Dharitri News
ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌: ମିକ୍ସଡ୍‌ ଡବଲ୍ସ ଫାଇନାଲରେ ବୋପାନ୍ନା -ବାବୋସ

ଅଷ୍ଟ୍ରେଲିଆନ୍‌ ଓପନ୍‌: ମିକ୍ସଡ୍‌ ଡବଲ୍ସ ଫାଇନାଲରେ ବୋପାନ୍ନା -ବାବୋସ ମେଲବୋର୍ନ, ୨୭।୧- ଭାରତୀୟ ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗରିଆନ୍‌ ଯୋଡ଼ିଦାର ତିମେଆ ବାବୋସ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟୁର୍ନାମେଣ୍ଟର ମିକ୍ସଡ୍‌ ଡବଲ୍ସ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ବୋପାନ୍ନା ଓ ବାବୋସଙ୍କ ଯୋଡ଼ି ୭-୫, ୫-୭, ୧୦-୬ ସେଟ୍‌ରେ ସ୍ପେନର ମାରିଆ ଜୋସ ମାର୍ଟିନେଜ ସାଞ୍ଚେଜ ଓ ବ୍ରାଜିଲର ମାର୍ସିଲୋ ଡେମୋଲିନେରଙ୍କ ଯୋଡ଼ିକୁ ହରାଇ ଏହି ସଫଳତା ପାଇଛନ୍ତି। ଏହି ବିଜୟ ପାଇଁ ଇଣ୍ଡୋ-ହଙ୍ଗେରିଆନ ଖେଳାଳିଙ୍କୁ ଏକ ଘଣ୍ଟା ୨୫ ମିନିଟ୍‌ ଧରି ସଂଘର୍ଷ କରିବାକୁ ପଡ଼ିଛି। ପ୍ରଥମ ସେଟ୍‌କୁ ଜିତିବାରେ ବୋପାନ୍ନା ଓ ବାବୋସଙ୍କୁ ୨ୟ ସେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ମୁକାବିଲାର ଫଳାଫଳ ନିର୍ଣ୍ଣୟ ପାଇଁ ଟାଇବ୍ରେକର ରାଉଣ୍ଡର ସହାୟତା ନେବାକୁ ପଡ଼ିଥିଲା। ଏହି ରାଉଣ୍ଡକୁ ୧୦-୬ ବ୍ୟବଧାନରେ ଜିତି ବୋପାନ୍ନା ନିଜ କ୍ୟାରିୟର ୩ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ମିକ୍ସଡ୍‌ ଡବଲ୍ସ ବର୍ଗରେ ଏହା ତାଙ୍କର ୨ୟ ଗ୍ରାଣ୍ଡସ୍ଲାମ ଫାଇନାଲ। ଅନ୍ୟପକ୍ଷରେ ବାବୋସ ଏଠାରେ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କ ସହ ମିଶି ମହିଳା ଡବଲ୍ସ ବର୍ଗରେ ଟାଇଟଲ ଅର୍ଜନ କରିଛନ୍ତି। ବୋପାନ୍ନା ଓ ବାବୋସଙ୍କ ଯୋଡ଼ି ଟୁର୍ନାମେଣ୍ଟ ଫାଇନାଲରେ କାନାଡାର ଗାବ୍ରିଏଲା ଡାବ୍ରୋଓ୍ବସ୍କି ଓ କ୍ରୋଏସିଆର ମାଟେ ପାଭିକ୍‌ଙ୍କ ଯୋଡ଼ିକୁ ଭେଟିବେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଖେଳ |

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।

କ୍ୱାର୍ଟରରେ ଓଡ଼ିଶା ପୁରୁଷ, ମହିଳା ଦଳ

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ଲାଥୁରଠାରେ ଚାଲିଥିବା ୧୯ତମ ସିନିୟର ଟେନିସ ଭଲିବଲ (ପୁରୁଷ/ମହିଳା) ପ୍ରତିଯୋଗିତାରେ ଓଡ଼ିଶା ଡବଲ ବିଜୟ ହାସଲ କରିଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ସୋଫିଆ(ବୁଲଗେରିଆ),୨୪।୨(ପି.ଟି.)- ଚଳିତ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟର୍ନୁାମେଣ୍ଟରେ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ବ୍ରୋଞ୍ଜ ପଦକଧାରୀ ସୀମା ପୁନିଆ ମହିଳା ବିଭାଗର ୮୧ କିଗ୍ରାରୁ ଅଧିକ ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ଖେଳାଯାଇଥିବା ସେମିଫାଇନାଲରେ ସୀମା ବାଇ ପାଇ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି।

ସୁଇସ୍‌ ଓପନ୍‌: ସେମିରେ ସମୀର

ସୁଇସ୍‌ ଓପନ୍‌: ସେମିରେ ସମୀର

ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍‌ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍‌ରେ ହରାଇଛନ୍ତି।

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଓ୍ବେଲିଂଟନ, ୨୩।୨(ଏଏଫପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମିଶାଇ ଅନୁଷ୍ଠିତ ଟି୨୦ କ୍ରିକେଟ ସିରିଜରେ ଅଷ୍ଟ୍ରେଲିଆ ଚାମ୍ପିୟନ ହେଲେ ମଧ୍ୟ ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗର ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛି।