ରାଜ୍ୟ |

ସାଧାରଣତନ୍ତ୍ର ଦିବସରେ ପଦକ ପାଇବେ ୪୪ ପୋଲିସ

ସାଧାରଣତନ୍ତ୍ର ଦିବସରେ ପଦକ ପାଇବେ ୪୪ ପୋଲିସ

କଟକ ଅଫିସ, ୨୫।୧- ରାଜ୍ୟର ୪୪ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ପଦକ, ୧୫ ଜଣଙ୍କୁ ରାଜ୍ୟପାଳ ପଦକ, ୧୭ ଜଣଙ୍କୁ ସାହସିକତା ପାଇଁ, ୩ ଜଣଙ୍କୁ ପୋଲିସ ପ୍ରଶିକ୍ଷଣ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଦକ ଓ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପଦକ ପ୍ରଦାନ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ୱରର ଅତିରିକ୍ତ ଏସ୍‌ପି (ସ୍ପେଶାଲ ବ୍ରାଞ୍ଚ) ରବୀନ୍ଦ୍ର କୁମାର ମହାପାତ୍ର। ରାଜ୍ୟପାଳ ପଦକ ପାଇଁ ମନୋନୀତ ହୋଇଛନ୍ତି ଡିଆଇଜି ଯତୀନ୍ଦ୍ର କୋଏଲ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା, ଏସ୍‌ଓଜି ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଭିଜିଲାନ୍ସ ଏଆଇଜି ଅଶ୍ୱିନୀ କୁମାର ମହାନ୍ତି, ଇନ୍ସପେକ୍ଟର ସୁରେଶ କୁମାର ବଳ, ଇନ୍ସପେକ୍ଟର କେ. ବେଣୁଗୋପାଳ ଆଚାରୀ, ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ବାଇଁ, ଏସ୍‌ଓଜି ଡେପୁଟି ସୁବେଦାର ଅଶୋକ କୁମାର ବ୍ରହ୍ମା, ସବ୍‌ଇନ୍ସପେକ୍ଟର ଗୋକୁଳାନନ୍ଦ ନାଳିଆ, ଏଏସ୍‌ଆଇ ଚିତ୍ତରଞ୍ଜନ ନାୟକ, ଏଏସ୍‌ଆଇ ମନୋରଞ୍ଜନ ସାମଲ, କନଷ୍ଟେବଳ ସତ୍ୟବାଦୀ ମଲିକ, ମହିଳା କନଷ୍ଟେବଳ କଲ୍ୟାଣୀ ବଢେଇ ଓ ସହକାରୀ ଡ୍ରାଇଭର ଫକୀର ମୋହନ ସାହୁ। ପୋଲିସ ପ୍ରଶିକ୍ଷଣ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଦକ ପାଇବେ ଇନ୍ସପେକ୍ଟର ସୀମାରେଖା ପଣ୍ଡା, ହାବିଲଦାର ବିମଲ କୁମାର ତମାଙ୍ଗ ଓ ହାବିଲଦାର ଅରୁଣ କୁମାର ପଣ୍ଡା। ଏଥିସହ ସାହସିକତା ପଦକ ପାଇଁ ମନୋନୀତ ହୋଇଛନ୍ତି ହାବିଲଦାର ଭବାନୀ ପ୍ରଧାନ, ସୁବେଦାର କିରଣ କୁମାର, କନଷ୍ଟେବଳ ମନୋରଞ୍ଜନ ନାୟକ, କନଷ୍ଟେବଳ ଉଦୟ ଶଙ୍କର ପାତ୍ର, କନଷ୍ଟେବଳ ଧନେଶ୍ୱର ମୁଦୁଲି, କନଷ୍ଟେବଳ ପ୍ରେମାନନ୍ଦ ପ୍ରଧାନ, କନଷ୍ଟେବଳ ମହାଦେବ ଗହିର, କନଷ୍ଟେବଳ ହେମନ୍ତ ପ୍ରଧାନ, ସର୍ଜେଣ୍ଟ ଟୁନୁ ସାହୁ, ସବ୍‌ଇନ୍ସପେକ୍ଟର ବିକାଶ ପାତ୍ର, କନଷ୍ଟେବଳ ରାଜକିଶୋର ପ୍ରଧାନ, କନଷ୍ଟେବଳ ହୃଷୀକେଶ ଜାଲ, ସିପାହି ରାମଚନ୍ଦ୍ର ହେମ୍ବ୍ରମ୍‌, କନଷ୍ଟେବଳ ସାମନ୍ତ ମାଝି, କନଷ୍ଟେବଳ ସ୍ବର୍ଗତ ସୁରେଶ ଚନ୍ଦ୍ର ହେମ୍ବ୍ରମ୍‌ଙ୍କ ପନତ୍ୀ ପୁଷନ ମନ୍ଦାରିନ ସୋରେନ, ସର୍ଜେଣ୍ଟ ଶାନ୍ତନୁ କୁମାର ପ୍ରଧାନ ଓ ହାବିଲଦାର ଅମିତ କୁମାର ବିଶ୍ୱାଳ। ଉଲ୍ଲେଖନୀୟ ସେବା ପଦକ ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁର ଅତିରିକ୍ତ ଏସ୍‌ପି କାର୍ତ୍ତିକେଶ୍ୱର ସାମଲ, ପୋଲିସ ମୁଖ୍ୟାଳୟର ଏଆଇଜି କିଶୋର କୁମାର ଡଙ୍ଗାୟତ, ଭୁବନେଶ୍ୱର ସିକ୍ୟୁରିଟି ଓ୍ବିଙ୍ଗ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନରେଶ କୁମାର ପଟେଲ, ରାଉରକେଲା ସବ୍‌ଇନ୍ସପେକ୍ଟର ବିଜୟ କୁମାର ଦାସ, ଭୁବନେଶ୍ୱର କମିଶନରେଟ ପୋଲିସର ହାବିଲଦାର ମହମ୍ମଦ ସବିର, ଭୁବନେଶ୍ୱର ସିକ୍ୟୁରିଟି ଓ୍ବିଙ୍ଗ୍‌ର ହାବିଲଦାର ଗୌତମ ଚରଣ ସ୍ବାଇଁ, ମୟୂରଭଞ୍ଜର କନଷ୍ଟେବଳ ସାଗର ଚରଣ ଗୁଇଆ ଓ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବିଞ୍ଝାରପୁର,୨୪ା୫(ଡି.ଏନ.ଏ)- ଏକ ଚିଟଫଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଣେ ଯୁବତୀଙ୍କୁ ଗୁରୁବାର ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବତୀ ଜଣକ ହେଲେ ମାଁସଡ଼ା ଗ୍ରାମର ସୁନୀତା ସାମଲ। ତାଙ୍କ ନାମରେ ଅଭିଯୋଗ ହେବା ପରେ ସେ ୨ବର୍ଷ ଧରି ଫେରାର ଥିଲେ। ସୁନୀତା ବିଞ୍ଝାରପୁରସ୍ଥିତ ତାଙ୍କ ବାସଭବନରେ ଆତ୍ମଗୋପନ କରିଥିବା ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ଗୁରୁବାର ସକାଳେ ସେଠାରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

