ମେଟ୍ରୋ |

ଭୁବନେଶ୍ୱରରେ ହେବ ମଦମୁକ୍ତ ଭାରତ ସମ୍ମିଳନୀ

ଭୁବନେଶ୍ୱରରେ ହେବ ମଦମୁକ୍ତ ଭାରତ ସମ୍ମିଳନୀ
ଭୁବନେଶ୍ୱର, ୨୫।୧(ବ୍ୟୁରୋ)- ଓଡ଼ିଶାରେ ନିଶାଦ୍ରବ୍ୟର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ମଦ୍ୟପାନ ହାତ ସବୁଠାରେ ଆଗରେ ରହିଛି। ନିଶା ବ୍ୟବହାର ମଧ୍ୟରେ ମଦ୍ୟପାନ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନକୁ ଯିବାକୁ ବସିଲାଣି। ଏଥିପାଇଁ ରାଜ୍ୟରେ ବଳାତ୍କାର ଓ ଦୁର୍ଘଟଣା ସମେତ ଅନ୍ୟାନ୍ୟ ଅପରାଧର ମାତ୍ରା ବଢିବାରେ ଲାଗିଛି। ନିଶା ପାଇଁ ଅନେକ ପରିବାର ଭାଙ୍ଗିଯାଉଛି। ଏକାଧିକ ଜୀବନଦୀପ ଲିଭିଯାଉଛି। ଲୋକଙ୍କ ପ୍ରତିବାଦକୁ ଅଣଦେଖା କରି ସରକାର ମଦ ଦୋକାନ ସଂଖ୍ୟା ବଢାଇବାରେ ଲାଗିଛନ୍ତି। ମଦ ଅନେକ ଅଞ୍ଚଳକୁ ଗ୍ରାସ କରିରଖିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ପ୍ରଥମଥର ପାଇଁ ଆସନ୍ତା ୨୯ ତାରିଖରେ ‘ମଦମୁକ୍ତ ଭାରତ’ ସମ୍ମିଳନୀ ଅନୁଷ୍ଠିତ ହେବ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ହେବାକୁ ଥିବା ସମ୍ମିଳନୀରେ ୨୫ ରାଜ୍ୟର ମଦମୁକ୍ତ ସଂଗ୍ରାମୀଙ୍କୁ ନେଇ ଏକ ପ୍ରତିନିଧିସ୍ତରୀୟ ଅଧିବେଶନ ଅନୁଷ୍ଠିତ ହେବ। ୩୦ ତାରିଖରେ ଲୋୟର ପିଏମ୍‌ଜିଠାରେ ‘ମଦ ହଟାଅ ଦେଶ ବଞ୍ଚାଅ’ ପାଇଁ ଲଢ଼ୁଥିବା ଓଡ଼ିଶାର କୋଣ ଅନୁକୋଣର ସଦସ୍ୟମାନଙ୍କ ଏକ ବିରାଟ ଗଣ ସମାବେଶ ହେବ, ଯେଉଁଥିରେ ମଦମୁକ୍ତ ଭାରତର ଇସ୍ତାହାର ଘୋଷଣା କରାଯିବ। ଗୁରୁବାର ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅଭିଯାନର ସଭାପତି ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଏ ନେଇ ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ନିଶାନିବାରଣ ଆଇନ ଲାଗୁ ହୋଇଥିବା ଗୁଜରାଟ ଓ ବିହାରରେ ପଡୋଶୀ ରାଜ୍ୟରୁ ବେଆଇନ ମଦ ପ୍ରବେଶ ହେବାଯୋଗୁ ଉକ୍ତ ରାଜ୍ୟରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟାକୁ ଦୂର କରିବା ମଦମୁକ୍ତ ଭାରତର ଆହ୍ବାନ। ଓଡ଼ିଶା ଏ ଦିଗରେ ବାଟ ଦେଖାଇବା ଲାଗି ଭୁବନେଶ୍ୱରଠାରେ ପ୍ରଥମଥର ପାଇଁ ‘ମଦମୁକ୍ତ ଭାରତ’ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ଏବଂ ଅଭିଯାନର ଉପସଭାପତି ପ୍ରଫେସର ଅଦ୍ୱୈତ ପାତ୍ର, ପ୍ରଫେସର ବିଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

କଟକ ଅଫିସ୍‌, ୨୩।୧: ନେତାଜୀ ଜୟନ୍ତୀ ଅବସରରେ କଟକ ଜିପିଓ ଡାକ ଘରେ ସାଇକେଲ ରିକ୍ସା ବାହିତ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି।

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ଖୋର୍ଦ୍ଧା ଅଫିସ/ବେଗୁନିଆ, ୨୩।୧(ଡି.ଏନ୍‌.ଏ.): ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବିରେ ବୁଧବାର ବେଗୁନିଆ ଥାନାରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି।  ଏଥିସହ ସେମାନେ ବେଗୁନିଆ ଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେନାବନୀ ଦେଇଛନ୍ତି।

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ପୁରୀ ଅଫିସ,୨୩ା୧: ନେତାଜୀ ସୁଭାଷ ବୋଷଙ୍କ ୧୨୨ତମ ଜୟନ୍ତୀ ବୁଧବାର ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । 

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଜେଲ୍‌ ସଂସ୍କାର ମାମଲା: କ୍ଷେତ୍ର ପରିଦର୍ଶନ କରିବେ ନ୍ୟାୟିକ ଅଧିକାରୀ

କଟକ ଅଫିସ, ୨୩।୧- ରାଜ୍ୟର ଦୁଇ ପ୍ରମୁଖ ଜେଲ୍‌ ଚୌଦ୍ୱାର ମଣ୍ଡଳ କାରାଗାର ଓ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଭିତ୍ତିଭୂମିର ଘୋର ଅଭାବ ରହିଛି।  ଏହାବ୍ୟତୀତ କଏଦୀମାନଙ୍କୁ ସରକାର ସର୍ବନିମ୍ନ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି। 

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି।

ନିକିତା ମୃତ୍ୟୁ ମାମଲା: ଶାଶୁ, ଶ୍ୱଶୁରଙ୍କୁ ହାଜର ପାଇଁ ୭ ଦିନ ମହଲତ

ନିକିତା ମୃତ୍ୟୁ ମାମଲା: ଶାଶୁ, ଶ୍ୱଶୁରଙ୍କୁ ହାଜର ପାଇଁ ୭ ଦିନ ମହଲତ

କଟକ ଅଫିସ, ୨୩|୧-ଅଭିନେତ୍ରୀ ନିକିତା ଓରଫ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମଲାରେ ଚାଉଳିଆଗଞ୍ଜ ପୋଲିସ ନିକିତାଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ହାଜର ହେବା ପାଇଁ ଆଉ ୭ ଦିନ ସମୟ ଦେଇଛି। 

କଜଳକଣା ବସ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ: ଘଟଣାସ୍ଥଳରେ ୩ ଜଣିଆ ଟିମ୍‌ର ଛାନଭିନ୍‌

କଟକ ଅଫିସ, ୨୩|୧- ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ଥାନା ଅନ୍ତର୍ଗତ କଜଳକଣା  ନିକଟରେ ସୋମବାର ଘଟିଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିଲେ। 

ନିଶାମୁକ୍ତ ନିର୍ବାଚନ ଚିନ୍ତା:  ମତଦାନର ୪୮ ଘଣ୍ଟା ପୂର୍ବରୁ ସିଲ୍‌ ହେବ ସୀମାନ୍ତ

ନିଶାମୁକ୍ତ ନିର୍ବାଚନ ଚିନ୍ତା: ମତଦାନର ୪୮ ଘଣ୍ଟା ପୂର୍ବରୁ ସିଲ୍‌ ହେବ ସୀମାନ୍ତ

କଟକ ଅଫିସ, ୨୩।୧- ଆଗାମୀ ସାଧାରଣ ନିର୍ବାଚନ ସମୟରେ ନିଶା କାରବାର ଉପରେ ତୀକ୍ଷ୍‌ଣ ନଜର ରହିବ।