ଅନ୍ତର୍ଜାତୀୟ |

ସିରିଆରେ ଆମେରିକା ଓ ତୁର୍କୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ସିରିଆରେ ଆମେରିକା ଓ ତୁର୍କୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି
ଦମିସ୍କ/ଓ୍ବାଶିଂଟନ୍‌,୨୬।୧: ସିରିଆର ସହର ମଜବିସ୍‌ରେ ଆମେରିକା ଏବଂ ତୁର୍କୀ ସେନା ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ଲାଗି ଆମେରିକା ଅନୁଗାମୀ ଦୁଇ ନାଟୋ ସଦସ୍ୟ ଦେଶ ମଧ୍ୟରେ ସିଧାସଳଖ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ସୂଚନା ଅନୁଯାୟୀ ୫ ଦିନ ହେବ ତୁର୍କୀ ଉତ୍ତର ସିରିଆ ଅଞ୍ଚଳରେ କୁର୍ଦ୍ଦ ସମୁଦାୟ ଉପରେ ଅପରେଶନ୍‌ ଜାରି ରଖିଛି। ତୁର୍କୀ ସେନା ଟ୍ୟାଙ୍କ ସହ କୁର୍ଦ୍ଦର ଆଫରିନ୍‌ ସହରରେ ପ୍ରବେଶ କରିଛନ୍ତି। ଏହି ସଂଘର୍ଷରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାପରେ ତୁର୍କୀ ସେନା ମଜବିସ୍‌ ସହର ଅଭିମୁଖେ ବାହାରିଛନ୍ତି। ଯେଉଁଠାରେ ପାଖାପାଖି ୨୫୦୦ ଆମେରିକା ସୈନ୍ୟ କୁର୍ଦ୍ଦରେ ସେନା ପ୍ରଶିକ୍ଷଣ ଦେବା ସହ ଅସ୍ତ୍ରଶସ୍ତ୍ର ବିନିମୟ କରୁଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ବିଷ ବଳୟରେ କାବୁଲ

ବିଷ ବଳୟରେ କାବୁଲ

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୋକେ ବେଶ୍‌ କିଛି ଦିନ ହେବ ବିଷ ବଳୟ ମଧ୍ୟରେ ଜୀବନ କାଟୁଛନ୍ତି କହିଲେ କିଛି ଭୁଲ୍‌ ହେବନାହିଁ। କାରଣ ଏଠାରେ ଅଧିକାଂଶ ସମୟରେ ବୋମା ବିସ୍ଫୋରଣ ପରିବେଶକୁ ଏକ ପ୍ରକାର ଦୂଷିତ କରିଦେଇଛି।

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

କାବୁଲ,୨୧।୧: ଆଫାଗନୀସ୍ତାନ ଗଭର୍ନର ଅନଓ୍ବର ଇଶାକଜାଇଙ୍କ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗଭର୍ନର ଅଳ୍ପକେ ରକ୍ଷା ପାଇଥିବାବେଳେ ଏଥିରେ ୧୨ ଜଣ ଦେହରକ୍ଷୀ ନିହତ ହୋଇଛନ୍ତି।

ନିଶାଗ୍ରସ୍ତ ମହିଳା ସେନା କଲେ ପୁରୁଷ ସାଥୀଙ୍କ ଯୌନ ଶୋଷଣ

ନିଶାଗ୍ରସ୍ତ ମହିଳା ସେନା କଲେ ପୁରୁଷ ସାଥୀଙ୍କ ଯୌନ ଶୋଷଣ

ଲଣ୍ଡନ,୨୧।୧: ଇଂଲଣ୍ଡର ବର୍କଶୟରରେ ଜଣେ ମହିଳା ସେନା ନିଶଗ୍ରସ୍ତ ହୋଇ ଜଣେ ପୁରୁଷ ସେନାଙ୍କ ଯୌନ ଶୋଷଣ କରିଥିବା ଜଣାପଡିଛି। ତେବେ ମହିଳା ସେନା ଜଣକ ବିଳମ୍ବିତ ରାତିରେ ତାଙ୍କର ଜଣେ ଜୁନିଅର ସାଥୀଙ୍କ ସହ ଏଭଳି ବ୍ୟବହାର କରିଥିବା କୁହାଯାଉଛି। 

ମାଲି ଶାନ୍ତିବାହିନୀ ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୧୦ ନିହତ

ମାଲି ଶାନ୍ତିବାହିନୀ ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୧୦ ନିହତ

ବମାକୋ,୨୧।୧: ମାଲିରେ ଜାତିସଂଘ ଶାନ୍ତିବାହିନୀ ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୦ ସୈନ୍ୟ ନିହତ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି।

ବିଶ୍ୱର ସବୁଠାରୁ ସୁନ୍ଦର କୁକୁରର ମୃତ୍ୟୁ

ବିଶ୍ୱର ସବୁଠାରୁ ସୁନ୍ଦର କୁକୁରର ମୃତ୍ୟୁ

ସାନ୍‌ ଫ୍ରାନସିସ୍‌କୋ,୨୦।୧: ବିଶ୍ୱର ସବୁଠାରୁ ସୁନ୍ଦର କୁକୁର ‘ବୁ’ର ଶନିବାର ମୃତ୍ୟୁ ହୋଇଥିବା ତା’ର ଆମେରିକୀୟ ମାଲିକ ପ୍ରକାଶ କରିଛନ୍ତି। ହୃଦଘାତରେ କୁକୁରଟିର ମୃତ୍ୟୁ ହୋଇଥିବା ସେ କହିଛନ୍ତି। 

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସୋମବାର: ଏସବୁ ରାଶି ବ୍ୟକ୍ତିଙ୍କ ପାଇଁ ଆଣିଦେବ ସୌଭାଗ୍ୟ

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସୋମବାର: ଏସବୁ ରାଶି ବ୍ୟକ୍ତିଙ୍କ ପାଇଁ ଆଣିଦେବ ସୌଭାଗ୍ୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୧: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୨୧ରେ ସୋମବାର ହେବ। ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ରାହୁଗ୍ରସ୍ତ ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ପୂର୍ବାହ୍ନ ୯ଟା ୪ରୁ ମଧ୍ୟାହ୍ନ ୧୨ଟା ୨୧ ପର୍ଯ୍ୟନ୍ତ ସଂଗଠିତ ହେବ। 

ଚିଲିରେ ୬.୭ ତୀବ୍ରତାର ଭୂକମ୍ପ

ଚିଲିରେ ୬.୭ ତୀବ୍ରତାର ଭୂକମ୍ପ

କୋକ୍ୱିମ୍ବୋ,୨୦।୧: ଚିଲିର କୋକ୍ୱିମ୍ବୋରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୭। 

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ଓ୍ବାଶିଂଟନ,୨୦।୧: ସୋମାଲିଆରେ ଆମେରିକା ବାୟୁସେନା ବୋମାମାଡ଼ରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଅଲ୍‌-କାଇଦା ଆତଙ୍କବାଦୀ ସଂଗଠନର ସହଯୋଗୀ ସଂସ୍ଥା ଅଲ୍‌-ସବାବ୍‌ର ସଦସ୍ୟ ବୋଲି କୁହାଯାଉଛି। 

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦-୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କୁ ଭେଟିବେ।

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬  ମୃତ

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬ ମୃତ

ବେରୁଟ,୨୦-୧: ସିରିଆରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ଆତଙ୍କବାଦୀ ଗ୍ରୁପ୍‌ଙ୍କ ଉପରେ ଆମେରିକା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୧୦ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ ଶିଶୁଙ୍କ ସମେତ ୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। 

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ମେକ୍କିକୋ, ୨୦-୧:ସେଣ୍ଟ୍ରାଲ୍‌ ମେକ୍ସିକୋରେ ତେଲ ଚୋରି ନେଇ ଚଢ଼ାଉ ଅଭିଯାନ ଜାରି ରହିଥିବାବେଳେ ଏକ ବେଆଇନ ତେଲ ପାଇପ୍‌ଲାଇନ ଜଳିଯାଇଛି। ଏଥିରେ ୨୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୧ ଗୁରୁତର ଆହତ ହୋଇଛନ୍ତି। 

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

ଓ୍ବାସିଂଟନ୍‌, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌।