ଖେଳ |

ମୋର୍କେଲ, ମୋରିସ୍‌ଙ୍କ ପ୍ରତ୍ୟାବର୍ତ୍ତନ: ଲୁନ୍‌ଗିଙ୍କୁ ସୁଯୋଗ

ମୋର୍କେଲ, ମୋରିସ୍‌ଙ୍କ ପ୍ରତ୍ୟାବର୍ତ୍ତନ: ଲୁନ୍‌ଗିଙ୍କୁ ସୁଯୋଗ
ଜୋହାନ୍ସବର୍ଗ, ୨୫।୧(ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଟେଷ୍ଟ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ ଲାଗି ଯୁବ ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡିଙ୍କ ୧୫ ଜଣିଆ ଦଳରେ ସୁଯୋଗ ମିଳିଛି। ନିକଟରେ ସେଞ୍ଚୁରିୟନଠାରେ ଶେଷ ହୋଇଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ୨୧ ବର୍ଷୀୟ ଲୁନ୍‌ଗି ୯୦ ରନରେ ୭ଟି ଉଇକେଟ୍‌ ଅକ୍ତିଆର କରି ଦଳକୁ ସିରିଜ ବିଜୟୀ ଭେଟି କରିଥିଲେ। ସେହିଭଳି ଆହତ ଲାଗି ଗତ ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ସିରିଜ ଖେଳିବାରୁ ବଞ୍ଚତ୍ତ ହୋଇଥିବା ଦ୍ରୁତ ବୋଲର ମୋର୍କେଲ ଓ ଅଲ୍‌ରାଉଣ୍ଡର ମୋରିସ ୧୫ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଦଳରେ ଦୁଇଜଣ ଲେଗ୍‌-ସ୍ପିନରଙ୍କୁ ସ୍ଥାନ ମିଳିଛି। ଇମ୍ରାନ ତାହିରଙ୍କ ସହ ଚାଇନାମ୍ୟାନ ବୋଲର ତାବ୍ରିଜ ଶମ୍‌ସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇପାରନ୍ତି। ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁ ପ୍ଲେସି (ଅଧିନାୟକ), ହାସିମ ଅମ୍‌ଲା, କ୍ୱିଣ୍ଟନ ଡି କକ୍‌, ଏବି ଡି ଭିଲର୍ସ, ଜେପି ଡୁମିନି, ଇମ୍ରାନ ତାହିର, ଏଡିନ୍‌ ମାରକ୍ରାମ, ଡେଭିଡ୍‌ ମିଲର, ମର୍ନେ ମୋର୍କେଲ, କ୍ରିସ୍‌ ମୋରିସ୍‌, ଲୁନ୍‌ଗିସାନି ଏନ୍‌ଗିଡି, ଆଣ୍ଡିଲେ ଫେଲୁକଓ୍ବାଓ, କାଗିସୋ ରାବାଡା, ତାବ୍ରିଜ ଶମ୍‌ସି ଓ ଖୟେଲିଲେ ଜଣ୍ଡୋ।
All Right Reserved By

ଖେଳ |

ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେନି ଚାନୁ, ସତୀଶ

ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେନି ଚାନୁ, ସତୀଶ

ନୂଆଦିଲ୍ଲୀ, ୧୮।୯(ପି.ଟି.)- ସିନିୟର ଭାରୋତ୍ତୋଳକ ତଥା ଡିଫେଣ୍ଡିଂ ଚାମ୍ପିୟନ ମୀରାବାଈ ଚାନୁ, ସତୀଶ ଶିବଲିଙ୍ଗମ ଓ ଭେଙ୍କଟ ରାହୁଲ ଆଘାତଜନିତ ସମସ୍ୟା ଲାଗି ଚଳିତବର୍ଷ ଶେଷଭାଗରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେ ନାହିଁ। 

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ, ୧୮।୯- ହକି ଇଣ୍ଡିଆ ୫-ଏ-ସାଇଡ୍‌ ଜାତୀୟ ସିନିୟର ମହିଳା ହକି ଟୁର୍ନାମେଣ୍ଟର ୩ୟ ସଂସ୍କରଣ ମଙ୍ଗଳବାର ଏଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ୬-୩ ଗୋଲରେ ପଞ୍ଜାବକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲ୍‌ରେ ଅଭିଯାନ ଆରମ୍ଭ କରିଛି।

ଇଣ୍ଡୋ- ପାକ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ଇମ୍ରାନ

ଇଣ୍ଡୋ- ପାକ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ଇମ୍ରାନ

କରାଚି, ୧୮।୯, (ପି.ଟି.)- ବୁଧବାର ଖେଳାଯିବାକୁ ଥିବା ଭାରତ- ପାକିସ୍ତାନ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ ଦେଖିବାକୁ ପାକିସ୍ତାନ ନବ ନର୍ବାଚିତ ପ୍ରଧାନମନ୍ତ୍ରୀ ତଥା କିମ୍ବଦନ୍ତୀ କ୍ରିକେଟର ଇମ୍ରାନ ଖଁା ଦୁବାଇ ଯିବେ। ଏନେଇ ସ୍ଥାନୀୟ ଗଣମାଧ୍ୟମ ଗୁଡିକ ଖବର ପ୍ରକାଶ କରିଛନ୍ତି। ଇମ୍ରାନଙ୍କ ନେତୃତ୍ୱରେ ପାକିସ୍ତାନ ୧୯୯୨ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ଜଣେ କିମ୍ବଦନ୍ତୀ ଅଲରାଉଣ୍ଡର ଭାବେ ଇମ୍ରାନଙ୍କର ସାରା ବଶ୍ୱରେ ଖ୍ୟାତି ରହିଛି। ସେ ମଧ୍ୟ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ପୃଷ୍ଠ ପୋଷକ ରହିଛନ୍ତି

ଏସିଆ କପ୍‌: ଭାରତ- ପାକିସ୍ତାନ ମହାସମର

ଏସିଆ କପ୍‌: ଭାରତ- ପାକିସ୍ତାନ ମହାସମର

ଉପମହାଦେଶର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚକୁ ନେଇ ସାରା ବିଶ୍ୱରେ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ ଓ  ଏହି ମ୍ୟାଚ୍‌ ବେଶ୍‌ ରେମାଞ୍ଚକ ମଧ୍ୟ ହୋଇଥାଏ। ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକ ଏହି ମ୍ୟାଚଗୁଡିକର ମଜା ନେଇଥାନ୍ତି। କ୍ରିକେଟର ଲୋକପ୍ରିୟତା ବୃଦ୍ଧିରେ ମଧ୍ୟ ଏହି ଦୁଇ ଦେଶର ଭୂମିକା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶଠାରୁ କୌଣସି ଦୃଷ୍ଟିକୋଣରୁ କମ୍‌ ନୁହଁ। ଦୁଇ ଦେଶ ମଧ୍ୟ କୂଟନୈତିକ ଓ ରାଜନୈତିକ ସମ୍ପର୍କ ଭଲ ନ ଥିବାରୁ ଦ୍ୱିପାକ୍ଷିକ ସିରିଜ ଆୟୋଜନ ହୋଇ ପାରୁନାହିଁ। ତେବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)ର ବିଭିନ୍ନ ଇଭେଣ୍ଟରେ ଏହି ଦୁଇ ଦେଶ ନିୟମିତ ଭାବେ ମୁକାବିଲାରେ ଆବତୀର୍ଣ୍ଣ ହୋଇ ଆସୁଛନ୍ତି। ଦିନିକିଆ ଓ ଟି୨୦ ବିଶ୍ୱକପ୍‌ର ବିଭିନ୍ନ ସଂସ୍କରଣକୁ ବାଦ ଦେଲେ ଭାରତ ଓ ପାକିସ୍ତାନ ଏସିଆ କପ୍‌ରେ ମଧ୍ୟ ପରସ୍ପରକୁ ଭେଟିଛନ୍ତି। ଇତିମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆ କପ୍‌ ୧୪ତମ ସଂସ୍କରଣ ଆରମ୍ଭ ହୋଇଛି। ହଂକଂ ସହିତ ଏହି ଦୁଇ ଦେଶ ଗ୍ରୁପ୍‌ ଏ’ରେ ସାମିଲ ହୋଇଛନ୍ତି। ବୁଧବାର ଭାରତ ଓ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଯଦି ଭାରତ ଓ ପାକିସ୍ତାନକୁ ଫାଇନାଲରେ ପ୍ରବେଶ କରିନ୍ତି ତେବେ ଏହି ଟୁନର୍ର୍ାମେଣ୍ଟରେ ୩ଥର ପରସ୍ପରକୁ ଭେଟିବେ। ଦୁଇ ଦେଶ ଫେଭରାଇଟ ବିବେଚିତ ହେଉଛନ୍ତି। ତେଣୁ କିଏ ବାଜି ମାରିବ ତାହା କହିବା ବେଶ୍‌ ମୁସ୍କିଲ

