ଜାତୀୟ |

କୌଣସି ଧର୍ମ, ଜାତିର ଭାବନା କ୍ଷୁଣ୍ଣ କରିବାଭଳି ଫିଲ୍ମ ନିର୍ମାଣ ଅନୁଚିତ: ଦିଗ୍‌ବିଜୟ ସିଂହ

କୌଣସି ଧର୍ମ, ଜାତିର ଭାବନା କ୍ଷୁଣ୍ଣ କରିବାଭଳି ଫିଲ୍ମ ନିର୍ମାଣ ଅନୁଚିତ: ଦିଗ୍‌ବିଜୟ ସିଂହ
ନୂଆଦିଲ୍ଲୀ, ୨୫।୧: ଦୀର୍ଘଦିନ ଧରି ବିବାଦ ଓ ବିରୋଧ ସତ୍ତ୍ୱେ ଗୁରୁବାର ପରଦାକୁ ଓହ୍ଲାଇଛି ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ୍‌’। ମୁକ୍ତିଲାଭ କରିବା ପରେ ମଧ୍ୟ ବିବାଦ ଏହାର ପିଛା ଛାଡୁ ନାହିଁ। ବିଭିନ୍ନ ରାଜ୍ୟରେ ଏହାକୁ ପ୍ରଦର୍ଶନ ପାଇଁ ବିରୋଧ କରାଯାଇ ଗାଡି ମୋଟର ଭଙ୍ଗାରୁଜା କରାଯାଉଛି। ରାଜନେତାମାନେ ମଧ୍ୟ ଏହାକୁ ବିରୋଧ କରି ମନ୍ତବ୍ୟ ଦେଉଛନ୍ତି। ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି କୌଣସି ବି ଚଳଚ୍ଚିତ୍ର କୌଣସି ଧର୍ମ ଅଥବା ଜାତିର ଭାବନାକୁ କ୍ଷୁଣ୍ଣ କରିଥାଏ, ତେବେ ଏଭଳି ଫିଲ୍ମ ନିର୍ମାଣ ହେବା ଅନୁଚିତ୍‌’। ଇତିହାସକୁ ଭିନ୍ନ ପ୍ରକାର ଦେଖାଇବା ଭଳି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହେବା ଅନାବଶ୍ୟକ ବୋଲି ସେ କହିଛନ୍ତି। ଭାଜପା ଏମ୍‌ପି ସୁବ୍ରହ୍ମଣ୍ୟନ୍‌ ସ୍ବାମୀ ମଧ୍ୟ ପଦ୍ମାବତ୍‌କୁ ବିରୋଧ କରି କହିଛନ୍ତି, ଏହା ପୁରୁଣା ଘା’ରେ ଲୁଣ ପକାଇବା ଭଳି କାମ କରୁଛି। ଏହାକୁ ନିର୍ମାଣ କରିବା ଉଚିତ୍‌ ହେଲା ନାହିଁ। ଚଳଚ୍ଚିତ୍ରର ଐତିହାସିକ ମୂଲ୍ୟ କିଛି ନାହିଁ ବୋଲି ସ୍ବାମୀ କହିଛନ୍ତି। ପ୍ରକାଶ ଯେ, ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ବି.କେ ସିଂହ ଏହାକୁ ବିରୋଧ କରିଛନ୍ତି।
All Right Reserved By

ଜାତୀୟ |

ପାକିସ୍ତାନ ଗଲେ ସିଦ୍ଧୁ

ପାକିସ୍ତାନ ଗଲେ ସିଦ୍ଧୁ

ଅଟାରି-ଓ୍ବାଘା,୧୭।୮: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ନୂଆଦିଲ୍ଲୀ,୧୭।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶର ଜାତୀୟ ପତାକାକୁ ମଧ୍ୟ ଅର୍ଦ୍ଧ ନମିତ କରାଯାଇଛି। 

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ନୂଆଦିଲ୍ଲୀ,୧୭।୮: ବିଦାୟ ନେଲେ ମହାନ୍‌ ଜନନାୟକ ଅଟଳ ବିହାରୀ ବାଜପେୟୀ। ଦେଶର କୋଟି କୋଟି ଜନତାଙ୍କ ସହ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିଦେଶ ମାଟିରୁ ବି ଆସିଥିଲେ

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୮: ଗତ ୧୦ ଦିନ ମଧ୍ୟରେ ଭାରତ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯଦିଓ ଅସମୟରେ ଏମାନଙ୍କର ମୃତ୍ୟୁ ହୋଇନାହିଁ ତଥାପି ଅନେକେ ଏହାକୁ ନେଇ ଶଙ୍କା ପ୍ରକାଶ କରୁଛନ୍ତି। 

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ, କାଳଜୟୀ ରାଜନେତା,ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଶୁକ୍ରବାର ଦିଲ୍ଲୀର ସ୍ମୁତିସ୍ଥଳଠାରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ ବିଦାୟ ଦେଇଛି ଦେଶ। ତିନି ସେନାମୁଖ୍ୟଙ୍କ ସହ ତୋପ ସଲାମି ଦିଆଯାଇଥିଲା ଭାରତର ଏହି ସୁଯୋଗ୍ୟ ସନ୍ତାନଙ୍କୁ।

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

କୋଚି,୧୭।୮: କେରଳର ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେଉଛି। ହେଲେ ଏହି ବନ୍ୟାରୁ ଉଦ୍ଧାର ହୋଇଥିବା ଜଣେ ଗର୍ଭବତୀ ମହିଳା ଶୁକ୍ରବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୭।୮: ଭାରତ ମା’ର ସୁଯୋଗ୍ୟ ସନ୍ତାନ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ସ୍ମୁତିସ୍ଥଳଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୭।୮: ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୪ କିଲୋମିଟର ଦୂର ସ୍ମୁତିସ୍ଥଳ ପହଞ୍ଚିଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ଦୀର୍ଘ ୪ କିଲୋମିଟର ରାସ୍ତାକୁ ଚାଲି ଚାଲି ଅତିକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। 

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ୭୯ ବର୍ଷୀୟ ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ ହୋଇଛି। ଭାଜପା କାର୍ଯ୍ୟାଳୟ ନିକଟରେ କେତେଜଣ ଭାଜପା କର୍ମୀ ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି।

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

କୋଲକାତା,୧୭।୮: ତ୍ରୁଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ଶୁକ୍ରବାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦକ୍ଷିଣ କୋଲକାତା ଯାଉଥିବା ସମୟରେ ଟ୍ରାଫିକ୍‌ ସିଗନାଲ ନ ମାନି ଏକ ଟ୍ୟାକ୍ସି ତାଙ୍କ କାର୍‌କୁ ଧକ୍କା ଦେବା ଫଳରେ ସେ ଆହତ ହୋଇଥିଲେ। 

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ନୂଆଦିଲ୍ଲୀ,୧୭।୮: ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ବହୁ ରାଜନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। 

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତିସ୍ଥଳକୁ ନିଆଯାଉଛି। ପ୍ରିୟ ନେତାଙ୍କ  ଶେଷଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ୍‌ ହୋଇଛନ୍ତି।