ୍ଗଳବାର ଏକ ବିଶେଷ ସଫଳତା ପାଇଛନ୍ତି। ପାଞ୍ଚ ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନା ଷ୍ଟାରଙ୍କ କ୍ୟାରିୟରରେ ୯ମ ଉଦ୍ୟମରେ ଚେଲସିଆ ଦଳ ବିପକ୍ଷରେ ଗୋଲ୍‌ କରିବାକୁ ସଫଳ ହୋଇଛନ୍ତି। ଏହି ଗୋଲ୍‌ ଯୋଗୁ ଚେଲସିଆ ବିପକ୍ଷ ମ୍ୟାଚ୍‌ରେ ୭୩୦ ମିନିଟ୍‌ ଧରି ଚାଲିଥିବା ମେସିଙ୍କ ଅପେକ୍ଷାର ଅନ୍ତ ଘଟିଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।