Dharitri News
ମେଟ୍ରୋ |

ଦୁଇ ଡକାୟତ ଗ୍ୟାଙ୍ଗର ୬ ଗିରଫ

ଦୁଇ ଡକାୟତ ଗ୍ୟାଙ୍ଗର ୬ ଗିରଫ ଭୁବନେଶ୍ୱର, ୨୫।୧(ବ୍ୟୁରୋ)- ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦୁଇଟି ଡକାୟତ ଗ୍ୟାଙ୍ଗକୁ ଧରିଛି ପୋଲିସ। ଡକାୟତି ଯୋଜନା କରୁଥିବାବେଳେ ଉଭୟ ଗ୍ୟାଙ୍ଗର ୬ ଅଭିଯୁକ୍ତଙ୍କୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। କୁଇକ୍‌ ଆକ୍ସନ ଟିମ୍‌(କ୍ୟୁଏଟି) ଗୋଟିଏ ଗ୍ୟାଙ୍ଗକୁ କଳାରାହାଙ୍ଗରୁ ଧରିଥିବାବେଳେ ଅନ୍ୟ ଗ୍ୟାଙ୍ଗର ୩ଜଣଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଧଉଳିରୁ ଧରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ୨ଟି ବାଇକ୍‌ ଜବତ ହୋଇଛି। କ୍ୟୁଏଟି ଧରିଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଆସିକାର ଜଗନ୍ନାଥ ପଲେଇ, ଚନ୍ଦକା କଣ୍ଟାବାଡ ଅଞ୍ଚଳର ବିଜୟ ମହାରଣା ଓ ଅଙ୍କୁଳିର ଜର୍ଜ ମଲ୍ଲିକ। ସ୍ପେଶଲ ସ୍କ୍ବାଡ୍‌ ଧରିଥିବା ଅଭିଯୁକ୍ତ ହେଲେ ବାଲିପାଟଣା ବିଶ୍ୱନାଥପୁର ଅଞ୍ଚଳର ପ୍ରଦୀପ୍ତ କାଣ୍ଡି(୨୫), ବ୍ରହ୍ମେଶ୍ୱରପାଟଣାର ତିଲୋଚନ ବେହେରା(୨୪) ଓ ବଡଗଡ ଅଞ୍ଚଳର ଜିତୁ ଭୋଇ(୨୪)। ଜଗନ୍ନାଥ, ବିଜୟ ଏବଂ ଜର୍ଜ କଳାରାହାଙ୍ଗ ଅଞ୍ଚଳରୁ ଜଣେ ଚାଉଳ ବ୍ୟବସାୟୀଙ୍କଠାରୁ ଲୁଟ୍‌ କରିବା ପାଇଁ ଯୋଜନା କରୁଥିଲେ। ସେହିପରି ଅନ୍ୟ ୩ ଅଭିଯୁକ୍ତ ଧଉଳି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଗନ୍ନାଥ ପଲେଇ ୨୦୧୬ ଜୁଲାଇ ୪ରେ ନୟାପଲ୍ଲୀ ଥାନା ତାରିଣୀନଗର ବସ୍ତିରେ ପ୍ରେମ ଜନିତ କାରଣରୁ ଅଶ୍ୱିନୀ କୁମାର ମାଝି ନାମକ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହିଭଳି ଗଞ୍ଜାମର ଗ୍ୟାଙ୍ଗଷ୍ଟର୍‌ ବିକ୍ରମ ମଲ୍ଲିକଙ୍କ ଭାଇ ବାପି ମଲିକଙ୍କୁ ଗୁଳି କରି ସେ ହତ୍ୟା କରିଥିଲେ। ତାଙ୍କ ନାମରେ ୭ରୁ ଅଧିକ ମାମଲା ରହିଥିବା ଜଣାପଡିଛି।

