ରାଜ୍ୟ |

ଓଡ଼ିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ: ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୬।୧: କଟକର ବାରବାଟି ଷ୍ଟାଡ଼ିୟମରେ ଶୁକ୍ରବାର ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଓଡ଼ିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ ହୋଇଛି। ମହିଳାଙ୍କ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଗରିବୀ ହ୍ରାସ କ୍ଷେତ୍ରରେ ଦେଶର ଆଗୁଆ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେଶନର ଉନ୍ନତୀକରଣ ସହ ଏହାକୁ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି।

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।

ଏକକାଳୀନ ବକେୟା ଦରମା ପ୍ରଦାନ ଦାବି: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲେ ଡାକସେବକ

ଏକକାଳୀନ ବକେୟା ଦରମା ପ୍ରଦାନ ଦାବି: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲେ ଡାକସେବକ

ଓଡ଼ଗାଁ,୨୨।୫(ସ୍ବ.ପ୍ର.): ଅଖିଳ ଭାରତୀୟ ଡାକ ସେବକ ସଂଘର ଆହ୍ବାନକ୍ରମେ ନୟାଗଡ ଜିଲା ଅନ୍ତର୍ଗତ ଓଡ଼ଗାଁ, ବାହାଡ଼ାଝୋଲା, କୁରାଳ ଓ ଶରଣକୁଳ ଉପ ଡାକଘର ଅଧୀନରେ କାର୍ଯ୍ୟରତ ସମସ୍ତ ଡାକ ସେବକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦେବା ସହିତ କାର୍ଯ୍ୟବନ୍ଦ କରିଛନ୍ତି ।

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ପରଲୋକରେ ଶିଳ୍ପପତି ବଂଶୀଧର ପଣ୍ଡା

ଭୁବନେଶ୍ୱର, ୨୨।୫: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ରେଞ୍ଜର

ଭଦ୍ରକ ଅଫିସ,୨୨।୫: ଭଦ୍ରକ ବନ ବିଭାଗର ରେଞ୍ଜର ପ୍ରଫୁଲ କୁମାର ସାହୁ ମଙ୍ଗଳବାର ମଧ୍ୟହ୍ନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିଶ୍ୱରଞ୍ଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ସେଲ୍‌ଫି ନେଇ ଚାଲିଗଲେ ଦମକଳ ବାହିନୀ: ରାସ୍ତାରୁ ଗଛ ହଟାଇଲେ ଗ୍ରାମବାସୀ

ମାଥିଲି,୨୨।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ପଞ୍ଚାୟତ ଅଧୀନ ଡାଇଗୁଡା ଗ୍ରାମର ମୁଖ୍ୟରାସ୍ତାରେ କାଳବୈଶାଖୀ ଯୋଗୁ ପଡ଼ିରହିଥିବା ଗଛଗୁଡ଼ିକୁ ଶେଷରେ ମଙ୍ଗଳବାର ଉପାୟଶୂନ୍ୟ ହୋଇ ଗ୍ରାମବାସୀ ହଟାଇଛନ୍ତି।

ଅନ୍ୟ  ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ଅନ୍ୟ ଯୁବତୀଙ୍କ ସହ ସ୍ବାମୀ ଫେରାର ହେବା ପରେ ଘରୁ ତଡିଲେ ଶାଶୁଘର ଲୋକେ, ମହିଳାଙ୍କ ସହ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ,୨୨।୫: ବାରିପଦା ବିଜୁ ପଟ୍ଟନାୟକ ଗୋଲେଇ ନିକଟରୁ ଜଣେ ମହିଳା ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟାଙ୍କୁ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଜଲଦା ଗ୍ରାମର ଶୁଭଦ୍ରା ବିନ୍ଧାଣୀ ବୋଲି ଜଣାପଡିଛି। ଉଭୟଙ୍କୁ ପାଲବଣି ସ୍ଥିତ ସ୍ବଧାର ଗୃହରେ ଥଇଥାନ କରିଯାଇଛି।

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ: ତହସିଲ ଅଫିସ ଘେରାଉ

କୃଷ୍ଣପ୍ରସାଦ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧକରି ମଙ୍ଗଳବାର ହଜାର ହଜାର ଜନସଧାରଣ କୃଷ୍ଣପ୍ରସାଦ ତହସିଲ ଘେରାଉ କରିଛନ୍ତି। ସକାଳ ୮ଟାରେ ଦଶଦୋଳ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଅଫିସରେ ପହଞ୍ଚିଥିଲେ।

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ଘର ପାଇଁ ମିଳିଲାନି ଜାଗା: ଭିଟାମାଟିକୁ ଫେରିଲେ ବିସ୍ଥାପିତ

ବନ୍ତଳା,୨୨।୫(ଡି.ଏନ୍‌.ଏ.): ବାଘ ପାଇଁ ଅଭୟାରଣ୍ୟରୁ ବିସ୍ଥାପିତ ହୋଇ ଆସିଥିବା ରାଇଗୁଡା ଗ୍ରାମର ୭୮ ପରିବାରକୁ ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତର ନୂଆଖେତା ସରୁଆଳି ଗ୍ରାମ ନିକଟରେ ଥଇଥାନ କରାଯାଇଥିଲା। ସେଠାରେ ଅସ୍ଥାୟୀ ଘର ନିର୍ମାଣ କରାଯିବା ସହ ନୂଆ ରାଇଗୁଡା ଗ୍ରାମ ନିର୍ମାଣ କରାଯାଇଥିଲା।

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ: ବଟବୃକ୍ଷ ଡାଳ ଭାଙ୍ଗି ଭକ୍ତ ଗୁରୁତର

ପୁରୀ ଅଫିସ, ୨୨।୫: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ପୁରୀ ବାସେଳି ସାହିର ଶତିଲତା ପଣ୍ଡା(୬୫)ଙ୍କ ମୁଣ୍ଡ ଫାଟିଛି। ଶତିଲତା ଅନ୍ୟ ଜଣେ ମହିଳାଙ୍କ ସହ ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ।

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲା ,୨୨। ୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଲାଠାରେ ଜଣେ ଯୁବକଙ୍କୁ ସୋମବାର ବିଳମ୍ବିତ ରାତିରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ତୁଣ୍ଡଲା ଗ୍ରାମର ଦୁର୍ଗେଶ୍ୱର ପଧାନ (୨୮)। ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ତଣ୍ଟିରେ କଳାଦାଗ ରହିଥିବା ଦେଖିବାକୁ ମିଳିଛି।