Dharitri News
ମେଟ୍ରୋ |

ଅନୁଷ୍ଠିତ ହେବ ‘ଭାରତୀୟମ୍‌’

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଶୁକ୍ରବାର ଦେଶାତ୍ମବୋଧକ ସଂଗୀତ ଉତ୍ସବ ‘ଭାରତୀୟମ୍‌’ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସନ୍ଧ୍ୟା ୬ଟା ୩୦ରେ ରବୀନ୍ଦ୍ର ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ଗାୟିକାଗାୟକମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିବେ। ଯୁବପିଢ଼ି ଓ ଜନସାଧାରଣଙ୍କ ମନରେ ମାତୃଭୂମି ପ୍ରତି ଭକ୍ତି ଓ ପ୍ରେମ ଜାଗରଣ ତଥା ଜାତୀୟ ସଂହତି, ଅଖଣ୍ଡତା ଏବଂ ସାଂସ୍କୃତିକ ଭାବଧାରାକୁ ଉଜ୍ଜୀବିତ କରିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ମେଟ୍ରୋ |

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ସାକ୍ଷୀଗୋପାଳ, ୨୧।୨(ଡି.ଏନ୍‌.ଏ.): ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ସ୍ରଷ୍ଟା ଆଚାର୍ଯ୍ୟ ହରିହର ଦାସଙ୍କ ପବିତ୍ର ଶ୍ରାଦ୍ଧୋତ୍ସବ ବୁଧବାର ସତ୍ୟବାଦୀରେ ପାଳିତ ହୋଇଯାଇଛି।

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ଶ୍ରୀମନ୍ଦିର ଯାଞ୍ଚ ପୂର୍ବରୁ ବୈଠକ

ପୁରୀ ଅଫିସ, ୨୧।୨: ଯାଞ୍ଚ ହେବ ଶ୍ରୀମନ୍ଦିର। ଏହା ପୂର୍ବରୁ ବୁଧବାର ପୂର୍ବାହ୍ନରେ ଏକ ବିଶେଷଜ୍ଞ ଦଳର ବୈଠକ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଥାନାରେ ଅଭିଯୋଗକାରୀ ଦମ୍ପତିଙ୍କୁ ମାଡ଼

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଏକ ଦମ୍ପତିଙ୍କୁ ପୋଲିସ ଗାଳିଗୁଲଜ କରିବା ସହ ମାଡ଼ ମାରିଛି। ସେମାନଙ୍କ ଭୁଲ୍‌ ଥିଲା ଅଭିଯୋଗପତ୍ରଟି ଅନ୍ୟ ଜଣେ ଯୁବତୀଙ୍କ ଦ୍ୱାରା ଲେଖାଇଥିଲେ। ଏହି କାରଣରୁ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ସମ୍ପୃକ୍ତ ଯୁବତୀଙ୍କ ଗିରଫ କରିବାକୁ ଧମକ ଦେଇଛି। ମଙ୍ଗଳବାର ଏଭଳି ଘଟଣା ଘଟିଛି ଖାରବେଳନଗର ଥାନାରେ। ଶେଷରେ ଦୀର୍ଘ ୫ ଘଣ୍ଟା ଥାନା ଆଗରେ ଧାରଣା ଦେବା ପରେ ଦମ୍ପତି କାନ୍ଦି କାନ୍ଦି ଘରକୁ ଫେରିଛନ୍ତି।

ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ସୁନା

ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ସୁନା

ପୁରୀ ଅଫିସ,୨୦।୨: ଶ୍ରୀମନ୍ଦିର ନାଟମଣ୍ଡପରେ ପ୍ରାୟ ୩୪ ବର୍ଷ ତଳେ ସ୍ଥାପନ ହୋଇଛି ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏଥିରେ କିଛି ଦାନ ପକାଇଥାନ୍ତି। କେହି କେହି ମାନସିକ କରି ସୁନାରୁପା ମଧ୍ୟ ଦେଇଥାନ୍ତି। ସେମାନଙ୍କ କିଞ୍ଚତ୍ତ ଦାନ ମହାପ୍ରଭୁଙ୍କ ସେବାରେ ଲାଗେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ହୁଣ୍ଡିରେ ପଡୁଥିବା ଅର୍ଥ ସମ୍ପର୍କରେ ଶ୍ରୀମନ୍ଦିର ସୂଚନା ଫଳକରେ ଉଲ୍ଲେଖ ରହୁଛି। କିନ୍ତୁ କେତେ ସୁନାରୁପା ପଡୁଛି ତାହାର ହିସାବ ବାହାରକୁ ଆସୁନାହିଁ। ତେବେ ହୁଣ୍ଡି ସ୍ଥାପନଠାରୁ ଗତ ଜାନୁୟାରୀ ୩୧ ସୁଦ୍ଧା ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ୨୬୧ ଗ୍ରାମ୍‌ ୫୩୬ ମିଲିଗ୍ରାମ୍‌ ସୁନା ଓ ୧୧୯ କେଜି ୭୮ ଗ୍ରାମ୍‌ ୬୨୪ ମିଲିଗ୍ରାମ୍‌ ରୁପା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।

ଓଡ଼ିଶାରେ ନୀରବ ଲିଙ୍କ୍‌

ଓଡ଼ିଶାରେ ନୀରବ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୨୦।୨: ଓଡ଼ିଶାକୁ ବ୍ୟାପିଛି ଜଣାଶୁଣା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଲିଙ୍କ୍‌। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୧,୪୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଜଡ଼ିତ ନୀରବଙ୍କ ବ୍ୟାବସାୟିକ କାରବାରରେ କଟକ ଏବଂ ଭୁବନେଶ୍ୱରର କେତେକ ପ୍ରତିଷ୍ଠିତ ଜୁଏଲେରି ସଂସ୍ଥାର ସମ୍ପୃକ୍ତି ରହିଛି।

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ବିଚ୍‌ କାର୍ଣ୍ଣିଭାଲ: ୨୪ରେ ଆକର୍ଷଣ ସୁନୀଲ ସେଟ୍ଟୀ

ପୁରୀ ଅଫିସ, ୨୦।୨: ବୁଧବାରଠାରୁ ଆରମ୍ଭ ହେବ ପୁରୀ ବିଚ୍‌ କାର୍ଣ୍ଣିଭାଲ। ମ୍ୟୁଟ୍‌ ଏଣ୍ଟରଟେନମେଣ୍ଟ ଆଣ୍ଡ ଷ୍ଟେଞ୍ଜର୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆକର୍ଷଣ ସାଜିବେ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଲିଭ୍‌ ଇନ୍‌ରେ ରହିବାର ୩ମାସ ପରେ ପ୍ରେମିକ ଚମ୍ପଟ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ୩ମାସ ରହିବା ପରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି। ଏ ନେଇ ପ୍ରେମିକା ଜଣକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ସୋମବାର ୨ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଲହୁଲୁହାଣ ହୋଇଥିବା କର୍ମଚାରୀ ଜଣକ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।