ରାଜ୍ୟ |

ମାଟ୍ରିକ ପରୀକ୍ଷାରେ ବାଧକ ହେବନାହିଁ ଉପନିର୍ବାଚନ

ମାଟ୍ରିକ ପରୀକ୍ଷାରେ ବାଧକ ହେବନାହିଁ ଉପନିର୍ବାଚନ

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪ରେ ବିଜେପୁରରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ମାଟ୍ରିକ୍‌ ପରୀକ୍ଷା ବାଧକ ହେବ ନାହିଁ। ଗୁରୁବାର ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍‌ ଗୁପ୍ତା। ଉପନିର୍ବାଚନ ଦିନ ପରୀକ୍ଷା ହେଉ ନ ଥିବାରୁ ବିଶେଷ କିଛି ପ୍ରଶାସନିକ ଅସୁବିଧା ହେବ ନାହିଁ। ସେହି ସମୟରେ ମାଟ୍ରିକ୍‌ ପରୀକ୍ଷା ଥିବା ବିଷୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିବା ଗୁପ୍ତା କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ଦେବୋତ୍ତର ବିଭାଗ ସାବତପୁଅ

ଦେବୋତ୍ତର ବିଭାଗ ସାବତପୁଅ

ପୁରୀ ଅଫିସ, ୨୪ା୫: ଠାକୁର ହେଉଛନ୍ତି ନାବାଳକ। ମଠ, ମନ୍ଦିର ଆଦି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ତଥା ଠାକୁରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ରହିଛି ଦେବୋତ୍ତର ବିଭାଗ। ଏହି ବିଭାଗରେ ୧୯୦ ପଦବୀ ମଧ୍ୟରୁ ୧୧୬ଟି ଖାଲି ପଡିଛି। ନିଜସ୍ବ ୱେବ୍‌ସାଇଟ ମଧ୍ୟ ନାହିଁ। କର୍ମଚାରୀ ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଦେବୋତ୍ତର ବିଭାଗ ନିଜର ସ୍ଥିତି ଖୋଜୁଛି। ଆଇନ ବିଭାଗ ଅଧୀନସ୍ଥ ଏହି ବିଭାଗ ରାଜ୍ୟ ସରକାରଙ୍କ ସାବତପୁଅ ପାଲଟିଛି।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଆଜି କୋରାପୁଟ ଆସୁଛନ୍ତି ରାଜ୍ୟପାଳ

କୋରାପୁଟ,୨୪ା୫(ସ୍ବ.ପ୍ର.) ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସୁଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ା ଗୁରୁବାର ପୂବାର୍ହ୍ନ ୧୧ଟା ୧୫ରୁ ଅପରାହ୍ନ ୩ଟା ୧୫ ଯାଏ ୪ ଘଣ୍ଟା ରହଣି ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ମୁକୁନ୍ଦପୁର, ୨୪ା୫(ଡି.ଏନ୍‌.ଏ)- ରାୟଗଡା ଜିଲା କୋଲନରା ବ୍ଳକ ବଡଖିଲାପଦର ପଞ୍ଚାୟତରେ ଅନେକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛନ୍ତି।

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଦଶମନ୍ତପୁର,୨୪ା୫(ଡି.ଏନ୍‌.ଏ.) କୃଷ୍ଣଙ୍କ ବୟସ ୯୦ ବର୍ଷ। ଅଶୀ ତିପର ବୟସରେ ଯମୁନା। ସମ୍ପର୍କରେ ଏମାନେ ସ୍ବାମୀ-ସ୍ତ୍ରୀ। ଜଣେ ଅନ୍ୟ ଜଣଙ୍କର ଆଶାବାଡ଼ିକୁ ଧରି ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଗଲାବେଳେ ସେମାନଙ୍କ ସହ ଭେଟହୁଏ। ଏଭଳି ପରିଣତ ବୟସରେ ନିଜଲୋକ କେହି ସହଯୋଗ ନକରିବାରୁ ବାଧ୍ୟହୋଇ ବୁଢ଼ାବୁଢ଼ିଙ୍କୁ ଭତ୍ତା ଆଣିବା ପାଇଁ ଆସିବାକୁ ପଡୁଛି।

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ପୁରୀ ଅଫିସ, ୨୪ା୫: ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ଆବଶ୍ୟକ ପଡ଼ୁଥିବା ବାସୁଙ୍ଗାପାଟର ମାନ ଯାଞ୍ଚ କରିଛନ୍ତି ଦଇତାପତି ସେବକ। ବୁଧବାର ୧୦ ଜଣ ଦଇତାପତିଙ୍କ ସମେତ ପ୍ରାୟ ୧୫ ଜଣିଆ ଟିମ୍‌ କଟକ ତିଗିରିଆର ନୂଆପାଟଣା ଗସ୍ତରେ ଯାଇଥିଲେ। ସେଠାରେ ବାସୁଙ୍ଗାପାଟର ମାନ ଯାଞ୍ଚ କରି ସନ୍ଧ୍ୟାରେ ପୁରୀ ଫେରିଆସିଛନ୍ତି।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ପୁରୀ ଅଫିସ, ୨୪ା୫: ଦର୍ପଦଳନ ରଥ ପାଇଁ ପୁଣି ଏକ ଚକ ତିଆରି କରାଯିବ। ପୂର୍ବରୁ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ତିଆରି ସରିଥିଲା। ତିଆରି ଶେଷ ହୋଇଥିବା ଏହି ଚକ ମଧ୍ୟରୁ ଗୋଟିଏ ଚକ ତୁମ୍ବରେ ଫାଟ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।