ମେଟ୍ରୋ |

ରଙ୍ଗମାଟିଆରେ ବୋମାମାଡ଼

ରଙ୍ଗମାଟିଆରେ ବୋମାମାଡ଼
ଭୁବନେଶ୍ୱର, ୨୭।୧(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ବୋମାମାଡ଼ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ୪ଟି ବାଇକରେ ଆସି ରଙ୍ଗମାଟିଆରେ ଥିବା ଏକ ଦୋକାନକୁ ୨ଟି ବୋମାମାଡ଼ କରିଥିଲେ। ଏହି ସମୟରେ ଦୋକାନ ନିକଟରେ ଦୋକାନ ମାଲିକ ତାଙ୍କ ୩ବର୍ଷୀୟ ଶିଶୁପୁତ୍ର ସହ ଛିଡ଼ା ହୋଇଥିଲେ। ବୋମାମାଡ଼ରେ ଶିଶୁ ଜଣକ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ଯିବା ବେଳେ ଆମ ପଛରେ ନ ପଡ଼ିବା ପାଇଁ କହି ଚାଲିଯାଇଥିଲେ। ଶୁଶୁଟିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ମଞ୍ଚେଶ୍ୱର ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ରଙ୍ଗମାଟିଆ ଏବଂ ଭୋଟପଡା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଏଥିପାଇଁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ଼ରେ ଆହତ ଶିଶୁର ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ୨୪ ଘଣ୍ଟା ପରେ ବି ପୋଲିସ କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଥାନା ଅଧିକାରୀ କେ. ପି. ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି। ପୋଲିସ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗରିଫ କରାଯିବ। ସେହିପରି ଶୁକ୍ରବାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ଆହତ ହେବା ସହିତ ଦୁଇଟି ବାଇକ୍‌ ଭାଙ୍ଗିଥିବା ସୂଚନା ମିଳିଛି।
All Right Reserved By

ମେଟ୍ରୋ |

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର,୧୭।୮(ବ୍ୟୁରୋ): କେରଳର ବନ୍ୟାରେ ଓଡ଼ିଶାର ୧୩୦ଜଣ ଫସି ରହିଛନ୍ତି। ସେମାନେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ମର୍ମରେ ରାଜ୍ୟ ସରକାରଙ୍କର ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ବି କେରଳ ରାଜ୍ୟ ଅତରିକ୍ତ ମୁଖ୍ୟ ଶାସନ ସଚିବ ପି.ଏଚ୍‌.କୁରିଆନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୭।୮: ଚାଷ ତଥା ଚାଷୀଙ୍କୁ ସମ୍ମାନ, ପେନ୍‌ସନ, ଚାଷୀଦ୍ୱାରା ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ପ୍ୟାକେଟ ଏବଂ ନାଲି ପୁଡ଼ିଆରେ ବନ୍ଧା ହୋଇଥିବା ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। 

ଓଡ଼ିଆ  ବିଶ୍ବବିଦ୍ୟାଳୟ  ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ଓଡ଼ିଆ ବିଶ୍ବବିଦ୍ୟାଳୟ ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ସାକ୍ଷୀଗୋପାଳ, ୧୭।୮( ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ସରକାର ବିଧିବଦ୍ଧ ଘୋଷଣା କରିବା ପରେ ଶୁକ୍ରବାର ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ସତ୍ୟବାଦୀ ବକୁଳବନ ସଲଗ୍ନ ଜମି ଅନୁଧ୍ୟାନ କରିଛନ୍ତି। 

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ଗୋପ, ୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା ରାମଚଣ୍ଡୀ ଥାନା ଅଧୀନ ଗଡ଼ବାଙ୍ଗର ଗାଁର ଜନୈକ ବୃଦ୍ଧଙ୍କର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି।  ସେ ହେଲେ ହୃଷିକେଶ ଛୋଟରାୟ (୫୮)। 

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ପୁରୀ ଅଫିସ,୧୭ା୮: ବର୍ଷୀୟାନ କଳାକାର ତଥା ନାଟ୍ୟଗୁରୁ ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ହୋଇ ଏବେ ହସ୍ପିଟାଲରେ। ପରିଣତ ବୟସରେ ପହଞ୍ଚତ୍ଥିବା ଅନ୍ନପୂର୍ଣ୍ଣା ଥିଏଟରର ଏହି ମହାନ ଅଭିନେତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।  ୧୭।୮(ଡି.ଏନ୍‌.ଏ.):

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀ ଅଫିସ, ୧୭ା୮: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଧବାର ପୁରୀରେ ଆସି ପହଞ୍ଚତ୍ଛି ଇଭିଏମ। ସେଗୁଡିକ ବାଲେଶ୍ୱରରୁ ଅଣାଯାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଷ୍ଟ୍ରଙ୍ଗ ରୁମ୍‌ ୨୪ଘଣ୍ଟିଆ ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରହିଛି।