Dharitri News
ମେଟ୍ରୋ |

ନୀଳଚକ୍ର ଆଳତୀ ପାଇଁ ସଚେତନତା ଶୋଭାଯାତ୍ରା

ନୀଳଚକ୍ର ଆଳତୀ ପାଇଁ ସଚେତନତା ଶୋଭାଯାତ୍ରା ପୁରୀ ଅଫିସ, ୨୭।୧: ଶ୍ରୀ ନୀଳଚକ୍ର ଆରଧନା ସେବା ସଂସ୍ଥାନ ଆନୁକୂଲ୍ୟରେ ଭୌମ୍ୟ ଏକାଦଶୀ ତିଥି ଅର୍ଥାତ୍‌ ରବିବାରଠାରୁ ନୀଳଚକ୍ର ଆଳତୀ ଶୁଭାରମ୍ଭ ହେବ। ଏହି ଦିନ ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖ ଏମାର ମଠ ଚକଡାରେ ବିଭିନ୍ନ ମଠର ମଠାଧୀଶ, ଗବେଷକ, ସାଧୁସନ୍ଥଙ୍କ ଉପସ୍ଥିତିରେ ନୀଳଚକ୍ରଙ୍କ ଆଳତୀ କରାଯିବ। ଏହାପରଠାରୁ ରାଧାବଲ୍ଲବ ମଠ ତତ୍ତ୍ୱାବଧାନରେ ପ୍ରତ୍ୟେକ ସନ୍ଧ୍ୟାରେ ଆଳତି କରାଯିବା ନେଇ ସ୍ଥିର ହୋଇଛି। ପ୍ରତ୍ୟେକ ଏକାଦଶୀ ତିଥିରେ ଏମାର ମଠ ଚକଡାରେ ସାମୁହିକ ଭାବେ ଆଳତୀ କରାଯିବ। ଶ୍ରୀ ନୀଳଚକ୍ରଙ୍କ ମହାତ୍ମ୍ୟକୁ ସର୍ବସାଧାରଣରେ ପରିପ୍ରକାଶ କରିବା ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଦିନ ଘରେ ସନ୍ଧ୍ୟା ଆଳତୀ ସହିତ ନୀଳଚକ୍ରଙ୍କ ଆଳତୀ କରିବା ଲାଗି ପୁର୍ବାହ୍ନରେ ସିଂହଦ୍ୱାରଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶ୍ରୀକ୍ଷେତ୍ରବାସୀଙ୍କୁ ସଚେତନ କରାଯାଇଥିଲା।

ମେଟ୍ରୋ |

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।

ଆହତ ବୋଝିଆ ମୃତ, ପରିବାରକୁ କ୍ଷତିପୂରଣ ଦାବି

ଆହତ ବୋଝିଆ ମୃତ, ପରିବାରକୁ କ୍ଷତିପୂରଣ ଦାବି

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ପଡି ଆହତ ହୋଇଥିବା ବୋଝିଆ ପ୍ରଶାନ୍ତ କୁମାର ବରାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି। ପୁରୀରେ ମୃତଦେହ ପହଞ୍ଚିବା ପରେ ବୋଝିଆଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ସାକ୍ଷୀଗୋପାଳ,୨୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ କରାଯାଇଥିବା କାମଗୁଡିକର ସତ୍ୟବାଦୀ ବ୍ଲକସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

କଟକ ଅଫିସ, ୨୩।୨: ର୍ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। କଟକ ରାଜାବଗିଚାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା।

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

କୃଷ୍ଣପ୍ରସାଦ,୨୩।୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ଗାଁ ନିକଟ ବିଶ୍ୱାଳ ସ୍ରିମ୍ପ, ଜେବିଏସ୍‌ ଆକ୍ୱାଟିକ୍ସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ ହୋଇଛି। କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୫୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ପୁରୀ ଅଫିସ,୨୨।୨: ଡିଜେର ଧୂନ୍‌ ସାଙ୍ଗକୁ ଜମିଥିଲା ଠିଆପାଲା ଗୀତ। ତାଳେ ତାଳେ ଝୁମିଥିଲେ ଦର୍ଶକ। ପୁଣି ରଙ୍ଗବତୀର ରଙ୍ଗ ବି ରଙ୍ଗ ଭରିଦେଇଥିଲା ଶ୍ରୋତାଙ୍କ ମନରେ। ପୁରୀ ବିଚ୍‌ କାର୍ନିଭାଲର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ନିଆରା ମାହୋଲ। ମତୁଆଲା ଥିଲେ ଦର୍ଶକ। ଠିଆପାଲା ଫେମ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଚାଲ୍‌ କରିବା ଠିଆପାଲା ଗୀତରେ ଧୂମ୍‌ ନାଚିଥିଲେ ଦେଖଣାହାରୀ।

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।