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌:  ପ୍ରି- କ୍ୱାର୍ଟରରେ ସିନ୍ଧୁ, ସାଇନା ଆଉଟ୍‌

ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌: ପ୍ରି- କ୍ୱାର୍ଟରରେ ସିନ୍ଧୁ, ସାଇନା ଆଉଟ୍‌

ଚାନଝୌ, ୧୮।୯(ପି.ଟି.)-  ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ତାରକା ମହିଳା ଖେଳାଳି ସାଇନା ନେହ୍ବାଲ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। 

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ସର୍ବିୟାଠାରୁ ପୁଣି ହାରିଲା ଭାରତ

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ସର୍ବିୟାଠାରୁ ପୁଣି ହାରିଲା ଭାରତ

ନୂଆଦିଲ୍ଲୀ, ୧୮।୯ (ପି.ଟି.)- ଆସନ୍ତା ବର୍ଷ ୧୯ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌ ଫୁଟବଲ ଟୁର୍ନାମେଣ୍ଟ  ଆୟୋଜନ ହେବାକୁ ଯାଉଥିବା ବେଳେ ଭାରତ ପ୍ରସ୍ତୁତି ତଥା ଅଭ୍ୟାସ ପାଇଁ ୟୁରୋପ ଗସ୍ତ କରିଛି। ତେବେ ଭାରତ ଆୟୋଜକ ସର୍ବିୟାଠାରୁ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ସର୍ବିୟା ୩-୧ ଗୋଲରେ ଭାରତକୁ ପରାସ୍ତ କରିଛି। 

ଚାଇନା ଓପନ୍‌ ପ୍ରି- କ୍ୱାର୍ଟରରେ ସିନ୍ଧୁ

ଚାଇନା ଓପନ୍‌ ପ୍ରି- କ୍ୱାର୍ଟରରେ ସିନ୍ଧୁ

ଚାନଝୌ, ୧୮।୯(ପି.ଟି.)-  ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ତଥା ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ମହିଳା ସିଙ୍ଗଲ୍ସ ଓପନିଂ ରାଉଣ୍ଡରେ ବିଶ୍ୱର ୩୯ ନମ୍ବର ଖେଳାଳି ଜାପାନର ସାଏନା କାଓ୍ବାକାମୀଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। 

ଓ୍ବାଡାକୁ ଇନାଡୋର ସମାଲୋଚନା

ଓ୍ବାଡାକୁ ଇନାଡୋର ସମାଲୋଚନା

ଲସ୍‌ ଏଞ୍ଜେଲ୍ସ, ୧୮।୯ (ଏଏଫପି)- ରୁଷିଆ ଉପରୁ ବିବାଦୀୟ ଢଙ୍ଗରେ ଡ୍ରଗ୍‌ ଜନିତ ବାସନ୍ଦାଦେଶକୁ ଉଠାଇବା ନେଇ ବିଶ୍ୱ ନିଶା ନିବାରଣ ସଂସ୍ଥା ସମାଲୋଚନାର ଶିକାର ହୋଇଛି। ବର୍ଲିନ ସ୍ଥିତ ନିଶା ନିବାରଣ ସଂସ୍ଥା ଇଷ୍ଟିଚ୍ୟୁଟ ଅଫ୍‌ ଆଣ୍ଟି- ଡୋପିଂ ଅର୍ଗାନାଇଜେଶନ୍ସ (ଇନାଡୋ) ରୁଷିଆ ଉପରୁ ବାସନ୍ଦା ଦେଶ ଉଠାଇବାରେ ଓ୍ବାଡାର ନୀତି ଓ ପଦକ୍ଷେପକୁ ସମାଲୋଚନା କରିବା ସହ ସତର୍କ କରାଇ ଦେଇଛି। ପୁଣିଥରେ କ୍ରୀଡ଼ାର ମୁଖ୍ୟ ସ୍ରୋତକୁ ଫେରିବାରେ ରୁଷିଆ ସେଭଳି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିନାହିଁ। ତେଣୁ ଏବେ ରୁଷିଆ ଉପରୁ ବାସନ୍ଦାଦେଶ ଉଠାଇବାର କୌଣସି ଆବଶ୍ୟକତା ନ ଥିଲା ବୋଲି ଇନାଡୋ ତରଫରୁ ସ୍ପଷ୍ଟ କରାଯାଇଛି। 

ଜୁନିୟର ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ ଫାଇନାଲରେ ସାଜନ

ଜୁନିୟର ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ ଫାଇନାଲରେ ସାଜନ

ନୂଆଦିଲ୍ଲୀ, ୧୮।୯ (ପି.ଟି.)- ଭାରତୀୟ ରେସଲର ସାଜନ ଭାନଓ୍ବାଲ ସ୍ଲୋଭାକିଆର ଟ୍ରାନଭାଠାରେ ଚାଲିଥିବା ଜୁନିୟର ବିଶ୍ୱ ରେସଲିଂ ବିଶ୍ୱଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୭୭ କେ.ଜି. ଗ୍ରିକୋ- ରୋମାନ ଇଭେଣ୍ଟ ଫାଇନାଲକୁ ଉଠିଛନ୍ତି। ଫଳରେ ସେ ଅତିକମ୍‌ରେ ରୌପ୍ୟ ପଦକ ହାସଲ କରିବା ନିଶ୍ଚିତ ହୋଇଛି। ହରିୟାଣାର ସାଜନ ସେମିଫାଇନାଲରେ ୟୁକ୍ରେନର ଡିମିଟ୍ରୋ ଗାରଡୁବେଇଙ୍କୁ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ସେହିପରି କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ନରଓ୍ବେର ପେର ଆଣ୍ଡେର୍ସ କୁରେଙ୍କୁ ହରାଇଥିଲେ। ଏବେ ଟାଇଟଲ ପାଇଁ ଫାଇନାଲ ମ୍ୟାଚରେ ସାଜନ ରୁଷିଆର ଇସ୍‌ଲାମ ଓପିଏଭଙ୍କୁ ଭେଟିବେ।

ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବିଶୋଇ,୧୮।୯: ବିଶୋଇ ବ୍ଲକ ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ସ୍ଥାନୀୟ ଚଟାଣିଠାରେ  ଗଣେଶ ପୂଜା ଉପଲକ୍ଷେ ୩ ଦିନ ଧରି ସ୍ଥାନୀୟ ରଘୁ ମୁର୍ମୁ ମାର୍ଶଲ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୧୬ତମ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

ଭାରତୀୟ ଦଳରେ ସାକ୍ଷୀ ମଲିକ

ଭାରତୀୟ ଦଳରେ ସାକ୍ଷୀ ମଲିକ

ନୂଆଦିଲ୍ଲୀ, ୧୮ା୯(ପି.ଟି.)-ଆଘାତପ୍ରାପ୍ତ  ଯୋଗୁ ପ୍ରତିଦ୍ୱନ୍ଦ୍ୱୀ ସରିତା ମୋରେ  ଓହରିଯିବାରୁ ସାକ୍ଷୀ ମଲିକ ବିନା ଟ୍ରାଏଲରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଏସିଆ କପ୍‌ରୁ ତାମିମ ଆଉଟ୍‌

ଏସିଆ କପ୍‌ରୁ ତାମିମ ଆଉଟ୍‌

ଢାକା, ୧୮ା୯ (ଏଏଫ୍‌ପି)-ବାଂଲାଦେଶ ଓପନର ତାମିମ ଇକ୍‌ବାଲ ଅବଶିଷ୍ଟ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରୁ ଆଉଟ୍‌ ହୋଇଯାଇଛନ୍ତି।