ମେଟ୍ରୋ |

ପ୍ରେମିକାକୁ କାର୍‌ ଉପହାର ଦେବାକୁ ମାମୁଘରୁ ୧୨ଲକ୍ଷ ଚୋରି: ଭଣଜା ସହ ୨ ଗିରଫ

ପ୍ରେମିକାକୁ କାର୍‌ ଉପହାର ଦେବାକୁ ମାମୁଘରୁ ୧୨ଲକ୍ଷ ଚୋରି: ଭଣଜା ସହ ୨ ଗିରଫ
ଚନ୍ଦ୍ରଶେଖରପୁର,(ଡି.ଏନ୍‌.ଏ.) - ପ୍ରେମିକାକୁ କାର୍‌ ଉପହାର ଦେବାକୁ ମାମୁଙ୍କ ଘରୁ ୧୨ଲକ୍ଷ ଚୋରି କରିଛନ୍ତି ଭଣଜା। ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ଭଣଜା ଅଭୟ କୁମାର ଶର୍ମା ଓ ତାଙ୍କ ସାଙ୍ଗ ଅଭିଷେକ ଏକ୍କାଙ୍କୁ ଗିରଫ କରିଛି। ପୋଲିସ ସୂଚନାନୁସାରେ, କାନନବିହାର ଫେଜ୍‌-୧ରେ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ଏକ ଏନ୍‌ଜିଓ ସଂସ୍ଥା ରହିଛି। ଏହାକୁ ଭଣଜା ଅଭୟ ବୁଝାଶୁଝା କରନ୍ତି। ସଂସ୍ଥାକୁ ଆସୁଥିବା ଅର୍ଥରୁ ପୂର୍ବରୁ ଅନେକ ଥର ଚୋରି ହୋଇଥିବା ପ୍ରକାଶ ଜାଣିବାକୁ ପାଇଥିଲେ। ବୁଧବାର ପ୍ରକାଶ ୧୨ଲକ୍ଷ ଟଙ୍କା ଆଣି ଲକରରେ ରଖୁଥିବା ଅଭୟ ଦେଖିଥିଲେ। ଉକ୍ତ ଟଙ୍କା ଚୋରି କରିବାକୁ ଅଭୟ ତା’ର ପ୍ରେମିକା ଓ ସାଙ୍ଗ ଅଭିଷେକଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଟଙ୍କାରେ ଏକ କାର୍‌ କିଣି ଦେବାକୁ ଅଭୟ ନିଜ ପ୍ରେମିକାକୁ କଥା ଦେଇଥିଲେ। ଯୋଜନା ଅନୁସାରେ ପ୍ରେମିକା ଜଣକ ଏକ କାର୍ଯ୍ୟକ୍ରମର ଆୟୋଜନ କରି ଅଭୟଙ୍କ ମାମୁଙ୍କୁ ମୁଖ୍ୟ ଅତିଥି କରି ଡାକିଥିଲେ। ପ୍ରକାଶ ଘରୁ ବାହାରିଯିବା ପରେ ଅଭୟ ଓ ଅଭିଷେକ ଡୁପ୍ଲିକେଟ ଚାବି ଦ୍ୱାରା ଲକରରୁ ୧୨ଲକ୍ଷ ଚୋରି କରିନେଇଥିଲେ। ପୋଲିସ ଅଭୟ ରହୁଥିବା ଘରୁ ୧୧.୯୬ ଲକ୍ଷ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କ ନାମରେ ମାମଲା ନଂ.୩୪/୧୮ ରୁଜୁ ହୋଇଛି।
All Right Reserved By

ମେଟ୍ରୋ |

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । 

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି।

ପାଠିକାପାଠକ ଆମର ସମ୍ପତ୍ତି

ପାଠିକାପାଠକ ଆମର ସମ୍ପତ୍ତି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ‘ଧରିତ୍ରୀ ପୂଜା କୁଇଜ୍‌-୨୦୧୮’ର ପୁରସ୍କାର ବିତରଣ ଉତ୍ସବ ରବିବାର ମାଷ୍ଟରକ୍ୟାଣ୍ଟିନସ୍ଥିତ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୮ର ମେଗା ଓ୍ବିନରମାନଙ୍କୁ ‘ଟିଭିଏସ୍‌’ ପକ୍ଷରୁ ଦୁଇଚକିଆ ଗାଡ଼ି ପ୍ରଦାନ କରାଯାଇଛି।

ଦିନରେ ମାଡ଼ିଆସିଲା ଘନ କୁହୁଡ଼ି

ଦିନରେ ମାଡ଼ିଆସିଲା ଘନ କୁହୁଡ଼ି

କୋଣାର୍କ,  ୨୧ା୧(ଡି.ଏନ୍‌.ଏ.):ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ରାମଚଣ୍ଡୀରେ ରବିବାର ଅପରାହ୍ନ ୩ ଘଟିକା ସମୟରେ ହଠାତ୍‌ ଘନ କୁହୁଡ଼ି ମାଡ଼ିଆସିଥିଲା। ରାମଚଣ୍ଡୀ ସମୁଦ୍ର ପଟୁ କୁହୁଡ଼ି ଧୀରେ ଧୀରେ କୋଣାର୍କ ଆଡ଼କୁ ଯାଇଥିଲା। 

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। 

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ  : ଯନ୍ତ୍ର ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଦର୍ଶକଙ୍କୁ କଲା ମନ୍ତ୍ର ମୁଗ୍ଧ

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ : ଯନ୍ତ୍ର ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଦର୍ଶକଙ୍କୁ କଲା ମନ୍ତ୍ର ମୁଗ୍ଧ

ପୁରୁଣା ଭୁବନେଶ୍ୱର, ୨।୧(ଡି.ଏନ.ଏ.)-  ରାଜାରାଣୀ ସଙ୍ଗୀତ ଉତ୍ସବର ରବିବାର ଥିଲା ଅନ୍ତିମ ସନ୍ଧ୍ୟା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ବେଶ ମନ ମୁଗ୍ଧକର ଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‌ ଆନନ୍ଦ ଦେଇ ପାରିଥିଲା। 

ଦଇତାପତି ନିଯୋଗ ନିର୍ବାଚନ: କାଏମ୍‌ ରହିଲା ୨୪ ନାମାଙ୍କନପତ୍ର

ପୁରୀ ଅଫିସ,୨୧ା୧: ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଦଇତାପତି ନିଯୋଗ ନିର୍ବାଚନ। ଏଥିପାଇଁ ରବିବାର ନାମାଙ୍କନପତ୍ର ପ୍ରତ୍ୟାହାର ଓ ଯାଞ୍ଚ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇଥିଲା।

ଆଜି ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକ ଉତ୍ସବ

ପୁରୀ ଅଫିସ,୨୧ା୧: ସୋମବାର ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ।