ଅନ୍ତର୍ଜାତୀୟ |

ପାକିସ୍ତାନରେ ଆମେରିକାର ଡ୍ରୋନ୍‌ ଆକ୍ରମଣ: ୩ କମାଣ୍ଡର ନିହତ

ପାକିସ୍ତାନରେ ଆମେରିକାର ଡ୍ରୋନ୍‌ ଆକ୍ରମଣ: ୩ କମାଣ୍ଡର ନିହତ

ପେଶଓ୍ବାର, ୨୬।୧: ପାକିସ୍ତାନରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୩ ହାକ୍ୱିନ୍‌ ନେଟ୍‌ଓ୍ବାର୍କ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ସୀମା ନିକଟବର୍ତ୍ତୀ ହାଙ୍ଗୁ ଜିଲାର ଖାଇବର-ପଖଥୁନଖୁଓ୍ବା ସ୍ଥିତ ସିନ୍‌ ଥାଲି ଅଞ୍ଚଳରେ ଏହା ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଡ୍ରୋନ୍‌ରୁ ୨ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଜାନୁୟାରୀ ୧୭ରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ପାକିସ୍ତାନ-ଆଫଗାନୀସ୍ତାନ ସୀମାରେ ଜଣେ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

All Right Reserved By

ଅନ୍ତର୍ଜାତୀୟ |

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ଦାମସକସ,୧୮।୬: ସିରିଆର ଉତ୍ତର-ପୂର୍ବରେ ଥିବା ବୁକମାଲ ସହରରେ ଆମେରିକା ଆକ୍ରମଣ କରିଛି। ଏଠାରେ ଇସଲାମିକ ଷ୍ଟେଟ ଜିହାଦ ଗ୍ରୁପ ଉପସ୍ଥିତ ଥିବା ସନ୍ଦେହ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି।

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ସାରାଡ଼େସ୍‌,୧୮।୬: ଗ୍ରୀସ୍‌ ଓ ମ୍ୟାସିଡ଼ୋନିଆ ମଧ୍ୟରେ ୨୭ ବର୍ଷର ବିବାଦ ଶେଷ ହୋଇଛି। ୧୯୯୧ରେ ୟୁଗୋସ୍ଲୋଭିଆଠାରୁ ଅଲଗା ହେବା ପରେ ନାମକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିଲା ବିବାଦ। ତେବେ ଏଣିକି ମ୍ୟାସିଡ଼ୋନିଆ ରିପବ୍ଲିକ୍‌ ଅଫ ନର୍ଥ ମ୍ୟାସିଡ଼ୋନିଆ ନାମରେ ପରିଚିତ ହେବ।

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ଓ୍ବାଶିଂଟନ, ୧୮।୬: ଆମେରିକା ନ୍ୟୁଜର୍ସିରେ ଟ୍ରେଣ୍ଟନରେ ଏକ ଉତ୍ସବସ୍ଥଳରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଆହତ ହୋଇଛନ୍ତି। ମୃତକ ଗୁଳି କାଣ୍ଡ ଭିଆଇଥିବା ପୋଲିସ କହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଟୋକିଓ,୧୮।୬: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପଶ୍ଚିମ ଜାପାନର ଓସାକା ଅଞ୍ଚଳରେ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ।

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

କାଠମାଣ୍ଡୁ,୧୭।୬: ନେପାଳ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମୁକ୍ତିନାଥ ମନ୍ଦିରରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଛି। ସମୁଦ୍ର ପତନଠାରୁୁ ୧୨ ହଜାର ୫ଶହ ଫୁଟ ଉପରେ କେତେଜଣ ଭିକ୍ଷୁ ଓ ସ୍ଥାନୀୟ ଲୋକେ ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିଛନ୍ତି।

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଓ୍ବାଶିଂଟନ,୧୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଜୁଲାଇରେ ୟୁରୋପରେ ସାକ୍ଷାତ ଆଲୋଚନା କରିବା ଅନୁମାନ କରାଯାଉଛି।

ଭାସିଲା ବାଂଲାଦେଶ: ୪ ମୃତ

ଭାସିଲା ବାଂଲାଦେଶ: ୪ ମୃତ

ଢାକା,୧୭।୬: ବାଂଲାଦେଶର ମୌଲବିବଜାରରେ ଥିବା କୋମଗଞ୍ଜ ଉପଜିଲାରେ ହୋଇଥିବା ବନ୍ୟା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୫ ନିଖୋଜ ଥିବା ଜଣାପଡିଛି।

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ବେଜିଂ,୧୭।୬: ଚାଇନାରେ ଏଣିକି ମହିଳାଙ୍କୁ ରାତିରେ ଟ୍ୟାକ୍ସି ସେବା ମିଳିବ ନାହିଁ। ପୁରୁଷ ଡ୍ରାଇଭର ଚଳାଉଥିବା ଟ୍ୟାକ୍ସି ମହିଳାଙ୍କୁ ନେଲେ ସେମାନଙ୍କ ଉପରେ ଲାଗିବ ଜରିମାନା। ଏନେଇ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ ହୋଇଛି।

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

କାବୁଲ, ୧୭।୬: ଆଫଗାନୀସ୍ତାନ ନଗରହାର ପ୍ରଦେଶରେ ଏକ କାରବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

କାବୁଲ,୧୭।୬: ଶାନ୍ତି ଲାଗି ଆଫଗାନୀସ୍ତାନ ସରକାର ତାଲିବାନ ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଛନ୍ତି। ରାଷ୍ଟ୍ରପତି ଅଶରଫ ଗନି ଅସ୍ତ୍ରବିରତି ସମୟ ସୀମା ପୁଣି ଏକ ସପ୍ତାହ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ଦୁର୍ବ୍ୟବହାର ପାଇଁ ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷୟିତ୍ରୀ

ଦୁର୍ବ୍ୟବହାର ପାଇଁ ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷୟିତ୍ରୀ

ଲଣ୍ଡନ,୧୬।୬: ସାଉଥ୍‌ ଓ୍ବେଲସର ଜଣେ ଶିକ୍ଷୟିତ୍ରୀ ଏକ ପାର୍ଟିରେ ଯୋଗଦେଇଥିବା ବେଳେ ମଦ ନିଶାରେ ଦୁର୍ବ୍ୟବହାର କରିଥିଲେ। ଫଳରେ ତାଙ୍କୁ ଚାକିରିରୁ ୬ମାସ ପାଇଁ ବହିଷ୍କାର କରାଯାଇଛି।

ମହାକାଶରେ ଶୁଭିବ ହକିଂଙ୍କ କଣ୍ଠସ୍ବର

ମହାକାଶରେ ଶୁଭିବ ହକିଂଙ୍କ କଣ୍ଠସ୍ବର

ଓ୍ବାଶିଂଟନ,୧୬।୬: ବିଶ୍ୱର ମହାନ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂଙ୍କ କଣ୍ଠସ୍ବରକୁ ମହାକାଶକୁ ପଠାଇବାର ଯୋଜନା କରାଯାଉଛି। ଶାନ୍ତି ଓ ନୂତନ ଆଶାର ବାର୍ତ୍ତା ନେଇ ଏହି ସ୍ବର ମହାକାଶକୁ ପଠାଯିବ ବୋଲି ହକିଂଙ୍କ ଝିଅ ଲୁସି ହକିଂ ସୂଚନା ଦେଇଛନ୍ତି।

Model This Week

ପ୍ରଭାତ