ଜୀବନଚର୍ଯ୍ୟା |

ପ୍ରସବକାଳୀନ ଅସୁବିଧା ନବଜାତକ ମସ୍ତିଷ୍କରେ ପ୍ରଭାବ ପକାଏ

ପ୍ରସବକାଳୀନ ଅସୁବିଧା ନବଜାତକ ମସ୍ତିଷ୍କରେ ପ୍ରଭାବ ପକାଏ
ଓ୍ବାଶିଂଟନ: ପ୍ରସବ ସମୟରେ ସୃଷ୍ଟି ହେଉଥିବା ବିଭିନ୍ନ ଅସୁବିଧା ଯୋଗୁ ଶିଶୁ ଜନ୍ମରେ ବାଧା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ନବଜାତକର ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ବୋଲି ଗବେଷକ କହିଛନ୍ତି। ଏହି ରାସାୟନିକ ପରିବର୍ତ୍ତନ ଦ୍ୱାରା ଶିଶୁଠାରେ ଏକାଗ୍ରତାର ଅଭାବ ରହିଥାଏ ଓ ଶିଶୁ ପରବର୍ତ୍ତୀ ସମୟରେ ସାଧାରଣ ଜୀବନରେ କୌଣସି ଆନନ୍ଦ ମୂହୂର୍ତ୍ତକୁ ଠିକ୍‌ ଭାବେ ଗ୍ରହଣ କରି ପାରି ନ ଥାଏ ବୋଲି ନ୍ୟୁୟର୍କ ମାଉଣ୍ଟ୍‌ ସିନାଇ ମେଡିକାଲ ସ୍କୁଲର ଗବେଷକ ପ୍ରଫେସର ଡାକ୍ତର ସଅନ୍‌ ଫ୍ରୋଡିଷ୍ଟ୍‌ ସୂଚିତ କରିଛନ୍ତି। ଏଭଳି ଶିଶୁଙ୍କଠାରେ ସିର୍ଜୋଫର୍ଣ୍ଣିଆ, ବିଭିନ୍ନ ମାନସିକ ରୋଗ ଆଦି ଦେଖାଦେବାର ଆଶଙ୍କା ରହିଥାଏ। କଷ୍ଟରେ ଜନ୍ମ ନେଇଥିବା ଶିଶୁଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ରାସାୟନିକ ପଦାର୍ଥ ଯୋଗୁ ଶିଶୁର ମସ୍ତିଷ୍କ ନଷ୍ଟ ହେବାର ଆଶଙ୍କା ରହିଥାଏ। ତେବେ ଏଭଳି ଶିଶୁଙ୍କ ମଧ୍ୟରୁ ୪୦ ପ୍ରତିଶତ ଶିଶୁ ସାଧାରଣ ଜୀବନ ଯାପନ କରିଥାନ୍ତି। ୧୦ ପ୍ରତିଶତ ଏଭଳି ଶିଶୁ ପରବର୍ତ୍ତୀ ଜୀବନରେ ଅନେକ ଜ୍ଞାନର ଅଧିକାରୀ ମଧ୍ୟ ହୋଇଥାନ୍ତି ବୋଲି ନ୍ୟୁୟର୍କ ମେଡିକାଲ ରିସର୍ଚ୍ଚ କାଉନସିଲ୍‌ ପକ୍ଷରୁ କୁହାଯାଇଛି। ଏନେଇ ଅଧିକ ଗବେଷଣା ଜାରି ରହିଛି। ଏଥିରୁ ସୁଫଳ ମିଳିଲେ ଅନେକ ମାନସିକ ରୋଗୀଙ୍କ ଜନ୍ମ କାଳୀନ ତଥ୍ୟ ଆଧାରରେ ସେମାନଙ୍କ ଚିକିତ୍ସା ସହଜରେ କରାଯାଇ ପାରିବ ବୋଲି ପ୍ରଫେସର ଡାକ୍ତର ଅଲିଭର୍‌ ହାଓ୍ବିସ୍‌ ସୂଚିତ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ବାର୍ଦ୍ଧକ୍ୟ ଠାରୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ବାର୍ଦ୍ଧକ୍ୟ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। 

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ଯୁବତୀ ଯୁବକଙ୍କ ପାଇଁ ଜୀବନର ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ତେଣୁ ବିବାହ ପୂର୍ବରୁ ଜାତକ ମିଳାଇବା ଯେତିକି ଜରୁରୀ ବିଭିନ୍ନ ମେଡିକାଲ ଟେଷ୍ଟ କରାଇନେବା ମଧ୍ୟ ସେତିକି ଜରୁରୀ ।

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ଆଜିକାଲି ସ୍ମାର୍ଟ ଫୋନ୍‌ ବ୍ୟବହାର ସତେଯେମିତି ଦୈନନ୍ଦିନ ଜୀବନର ଅନ୍ୟତମ ପ୍ରମୁଖ କାମ ପାଲଟି ଯାଇଛି। ଅନ୍ୟପକ୍ଷରେ ଏହାଦ୍ୱାରା ଅନେକ କାମ ଅନାୟାସରେ ଏବଂ କମ ସମୟରେ ହୋଇପାରୁଛି।