Dharitri News
ମେଟ୍ରୋ |

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର: ମୋବାଇଲରେ କଥା ହେବାବେଳେ ଆତ୍ମହତ୍ୟା

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର: ମୋବାଇଲରେ କଥା ହେବାବେଳେ ଆତ୍ମହତ୍ୟା ଭୁବନେଶ୍ୱର, ୨୭।୧(ବ୍ୟୁରୋ)- ପ୍ରେମ ପାଇଁ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ପ୍ରେମିକାଙ୍କ କଥାରେ ହତୋତ୍ସାହିତ ହୋଇ ଛାତ୍ର ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କାନରେ ଇୟରକର୍ଡ ଦେଇ ପ୍ରେମିକାଙ୍କ ସହ କଥା ହେବା ସମୟରେ ହିଁ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ ଏହି ଘଟଣା ଘଟିଛି। ଶନିବାର ସକାଳୁ ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତକ ହେଲେ ଭଦ୍ରକ ଜିଲାର ସତ୍ୟବ୍ରତ ଦାଶ। ଇଞ୍ଜିନିୟରିଂ ପରେ ସେ ଭୁବନେଶ୍ୱରରେ ରହି କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସତ୍ୟବ୍ରତଙ୍କ ସହପାଠୀମାନଙ୍କ କହିବା ଅନୁସାରେ, ଗତ କିଛିଦିନ ହେବ ସେ ପ୍ରେମ ବ୍ୟାପାରକୁ ନେଇ ଚିନ୍ତିତ ରହୁଥିଲେ। ସବୁବେଳେ ମନ ଦୁଃଖ କରି କାନ୍ଦୁଥିଲେ। କେହି କିଛି ପଚାରିଲେ ଚୁପ ରହୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ସତ୍ୟବ୍ରତ ରୁମ୍‌ରେ ବସି କାନ୍ଦୁଥିଲେ। ସାଙ୍ଗମାନେ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ କିଛି ବୁଝି ନ ଥିଲେ। ପରେ ରାତିରେ ସେ ପ୍ରେମିକାଙ୍କ ସହିତ ଫୋନରେ କଥା ହୋଇଥିଲେ। ଏହା ପରେ ଶନିବାର ସକାଳେ ରୁମ୍‌ ନିକଟ ଏକ ହଲ୍‌ରେ ସତ୍ୟବ୍ରତ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କାନରେ ଇୟରକର୍ଡ ଲାଗିଥିଲା। ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ସାଙ୍ଗମାନଙ୍କ କହିବା ଅନୁସାରେ, ସତ୍ୟବ୍ରତ ଏକ ବର୍ଷ ହେବ ଜଣେ ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲେ। ହେଲେ ଉକ୍ତ ଶିକ୍ଷୟିତ୍ରୀଙ୍କର ବିଭିନ୍ନ ଆଡୁ ବିବାହ ପ୍ରସ୍ତାବ ଆସୁଥିବାରୁ ସତ୍ୟବ୍ରତ ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ। ଏଥିପାଇଁ ସତ୍ୟବ୍ରତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ସତ୍ୟବ୍ରତଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେ କାହା ସହ କଥା ହେଉଥିଲେ ତାହାର ଖୋଳତାଡ଼ କରାଯାଉଛି ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ମେଟ୍ରୋ |

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ପୁରୀ ଅଫିସ, ୧୭।୨: ଆସନ୍ତା ମାର୍ଚ୍ଚ ୧ ତାରିଖରେ ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ସଜେଇ ହେଲାଣି ଦୋଳବେଦି। ଦୋଳ ପୂର୍ଣ୍ଣିମାରେ ଦୋଳବେଦି କୁଞ୍ଜରେ ଦୋଳି ଖେଳିବେ ଶ୍ରୀଦୋଳଗୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦି ପରିସରକୁ ସଫା କରିବା ଆରମ୍ଭ କରିଛି।

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ସହର ଭିତରକୁ ଚାଲିଆସିଥିବା ଦନ୍ତା ହାତୀକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜଙ୍ଗଲକୁ ଫେରିବାକୁ ବାଟ ନ ପାଇ ହାତୀଟି ଖଣ୍ଡଗିରି ଅଞ୍ଚଳରେ ଘୂରି ବୁଲୁଛି। ଯେଉଁଠି ଜଙ୍ଗଲିଆ ସ୍ଥାନ ଦେଖୁଛି ସେଠାକୁ ପଶି ଲୁଚିଯାଉଛି। ଦିନରାତି ଦନ୍ତାଟି ବାଟବଣା ହୋଇ ଏଣେତେଣ ବୁଲୁଥିବାବେଳେ ତାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି। ସେପଟେ ଭିଡ଼ ଦେଖିଲେ ହାତୀଟି ହିଂସ୍ର ହୋଇପଡ଼ୁଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ଶନିବାର ଭୋରୁ ଡୁମ୍‌ଡୁମା ଫେଜ-୪ରେ ହାତୀକୁ ଦେଖି ଜଣେ ବୃଦ୍ଧା ଭୟରେ ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ଛାତି ହାଡ଼ ଭାଙ୍ଗିଯାଇଛି।

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଗତ ଶୁକ୍ରବାର ଶେଷ ହୋଇଛି। ଏଥିରେ ଓୟୁଏଟିର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ପ୍ଲଟ ନଂ. ଏ/୧୯ରେ ରହୁଥିବା ଗୋପୀନାଥ ମହାରଣା ନାମକ(୪୫) ବଢ଼େଇଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛନ୍ତି। ଶନିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହତ୍ୟାର କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବାବେଳେ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଚଳାଇଛି।

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ପୁରୀ ଅଫିସ, ୧୭।୨: ପ୍ରାକୃତିକ ସମ୍ପଦ ଓ ପରିବେଷ ସୁରକ୍ଷା ଦାବି ନେଇ ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ନେତୃତ୍ୱରେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଗୋରୁଆଳ, ଆମ୍ବପଡ଼ା ସମେତ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରା ବାହାରି ଶନିବାର ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ଡେଲାଙ୍ଗ ବ୍ଲକରେ ଜନଶୁଣାଣି କଲେ ଉପଜିଲାପାଳ

ଡେଲାଙ୍ଗ ବ୍ଲକରେ ଜନଶୁଣାଣି କଲେ ଉପଜିଲାପାଳ

ଡେଲାଙ୍ଗ,୧୭।୨(ଡି.ଏନ୍‌.ଏ.): ଡେଲାଙ୍ଗ ପଞ୍ଚାୟତ ସମିତି ସଭାଗୃହରେ ପୁରୀ ଉପଜିଲାପାଳ ମଧୁସୂଦନ ଦାସ ଶନିବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି ଆରମ୍ଭ କରିଛନ୍ତି। ବିଡିଓ ଅଜୟ କୁମାର ପରିଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ସହକାରୀ ଯନ୍ତ୍ରୀ ରମେଶ ସାହୁଙ୍କ ସହିତ ଅନ୍ୟ ଜେଇମାନେ ଉପସ୍ଥିତ ଥିଲେ।

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ଏମ୍‌ଏଲ୍‌ଏ କଲୋନି ନିକଟସ୍ଥ ଏକ ଭଡ଼ାଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗୋପାଳ ମହାରଣା(୪୫)।

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ପ୍ରାନ୍ତରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ଏବେ ସହର ମଧ୍ୟକୁ ପଶିଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହା ଡୁମ୍‌ଡୁମା ହାଉସିଂ ବୋର୍ଡ କଲୋନିରେ ପ୍ରବେଶ କରିଛି। ସେଠାରେ ଜଣେ ବୁଦ୍ଧା ଦନ୍ତା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

କିଟ୍‌ ପ୍ରତିଷ୍ଠା ଉତ୍ସବ: ଉନ୍ମୋଚନ ହେଲା ଡାକ ଟିକଟ, ଲଫାପା

କିଟ୍‌ ପ୍ରତିଷ୍ଠା ଉତ୍ସବ: ଉନ୍ମୋଚନ ହେଲା ଡାକ ଟିକଟ, ଲଫାପା

ଭୁବନେଶ୍ୱର, ୧୬।୨(ବ୍ୟୁରୋ)- କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ୍‌ ଅଭିନେତା ତଥା ସାମାଜିକ କର୍ମୀ ରାହୁଲ ବୋଷ, ବିଶିଷ୍ଟ ବୈଜ୍ଞାନିକ ଡ. କୋଟା ହରିନାରାୟଣ ଯୋଗଦେଇ ପ୍ରତିଷ୍ଠା ଉତ୍ସବରେ ବକ୍ତୃତା ପ୍ରଦାନ କରିଥିଲେ।

ଚାଳିଶିବାଟିଆରେ ଯୁବକଙ୍କୁ ନିର୍ମମ ହତ୍ୟା

ଚାଳିଶିବାଟିଆରେ ଯୁବକଙ୍କୁ ନିର୍ମମ ହତ୍ୟା

ପୁରୀ ଅଫିସ,୧୬।୨: ଚନ୍ଦନପୁର ଥାନା ଅଧୀନ ଚାଳିଶିବାଟିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଖଣ୍ଡି ଓରଫ ଜୟନ୍ତ ବିଶ୍ୱାଳ(୪୦) ନାମକ ଯୁବକଙ୍କୁ ୩ଜଣ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ରାଜଧାନୀରେ ଦିଲ୍ଲୀ ପୋଲିସ: ହାଇଟେକ୍‌ କର୍ପୋରେଟ ଅଫିସରେ ଚଢ଼ାଉ

ରାଜଧାନୀରେ ଦିଲ୍ଲୀ ପୋଲିସ: ହାଇଟେକ୍‌ କର୍ପୋରେଟ ଅଫିସରେ ଚଢ଼ାଉ

ଭୁବନେଶ୍ୱର, ୧୬।୨(ବ୍ୟୁରୋ)- ହାଇଟେକ୍‌ ରିୟଲଇଷ୍ଟେଟର ଶହୀଦନଗରସ୍ଥିତ କର୍ପୋରେଟ ଅଫିସରେ ଦିଲ୍ଲୀ ପୋଲିସ ଚଢାଉ କରିଛି। ହାଇଟେକ୍‌ ରିୟଲଇଷ୍ଟେଟର ମୁଖ୍ୟ ତିରୁପତି ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀର କନ୍ନଡ ପ୍ଲେସ ଥାନାରେ୨୫ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ରହିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସର ୨ ଅଧିକାରୀ ଶୁକ୍ରବାର ଶହୀଦନଗର ପୋଲିସ ସହାୟତାରେ ଚଢଉ କରିବା ସହିତ ଅନେକ କାଗଜପତ୍ର ଜବତ କରିଛନ୍ତି।