ବିଜେପୁର ନିର୍ବାଚନ ଫଳାଫଳ

ମୋଟ ଆସନ ସଂଖ୍ୟା- 0

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ମେଟ୍ରୋ |

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ପୁରୀ ଅଫିସ,୨୩ା୨: ଜଣେ ଦୃଷ୍ଟିହୀନ ପାଇଁ ଆଲୋକର ମାନେ କିଛି ନାହିଁ। ଅନ୍ଧକାର ହିଁ ତା ଜୀବନ ସାଥୀ। ଜନ୍ମରୁ ସିଏ ଆଲୋକର ସଂଜ୍ଞା କ’ଣ ଜାଣିନି କିମ୍ବା ଆଲୋକର ରଶ୍ମି କେବେ ଦେଖିବାର ସୁଯୋଗ ପାଇନି। ପୂର୍ଣ୍ଣିମାର ରାତି ତା’ ପାଇଁ ସର୍ବଦା ଅମା ଅନ୍ଧାର। ହେଲେ ଅନ୍ଧକାରକୁ ସାଥୀ କରି ଚାଲୁଥିବା ଜଣେ ଦୃଷ୍ଟିହୀନ ଯେ ବେଳେବେଳେ ଅନ୍ୟମାନଙ୍କୁ ଠିକଣା ପଥରେ ଆଗେଇ ନିଏ ତାହା ଦେଖିବାକୁ ମିଳିଥିଲା ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏ ଅଫ୍‌)ରେ।

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରର ଜଗମୋହନ ଭିତରପାର୍ଶ୍ୱ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟକରଣ ସିଲିଙ୍ଗ ଓ କ୍ଲାଡିଙ୍ଗ କାର୍ଯ୍ୟ ମାର୍ଚ୍ଚ ୬ ସୁଦ୍ଧା ସରିବ। ଗର୍ଭଗୃହରେ ଏସି ସଂସ୍ଥାପନ ହେବ। ସେଥିପାଇଁ ଜଗମୋହନରେ ଭେଣ୍ଟିଲେଶନ ଡକ୍‌ ଲଗାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ୨୦ ସୁଦ୍ଧା ସରିବ। ମାର୍ଚ୍ଚ ୨୫ ସୁଦ୍ଧା ଭକ୍ତ ଜଗମୋହନକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କୋର୍‌ କମିଟି ମତ ରଖିଛି।

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ପୁରୀ ଅଫିସ,୨୩।୨: ଜମାଣିଆ ହେବ ପୁରୀ ବିଚ୍‌ କାର୍ନିଭାଲ। କ୍ରୀଡ଼ା, ଯୋଗ ଓ ନୃତ୍ୟଗୀତର ବି ଆସର ଜମିବ। ସାମିଲ ହେବେ ପୁରୀବାସୀ ଆଉ ପର୍ଯ୍ୟଟକ। ୫ ଦିନ ଧରି ନାଚଗୀତରେ ମସ୍‌ଗୁଲ ହେବେ ସଭିଏଁ। ଆରମ୍ଭରୁ ଏମିତି ଅନେକ କଥା ଶୁଣିବାକୁ ମିଳିଥିଲା। ଉଦ୍‌ଘାଟନୀ ବି ବେଶ୍‌ ଜାକଜମକରେ ହେଲା। ହେଲେ ତୃତୀୟ ସନ୍ଧ୍ୟାରେ ଫିକା ପଡିଗଲା ବିଚ୍‌ କାର୍ନିଭାଲ। ଆସିଲେନି ଅତିଥି କି ଉଦ୍‌ଘାଟନ ହେଲାନି କାର୍ଯ୍ୟକ୍ରମ।

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ସାକ୍ଷୀଗୋପାଳ,୨୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ କରାଯାଇଥିବା କାମଗୁଡିକର ସତ୍ୟବାଦୀ ବ୍ଲକସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

କଟକ ଅଫିସ, ୨୩।୨: ର୍ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। କଟକ ରାଜାବଗିଚାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା।

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।