ରାଜ୍ୟ | ବ୍ରହ୍ମପୁର

ବୀଭତ୍ସ ହତ୍ୟାକାଣ୍ଡ: ପାଇଖାନା ଟାଙ୍କିରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ବୀଭତ୍ସ ହତ୍ୟାକାଣ୍ଡ: ପାଇଖାନା ଟାଙ୍କିରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଆସିକା,୨୬।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର ଗ୍ରାମର ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତଦେହରୁ ମୁଣ୍ଡ, ହାତ, ଗୋଡ ଅଲଗା ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ବାବୁଲା ପାତ୍ର(୩୫)।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପୋଲିସ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ମୃତକଙ୍କ ଘର ବାରିପଟ ପାଇଖାନାର ମଇଳା ଟାଙ୍କିରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଶୁକ୍ରବାର ମଧ୍ୟାହ୍ନରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ମୃତ ବାବୁଲାଙ୍କ ସ୍ତ୍ରୀ ଭାଗ୍ୟଲତା ପାତ୍ର ଆସିକା ଥାନାରେ ଅଭିଯୋଗ କରିଛନ୍ତି। ଶ୍ୱଶୂର ଓ ଦିଅର ସେମାନଙ୍କ ସହଯୋଗୀଙ୍କ ସହ ମିଶି ବାବୁଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଘରେ ଥିବା ଟଙ୍କା, ସୁନା ଓ ପାରିବାରିକ ସମ୍ପତ୍ତି ଲୋଭରେ ଏହି ହତ୍ୟାକାଣ୍ଡ କରାଯାଇଥିବା ସେ କହିଛନ୍ତି। ପୋଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତିକରି ଆସିକା ଥାନାରେ ମାମଲା(ନଂ ୩୫/୧୮)ରେ ରୁଜୁ ହୋଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ | ବ୍ରହ୍ମପୁର

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ଭୁବନେଶ୍ୱର, ୨୨।୫: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ରେଞ୍ଜର

ଭଦ୍ରକ ଅଫିସ,୨୨।୫: ଭଦ୍ରକ ବନ ବିଭାଗର ରେଞ୍ଜର ପ୍ରଫୁଲ କୁମାର ସାହୁ ମଙ୍ଗଳବାର ମଧ୍ୟହ୍ନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିଶ୍ୱରଞ୍ଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ମାଥିଲି,୨୨।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ପଞ୍ଚାୟତ ଅଧୀନ ଡାଇଗୁଡା ଗ୍ରାମର ମୁଖ୍ୟରାସ୍ତାରେ କାଳବୈଶାଖୀ ଯୋଗୁ ପଡ଼ିରହିଥିବା ଗଛଗୁଡ଼ିକୁ ଶେଷରେ ମଙ୍ଗଳବାର ଉପାୟଶୂନ୍ୟ ହୋଇ ଗ୍ରାମବାସୀ ହଟାଇଛନ୍ତି।

ଅନ୍ୟ  ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ଅନ୍ୟ ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୨୨।୫: ବାରିପଦା ବିଜୁ ପଟ୍ଟନାୟକ ଗୋଲେଇ ନିକଟରୁ ଜଣେ ମହିଳା ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟାଙ୍କୁ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଜଲଦା ଗ୍ରାମର ଶୁଭଦ୍ରା ବିନ୍ଧାଣୀ ବୋଲି ଜଣାପଡିଛି। ଉଭୟଙ୍କୁ ପାଲବଣି ସ୍ଥିତ ସ୍ବଧାର ଗୃହରେ ଥଇଥାନ କରିଯାଇଛି।

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

କୃଷ୍ଣପ୍ରସାଦ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧକରି ମଙ୍ଗଳବାର ହଜାର ହଜାର ଜନସଧାରଣ କୃଷ୍ଣପ୍ରସାଦ ତହସିଲ ଘେରାଉ କରିଛନ୍ତି। ସକାଳ ୮ଟାରେ ଦଶଦୋଳ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଅଫିସରେ ପହଞ୍ଚିଥିଲେ।

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ବନ୍ତଳା,୨୨।୫(ଡି.ଏନ୍‌.ଏ.): ବାଘ ପାଇଁ ଅଭୟାରଣ୍ୟରୁ ବିସ୍ଥାପିତ ହୋଇ ଆସିଥିବା ରାଇଗୁଡା ଗ୍ରାମର ୭୮ ପରିବାରକୁ ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତର ନୂଆଖେତା ସରୁଆଳି ଗ୍ରାମ ନିକଟରେ ଥଇଥାନ କରାଯାଇଥିଲା। ସେଠାରେ ଅସ୍ଥାୟୀ ଘର ନିର୍ମାଣ କରାଯିବା ସହ ନୂଆ ରାଇଗୁଡା ଗ୍ରାମ ନିର୍ମାଣ କରାଯାଇଥିଲା।

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ପୁରୀ ଅଫିସ, ୨୨।୫: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ପୁରୀ ବାସେଳି ସାହିର ଶତିଲତା ପଣ୍ଡା(୬୫)ଙ୍କ ମୁଣ୍ଡ ଫାଟିଛି। ଶତିଲତା ଅନ୍ୟ ଜଣେ ମହିଳାଙ୍କ ସହ ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲା ,୨୨। ୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଲାଠାରେ ଜଣେ ଯୁବକଙ୍କୁ ସୋମବାର ବିଳମ୍ବିତ ରାତିରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ତୁଣ୍ଡଲା ଗ୍ରାମର ଦୁର୍ଗେଶ୍ୱର ପଧାନ (୨୮)। ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ତଣ୍ଟିରେ କଳାଦାଗ ରହିଥିବା ଦେଖିବାକୁ ମିଳିଛି।

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କାମାକ୍ଷାନଗର,୨୨।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହ ପରିସରରେ ବିଜୁ ଯୁବ ବାହିନୀର ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତା

ଝାରସଗୁଡ଼ା ଅଫିସ,୨୨।୫: ଝାରସୁଗୁଡା ଜିଲା କୋଲାବିରା ରେଞ୍ଜ୍‌ର ସୁନାମାଲ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମଙ୍ଗଳବାର ଭୋର ସମୟରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ଜିଲାରେ ହାତୀମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।