ପଞ୍ଚାୟତ ବିକାଶରେ ଓ୍ବାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଇଣ୍ଡା, ୨୪ା୫(ଡି.ଏନ.ଏ.)- ପଞ୍ଚାୟତର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେଗୁଡିକୁ ଠିକ୍‌ ଭାବରେ ଗ୍ରାମାଞ୍ଚଳରେ ପହଞ୍ଚାଇବା ଦିଗରେ ଓ୍ବାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବୁଧବାର କିଶୋରନଗର ବ୍ଲକ ବଣିନାଳୀ ବିଶ୍ୱଯୁବକେନ୍ଦ୍ର ପରିସରରେ ଆୟୋଜିତ ଓ୍ବାର୍ଡମେମ୍ବର ତାଲିମ ଶିବିର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଖଲ୍ଲିକୋଟ,୨୪ା୫(ଡି.ଏନ୍‌.ଏ.)- ଆବୁଧାବିରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପିଟଣାପଲ୍ଲୀ ଗ୍ରାମର ହରଷ ପ୍ରଧାନ (୨୩)। ବୁଧବାର ସେଠାରେ ରହୁଥିବା ସ୍ଥାନୀୟ ଲୋକେ ଏନେଇ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ।

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- କ୍ୟାପିଟାଲ ଥାନ୍ତା ଅନ୍ତର୍ଗତ ଅଶୋକ ନଗରରେ ଥିବା ଏକ ହୋଟେଲ ରୁମ୍‌ରୁ ଗୁରୁବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଯୁବକ ଜଣକ ପଶ୍ଚିମବଙ୍ଗ ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝି ହୋଇଥିବାବେଳେ ଯୁବତୀଙ୍କର ଦୁଇଟି ପରିଚୟପତ୍ର ମିଳିଛି। ଗୋଟିଏରେ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର ଟୁମ୍ପାରାଣୀ ପାଖିରା ଅଞ୍ଚଳ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ପଶ୍ଚିମବଙ୍ଗର ହାଓଡା ଲେଖା ରହିଛି। ସୂଚନା ଅନୁଯାୟୀ, ଉଭୟେ ଯୁବତୀ ଏବଂ ଯୁବକ ଗତ ମଙ୍ଗଳବାର ଉକ୍ତ ହୋଟେଲକୁ ଆସି ରୁମ୍‌ ବୁକ୍‌ କରି ରହିଥିଲେ।

