ମେଟ୍ରୋ |

ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀଙ୍କ ଧାରଣା

ଶ୍ରୀମନ୍ଦିର ଠିକା ପରିମଳ କର୍ମଚାରୀଙ୍କ ଧାରଣା
ପୁରୀ ଅଫିସ, ୨୭।୧: ଶ୍ରୀଜଗନ୍ନାଥ ମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ଦାବିକୁ ଅଣଦେଖା କରାଯାଉଛି। ହକ୍‌ ପାଇଁ ମୁହଁ ଖୋଲିଲେ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ତେଣୁ ୧୦ ଦଫା ଦାବି ନେଇ ଶନିବାର କର୍ମଚାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି। ଛଟେଇ ୨୫ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ସର୍ବନିମ୍ନ ମଜୁରି ପ୍ରଦାନ, ନିଯୁକ୍ତିଠାରୁ ସମସ୍ତ ୬୮ କର୍ମଚାରୀଙ୍କ ଇଏସ୍‌ଆଇ ଓ ଇପିଏଫ୍‌ ଦାଖଲ, କର୍ମଚାରୀଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର ଓ ଜାତିଗତ ଆକ୍ଷେପ ବନ୍ଦ କରାଯିବା, ବର୍ଷକୁ ୨ ହଳ ଡ୍ରେସ୍‌ ସହ ସମୂହ ଗୋଷ୍ଠୀବୀମା, ସାପ୍ତାହିକ ଛୁଟି ଓ ସରକାରୀ ଘୋଷିତ ଛୁଟି ଦିନଗୁଡିକରେ ସବୈତନିକ ଛୁଟି ପ୍ରଦାନ, ସମ୍ପୃକ୍ତ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ ପ୍ରଭୃତି ଦାବି କରାଯାଇଥିଲା। ଏହି ଧାରଣାରେ ସଂଘ ସଭାପତି ଶରତ କୁମାର ରାୟଗୁରୁ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଦେଓ, ସାଧାରଣ ସମ୍ପାଦକ ମନୋଜ କୁମାର ବାରିକ, ଛଟେଇ୨୫ ଜଣ କର୍ମଚାରୀ ପ୍ରମୁଖ ସାମିଲ ରହିଛନ୍ତି।
All Right Reserved By

ମେଟ୍ରୋ |

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ପୁରୀ ଅଫିସ,୧୭ା୧୦: ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଗତ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ିଦର୍ଶନ । ଏହାକୁ ବିରୋଧକରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ତେବେ ଏହି ଧାଡ଼ିଦର୍ଶନକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। 

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ପୁରୀ ଅଫିସ,୧୭ା୧୦: ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ ମହାପ୍ରସାଦ ଦର ତାଲିକା। ଫଳରେ ଅବଢ଼ା କିଣିବାକୁ ନେଇ କାହାକୁ ଆଉ ମୂଲଚାଲ କରିବାକୁ ପଡ଼ିବ ନାହିଁ କି କେହି ଦୁର୍ବ୍ୟବହାରର ଶିକାର ହେବେ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। 

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ଅଫିସ,୧୭।୧୦-ପୂଜାରେ ଦୁଲୁକି ଉଠୁଛି କଟକ ସହର। ହସଖୁସିରେ ଉଛୁଳି ପଡୁଛି ପରିବାର ଆଉ ଦୋକାନ ବଜାର। ମଉଜ, ମସ୍ତି ସହ ପୂଜା ଖୁସିରେ କଟୁଛି ପିଲାଙ୍କ ଅବସର। ସ୍କୁଲ୍‌ ଛୁଟି ଥିବାରୁ ପୂଜା ବୁଲାକୁ ନେଇ ସେମାନଙ୍କ ମନରେ ଖୁସି କହିଲେ ନ ସରେ।  ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପୂଜା ବୁଲୁଛନ୍ତି। ହସଖୁସିରେ ମନଲାଖି ଜିନିଷ କିଣୁଛନ୍ତି। ହେଲେ ପୂଜା ଭିଡ଼ ଭିତରେ ଏମାନଙ୍କ ଭଳି ଅନେକ ଶିଶୁଙ୍କ ମୁହଁରୁ ଉଭେଇ ଯାଇଛି ଚେନାଏ ହସ। 

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଖୋର୍ଦ୍ଧା ଅଫିସ,୧୭।୧୦- ଖୋର୍ଦ୍ଧା ଜିଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତ ନାଗାମଠ ଗଁାରେ ବର୍ଷକ ଭିତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ରହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ଦେଖାଦେଇଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଗୁଣିଗାରେଡି ସନ୍ଦେହ କରି ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ।

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

କଟକ ଅଫିସ, ୧୭।୧୦- ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଦେଢ଼ମାସ ହେବ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି।  ଏପରିକି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ଜିଦ୍‌ରେ ଅଟଳ ରହିଛନ୍ତି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବାରମ୍ବାର ବୈଠକ ବସୁଥିବାବେଳେ ଏହାଭିତରେ ଆଇନଜୀବୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି।

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଦୁର୍ଗାପୂଜା ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୧୫ ତାରିଖରୁ ସହରରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଅପରାହ୍ନ ୪ଟାରୁ ରାତି ୨ଟା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଆଇନକ୍ସ ଫିଲ୍ମ ହଲରେ ମଙ୍ଗଳବାର ରାତିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଓ ଦୁଇ ସହଯୋଗୀ ଅସଦାଚରଣ କରିଥିବା ଶହୀଦନଗର ଥାନାରେ ଅଭିଯୋଗ ହୋଇଛି।

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଧାର ଟଙ୍କାକୁ କେନ୍ଦ୍ରକରି ୨ ଜଣ ଓଏସ୍‌ଏପି ଅଫିସର ମାରପିଟ୍‌ ହୋଇଛନ୍ତି। ମଙ୍ଗଳବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ମାଡ଼ରେ ସୂର୍ଯ୍ୟମଣି ପଣ୍ଡା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣା ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ମହାସପ୍ତମୀରେ ମା’ଙ୍କ ଦର୍ଶନ କଲେ ଭକ୍ତ

ମହାସପ୍ତମୀରେ ମା’ଙ୍କ ଦର୍ଶନ କଲେ ଭକ୍ତ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ମହାଷଷ୍ଠୀ ପରେ ମଙ୍ଗଳବାର ରାଜଧାନୀର ସମସ୍ତ ପୂଜାମଣ୍ଡପରେ ମା’ଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସୋମବାର ଷଷ୍ଠୀପୂଜା ଅବସରରେ ବିଲ୍ବବରଣ କରାଯିବା ପରେ ସପ୍ତମୀରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମା’ଙ୍କ ମୁଖ ଖୋଲାଯାଇଥିଲା। ସପ୍ତମୀ ପୂଜାର ନୀତି ଅନୁଯାୟୀ, ପ୍ରଥମେ ପୂଜାମଣ୍ଡପଗୁଡ଼ିକ ତରଫରୁ କଳସ ଯାତ୍ରା କରାଯାଇଥିଲା। 

ରାମଲୀଳାରେ ‘ତରଣୀ ବଧ’

ରାମଲୀଳାରେ ‘ତରଣୀ ବଧ’

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ଚାଲିଥିବା ରାମଲୀଳା ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ସୋମବାରଠାରୁ ଆରମ୍ଭ ହୋଇଥିବା ରାମଲୀଳାରେ ପ୍ରଥମ ଦିନ ‘ଭରତ ଲୀଳା’ ପରିବେଷିତ ହେବା ପରେ ମଙ୍ଗଳବାର ଦ୍ୱିତୀୟ ଦିବସରେ ‘ତରଣୀ ବଧ’ ପରିବେଷଣ କରାଯାଇଥିଲା।

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୭।୧୦(ଡି.ଏନ୍‌.ଏ.)- ରାଜ୍ୟସଭା ସଦସ୍ୟ ତଥା ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାରେ ଅଟକ ଥିବା ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବେଗୁନିଆ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା।