Dharitri News
ଜାତୀୟ |

୨୦ ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଆଇଟିବିପି

୨୦ ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଆଇଟିବିପି ନୂଆଦିଲ୍ଲୀ, ୨୫।୧: ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ଭାରତ-ତିବେତ୍‌ ସୀମା ସୁରକ୍ଷା ବାହିନୀ(ଆଇଟିବିପି)। ଏହି ଅବସରରେ ଆଇଟିବିପି ଦ୍ୱାରା ହିମାଚଳ ସୀମା, ବରଫ ପଡୁଥିବା କ୍ଷେତ୍ର, ପର୍ବତାରୋହଣ, ସାହସିକ ଖେଳ, ସେନା ଉପକରଣ ଆଦି ପ୍ରଦର୍ଶିତ ହେବ। ସୀମାର ଉଚ୍ଚତମ ଭାଗରେ ନିଯୁକ୍ତ ହୋଇଥିବା ମହିଳା ଦଳ ମଧ୍ୟ ଏହି ପରେଡ୍‌ରେ ସାମିଲ ହେବେ। ପ୍ରକାଶ ଯେ, ଏହି ସୁରକ୍ଷା କର୍ମୀ ବିଶେଷକରି ଜମ୍ମୁ-କଶ୍ମୀରର କରାକରୋମ ପାସ୍‌ଠାରୁ ଅରୁଣାଚଳ ପ୍ରଦେଶର ଜେଚାପ୍‌ ଲା ଓ ହିମାଳୟର ସୀମା ଆଦି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି। ଏମାନେ ବେଶ୍‌ ସାହସୀ ଏବଂ ପାର୍ବତ୍ୟାଞ୍ଚଳର ୩ହଜାର ଫୁଟରୁ ୧୯ହଜାର ଫୁଟ ଉଚ୍ଚରେ ନିଜର ପରାକାଷ୍ଠା ପ୍ରତିପାଦନ କରିଥାନ୍ତି। ପ୍ରତିବର୍ଷ ଏହା ୨୦୮ଟି ପର୍ବତାରୋହଣ ଅଭିଯାନର ରେକର୍ଡ କରିଥାଏ। ୧୯୯୮ ରେ ଆଇଟିବିପି ଶେଷ ଥର ପାଇଁ ପରେଡ୍‌ରେ ଭାଗ ନେଇଥିଲା।

ଜାତୀୟ |

 ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ସାବରମତି, ୧୯।୨: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେୟୁ ସୋମବାର ପରିବାରବର୍ଗଙ୍କ ସହିତ ଗାନ୍ଧୀନଗରଠାରେ ଥିବା ଅକ୍ଷୟଧାମ ମନ୍ଦିର ପରିଦର୍ଶନ କରିଛନ୍ତି। ଜଷ୍ଟିନ୍‌ ତାଙ୍କ ସ୍ତ୍ରୀ ସୋଫେଇ ଓ ସନ୍ତାନମାନେ ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରକୁ ଯାଇଥିଲେ।

 ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ରାୟପୁର, ୧୯।୨: ଛତିଶଗଡ଼ ସୁକୁମା ଜିଲା ଏର୍ଲମ୍‌ଡଗୁ ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୨୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସ୍ବତନ୍ତ୍ର ଡିଜି ଡି.ଏମ୍‌. ଅଓ୍ବସ୍ଥି ସୋମବାର ସୂଚିତ କରିଛନ୍ତି। ୫ ଘଣ୍ଟା ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନରେ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଥିବା ସେ ସୂଚିତ କରିଛନ୍ତି। ୨୦୨ ବାଟାଲିଅନ୍‌ କମାଣ୍ଡୋ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିଗୋଳଳ ବିନିମୟ ଜାରି ରହିଥିଲା।

 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ବମ୍ବେ, ୧୯।୨: ପଶ୍ଚିମ ମହାରାଷ୍ଟ୍ର କୋହ୍ଲାପୁର ଜିଲା ବମ୍ବେ-ବାଙ୍ଗାଲୋର୍‌ ଜାତୀୟ ରାଜପଥର ନାଗାଓଁ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି। ଛତ୍ରପତି ଶିବାଜୀ ମହାରାଜାଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ୪୪ ଶିକ୍ଷାର୍ଥୀ ଟ୍ରକ୍‌ରେ କୋହ୍ଲାପୁରର ପାନହାଲରୁ ସାଙ୍ଗାଲିକୁ ଯାଉଥିଲେ।

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୧୯।୨: କେନ୍ଦ୍ରୀୟ କଶ୍ମୀର ବୁଧଗାମ୍‌ସ୍ଥିତ ବାୟୁସେନା ଷ୍ଟେଶନରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଷ୍ଟେଶନ ଭିତରକୁ ଜଣେ ଅଜଣା ବ୍ୟକ୍ତି ପ୍ରବେଶ ଉଦ୍ୟମ କରୁଥିବାବେଳେ ସୁରକ୍ଷାବଳ ତାଙ୍କୁ ସତର୍କ ସୂଚନା ଦେଇଥିଲେ। ମାତ୍ର ଅଜଣା ବ୍ୟକ୍ତି ଜଣକ ଏହାକୁ ଭୃକ୍ଷେପ ନ କରିବାରୁ ସୁରକ୍ଷାବଳ ଗୁଳି ଚାଳନା କରିଥିଲେ।

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ନୂଆଦିଲ୍ଲୀ/ଲକ୍ଷ୍ନୌ/କଲିକତା,୧୮।୨: ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ବହୁକୋଟି ଟଙ୍କା ଚୂନ ଲଗାଇ ବିଦେଶକୁ ଫେରାର ହୋଇଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ମୁହଁଖୋଲୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସର୍ବବୃହତ୍‌ ବ୍ୟାଙ୍କ ଠକେଇ ଏନ୍‌ଡିଏକୁ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ସରକାର ଏନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ତ୍ରିପୁରାରେ ୭୬% ମତଦାନ

ତ୍ରିପୁରାରେ ୭୬% ମତଦାନ

ଅଗରତାଲା/ନୂଆଦିଲ୍ଲୀ,୧୮।୨ (ପି.ଟି.) : ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ରବିବାର କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ୫୯ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ୭୬% ମତଦାନ ହୋଇଛି।ପୂର୍ବ ନିର୍ବାଚନରେ ୯୧.୮୨% ଭୋଟଗ୍ରହଣ ହୋଇଥିବା ବେଳେ ଏଥର ମତଦାନ ହାର ୧୫% ହ୍ରାସ ପାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ତ୍ରିପୁରାରେ ଭୋଟର ୫ ବର୍ଷ ପରେ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିଛନ୍ତି।

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ସୁକମା,୧୮।୨: ଛତିଶଗଡର ସୁକମା ଜିଲାରେ ମାଓବାଦୀଙ୍କ ସହ ଚାଲିଥିବା ଏନ୍‌କାଉଣ୍ଟରରେ ୬ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୮।୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟରେ ଭାଜପା। ଶାସକ ଭାଜପା ଲୋକଙ୍କୁ ଚା-ପକୁଡି ସହ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରବିବାର ଅଖିଳେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ନୂଆଦିଲ୍ଲୀ,୧୮।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଘୋଟାଲାକୁ ନେଇ ରାଜନୀତି ଥମୁନାହିଁ। ରବିବାର ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ନୂଆଦିଲ୍ଲୀ,୧୮।୨: ପକୁଡି ବିକ୍ରି ରାଜନୀତିର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆସନ୍ତା ବର୍ଷକ ମଧ୍ୟରେ ଭାଜପା ୫ କୋଟି ଚାକିରି ସୁବିଧା ସୃଷ୍ଟି କରିବ ବୋଲି ସେ ଶନିବାର ପ୍ରକାଶ କରିଛନ୍ତି।

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ଆଗ୍ରା,୧୮।୨: ପତ୍ନୀ ସୋଫି ଜର୍ଜୋରି ଓ ୩ ସନ୍ତାନଙ୍କୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ତ୍ରୁଦେଉ ରବିବାର ବିଶ୍ୱପ୍ରସିଦ୍ଧ ତାଜମହଲ ବୁଲି ଦେଖିଛନ୍ତି।

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ମିରଟ,୧୮।୨: ଉତ୍ତର ପ୍ରଦେଶରେ କିଛିଦିନ ହେବ ଚାଲିଥିବା ଏନ୍‌କାଉଣ୍ଟର ଏବେ ଅପରାଧୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଇତିମଧ୍ୟରେ ଅପରାଧୀଙ୍କ ଆତ୍ମସମର୍ପଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।