Dharitri News
ଜାତୀୟ |

ମାଘ ମେଳାରେ ତ୍ରିରଙ୍ଗା ଉଡାଇଲେ ସାଧୁ

ମାଘ ମେଳାରେ ତ୍ରିରଙ୍ଗା ଉଡାଇଲେ ସାଧୁ ଆହ୍ଲାବାଦ,୨୬।୧: ସାରାଦେଶ ୬୯ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ସମୟରେ ଏଥିରୁ ବାଦ୍‌ ଯାଇନାହାନ୍ତି ସାଧୁସନ୍ଥମାନେ। ମାଘମେଳାରେ ଯୋଗ ଦେଇଥିବା ଏହି ସାଧୁମାନେ ଆହ୍ଲାବାଦରେ ଶୁକ୍ରବାର ସକାଳୁ ତ୍ରିରଙ୍ଗା ଉଡାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ରାଜ୍ୟରେ ରାଜ୍ୟପାଳମାନେ ପତାକା ଉତ୍ତୋଳନ କରିଥିବା ବେଳେ ରାଜଧାନୀ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଥିଲେ।

ଜାତୀୟ |

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ନୂଆଦିଲ୍ଲୀ/ଲକ୍ଷ୍ନୌ/କଲିକତା,୧୮।୨: ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ବହୁକୋଟି ଟଙ୍କା ଚୂନ ଲଗାଇ ବିଦେଶକୁ ଫେରାର ହୋଇଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ମୁହଁଖୋଲୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସର୍ବବୃହତ୍‌ ବ୍ୟାଙ୍କ ଠକେଇ ଏନ୍‌ଡିଏକୁ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ସରକାର ଏନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ତ୍ରିପୁରାରେ ୭୬% ମତଦାନ

ତ୍ରିପୁରାରେ ୭୬% ମତଦାନ

ଅଗରତାଲା/ନୂଆଦିଲ୍ଲୀ,୧୮।୨ (ପି.ଟି.) : ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ରବିବାର କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ୫୯ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ୭୬% ମତଦାନ ହୋଇଛି।ପୂର୍ବ ନିର୍ବାଚନରେ ୯୧.୮୨% ଭୋଟଗ୍ରହଣ ହୋଇଥିବା ବେଳେ ଏଥର ମତଦାନ ହାର ୧୫% ହ୍ରାସ ପାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ତ୍ରିପୁରାରେ ଭୋଟର ୫ ବର୍ଷ ପରେ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିଛନ୍ତି।

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ସୁକମା,୧୮।୨: ଛତିଶଗଡର ସୁକମା ଜିଲାରେ ମାଓବାଦୀଙ୍କ ସହ ଚାଲିଥିବା ଏନ୍‌କାଉଣ୍ଟରରେ ୬ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୮।୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟରେ ଭାଜପା। ଶାସକ ଭାଜପା ଲୋକଙ୍କୁ ଚା-ପକୁଡି ସହ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରବିବାର ଅଖିଳେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ନୂଆଦିଲ୍ଲୀ,୧୮।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଘୋଟାଲାକୁ ନେଇ ରାଜନୀତି ଥମୁନାହିଁ। ରବିବାର ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ନୂଆଦିଲ୍ଲୀ,୧୮।୨: ପକୁଡି ବିକ୍ରି ରାଜନୀତିର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆସନ୍ତା ବର୍ଷକ ମଧ୍ୟରେ ଭାଜପା ୫ କୋଟି ଚାକିରି ସୁବିଧା ସୃଷ୍ଟି କରିବ ବୋଲି ସେ ଶନିବାର ପ୍ରକାଶ କରିଛନ୍ତି।

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ଆଗ୍ରା,୧୮।୨: ପତ୍ନୀ ସୋଫି ଜର୍ଜୋରି ଓ ୩ ସନ୍ତାନଙ୍କୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ତ୍ରୁଦେଉ ରବିବାର ବିଶ୍ୱପ୍ରସିଦ୍ଧ ତାଜମହଲ ବୁଲି ଦେଖିଛନ୍ତି।

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ମିରଟ,୧୮।୨: ଉତ୍ତର ପ୍ରଦେଶରେ କିଛିଦିନ ହେବ ଚାଲିଥିବା ଏନ୍‌କାଉଣ୍ଟର ଏବେ ଅପରାଧୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଇତିମଧ୍ୟରେ ଅପରାଧୀଙ୍କ ଆତ୍ମସମର୍ପଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ତ୍ରିପୁରା ନିର୍ବାଚନ ପାଇଁ ଭୋଟରଙ୍କ ଲମ୍ବା ଲାଇନ

ତ୍ରିପୁରା ନିର୍ବାଚନ ପାଇଁ ଭୋଟରଙ୍କ ଲମ୍ବା ଲାଇନ

ଅଗରତାଲା,୧୮।୨: ତ୍ରିପୁରା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମାନିକ ସରକାର ମଧ୍ୟ ତ୍ରିପୁରାର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିଥିବା ସୂଚନା ମିଳିଛି।

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଘୋଟାଲାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଶନିବାର ଏହାକୁ ନେଇ ବିରୋଧି ଓ ଶାସକଙ୍କ ମଧ୍ୟରେ ଲାଗିରହିଥିଲା ଆରୋପ ପ୍ରତ୍ୟାରୋପ।

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ମହାଦେବପୁର,୧୭।୨: ଅରୁଣାଚଳ ପ୍ରଦେଶ ନମସାଇ ଜିଲାର ଲେକାଙ୍ଗ ବିଧାନସଭା ଆସନରେ ହଜାରରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ, ଯୁବତୀ, ଯୁବକ, ବୃଦ୍ଧା, ବୃଦ୍ଧ ଭାଜପା ଛାଡି କଂଗ୍ରେସରେ ମିଶିଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ଏକ ର଼୍ୟାଲିରେ ଏହା ଦେଖିବାକୁ ମିଳିଥିଲା।

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ନୂଆଦିଲ୍ଲୀ,୧୭।୨: ବାଳିକାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ ଚିନ୍ତା କରିଛନ୍ତି କର୍ନାଟକ ସରକାର। ଏଥର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦିଆଯିବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି।