ଖେଳ |

ଡବ୍ଲ୍ୟୁଆଇ ସହ ଚୁକ୍ତି ବାତିଲ କଲା ପିସିବି

କରାଚୀ, ୨୭।୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବୋର୍ଡ ସହ ୫ ବର୍ଷ ପାଇଁ ହୋଯାଇଥିବା ଚୁକ୍ତିକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଶନିବାର ବାତିଲ କରିଛି। ଆର୍ଥିକ କାରଣରୁ ଏଭଳି ନିଷ୍ପତ୍ତି କରିବାକୁ ପଡ଼ିଥିବା ପିସିବି ପକ୍ଷରୁ କୁହାଯାଇଛି। ଚୁକ୍ତି ବାତିଲ ହେବା ସତ୍ତ୍ୱେ ଚଳିତ ବର୍ଷ ମାର୍ଚ୍ଚରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ୩ଟିକିଆ ଟି୨୦ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ କରିବ। ”ଓ୍ବେଷ୍ଟଇଣ୍ଡିଜ୍‌ ଦଳ ମାର୍ଚ୍ଚରେ ହେବାକୁ ଥିବା ପାକିସ୍ତାନ ଗସ୍ତରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ। ଏହାବାଦ୍‌ ଚୁକ୍ତିର ଅନ୍ୟ କୌଣସି ଗସ୍ତ କାର୍ଯ୍ୟକାରୀ ହେବ ନାହିଁ। କାରଣ ମାତ୍ର ୩ଟି ମ୍ୟାଚ୍‌ ଦ୍ୱାରା ଆମେ ଯଥେଷ୍ଟ ପରିମାଣର ପ୍ରୟୋଜକକୁ ଆକର୍ଷିତ କରି ପାରିବୁ ନାହିଁ। ଯାଫଳରେ ଉକ୍ତ ଚୁକ୍ତି ଦ୍ୱାରା ଆମକୁ ଆର୍ଥିକ କ୍ଷତି ହୋଇପାରେ। ଏଣୁ ଆମେରିକାର ଫ୍ଲୋରିଡାଠାରେ ଏକ ତ୍ରିରାଷ୍ଟ୍ରୀୟ ସିରିଜ୍‌ ପରେ ଏକ ଟି୨୦ ସିରିଜ୍‌ ଖେଳାଯିବା ନେଇ ଆମେ ନିଷ୍ପତ୍ତି କରିଛୁ“ ବୋଲି ପିସିବି ଅଧ୍ୟକ୍ଷ ନଜାମ ସେଠୀ କହିଛନ୍ତି। ଉଲ୍ଲେଖଥାଉ କି, ଉଭୟ ବୋର୍ଡଙ୍କ ମଧ୍ୟରେ ଗତ ଅକ୍ଟୋବରରେ ଚୁକ୍ତି ହୋଇଥିଲା। ଏହା ଅନୁଯାୟୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟି୨୦ ସିରିଜ୍‌ ପାଇଁ ପ୍ରତିବର୍ଷ ପାକିସ୍ତାନ ଗସ୍ତ କରିବ। ପ୍ରତିବଦଳରେ ପାକିସ୍ତାନ ଆମେରିକାଠାରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ଅନ୍ୟ ଏକ ରାଷ୍ଟ୍ର ସହ ଏକ ତ୍ରିରାଷ୍ଟ୍ରୀୟ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା।
All Right Reserved By

ଖେଳ |

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ଡବାର୍ନ,୨୩।୧- ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ  ଲାଗି ଦାବି ହୋଇଛି।

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଚେନ୍ନାଇ,୨୩।୧- ପୂର୍ବତନ ଭାରତୀୟ କ୍ରିକେଟ ମାର୍ଟିନ ଜ୍ୟାକବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କ ଚିକିତ୍ସାରେ ସହାଯ୍ୟ କରିବା ଲାଗି ଦେଶର ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ଆଗକୁ ଆସିବା ପରେ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହାତ ବଢ଼ାଇଛି।

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ବ୍ରିସବେନ,୨୩।୧- ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠାରୁ ଦିବା ରାତ୍ର ଭିତ୍ତିରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। 

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ମେଲବୋର୍ନ,୨୩।୧- କିମ୍ବଦନ୍ତୀ ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରୁ ବିଦାୟ ନେଇଛନ୍ତି। 

ଆଇପିଏଲ ଦଳ କିଣିବେ ବଚ୍ଚନ

ଆଇପିଏଲ ଦଳ କିଣିବେ ବଚ୍ଚନ

ନୂଆଦିଲ୍ଲୀ,୨୩।୧- ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ କିଣିବା ନେଇ ଇଚ୍ଛୁକ। 

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି।