ଖେଳ |

ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଆଡିଲେଡ୍‌, ୨୬।୧- ଏଠାରେ ଶୁକ୍ରବାର ଖେଳାଯାଇଥିବା ୪ର୍ଥ ଦିନିକିଆ ମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ଦଳ ବାଜିମାତ୍‌ କରିନେଇଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୧୯୭ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଦଳ ୭ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ପୂର୍ବରୁ ସିରିଜ ହାରି ସାରିଥିବା ଷ୍ଟିଭେନ ସ୍ମିଥ୍‌ଙ୍କ ଦଳ ବିଜୟ ସହ ସିରିଜକୁ ୩-୧ ସ୍ଥିତିକୁ ଆଣିଛି। ସିରିଜର ଅନ୍ତିମ ତଥା ୫ମ ମ୍ୟାଚ୍‌ ରବିବାର ପର୍ଥରେ ଖେଳାଯିବ। ଲୋ-ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରି ଜୋଶ୍‌ ହାଜେଲଉଡ୍‌ ଓ ପ୍ୟାଟ୍‌ କୁମିନ୍ସ ପ୍ରାରମ୍ଭରୁ ମିଳିତ ଭାବେ ୮ ରନରେ ୫ଟି ଉଇକେଟ୍‌ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଜାସନ ରଏ (୦), ଜନ୍ନୀ ବେୟାରଷ୍ଟୋ (୦), ଆଲେକ୍ସ ହେଲ (୩), ଜୋ ରୁଟ୍‌ (୦) ଓ ଜୋସ୍‌ ବଟଲର (୦) ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ତେବେ ମଧ୍ୟ ଓ ନିମ୍ନକ୍ରମରେ ଅଧିନାୟକ ଇଓନ ମୋର୍ଗାନ (୩୩), ମୋଇନ ଅଲୀ (୩୩), କ୍ରିସ୍‌ ଓ୍ବକ୍ସ (୭୮) ଓ ଟମ୍‌ କୁରାନ (୩୫)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ଇଂଲଣ୍ଡ ୪୪.୫ ଓଭରରେ ୧୯୬ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। କୁମିନ୍ସ ୧୦ ଓଭରରେ ୨ ମେଡେନ ସହ ୨୪ ରନରେ ସର୍ବାଧିକ ୪ଟି ଉଇକେଟ୍‌ ଅକ୍ତିଆର କରିଥିବାବେଳେ ହାଜେଲଉଡ୍‌ ୩ଟି ସଫଳତା ପାଇଥିଲେ। ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ଅନୁରୂପ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲ। କିନ୍ତୁ ଓପନର୍‌ ଟ୍ରାଭିସ୍‌ ହେଡ୍‌ଙ୍କ ଧୌର୍ଯ୍ୟପୂର୍ଣ୍ଣ ୯୬ ରନର ଇନିଂସ ଯୋଗୁ ୩୭ ଓଭରରେ ୭ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୩୨, ଟିମ୍‌ ପାଇନ୍‌ ୨୫*, ଡେଭିଡ୍‌ ଓ୍ବାର୍ନର ୧୩ ରନ କରିଥିଲେ। ସ୍ପିନର ଆଡିଲ ରଶିଦ୍‌ଙ୍କୁ ୩ଟି ଉଇକେଟ୍‌ ମିଳିଥିଲା।

All Right Reserved By

ଖେଳ |

ବ୍ଲୁ’କୁ ହରାଇଲା ଇଣ୍ଡିଆ ରେଡ୍‌

ବ୍ଲୁ’କୁ ହରାଇଲା ଇଣ୍ଡିଆ ରେଡ୍‌

ଆଲୁର, ୧୪।୮- ସ୍ଥାନୀୟ କର୍ନାଟକ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଇଣ୍ଡିଆ ରେଡ୍‌ ଭିଜେଡି ପଦ୍ଧତିରେ ଇଣ୍ଡିଆ ବ୍ଲୁ’କୁ ୭ ଉଇକେଟ୍‌ରେ ପରାସ୍ତ କରିଛି। 

କ୍ଲବ କ୍ରିକେଟ୍‌କୁ ଫେରିବେ ସ୍ମିଥ୍‌, ଓ୍ବାର୍ନର

କ୍ଲବ କ୍ରିକେଟ୍‌କୁ ଫେରିବେ ସ୍ମିଥ୍‌, ଓ୍ବାର୍ନର

ସିଡ୍‌ନୀ, ୧୪।୮- ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ଦୁଇ ପ୍ରମୁଖ ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନର ଅଷ୍ଟ୍ରେଲିଆ ମାଟିରେ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ସମ୍ଭବତଃ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ପ୍ରିମିୟର କ୍ରିକେଟ ସିଜନରେ ଉଭୟ ନିଜ ନିଜ କ୍ଲବ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି। 

ସେରେନା ଜିତିଲେ, ମୁରେଙ୍କ ବିଦାୟ

ସେରେନା ଜିତିଲେ, ମୁରେଙ୍କ ବିଦାୟ

ସିନ୍‌ସିନ୍ନାଟି, ୧୪।୮(ଏଏଫ୍‌ପି)- ସିଟି ଇନ୍‌ ଓହିଓଠାରେ ଚାଲିଥିବା ସିନ୍‌ସିନ୍ନାଟି ଓପନ୍‌ରେ ତାରକା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ଅଷ୍ଟ୍ରେଲିଆର ଡାରିଆ ଗାବ୍ରିଲୋଭାଙ୍କୁ ୬-୧, ୬-୨ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଶୀର୍ଷ ମାନ୍ୟତା ହରାଇଲେ କୋହଲି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଶୀର୍ଷ ମାନ୍ୟତା ହରାଇଲେ କୋହଲି

ଦୁବାଇ, ୧୪।୮(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି। ଆଇସିସି ପକ୍ଷରୁ ସୋମବାର ସଦ୍ୟ ପ୍ରକାଶିତ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲି (୯୧୯ ପଏଣ୍ଟ) ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି।

ବିସିସିଆଇ ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି ଶାସ୍ତ୍ରୀ-କୋହଲି

ବିସିସିଆଇ ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି ଶାସ୍ତ୍ରୀ-କୋହଲି

ନୂଆଦିଲ୍ଲୀ, ୧୪ା୮(ପି.ଟି.)-ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟରେ ନୈରାଶ୍ୟଜନକ ପରାଜୟ ପାଇଁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। 

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ

ବଲ୍‌ଜିନ୍ଦର, ପର୍‌ବିନ
ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ଜାତୀୟ ଆନ୍ତଃ-ରାଜ୍ୟ  ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଡିସ୍‌କସ୍‌ ଥ୍ରୋୟର ବଲ୍‌ଜିନ୍ଦର ସିଂ ଏବଂ ହରିୟାଣା ସ୍ପ୍ରିଣ୍ଟର ପରବିନ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ଉଭୟ ଆଥଲେଟଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି।

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର ୧୪ା୮ (ସ୍ପୋଟର୍‌ସ ବ୍ୟୁରୋ)-ଛତିଶଗଡ଼ର ରାୟପୁରଠାରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ୫୨ତମ ଏସିଆ ଏବଂ ୧୦ମ ବିଶ୍ୱ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ଜାତୀୟ ଦଳ ମନୋନୟନ କରାଯିବ। 

ଏସିଆନ ଗେମ୍ସରୁ ଓହରିଲେ ଲୁକା

ଏସିଆନ ଗେମ୍ସରୁ ଓହରିଲେ ଲୁକା

ନୂଆଦିଲ୍ଲୀ, ୧୪।୮(ପି.ଟି.)- ଇଞ୍ଚିଅନ ଏସିଆନ ଗେମ୍ସ ୮୦୦ମିଟର ରୌପ୍ୟ ପଦକ ବିଜୟିନୀ ଟିଣ୍ଟୁ ଲୁକା ଏଥର କିନ୍ତୁ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ। ଜାକାର୍ତ୍ତାରେ ଆୟୋଜନ ହେବାକୁଥିବା ଏସିଆନ୍‌ ଗେମ୍ସରେ ଲୁକା ଭାଗ ନ ନେବା ସ୍ପଷ୍ଟ ହୋଇଛି। 

ତୃତୀୟ ଟେଷ୍ଟ: ଇଂଲଣ୍ଡ ଦଳ ଅପରିବର୍ତ୍ତିତ

ତୃତୀୟ ଟେଷ୍ଟ: ଇଂଲଣ୍ଡ ଦଳ ଅପରିବର୍ତ୍ତିତ

ଲଣ୍ଡନ, ୧୪।୮(ପି.ଟି.)- ଶନିବାରଠାରୁ ନଟିଂହାମ୍‌ରେ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଏକ ୧୩ ଜଣିଆ ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। 

ଅନ୍‌ ଅଫିସିଆଲ ଟେଷ୍ଟ ସିରିଜ ଜିତିଲା ଭାରତ ଏ’

ଅନ୍‌ ଅଫିସିଆଲ ଟେଷ୍ଟ ସିରିଜ ଜିତିଲା ଭାରତ ଏ’

ବେଙ୍ଗାଲୁରୁ, ୧୪।୮ (ପି.ଟି.)- ଭାରତ ଏ’ ଓ ଦକ୍ଷିଣ ଆଫ୍ରିକା ଏ’ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦ୍ୱିତୀୟ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଦୁଇ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜକୁ ଭାରତ ୧-୦ରେ ହାତେଇ ନେଇଛି।

 ଭାରତ ଆସିବେ ଟାଇସନ

ଭାରତ ଆସିବେ ଟାଇସନ

ବମ୍ବେ, ୧୩ା୮ (ପି.ଟି.)-ଏକ ଇଣ୍ଟରନ୍ୟାଶନାଲ ମିକ୍ସଡ ମାର୍ଶାଲ ଆଟର୍‌ସର ପ୍ରମୋଟ୍‌ ଲାଗି ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ମାଇକ୍‌ ଟାଇସନ ଭାରତ ଗସ୍ତରେ ଆସିବେ। ବିବାଦୀୟ ଆମେରିକାନ ବକ୍ସର ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ପହଞ୍ଚତ୍ବେ। କୁମିତେ-୧ ଲିଗ୍‌ର ପ୍ରମୋଟ କରିବେ। ଏହା ହେଉଛି ପ୍ରଥମ ଗ୍ଲୋବାଲ ଟିମ୍‌ ମିକ୍ସଡ ମାର୍ଶାଲ ଆଟର୍‌ସ ଲିଗ୍‌। ଏହି ଲିଗ୍‌ ପ୍ରତି ଅଲ୍‌ ଇଣ୍ଡିଆ ମିକ୍ସଡ ମାର୍ଶାଲ ଆଟର୍‌ସ ଫେଡେରେଶନର ସମର୍ଥନ ରହିଛି।  ଟାଇସନ

 ୧୫ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଭାରତ ସେମିଫାଇନାଲ

୧୫ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଭାରତ ସେମିଫାଇନାଲ

ଥିମ୍ପୁ,୧୩ା୮ (ପି.ଟି.)-ଭାରତର ୧୫ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ସାଫ୍‌ (ସାଉଥ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛି।  ସ୍ଥାନୀୟ ଚାଙ୍ଗଲିମ୍‌ଥାଙ୍ଗ ଷ୍ଟାଡିୟମରେ ସୋମବାର ଭାରତ ଆୟୋଜକ ଭୁଟାନକୁ ୧-୦ ଗୋଲରେ ପରାସ୍ତ କରିଛି। ଶିଲ୍‌କି ଦେବୀ ୫୮ ତମ ମିନିଟ୍‌ରେ ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ

Model This Week

ଯସ୍ମିନ୍