ରାଜ୍ୟ |

ତହସିଲ ଓ ବନ ଅଧିକାରୀ ଅଟକ

ତହସିଲ ଓ ବନ ଅଧିକାରୀ ଅଟକ
ଚାନ୍ଦବାଲି,୨୫।୧(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ପଞ୍ଚାୟତ ସମିତି ଅଧୀନ କରଣପଲ୍ଲୀ ପଞ୍ଚାୟତରେ ୩୫ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଉଥିବା କଲ୍ୟାଣ ମଣ୍ଡପକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଇଛି। ଗ୍ରାମ୍ୟ ଜଙ୍ଗଲ ଜମିରେ ମଣ୍ଡପ ତିଆରି ହେଉଥିବା ଅଭିଯୋଗ ହେବା ପରେ ତହସିଲ ଓ ବନ ବିଭାଗ ଅଧିକାରୀ ଗୁରୁବାର ଜମିର ମାପଚୁପ୍‌ କରିବାକୁ ଯାଇଥିଲେ। ସେମାନେ ମାପଚୁପ ଆରମ୍ଭ କରିବା ବେଳେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ବାଂଶଡ଼ା ଥାନା ପୋଲିସ ପହଞ୍ଚି ଅଟକ ଅଧିକାରୀଓ କର୍ମଚାରୀଙ୍କୁ ଉଦ୍ଧାର କରିଥଲା। କରଣପଲ୍ଲୀ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ଦୀର୍ଘ ଦିନରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ଓ ବିବାଦ ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡ଼ିଥିଲା। ପଞ୍ଚାୟତିରାଜ ବିଭାଗର ପଦସ୍ଥ ଅଧିକାରୀ ସ୍ଥାନ ବୁଲି ଦେଖିଥିଲେ। ନିକଟରେ ପଞ୍ଚାୟତ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇ ଗ୍ରେଡବିମ୍‌ ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ବରାଦ ଅର୍ଥ ମଧ୍ୟରୁ ପ୍ରାୟ ୭ଲକ୍ଷ ଟଙ୍କାର ବିଲ୍‌ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଜଙ୍ଗଲ ଜମିରେ ମଣ୍ଡପ ହେଉଛି ବୋଲି ବନବିଭାଗରେ ଅଭିଯୋଗ ହେବାରୁ ଜନୈକ ବନ ବିଭାଗ ଅଧିକାରୀ ଜମିର ଡିମାର୍କେସନ ଓ ମାପଚୁପ୍‌ ଲାଗି ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆବେଦନ କରିଥିଲେ। ତଦନୁଯାୟୀ ଗୁରୁବାର ଜଙ୍ଗଲ ବିଭାଗ ଅଧୀନ ୫ଟି ପ୍ଲଟରେ ମାପଚୁପ୍‌ ଲାଗି ନିଷ୍ପତ୍ତି ହୋଇଥିଲା। ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ସୁପରଭାଇଜର ଦାଶରଥି ଦାସ, କରଞ୍ଜମାଳ ବନପାଳ କୃଷ୍ଣଚନ୍ଦ୍ର ବାସ୍କେ ଏବଂ ଜଙ୍ଗଲ ବିଭାଗର ଅନ୍ୟ ୫ଜଣ କର୍ମଚାରୀଙ୍କ ସହ ସରକାରୀ ଅମିନ, କରଞ୍ଜମାଳ ଆର୍‌ଆଇ କରଣପଲ୍ଲୀରେ ପହଞ୍ଚିଥିଲେ। ଜଙ୍ଗଲ ଜମିରେ ଏକ ମନ୍ଦିର ଥିବାବେଳେ ଏହା ନିକଟରେ କଲ୍ୟାଣ ମଣ୍ଡପ ତିଆରି ହେଉଥିବା ଜଣାପଡ଼ିଥିଲା। ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଜମିର ମାପଚୁପ୍‌ ଆରମ୍ଭ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ସରକାରୀ କର୍ମଚାରୀଙ୍କୁ ଠେଲାପେଲା କରି ଗୋଟିଏ ଘରେ ପୂରାଇ ଅଟକ ରଖିଥିଲେ। ବାଂଶଡା ଥାନା ଅଧିକାରୀ ବନ୍ଦନା ପାତ୍ର କହିଛନ୍ତି ଯେ, ଅଟକ କର୍ମଚାରୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣା ନେଇ କୌଣସି ଅଧିକାରୀ ମୌଖିକ କିମ୍ବା ଲିଖିତ ଅଭିଯୋଗ ଥାନାରେ କରି ନାହାନ୍ତି। ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦ କହିଛନ୍ତି, ଜଙ୍ଗଲ ଜମିରେ ମାପଚୁପ୍‌ ପାଇଁ ଧାମରା ଅତିରିକ୍ତ ତହସିଲଦାର ନିର୍ଦ୍ଦେଶ ଦେବା ପରେ ସେ ମାପଚୁପ ତଦାରଖ ଲାଗି ଯାଇଥିଲେ। ସେଠାରେ କେତେକ କର୍ମଚାରୀ ଦୁର୍ବ୍ୟବହାର ଶିକାର ହୋଇଥିବା ତାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ପଞ୍ଚାୟତର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବିବାଦ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଆନ୍ଧ୍ର ସରକାରଙ୍କ ଏଭଳି କାର୍ଯ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଗଲେ ଜିଲା ଭାଜପା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା ସଭାପତି ଜି.ଭେଙ୍କଟରାବଣା ଚେତାବନୀ ଦେଇଛନ୍ତି। ସହରର ବୁଦ୍ଧିଜୀବୀମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଜପତି ନାଗରିକ କମିଟି ଉପସଭାପତି ଭରତ ଭୂଷଣ ମହାନ୍ତି କହିଛନ୍ତି ଯେ, ମହେନ୍ଦ୍ରତନୟା ଜଳକୁ ଆନ୍ଧ୍ର ନିଜ ଆଡକୁ ମୁହାଁଇନେଲେ ଭବିଷ୍ୟତରେ ସହରବାସୀ ପାନୀୟଜଳ ପାଇଁ ହାହାକାର କରିବେ। ଏହା ଏକ ଗୁରୁତର ପ୍ରସଙ୍ଗ। ଏ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଉଚିତ। ସେହିପରି ଜିଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ଜଳାଭାବ ସମସ୍ୟା ସୃଷ୍ଟି ହେଲେ ଚାଷବାସ ପ୍ରଭାବିତ ହେବ। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏ ନେଇ ଜିଲାପାଳ ଅନୁପମ ଶାହାଙ୍କୁ ଯୋଗାଯୋଗ କରାଯିବାରେ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଡମ୍ବାପୁର ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସଞ୍ଜୟ ରଥ କହିଛନ୍ତି, ସମସ୍ତ ପ୍ରକାର ସିଭିଲ କାମ ସରିଲାଣି। ମେକାନିକାଲ କାମ ୯୦ ପ୍ରତିଶତ ଶେଷ ହୋଇଛି। ଆଉ ଏକବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ। ଏ ନେଇ ସରକାରଙ୍କୁ ଅବଗତ କରାଯିବା ସହ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
All Right Reserved By

ରାଜ୍ୟ |

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରରୁ କେସିବି ପାଇଁ ପ୍ରସ୍ତୁତି ହେଉଥିଲେ।

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ,୨୦।୧୦(ଡି.ଏନ୍‌.ଏ.): ପରମ୍ପରା କ୍ରମେ ଆଶ୍ବିନ ଶୁକ୍ଳ ଏକାଦଶୀ ଶନିବାର ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କୁ ନଟବର ବେଶରେ ସଜ୍ଜିତ କରାଯାଇଛି। 

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର, ୨୦ା୧୦(ନି.ପ୍ର)-କୋରପୁଟ ଜିଲା ଜୟପୁର ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ଦଶହରା ପର୍ବ ସମାପ୍ତ ହୋଇଯାଇଛି। ମୁଳାଷ୍ଟମୀରେ ଆଜ୍ଞାମାଳ ମିଳିବା ପରଠାରୁ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାବଣ ପୋଡି ପାଇଁ ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା।

 ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ଭଞ୍ଜନଗର,୨୦।୧୦(ଡି.ଏନ୍‌.ଏ.): ସରକାରୀ ଯୋଜନା ସମ୍ପର୍କରେ ଅନେକ ଲୋକ ଜାଣିପାରୁ ନାହାନ୍ତି। ଯେଉଁମାନେ ସଚେତନ କରାଇବା ପାଇଁ ଅଛନ୍ତି, ସେମାନଙ୍କର ଆଗ୍ରହ ମଧ୍ୟ ଦେଖାଯାଉନାହିଁ। ଫଳରେ ଗରିବ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନାର ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୂଜାମଣ୍ଡପ କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଛି ।