ମନୋରଞ୍ଜନ |

ଓସ୍କାର ମନୋନୟନ ତାଲିକାରେ ଦୁଇ ବଲିଉଡ ଫିଲ୍ମ

ଓସ୍କାର ମନୋନୟନ ତାଲିକାରେ ଦୁଇ ବଲିଉଡ ଫିଲ୍ମ
ବମ୍ବେ: ଓସ୍କାର-୨୦୧୮ ପୁରସ୍କାର ପାଇଁ ମନୋନୟନ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି ଦୁଇଟି ବଲିଉଡ଼ ଫିଲ୍ମ। ‘ଭିକ୍ଟୋରିଆ ଆଣ୍ଡ ଅବ୍ଦୁଲ’ ଏବଂ ‘ ଦ ବିଗ୍‌ ସିକ୍‌’ ଏହି ବାଜି ମାରିଛି। ରାଣୀ ଭିକ୍ଟୋରିଆ ଓ ତାଙ୍କ ଭାରତୀୟ ଚାକରଙ୍କ ମଧ୍ୟରେ ଗଢ଼ି ଉଠିଥିବା ନିଆରା ସମ୍ପର୍କ ଉପରେ ‘ଭିକ୍ଟୋରିଆ ଆଣ୍ଡ ଅବ୍ଦୁଲ’ର କାହାଣୀ ଗତିଶୀଳ। ଏହା ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ୍‌ ଶ୍ରେଣୀରେ ପୁରସ୍କାର ଜିତିପାରେ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରରେ ଅଲି ଅବ୍ଦୁଲଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ରାଣୀ ଭିକ୍ଟୋରିଆ ଚରିତ୍ରରେ ହଲିଉଡ ଅଭିନେତ୍ରୀ ଜୁଡି ଡେଞ୍ଚ ଅଭିନୟ କରିଛନ୍ତି। ସେହିପରି ଅନୁପମ ଖେରଙ୍କ ‘ଦ ବିଗ୍‌ ସିକ୍‌’ରେ କାହାଣୀର ସଂଳାପ ଶ୍ରେଣୀରେ ପୁରସ୍କାର ଜିତିବାରେ ସୁଯୋଗ ମିଳିପାରେ। ବିଦେଶୀ ଭାଷା ଶ୍ରେଣୀରେ ପୂର୍ବରୁ ଓସ୍କାର ଯାଇଥିବା ଚଳଚ୍ଚିତ୍ରଷ୍‌ଗୁଡିକ ମଧ୍ୟରେ ଅପୁର ସଂସାର(୧୯୫୯), ଗାଇଡ୍‌(୧୯୬୫), ସାରାଂଶ(୧୯୮୪), ନାୟକନ(୧୯୮୭), ପରିନ୍ଦା(୧୯୮୯), ଅଞ୍ଜଳି(୧୯୯୦), ହେ ରାମ(୨୦୦୦), ଦେବଦାସ(୨୦୦୨), ହରିଶ୍ଚନ୍ଦ୍ର ଫ୍ୟାକ୍ଟ୍ରି(୨୦୦୮), ବର୍ଫି(୨୦୧୨), କୋର୍ଟ(୨୦୧୫) ଆଦି ରହିଛି। ମାତ୍ର ମଦର ଇଣ୍ଡିଆ(୧୯୫୭), ସଲାମ ବମ୍ବେ(୧୯୮୮), ଲଗାନ(୨୦୦୧) ଶେଷ ପର୍ଯ୍ୟାୟକୁ ଯିବାର ଗୌରବ ଅର୍ଜନ କରିଥିଲା।
All Right Reserved By

ମନୋରଞ୍ଜନ |

ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ଚାହାଁନ୍ତି ପରିଣିତି

ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ଚାହାଁନ୍ତି ପରିଣିତି

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’। ହେଲେ ଏହା ବକ୍ସ ଅଫିସରେ ଏତେଟା କମାଲ୍‌ ଦେଖାଇ ନାହିଁ। କିନ୍ତୁ ଏପଟେ ପରିଣିତି ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ଚିନ୍ତା ଆରମ୍ଭ କଲେଣି।

୫ବର୍ଷ ପରେ ଏକାଠି ହେବେ ପ୍ରକାଶ-ଅଜୟ

୫ବର୍ଷ ପରେ ଏକାଠି ହେବେ ପ୍ରକାଶ-ଅଜୟ

ମୁମ୍ବାଇ: ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ପ୍ରକାଶ ଝା ଓ ଅଭିନେତା ଅଜୟ ଦେବଗନ୍‌। ଏହି ଯୋଡ଼ି ଖୁବ୍‌ଶୀଘ୍ର ଏକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ ବୋଲି ଶୁଣିବାକୁ ମିଳିଛି। 

ଚଳିତ ବର୍ଷ ବିବାହ କରିବେନି ପ୍ରିୟଙ୍କା-ନିକ୍‌

ଚଳିତ ବର୍ଷ ବିବାହ କରିବେନି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: କିଛି ଦିନ ତଳେ ଶୁଣିବାକୁ ମିଳିଥିଲା କି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆସନ୍ତା ଡିସେମ୍ବର ୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏବେ ପୁଣି ଥରେ ଖବର ଆସିଛି କି ଚଳିତ ବର୍ଷ ପ୍ରିୟଙ୍କା ଓ ତାଙ୍କ ପୁରୁଷ ବନ୍ଧୁ ନିକ୍‌ ବିବାହ କରିବେ ନାହିଁ। 

‘ମାଇ ଲଭ୍‌’କୁ ହରାଇଲେ ସଲମାନ

‘ମାଇ ଲଭ୍‌’କୁ ହରାଇଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ୍‌ ସଲମାନ ଖାଁ ନିଜ ପୋଷା କୁକୁରକୁ ହରାଇ ଥିବାରୁ ଖୁବ୍‌ ଦୁଃଖି ହୋଇଥିବା ପ୍ରକାଶ କରିଛନ୍ତି। ବିଜି ସୁଡ୍ୟୁଲରୁ ଟିକେ ସମୟ ମିଳିଲେ ସେ ତାଙ୍କ ପୋଷା କୁକୁର ‘ମାଇ ଲଭ୍‌’ ସହ ସମୟ କାଟନ୍ତି। କାରଣ ସେ ତାକୁ ଖୁବ୍‌ ଭଲ ପାଆନ୍ତି ବୋଲି କହିଛନ୍ତି।

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟ୍‌ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତିି। ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ବିବାହ ତାରିଖ ଠିକ୍‌ ହୋଇଯିବା ପରେ ଏବେ ଆଉ ଜଣେ ବଲିଉଡ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସବ୍ୟସାଚୀ ମିଶ୍ର। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ। 

ଅଳ୍ପରେ...ଅନୁଷ୍କା

ଅଳ୍ପରେ...ଅନୁଷ୍କା

ଥରେ ମନେପକାନ୍ତୁ ନା ବ୍ଲକବଷ୍ଟର ଫିଲ୍ମ ‘ବାହୁବଲି’ର ଦେବସେନା ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ଅଭିନୟ ଏବେ ମଧ୍ୟ ଅନେକଙ୍କ ମନରେ ସତେଜ ହୋଇ ରହିଛି । ସେ ହେଲେ ଅନୁଷ୍କା ସେଟ୍ଟୀ ।

ନୂଆ ସିନେମା ‘ହିରୋ’

ନୂଆ ସିନେମା ‘ହିରୋ’

ଜଣେ ପୁରୁଣା କଳାକାରର ଜୀବନୀକୁ ଆଧାର କରି ନିର୍ମିତ ହେଉଛି ଏକ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ‘ହିରୋ’। ସୀମାଞ୍ଚଲମ ଫିଲ୍ମ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ବିପିଏଫଟିଆଇର ସାଇନି ପାଣ୍ଡେ ନାମ୍ନୀ ଜଣେ ଛାତ୍ରୀ।

୧୨୦୦ ଅଧ୍ୟାୟରେ  ମହେଶ୍‌ଙ୍କ ‘ଦୁର୍ଗା’

୧୨୦୦ ଅଧ୍ୟାୟରେ ମହେଶ୍‌ଙ୍କ ‘ଦୁର୍ଗା’

ନାରୀର ଏକ ଅନନ୍ୟ ରୂପ ଦୁର୍ଗା। ସହନଶୀଳା ନାରୀ ସେତେବେଳେ ଦୁର୍ଗା ରୂପ ଧାରଣକରେ ଯେତେବେଳେ ସୃଷ୍ଟିର ସନ୍ତୁଳନ ଧରି ରଖିବା ଅନିବାର୍ଯ୍ୟ ହୋଇପଡ଼େ।

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ପ୍ରେମିକଙ୍ ନିକ୍‌ ଜୋନାଙ୍କ ବିବାହ ତାରିଖ ସ୍ଥିର ହୋଇଛି।