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

କଟକ ଅଫିସ, ୨୪।୫- ନରାଜ ନୁହେଁ ତଳ ବାଲିଯାତ୍ରା ପଡିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ସିଧା ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ନରାଜ ହେଲିପ୍ୟାଡରେ ଓହ୍ଲାଇ ସଡ଼କପଥରେ ଉପର ବାଲିଯାତ୍ରା ପଡିଆସ୍ଥିତ ସଭାସ୍ଥଳକୁ ପ୍ରଧାନମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ହେଲେ ନରାଜରୁ ଉପର ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ୧୨କିମି ବାଟ ସୁରକ୍ଷା ଦେବାରେ ଅସୁବିଧା ଉପୁଜିବା ଆଶଙ୍କା କରିଛି ପ୍ରଧାନମନ୍ତ୍ରୀଙ୍କ ଏସପିଜି(ସ୍ପେଶାଲ ପ୍ରୋଟେକସନ ଗ୍ରୁପ)।

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ)- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଭାବେ ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି ହକି ତାରକା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତିର୍କୀ। ପାନ୍ଥନିବାସ ପରିସରରେ ଥିବା ଓଟିଡିସି କାର୍ଯ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ତିର୍କୀ ନିଗମର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଓଟିଡିସିର ବରିଷ୍ଠ ଅଧିକାରୀ, କର୍ମକର୍ତ୍ତା ଏବଂ ଉତ୍କଳ ପର୍ଯ୍ୟଟନ ଉନ୍ନୟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- ପୁରୀ ଜିଲା କୋଣାର୍କ ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କେତେଜଣ ମଦ୍ୟପ ଗଣବଳାତ୍କାର କରିଥିଲେ। କୋଣାର୍କ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ମାନବାଧିକାର କର୍ମୀ ଏନ. ଏ. ଶାହା ଅନ୍‌ସାରୀ ଏକ ପିଟିଶନ ଦାୟର କରିଛନ୍ତି। ଏ ନେଇ କମିଶନ ଏକ ମାମଲା(୪୮୩/୧୬) ରୁଜୁ କରିବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ, ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କେଉଁଥିପାଇଁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଲା, କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, କେଉଁଠ ମହିଳାଙ୍କ ଚିକିତ୍ସା କରାଯାଇଥିଲା ଏବଂ ପୋଲିସ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଜଣାଇବାକୁ କମିଶନ କହିଛନ୍ତି।

ନିମାପଡ଼ା ବିକାଶ ପରିଷଦର ରକ୍ତଦାନ ଶିବିର

ନିମାପଡ଼ା, ୨୪।୫(ଡି.ଏନ.ଏ.)- ନିମାପଡ଼ା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣମଣ୍ଡପଠାରେ ଗୁରୁବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କ୍ୟାପଟାଲ ହସ୍ପିଟାଲର ବ୍ଲଡ୍‌ବ୍ୟାଙ୍କର ଡାକ୍ତର ଏବଂ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ପରିଷଦର ସଭାପତି ତଥା ଅବରସପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଜକିଶୋର ଚୌଧୁରୀ ଓ ଉପସଭାପତି ବାମନ ଚରଣ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିଥିଲେ। କୃଷ୍ଣଚନ୍ଦ୍ର ନାୟକ, ସୁମନ୍ତ ମହାରଣା, ଦିଲୀପ କୁମାର ସାହୁ, ନିରଞ୍ଜନ ସାହୁ, ଆଦର୍ଶ ଦାଶ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଶୋଚନୀୟ ଖାଲରେ ଫସି ଭାଙ୍ଗିଲା କାର୍‌

ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବିରାଟ ଖାଲ ସୃଷ୍ଟି ହୋଇଥିବାବେଳେ ତାହାକୁ ମରାମତି କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଉକ୍ତ ଖାଲରେ ଫସିଯାଇଥିଲା।

ନିପାକୁ ନେଇ ଓଡ଼ିଶାରେ ସତର୍କତା

ନିପାକୁ ନେଇ ଓଡ଼ିଶାରେ ସତର୍କତା

-୫ ମେଡିକାଲ କଲେଜ, ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି -ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ଟିମ୍‌ କଟକ ଅଫିସ, ୨୪।୫- ନିପାକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ରାଜ୍ୟର ୫ ମେଡିକାଲ କଲେଜ ଓ ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବ୍ରଜକିଶୋର ବ୍ରହ୍ମା ଉକ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଚିଠି କରିଛନ୍ତି।

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ, ୨୪।୫- ବୌଦ୍ଧ ଜିଲା ପୁରୁଣା କଟକ ହାଇସ୍କୁଲର କନିଷ୍ଠ କିରାଣି ସୁମନ ବେହେରାଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ବେହେରାଙ୍କୁ ପୃଥକ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଥମ ଦଫାରେ ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି।

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ମହାସମାବେଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ ଅଫିସ, ୨୪।୫- କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପକ୍ଷରୁ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ହେବାକୁ ଥିବା ପଞ୍ଚମ ମହାସମାବେଶ ଉପରେ ହାଇକୋର୍ଟ ଗୁରୁବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏହି ସମାବେଶ ନ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।